March 20, 2025

Odia Express

Here, There and Everywhere

ଚୁଟି ଝଡ଼ିବା ସମସ୍ୟାକୁ କିପରି ଦୂର କରିବାର ଘରୋଇ ଉପାୟ – ଘରେ ବସି ବସି ଆଜି ଉପାୟ ଜାଣିରଖନ୍ତୁ..

1 min read

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଚୁଟି ଜନିତ ଅନେକ ସମସ୍ୟାର ଉପଚାର ପାଇଁ ଘରୋଇ ଉପଚାର ବିଷୟରେ ଜାଣିବା।ଆଜିକାଲିର ଦୌଡା ଧପୁଡ଼ା ଜୀବନରେ ଲୋକମାନେ ନିଜ ଚୁଟିର ଯତ୍ନ ନେଇପାରୁ ନାହାନ୍ତି।ଆଜିର ସମୟରେ ଚୁଟି ଉପୁଡିବା ଏକ ସାଧାରଣ ସମସ୍ୟା ହୋଇଗଲାଣି।ଏହା କାହାକୁ ଏବଂ ଯେକୌଣସି ବୟସରେ ହୋଇଯାଇପାରେ।ଆଜି ଆମେ ଏକ ଏପରି ଘରୋଇ ଉପଚାର ବିଷୟରେ ଜାଣିବା ଯାହାଦ୍ୱାରା ଚୁଟି ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା।

ପିଆଜରେ ଅନେକ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଥାଏ।ଯାହାର ରସକୁ ଛୁଟିରେ ଲଗାଇବାଦ୍ୱାରା ଚୁଟି ଝଡ଼ିବା, ରୁପି ହେବା ଏବଂ ଅନେକ ସଂକ୍ରମଣକୁ ଦୂର କରାଯାଇପାରିବ।ପିଆଜରେ ଥିବା ସଲଫର ଚୁଟିର ଜଡକୁ ପୋଷଣ ଦେଇଥାଏ।ଯାହାଦ୍ୱାରା ଚୁଟିର ବିକାଶରେ ମଧ୍ୟ ସାହାଯ୍ୟ ମିଳିଥାଏ।ପିଆଜ ରସ ଦ୍ୱାରା ଚୁଟି ଝଡ଼ିବା କମ ହେବା ସଙ୍ଗେସଙ୍ଗେ ଚୁଟି ମଜବୁତ ମଧ୍ୟ ହୋଇଥାଏ।ଆଜିର ଏହି ଆର୍ଟିକିଲରେ ଆମେ ପିଆଜର କିଛି ସହଜ ଘରୋଇ ଉପାୟ ବିଷୟରେ ଜାଣିବା।ଏବଂ ଏହା ଆପଣଙ୍କ ଚୁଟିପାଇଁ ବହୁତ ଲାଭଦାୟୀ ହୋଇପାରେ।

ପିଆଜ ଏବଂ ହାଲ୍କା ଉଷୁମ ପାଣିର ପ୍ରୟୋଗ:- ପିଆଜ ରସରେ ହାଲ୍କା ଉଷୁମ ପାଣି ମିଶାଇ ଚୁଟିରେ ଲଗାଇବାଦ୍ୱାରା ଆପଣଙ୍କ ଚୁଟି ମଜବୁତ ଏବଂ ଘନ ହୋଇଥାଏ।ଏହା ତିଆରି କରିବା ପାଇଁ ୪ ଚାମଚ ପିଆଜ ରସରେ ୬ ଚାମଚ ହାଲ୍କା ଉଷୁମ ପାଣିରେ ମିଶାଇ ଏହାର ପେଷ୍ଟ ତିଆରି କରନ୍ତୁ।ଏବଂ ଏହାପରେ ତୁଳା ସାହାଯ୍ୟରେ ନିଜ ମୁଣ୍ଡରେ ଲଗାନ୍ତୁ।ଏହି ଉପାୟ ଦ୍ୱାରା ଆପଣଙ୍କ ଚୁଟି ଝଡ଼ିବା କମ ହେବା ସଙ୍ଗେ ସଙ୍ଗେ ଆପଣଙ୍କ ଚୁଟି ମଜବୁତ ଏବଂ ଘନ ମଧ୍ୟ ହୋଇଥାଏ।

ପିଆଜ ରସ ଏବଂ ମହୁର ପ୍ରୟୋଗ:- ଯଦି ଆପଣ ଚୁଟିର ଝଡ଼ିବା ଏବଂ ରୁପିର ସମସ୍ୟାରେ ପ୍ରଭାବିତ ଅଛନ୍ତି ତେବେ ପିଆଜ ରସରେ ମହୁ ମିଶାଇ ଆପଣଙ୍କ ଚୁଟିରେ ଲଗାନ୍ତୁ।ଏହାଦ୍ୱାରା ଆପଣଙ୍କୁ ଉପକାର ମିଳିବ।ଏହାସହିତ ଏହା ଚୁଟିର ଲମ୍ବା ଏବଂ ଘନ ହେବାରେ ମଧ୍ୟ ସାହାଯ୍ୟ କରିଥାଏ।ଆପଣ ଏହା ତିଆରି କରିବା ପାଇଁ ଏକ ପାତ୍ରରେ ୪ ଚାମଚ ପିଆଜ ରସ ଏବଂ ଏକ ଚାମଚ ମହୁ ମିଶାଇ ଅଧଘଣ୍ଟା ପର୍ଯ୍ୟନ୍ତ ଛାଡିଦିଅନ୍ତୁ।ଏହାପରେ ଏହାକୁ ଭଲଭାବରେ ନିଜ ଚୁଟିରେ ଲଗାନ୍ତୁ ଏବଂ ଏହାପରେ ଆପଣ ଚୁଟିକୁ ପାଣିରେ ଧୋଇଦିଅନ୍ତୁ।

ପିଆଜ ଏବଂ ଲେମ୍ୱୁର ମିଶ୍ରଣ:- ପିଆଜ ଏବଂ ଲେମ୍ବୁ ରସର ମିଶ୍ରଣ ଚୁଟିର ଗ୍ରୋଥ ସଙ୍ଗେ ସଙ୍ଗେ ରୁପିର ଚିକିତ୍ସାରେ ମଧ୍ୟ ସାହାଯ୍ୟ କରିଥାଏ।ଏହାକୁ ପ୍ରସ୍ତୁତ କରିବାପାଇଁ ଆପଣ ଏକ ପାତ୍ର ନିଅନ୍ତୁ ଏବଂ ସେଥିରେ ୬ ଚାମଚ ପିଆଜ ରସ ସହିତ ଦୁଇ ଚାମଚ ଲେମ୍ବୁ ରସ ମିଶାନ୍ତୁ।ଏହାପରେ ଏହି ପେଷ୍ଟକୁ ତୁଳା ସାହାଯ୍ୟରେ ହାଲ୍କା ହାତରେ ଲଗାନ୍ତୁ।ଲେମ୍ବୁର ରସ ରୁପି ସଫା କରିବା ସଙ୍ଗେସଙ୍ଗେ ଚୁଟି ଝଡ଼ିବାକୁ ରୋକିବାରେ ମଧ୍ୟ ସାହାଯ୍ୟ କରିଥାଏ।

ପିଆଜ ଏବଂ ଅଣ୍ଡାର ବ୍ୟବହାର:- ଅଣ୍ଡା ଚୁଟିପାଇଁ ବହୁତ ଲାଭଦାୟୀ ହୋଇଥାଏ।ଚାରି ଚାମଚ ପିଆଜ ରସରେ ଏକ ଅଣ୍ଡା ନେଇ ତାହାର ଧଳା ଭାଗକୁ ମିଶାଇ ନିଜ ଚୁଟିରେ ୧୫ରୁ ୨୦ ମିନିଟ ଲଗାଇ ଛାଡିଦିଅନ୍ତୁ।ଏହାପରେ ନିଜ ଚୁଟିକୁ ସାମ୍ପୁରେ ଧୋଇଦିଅନ୍ତୁ।ଏହା ଆପଣଙ୍କ ଚୁଟି ପାଇଁ ବହୁତ ଲାଭଦାୟୀ ହୋଇଥାଏ।

ପିଆଜ ଏବଂ ବାଦାମ ଟେଲର ମିଶ୍ରଣ:- ବାଦାମ ତେଲରେ ଏପରି ତତ୍ୱ ମିଳିଥାଏ ଯାହା ଚୁଟି ଝଡ଼ିବାର ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ।ଏଥିପାଇଁ ଏକ ପାତ୍ରରେ ଦୁଇ ଚାମଚ ବାଦାମର ତେଲ ଏବଂ ଚାରି ଚାମଚ ପିଆଜ ରସ ନିଅନ୍ତୁ।ଏବଂ ଏହାର ପେଷ୍ଟକୁ ଭଲ ଭାବରେ ନିଜ ଚୁଟିରେ ଲଗାନ୍ତୁ।ଏହାଦ୍ଵାରା ଆପଣଙ୍କ ଚୁଟିର ସମସ୍ୟା ଦୂର ହେବାରେ ଲାଗିଥାଏ।ଏହାଦ୍ବାରା ଆପଣଙ୍କ ଚୁଟି ଘନ, ନରମ ଏବଂ ଚମଦାର ମଧ୍ୟ ହୋଇଥାଏ।

Leave a Reply

Your email address will not be published. Required fields are marked *