September 13, 2024

Odia Express

Here, There and Everywhere

ମାତ୍ର ୫ ମିନିଟରେ ଭୟଙ୍କର ଗ୍ୟାସ ଓ ଏସିଡ଼ିଟି ଗାୟବ ହେଇଯିବ – ଏହି ଉପାୟ ଠାରେ ଚେଷ୍ଟା କରିକି ଦେଖନ୍ତୁ..

1 min read

ବନ୍ଧୁମାନେ ଆପଣଙ୍କୁ ଅନେକ ସମୟରେ ଏମିତି ଲାଗୁଥାଏକି ଆପଣଙ୍କ ଛାତି ଭିତରେ ନିଆଁ ଲାଗି ଯାଇଛି, ପେଟ ଭିତରେ ନିଆଁ ଲାଗି ଯାଇଛି, ଦେହର ପ୍ରତି ଅଙ୍ଗ ଜଳି ଉଠୁଛି,ଏହା ଭୟଙ୍କର ଅମ୍ଲତାର ଲକ୍ଷଣ।ଏହାକୁ ସାଧାରଣତଃ ହାଇପର ଏସିଡିଟି କୁହାଯାଏ।ଏଥିରେ ଆପଣଙ୍କର ଗ୍ୟାସ୍ ଅସୁବିଧା ହୁଏ ।ପେଟରୁ ବାରମ୍ବାର ବହୁତ୍ ଶବ୍ଦ ଆସୁଥିବାର ଦେଖାଯାଏ।ତେବେ ଆମେ ଏଠାରେ ଏ ସବୁ ରୋଗ ପାଇଁ ଏକ ଏମିତି ଆୟର୍ବେଦିକ ଉପଚାର ଆଣିଛୁ ଯେଉଁଥିରେ ଆପଣଙ୍କୁ ଏହି ସବୁ ରୋଗରୁ ମୁକ୍ତି ପାଇ ପାରିବେ।

ଏବେ ଯଦି ଆପଣଙ୍କର ବହୁତ୍ ଥର ହେକୁଡ଼ି ଆସୁଛି ତାହା ମଧ୍ୟ ଠିକ୍ ହେଇ ପାରିବ।ଏବେର ସମୟରେ ସବୁବେଳେ ବାହାରର ତେଲ ମସଲା ଏବଂ ଅନ୍ୟ ଗରିଷ୍ଠ ଖାଦ୍ୟ ଖାଇ ଖାଇ ଆମର ହଜମ ପ୍ରକ୍ରିୟା ଧୀରେ ଧୀରେ ଦୁର୍ବଳ ହେଇଗଲାଣି।କିଛିଭି ଖାଇଲେ ହଜମ କରିବା କଷ୍ଟ ହେଉଛି।ସେଥିପାଇଁ ସକାଳେ ପେଟ ଭଲରେ ସଫା ବି ହଉ ନାହିଁ।ଯାହା ଦ୍ଵାରା ପୁରା ଦିନ ଯାକ କିଛି କାମରେ ମନ ଲାଗୁନାହିଁ।ଆପଣ ଲକ୍ଷ୍ୟ କରିଥିବେ ସକାଳୁ ପେଟ ସଫା ନହେଲେ ଦିନଟା ଭଲରେ ଯାଏ ନାହିଁ।ଦିନ ଯାକ ଆପଣଙ୍କ ମୁଣ୍ଡ ପେଟ ଚିନ୍ତାରେ ରୁହେ।ତେଣୁ ଆପଣ ପେଟର କୌଣସି ବି ସମସ୍ୟାକୁ ଟିକେ ବି ହେୟଜ୍ଞାନ କରନ୍ତୁ ନାହିଁ।କାରଣ ଏହି ଅମ୍ଲତା ଆଗକୁ ଯାଇକି ଆପଣଙ୍କୁ ବାତ ରୋଗ ଦେଇଥାଏ।ଆପଣଙ୍କ ହାତ, ଗୋଡ଼, କାନ୍ଧ, ଅଣ୍ଟା ଓ ଶରୀରର ସବୁ ଅଙ୍ଗ ଦରଜ ଲାଗେ।ଖାଲି ସେତିକି ନୁହେଁ ଯଦି ଆପଣ ଏହାର ସମୟ ଥାଇ ଚିକିତ୍ସା ନ କଲେ ତେବେ ଆହୁରି ଅନେକ ରୋଗ ଦେଇଥାଏ।

ତେଣୁ ଯଦି ଆପଣଙ୍କର ଅମ୍ଳତା ଅଛି ତେବେ ଏହାର ଚିକିତ୍ସା କରିବା ନିହାତି ଆବଶ୍ୟକ।କିନ୍ତୁ ଯଦି ଆପଣ ବଜାରରୁ କିଛି ଔଷଧି କିଣି ଖାଉଛନ୍ତି ତେବେ ତାହା କେବଳ ସ୍ୱଳ୍ପକାଳ ପାଇଁ କାମ ଦେଇଥାଏ।ଥରେ ଭଲ ହେଇଯାଏ ପୁଣି ଅଳ୍ପ ଦିନ ପରେ ଆଉ ଥରେ ମାଡିବସେ।କିନ୍ତୁ ଆଜି ଏଠାରେ ଆପଣ ୨ଟି ଘରୋଇ ଆୟୁର୍ବେଦିକ୍ ଉପଚାର ଜଣାଉଛୁ ଯାହା ଦ୍ଵାରା ୨ ଦିନ ମଧ୍ୟରେ ଏ ସବୁ ରୋଗ ଦୁରେଇ ଯାଇଥାଏ।

ତେବେ ପ୍ରଥମେ ଆପଣ ନିଅନ୍ତୁ ଅଧା ଚାମଚ୍ ଗୋଟା ଜିରା। ବନ୍ଧୁମାନେ ଜିରା ଆମ ଦେହ ପାଇଁ ବହୁତ୍ ଉପକାରୀ ହୋଇଥାଏ।ଏହା ଖାଇକି ଲୋକ ପତଳା ମଧ୍ୟ ହେଇ ଯାଆନ୍ତି।ଏହାର ଅନେକ ଔଷଧୀୟ ଗୁଣ ଅଛି।ତେବେ ଜିରା ନେଇକି ଆପଣ ଏହାକୁ ଚୋବାନ୍ତୁ।ଭଲରେ ଚୋବାଇ କରି ଢ଼ୋକି ଦିଅନ୍ତୁ। ଢ଼ୋକିବାର ୫-୧୦ ମିନିଟ୍ ପରେ ହାଲକା ଗରମ ପାଣି ପିଅନ୍ତୁ।ଏହାକଲେ ଆପଣଙ୍କ ଗ୍ୟାସ୍ ଅସୁବିଧା କମି ଯାଇଥାଏ।

ତେବେ ଦ୍ଵିତୀୟ ଉପାୟରେ ଆପଣ ନିଅନ୍ତୁ, ପାନମଧୁରୀ ଏବଂ ଗୁଡ଼।ପାନମଧୁରୀ ଆମ ପାଚନ ଶକ୍ତିକୁ ବହୁତ୍ ବଢାଇ ଦେଇଥାଏ।ଗୁଡ଼ ଖାଇବା ଦ୍ବାରା ଆମ ହାଡ଼ ମଜବୁତ୍ ରହିଥାଏ।ଆପଣଙ୍କର ଯଦି ହାଡ଼ ଦରଜ ଥାଏ ଗୁଡ଼ ଖାଇବା ଦ୍ବାରା ତାହା କମି ଯାଇଥାଏ।ତେବେ ଖାଇବାର ଅଳ୍ପ ସମୟ ପରେ ଆପଣ ଅଳ୍ପ ପାନମଧୁରୀ ସହ ଅଳ୍ପ ଗୁଡ଼ ମିଶାଇ ଖାଇ ଦିଅନ୍ତୁ ଆପଣଙ୍କର ଖାଇବା ଆରାମରେ ହଜମ ହେଇଯିବ, ଖାଲି ଏତିକି ନୁହଁ ଅଳ୍ପଦିନରେ ଆପଣଙ୍କ ଦେହରେ ମଧ୍ୟ ଲାଗିବ।

Leave a Reply

Your email address will not be published. Required fields are marked *