November 7, 2024

Odia Express

Here, There and Everywhere

ଉଡାଜାହାଜର ରଙ୍ଗ ପାଇଁ ଧଳା କାହିଁକି? କାରଣ ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇଦେବେ – ଏବେ ଜାଣିରଖନ୍ତୁ …

ବନ୍ଧୁମାନେ ଗୋଟେ ଉଡାଜାହାଜଟେ ଉଡ଼ିଗଲେ କିଭଳି ଛୋଟ ପିଲାମାନେ ଖୁସିରେ ଏହାକୁ ଦେଖିବା ପାଇଁ ଦୌଡ଼ି ଯାଆନ୍ତି।ସେହି ପିଲା ଦିନେ ବଡ଼ ହେଇ ଉଡାଜାହାଜରେ ବସିଥାଏ।ଉଡାଜାହାଜ ମଧ୍ୟ ବହୁତ୍ ଦୂରତାକୁ ଖୁବ୍ କମ୍ ସମୟ ଭିତରେ ଅତିକ୍ରମ କରିଥାଏ।ଆଗରୁ ଯେଉଁ ଜାଗାକୁ ଯିବାକୁ ଆମକୁ ମାସମାସ ଲାଗୁଥିଲା ଏବେ ଉଡାଜାହାଜ ସହ ଆମେ କିଛି ଘଣ୍ଟାରେ ସେହି ଜାଗାକୁ ଯାଇ ପାରୁଛେ।ପୁରା ଦୁନିଆର ଏ ପାର୍ଶ୍ଵରୁ ସେ ପାର୍ଶ୍ଵକୁ ଯିବା ପାଇଁ ଏବେ କିଛି ସମୟ ହିଁ ଲାଗୁଛି।ଉଡାଜାହାଜ ସହ ଆମର ଛୋଟ ବଡ଼ ବହୁତ୍ ଅନୁଭୂତି ଓ କ୍ଷଣଗୁଡ଼ିକ ଯୋଡ଼ି ହେଇ ରହିଥାଏ।

କିନ୍ତୁ କେବେ ଭାବିଛନ୍ତି କି ସେ ଉଡାଜାହାଜର ରଙ୍ଗ ଧଳା କାହିଁକି ହେଇଥାଏ ଅନ୍ୟ କୌଣସି ରଙ୍ଗର କାହିଁ ହେଇନଥାଏ।ଆପଣ ତ ଏତେ ଛୋଟ ଜିନିଷକୁ ଲକ୍ଷ୍ୟ ବି କରିନଥିବେ।ତେବେ ଏହା ପଛରେ କିନ୍ତୁ ଗୋଟେ ବୈଜ୍ଞାନିକ ଓ ଅଳ୍ପଖର୍ଚୀ କାରଣ ମଧ୍ୟ ରହିଛି।ତେବେ ଆସନ୍ତୁ ଜାଣିବା ସେ କାରଣଟି।

ତେବେ ଉଡାଜାହାଜକୁ ଧଳା ରଙ୍ଗ ଦବାର ସର୍ବପ୍ରଥମ କାରଣ ହେଉଛି,ଉତ୍ତାପରୁ ରକ୍ଷା କରିବା।ଆପଣମାନେ ଜାଣିଥିବେ ଉଡାଜାହାଜ ବହୁତ୍ ଉଚ୍ଚ ଆକାଶରେ ଉଡ଼ିଥାଏ ଓ ବିମାନ ବନ୍ଦରରେ ମଧ୍ୟ ଉଡାଜାହାଜ ପୁରା ସିଧା ସୂର୍ଯ୍ୟ କିରଣରେ ରହିଥାଏ।ତେବେ ସୂର୍ଯ୍ୟଙ୍କ ଦେହରୁ ବାହାରୁଥିବା ଇନ୍ଫ୍ରା ରେଡ୍ ରଶ୍ମି ଉଡାଜାହାଜର ତାପମାତ୍ରା ବଢ଼ାଇଥାଏ।ତେବେ ଆପଣ ଜାଣିଥିବେ ଧଳାରଙ୍ଗ ଆଲୋକକୁ ସର୍ବାଧିକ ପ୍ରତିଫଳିତ କରିଥାଏ।ତେଣୁ ଏଭଳି ପରିସ୍ଥିତିରେ ଧଳାରଙ୍ଗ ଅଧିକ ପ୍ରତିଶତ ସୂର୍ଯ୍ୟକିରଣକୁ ପ୍ରତିଫଳିତ କରି ଉଡାଜାହାଜକୁ ଅପେକ୍ଷାକୃତ କମ୍ ଗରମ ହେବାକୁ ଦେଇଥାଏ।

ତେବେ ଅନ୍ୟ ଏକ କାରଣ ହେଉଛି ଧଳା ରଙ୍ଗର ଉଡାଜାହାଜରେ ଯଦି କିଛି ବି ଛୋଟ ଛୋଟ ଚେପା ବା ଛୋଟ ଛୋଟ ଫାଟ ଖୁବ୍ ଭଲ ଭାବରେ ନଜର ଆସିଥାଏ।ତେବେ ଉଡାଜାହାଜ ନିରୀକ୍ଷଣ ସମୟରେ ଧଳାରଙ୍ଗ ହେଇଥିବା ଯୋଗୁଁ ନିରୀକ୍ଷଣକାରୀ ମାନଙ୍କୁ ଛୋଟ ଛୋଟ ତ୍ରୁଟିଗୁଡ଼ିକ ସହଜରେ ମିଳି ଯାଇଥାଏ।ଏହା ଦ୍ଵାରା ସମୟ ବଞ୍ଚିଥାଏ ଓ ନିରାପତ୍ତା ବଢ଼ିଥାଏ।

ତେବେ ଏହାର ଅନ୍ୟ ଏକ କାରଣ ହେଉଛି, ଧଳା ରଙ୍ଗଟି ଅଲଗା ସବୁ ରଙ୍ଗଠାରୁ ଅଧିକ ଦୃଷ୍ଟିଗୋଚରତା ହେଇଥାଏ, ଯାହା ଦ୍ଵାରା ଖୋଲା ଆକାଶରେ ଉଡାଜାହାଜକୁ ଦେଖିବା ସହଜ ହେଇଥାଏ।ଅନ୍ୟ କୌଣସି ରଙ୍ଗ ହେଇଥିଲେ ତାହା ଲୁଚି ଯାଇଥାଏ। ଏମିତି ରେ ଉଡାଜାହାଜ ଦୁର୍ଘଟଣା ହେବାର ଆଶଙ୍କା ଥାଏ।କିନ୍ତୁ ଧଳା ରଙ୍ଗର ହେବା ଦ୍ଵାରା ଏହା ଦୁର୍ଘଟଣାରୁ ରକ୍ଷା ପାଇଥାଏ।

ତେବେ ଅନ୍ୟ ଏକ କାରଣ ହେଉଛି ଧଳା ରଙ୍ଗର ଓଜନ ଅଲଗା ରଙ୍ଗର ଓଜନ ଅପେକ୍ଷା କମ୍ ହେଇଥାଏ।ଯାହା ଫଳରେ ଉଡାଜାହାଜକୁ ଧଳା ରଙ୍ଗ ଦେବା ଦ୍ଵାରା ଓଜନ ବିଶେଷ ବୃଦ୍ଧି ପାଇ ନଥାଏ।କିନ୍ତୁ ଅନ୍ୟ କୌଣସି ରଙ୍ଗ ଦେଇଥିଲେ ଏହାର ଓଜନ ଉପରେ ପ୍ରଭାବ ପଡିଥାଏ।

ତେବେ ଏହାର ଶେଷ କାରଣ ହେଉଛି ଖରାରେ ସବୁ ସମୟ ରହିବା ଦ୍ଵାରା ଅନ୍ୟ ରଙ୍ଗ ଗୁଡ଼ିକ ଛାଡିବାର ଓ ନଷ୍ଟ ହେବାର ସମ୍ଭାବନା ଥାଏ।କିନ୍ତୁ ଧଳା ରଙ୍ଗ ସହଜରେ ଛାଡ଼ିନଥାଏ କିମ୍ବା ନଷ୍ଟ ହେଇନଥାଏ।ଯାହାଦ୍ଵାରା ବାରମ୍ବାର ରଙ୍ଗ ଦେଇ ପଇସା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିନଥାଏ।

Leave a Reply

Your email address will not be published. Required fields are marked *