June 20, 2025

Odia Express

Here, There and Everywhere

ନିମ୍ବର ଉପକାରିତା – ଏହାର ପ୍ରୟୋଗ କରିବା ଦ୍ଵାରା ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ – ମୁଣ୍ଡର ଉକୁଣୀ ଇଛି ଦିନରେ ହାଇଯିବେ ଗାୟବ..

ସାଙ୍ଗ ମାନେ କଣ ଆପଣ ମାନେ ଜାଣିଛନ୍ତି ଯେ ଡାକ୍ତରଠୁ ଅଧିକ ଉପକାରୀ ହେଉଛି ନିମ୍ବର ଦୁଇଟି ପତ୍ର।ସକାଳୁ ଖାଲି ପେଟରେ ଏହାକୁ ଖାଇବା ଦ୍ଵାରା ବହୁତ୍ ଉପକାର ମିଳେ।ସାଙ୍ଗ ମାନେ ଆମେ ମାନେ ଯେତେ ଉନ୍ନତ ହୋଇ ଯାଉଚେ ଆମ ଜୀବନ ସେତେ ଛୋଟ ହେଇଯାଉଚି।ଯଦି ଆମେ ପୁରୁଣା କାଳକୁ ଦେଖିବା ତ ଲୋକ ମାନେ ୯୦ ରୁ୧୦୦ ବର୍ଷ ଆରାମ ରେ ବଞ୍ଚି ଯାଉଥିଲେ,କିନ୍ତୁ ଆଜି କାଲି ୩୦ ରୁ ୪୦ ବର୍ଷ ନା ହେଉନୁ ବିଭିନ୍ନ ପ୍ରକାର ରୋଗ ହେଇ ଯାଉଛି। ଡାଇବେଟିସ,ହାର୍ଟ ଆଟାକ ଆଦି ବିଭିନ୍ନ ପ୍ରକାର ରୋଗ ହେବା ଦ୍ଵାରା ଆମ ଶରୀର ଭିତରୁ ଭିତରୁ ହିଁ ନଷ୍ଟ ହୋଇ ଯାଉଛି।

କିନ୍ତୁ ସାଙ୍ଗମାନେ ଆୟର୍ବେଦ ରେ ଜଡ଼ିବୁଟି ସହିତ ଆମ ଖାଦ୍ୟ ପେୟ ଉପରେ ମଧ୍ୟ ଧ୍ୟାନ ରଖିଥାଏ କାରଣ ଆମ ଖାଦ୍ୟ ଉପରେ ନିର୍ଭର କରେ ଆମେ କେତେ ନିରୋଗ ରହିବା।ଯଦି ଆମେ ସକାଳୁ ନିମ୍ବ ପତ୍ରର ବ୍ୟବହାର କରୁଛେ ତ ଆମ ଶରୀର ନିରୋଗ ରହି ପାରିବ।ଏହାକୁ ଯେ କୌଣସି ବୟସର ବ୍ୟକ୍ତି ମଧ୍ୟ ବ୍ୟବହାର କରିପାରିବେ।
ଏଥିପାଇଁ ଆପଣ ମାନଙ୍କୁ କିଛି ନିମ୍ବ ପତ୍ରର ଆବଶ୍ୟକତା ରହିଛି।

ସାଙ୍ଗ ମାନେ ଏକ ସମୟ ଥିଲା ଯେବେ ପ୍ରାୟ ସମସ୍ତଙ୍କ ଘରେ କିଛି ନ କିଛି ଗଛ ଥିଲା।ଯଦି ଆପଣଙ୍କ ଘରେ ନିମ୍ବ ଗଛ ନାହିଁ ତ ଆପଣ ଆପଣଙ୍କ ପାଖ ପଡିଶାରୁ ମଧ୍ୟ ଆଣି ପାରିବେ। ସର୍ଦ୍ଦି,ଜ୍ଵର ଆଦି ପାଇଁ ଏହା ବହୁତ୍ ପ୍ରଭାବଶାଳୀ।ଯେଉଁ ମାନଙ୍କର ତ୍ୱଚ଼ା କୁଣ୍ଢାଇ ହେଉଛି ସେମାନେ ଏହାର ଲେପ ପ୍ରୟୋଗ କରିବା ଦ୍ୱାରା ସେସବୁ ସମସ୍ୟା ରୁ ମୁକ୍ତି ପାଇ ପାରିବେ। ତ୍ଵଚ଼ା ରେ ହେଉଥିବା ବ୍ରଣ ଓ ଚୁଟି ଝଡ଼ିବା ସମସ୍ୟାକୁ ମଧ୍ୟ ଏହା କମ୍ କରିଥାଏ।

ଦ୍ଵିତୀୟ ହେଉଛି ନିମ୍ବ ତେଲ।।ଆପଣ ୩ ରୁ୪ଟି ପତ୍ର ନେଇ ତାକୁ ଦେଢ଼ ଗ୍ଲାସ୍ ପାଣିରେ ଭଲ ଭାବେ ଫୁଟାନ୍ତୁ।ଏଥିରେ କିଛି ଲବଙ୍ଗ ପକାଇ ଦିଅନ୍ତୁ।ଆପଣ ଚାହିଁଲେ ଏଥିରେ କିଛି ଖଣ୍ଡ କର୍ପୁର ମିଶାଇ ପାରିବେ।ଏହା ଆପଣଙ୍କୁ ସୁଗନ୍ଧ ପ୍ରଦାନ କରିବ।ଆପଣ ଏହାକୁ ୧୫ ରୁ ୨୦ ମିନିଟ ଯାଏ ଫୁଟାଇ ସାରିଲା ପରେ ଏହାକୁ ଥଣ୍ଡା ହେବା ପାନ ଛାଡ଼ିଦେବେ। ତା ପରେ ଆପଣ ଏହାକୁ ମୁଣ୍ଡରେ ଲଗାଇ ପାରିବେ।

ଆପଣ ନିମ୍ବ ପତ୍ର କୁ କିପରି ବ୍ୟବହାର କରିବେ ତାହା ମୁ ଆଜି ଆପଣକୁ କହିବି।ଆପଣ ସକାଳୁ ଉଠି ୩ ବା ୪ ଟି ପତ୍ର ଚୋବନ୍ତୁ।ଏହାକୁ ଧୀରେ ଧୀରେ ଚୋବାଇବା ଦ୍ଵାରା ଏହା ଆପଣଙ୍କ ମୁଁହର ଦୁର୍ଗନ୍ଧ କୁ ଦୂର କରିଥାଏ।ଏହାକୁ ଖାଇବା ପରେ ଆପଣ ଏକ ଗିଲାସ ଗରମ ପାଣି ପିଇବେ।ଏହା ମୁଁ କହିଲି ପ୍ରଥମ ଉପାୟ।ଏହା ଆପଣଙ୍କୁ କଡ଼ା ଲାଗିପାରେ କିନ୍ତୁ ଏହାକୁ ଆପଣଙ୍କୁ କରିବାକୁ ପଡ଼ିଵ।

Leave a Reply

Your email address will not be published. Required fields are marked *