ଆପଣଙ୍କ ଘରେ ଅସରପା ହେଉଥିଲେ ଏହି ଉପାୟ ଦ୍ୱାରା ଅସରପାଠାରୁ ମୁକ୍ତି ପାଆନ୍ତୁ – ଏବେ ଘରେ କରନ୍ତୁ ଏହି ସାଧାରଣ ଉପାୟ
ବନ୍ଧୁମାନେ ଅସରପା ମାନେ ଆମକୁ ବହୁତ ହଇରାଣ କରିଥାନ୍ତି।ସବୁ ଜିନିଷ ପତ୍ର, ଖାଇବା ଜିନିଷ ଓ କପଡା ଇତ୍ୟାଦି ସବୁ ଜିନିଷ ଅସରପା ମାନେ ନଷ୍ଟ କରି ଦେଇଥାଆନ୍ତି।ଏହା ସହ ହଇଜା, ଫୁଡ ପୋଇସୋନିଂ, ପେଟ ମୋଡ଼ି ହେବା ଏଭଳି ଅନେକ ରୋଗର ଏମାନେ ବାହକ ଅଟନ୍ତି।ତେବେ ଏମାନଙ୍କ ଠାରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଏଠାରେ ଏକ ଏପରି ଘରୋଇ ଉପଚାର ଆଣିକି ଆସିଛୁ ଯାହାକୁ ଥରେ ମାତ୍ର ବ୍ୟବହାର କରି ୫ ବର୍ଷ ଯାଏଁ ଅସରପାଙ୍କ ଠାରୁ ମୁକ୍ତି ପାଇବେ।
ତେବେ ବଜାରରେ ମିଳୁଥିବା ସ୍ପ୍ରେ ଗୁଡ଼ିକ ବିଷାକ୍ତ ହେଇଥାଏ।ତେବେ ରୋଷେଇ ଘରେ ଏହା ବ୍ୟବହାର କରିବା ଦ୍ଵାରା ଆମ ଖାଦ୍ୟରେ ଏହାର କିଛି ଅଂଶ ଯାଇଥାଏ।ଏହା ବାୟୁରେ ମିଶି ମଧ୍ୟ ଆମ ଦେହକୁ ଯାଇଥାଏ।ପରେ ଏହା ଆମର ଶରୀରର ବହୁତ କ୍ଷତି କରିଥାଏ।ତେବେ ଏ ସବୁ ତଥ୍ୟ ସେ ସ୍ପ୍ରେ ଗୁଡ଼ିକ ଉପରେ ଲେଖା ହେଇଥାଏ କି ଏହା ବିଷାକ୍ତ ଅଟେ, ଆପଣ ଏହାକୁ ନିଜ ପିଲାମାନଙ୍କ ଠାରୁ ଦୂରରେ ରଖନ୍ତୁ,ଏହା ସତ୍ତ୍ବେ ମଧ୍ୟ ଆମେ ତାହାକୁ ବ୍ୟବହାର କରୁଛେ।ତେବେ ଏହି ସମୟରେ ଏହି ଅସରପା ତ ଆମର ଅସୁବିଧା କରିଥାନ୍ତି ଏବଂ ଏହାକୁ ରୋକିବାକୁ ଯାଇ ଆମେ ଏହି ସ୍ପ୍ରେକୁ ବ୍ୟବହାର କରି ମଧ୍ୟ ଆମେ ନିଜ ଶରୀରର ଅଧିକ କ୍ଷତି କରିଥାଉ।ତେବେ ଆଜି ଆମେ ଏଠାରେ ଏକ ଏଭଳି ଉପଚାର ଜାଣିବା ଯାହା ଆପଣଙ୍କ ଶରୀରକୁ ଟିକେ ବି ହାନି ପହଞ୍ଚାଇବନି।
ତେବେ ଆପଣ ୫୦ଗ୍ରାମ ଅଟା ନିଅନ୍ତୁ, ୫୦ ଗ୍ରାମ ଚିନି ନିଅନ୍ତୁ ଏବଂ ୫୦ ଗ୍ରାମ ବୋରିକ ଅମ୍ଳ ନିଅନ୍ତୁ।ବୋରିକ ଅମ୍ଳ ଆପଣଙ୍କୁ ଔଷଧ ଦୋକାନରେ ମିଳିଯିବ।ଏହି ସବୁକୁ ଏକାଠି ମିଶାଇ ଏଥିରେ ଅଳ୍ପ ପାଣି ମିଶାଇ ଅଟା ଚକଟିଲା ଭଳି ଚକଟି ଦିଅନ୍ତୁ।ଏହାପରେ ସେଗୁଡ଼ିକର ଛୋଟ ଛୋଟ ଗୋଲ କରି ଦିଅନ୍ତୁ।ତେବେ ଏହି ସବୁ ଛୋଟ ଛୋଟ ଗୋଲ ଗୁଡ଼ିକ ଯେଉଁ ସବୁ ଜାଗାରେ ଅସରପା ଆସିବାର ରାସ୍ତା ହେଇଥାଏ ଯେପରିକି ନଳାର ମୁଁହ, ବେସିନ ସିଙ୍କ ତଳ, ଫ୍ରିଜ ପଛ ପଟେ,ଡବାଗୁଡ଼ିକ ପାଖରେ, ଆଲମାରୀ ଭିତରେ, ଗ୍ୟାସ ପାଖରେ ଏଭଳି ସବୁ ଜାଗାରେ ରଖିଦିଅନ୍ତୁ।ତେବେ ଧୀରେ ଧୀରେ ଆପଣ ଲକ୍ଷ୍ୟ କରିବେ କି ଆପଣଙ୍କ ଘରୁ ଅସରପା କମି ଯାଇଥିବେ।
ତେବେ ସବୁଠୁ ଭଲ କଥା ହେଉଛି ଏହା ସମ୍ପୂର୍ଣ୍ଣ ରୁପରେ ନିରାପଦ।ଏହା କେବଳ ଖାଇବା ପଦାର୍ଥରୁ ହେଇଥାଏ।ତେବେ ଏହା ଅସରପାଗୁଡ଼ିକୁ ବି ମାରିନଥାଏ। ଅସରପାମାନେ ଏହାର ଗନ୍ଧରେ ନିଜକୁ ଅସୁରକ୍ଷିତ ମନେ କରି ପଳାୟନ କରିଥାନ୍ତି।ତେବେ ଏହାଦ୍ବାରା ଆପଣ ଜୀବହତ୍ୟାରୁ ମଧ୍ୟ ବଞ୍ଚିଯିବେ ଏବଂ ଅସରପାଠାରୁ ମୁକ୍ତି ମଧ୍ୟ ପାଇଯିବେ।ତେବେ ଯେତେଦିନ ଯାଏଁ ଏହି ଗୋଲଗୁଡ଼ିକ ଆପଣଙ୍କ ଘରେ ଲାଗିଥିବ ସେତେଦିନ ଯାଏଁ ଅସରପା ଆପଣଙ୍କ ଘରକୁ ଆଖି ଉଠାଇକି ବି ଦେଖିବେ ନାହିଁ।ତେବେ ଯଦି ମଝିରେ କିଛି କାରଣରୁ ଏହାକୁ ଛଡେଇବାକୁ ପଡେ ତେବେ ପୁଣି ଥରେ ଲଗାଇ ଦେବେ।ଏହିଭଳି ଭାବରେ ଜୀବନ ସାରା ପାଇଁ ଆପଣ ଅସରପାଠାରୁ ମୁକ୍ତି ପାଇଯିବେ।