September 17, 2024

Odia Express

Here, There and Everywhere

ପେଟର ଗ୍ୟାସ୍ କମେଇବାର ଘରୋଇ ଉପଚାର – ସକାଳୁ ମାତ୍ର ଗୋଟିଏ ଚାମଚ ଖାଇବା ଦରକାର..

1 min read

ବନ୍ଧୁମାନେ କଣ ଆପଣଙ୍କର ବି ବହୁତ୍ ଗ୍ୟାସ୍ ହେଉଛି।କଣ ଆପଣଙ୍କୁ ବି ବାରମ୍ବାର ହେକୁଟି ଆସୁଛି।କଣ ଆପଣ ବି ଗ୍ୟାସ୍ ରୁ ଛାଡ଼ ପାଇବା ପାଇଁ ଏତେ ବ୍ୟସ୍ତ ହେଇଗଲେଣି କି ଆପଣ କିଛି ବି କରିବାକୁ ପ୍ରସ୍ତୁତ ହେଇଯିବେ।ତେବେ ଏହି ଲେଖାଟି ଖାସ୍ ଆପଣଙ୍କ ପାଇଁ ହେଇଛି।ଆଜି ଆମେ ଏଠାରେ ଏକ ଏପରି ଘରୋଇ ଉପଚାର ବିଷୟରେ ଜାଣିବାକୁ ପାଇବା ଯାହାକୁ ବ୍ୟବହାର କରି ଖୁବ୍ କମ୍ ଦିନରେ ଆପଣ ଏହି ଗ୍ୟାସ୍ ରୁ ମୁକ୍ତି ପାଇବେ।ତେବେ କେବଳ ଏତିକି ନୁହଁ ଏ ସବୁ ଉପଚାର ବ୍ୟବହାର ପରେ ଆପଣଙ୍କର ଆଗକୁ ବହୁତ୍ ଦିନ ଯାଏଁ ଗ୍ୟାସ୍ ହେବ ନାହିଁ।

ତେବେ ଗ୍ୟାସ୍ ହେବା ଦ୍ବାରା ବାରମ୍ବାର ହେକୁଟି ଆସିଥାଏ।ପେଟ ସବୁବେଳେ ଓଜନିଆ ଲାଗେ।ପେଟରେ କଷ୍ଟ ହେବା ସହ ପାଚନ ପ୍ରକିୟା ବି ସବୁବେଳେ ଖରାପ ହିଁ ଥାଏ।

ଯଦି ଆପଣ ଅଧିକ ଚା କିମ୍ବା କଫି ପିଉଛନ୍ତି ତେବେ ଆପଣଙ୍କର ଗ୍ୟାସ୍ ହେବ।ଯେଉଁମାନେ ଧୁମ୍ରପାନ କରୁଛନ୍ତି ସେମାନଙ୍କର ଗ୍ୟାସ୍ ହେବ।ଯେଉଁମାନେ ଜଲଦି ଜଲଦି ଖାଇବା ଖାଆନ୍ତି ସେମାନଙ୍କର ମଧ୍ୟ ଗ୍ୟାସ୍ ହେବ।ଯେଉଁମାନେ ଅଧିକ ତେଲ-ମସଲା ଯୁକ୍ତ ଖାଦ୍ୟ ଖାଆନ୍ତି ସେମାନଙ୍କର ବି ଗ୍ୟାସ୍ ହେବ।ତେବେ ଗ୍ୟାସ୍ କୁ କମେଇବା ପାଇଁ ତ ପ୍ରଥମ କଥା ଆପଣଙ୍କୁ ଉପରୋକ୍ତ ସମସ୍ତ ବ୍ୟବହାରକୁ ଛାଡ଼ିବାକୁ ପଡିବ ନଚେତ୍ ବହୁତ୍ ମାତ୍ରାରେ କମେଇବାକୁ ପଡ଼ିବ।ତେବେ ଏହାସହ ଫୁଲକୋବି,କାବୁଲି ଚଣା, ଶିମଲା ଲଙ୍କା ଓ ମାଂସ ଭଳି ଖାଦ୍ୟ ଖାଆନ୍ତୁ ନାହିଁ ଯାହା ହଜମ ହେବାକୁ ବେଶି ସମୟ ଲାଗିଥାଏ।

ଯଦି ଆପଣଙ୍କୁ ବାରମ୍ବାର ହେକୁଟି ଆସୁଛି ଯାହା ଦ୍ଵାରା ଆପଣ ଗହଳିରେ ଥିବା ସମୟରେ ଲାଜ ଅନୁଭବ କରୁଛନ୍ତି,ତେବେ ଆଜି ଆମେ ଏଠାରେ ଏକ ଘରୋଇ ଉପଚାର ଜାଣିବା ଯାହା ଦ୍ଵାରା ଆପଣଙ୍କୁ ଏଥିରୁ ମୁକ୍ତି ମିଳିବ।ତେବେ ଆପଣ ୫୦ ଗ୍ରାମ ଜିରା ନିଅନ୍ତୁ।ଏହାସହ ଆପଣ ନିଅନ୍ତୁ ଜୁଆଣି।ତେବେ ଜୁଆଣି ମଧ୍ୟ ଆପଣ ୫୦ ଗ୍ରାମ ହିଁ ନିଅନ୍ତୁ।ସର୍ବ ପ୍ରଥମେ ଜିରା ଏବଂ ଜୁଆଣି କୁ କଡ଼ା ଖରାରେ ଶୁଖାଇ ଦିଅନ୍ତୁ।ଏହାପରେ ଆଣିକି ଭଲ ଭାବରେ ପେଶି ଦିଅନ୍ତୁ।ପେଶି ଦେଲା ପରେ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ।ତେବେ ମନେ ରଖନ୍ତୁ ଆମକୁ ପୁରା କଞ୍ଚା ଜିରା ଓ ଜୁଆଣି ନବାର ଅଛି, ଆପଣ ଭଜା ଜିରା ଓ ଜୁଆଣି ନେଲେ ତାହାର ପ୍ରଭାବ ବହୁତ୍ କମ୍ ଦେଖାଇବ।

ତେବେ ଏହି ତିଆରି ହେଇଥିବା ଚୂର୍ଣ୍ଣଟିକୁ ସକାଳେ ଖାଇବା ପରେ, ଦ୍ବିପହରରେ ଖାଇବା ପରେ ଏବଂ ରାତିରେ ଖାଇବା ପରେ ଦିନକୁ ୩ଥର, ଏକ ଚାମଚ୍ ଲେଖାଏଁ ପ୍ରତିଦିନ ଖାଇବାର ଅଛି।ଏହାକୁ ଆପଣ ହାଲକା ଗରମ ପାଣି ସହ ସେବନ କରନ୍ତୁ।ତେବେ ଏହି ଉପାୟ ଟିକୁ ଅଳ୍ପ ଦିନ କରିବା ପରେ ଆପଣ ଫଳାଫଳଗୁଡିକ ପାଇବେ।

ତେବେ ଯଦି ଆପଣଙ୍କର ସବୁ ସମୟରେ ପେଟ ଓଜନ ଲାଗୁଛି ତେବେ ଆପଣ ସକାଳୁ ଉଠିବା ପରେ ଖାଲି ପେଟରେ, ବାସି ମୁହଁରେ, ୨-୩ ଟି ରସୁଣ କଳି ଚୋବେଇକି ଖାଆନ୍ତୁ।ଏହାପରେ ଆପଣଙ୍କୁ ହାଲକା ଗରମ ପାଣି ପିଇବାର ଅଛି।ତେବେ ଏହି ଉପଚାରଟିକୁ ମଧ୍ୟ ଅଳ୍ପ ଦିନ ବ୍ୟବହାର କରିବା ପରେ ଆପଣଙ୍କୁ ଲାଭ ମିଳିଯିବ।

Leave a Reply

Your email address will not be published. Required fields are marked *