November 15, 2024

Odia Express

Here, There and Everywhere

ପୁଣି ଓଲିଉଡ଼ ରେ ହେଲା ଆଉ ଗୋଟିଏ ବିବାହ ବିଛେଦ – ବବି ମିଶ୍ର ଓ କୋଏଲ ବାନାର୍ଜୀ ଙ୍କ ପ୍ରେମ କାହାଣୀ ରହିଲା ଅଧାରେ -ତିଷ୍ଠି ପାରିଲା ନାହିଁ ପ୍ରେମ – ଜାଣିରଖନ୍ତୁ କଣ କହିଲେ କୋଏଲ…

1 min read

ବର୍ତମାନ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ଯେପରି ଖରାପ ସମୟ ଚାଲିଛି କହିଲେ ଭୁଲ ହେବ ନାହିଁ | ଯେପରି ଭାବେ ଓଡ଼ିଆ ଫିଲ୍ମ ବର୍ତମାନ ତଳ ପାଟଣା ହେବାରେ ଲାଗିଛି ସେହି ସମୟରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି କୁ ଗୋଟିଏ ଗୋଟିଏ ଅପବାଦ ମଧ୍ୟ ମାଡି ଆସୁଛି | ସାଧାରଣରେ  ଏ ନେଇ ଖୁବ ଅସନ୍ତୋଷ ପ୍ରକାଶ କରିବାରେ ଲାଗିଛି |ତେବେ ପୂର୍ବରୁ ବଲିଉଡ ରେ ବିବାହ ବିଛେଦ ନେଇ ଖୁବ ଚର୍ଚା ହେଉଥିଲା ଓ ଅନେକ ଗୁଡିଏ କଳାକାର ବାହାଘରେ ପରେ ମଧ୍ୟ ଛାଡପତ୍ର ନେଇ ବିଛେଦ ହେବାର ଉଦାହରଣ ଦେଖିବା ପାଇଁ ମିଳିଛି |ତେବେ ବର୍ତମାନ ଏହି ଛାଡପତ୍ର ରୋଗ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି କୁ ଖୁବ ଜୋର ରେ ମାଡିବାରେ ଲାଗିଛି |ତେବେ ଏ ସବୁ ଆମ ଓଡ଼ିଆ ସଂସ୍କୁତି ଓ ଓଡ଼ିଆ ଲୋକଙ୍କ ମନରେ ଥିବା ଭାବନା କୁ ନିଶ୍ଚୟ କଠୋର ଆଘାତ ଦେଉଛି

ତେବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ନିଜ ନିଜ ଭିତରେ ବିବାହ କରିଥିଲେ ମଧ୍ୟ ବର୍ତମାନ ବିବାହ କରୁଥିବା ଓଲିଉଡ଼ ର କିଛି କଳାକାର ବର୍ତମାନ ଓଡ଼ିଆ ଫିଲ୍ମ କୁ ଯେପରି ଏକ ପ୍ରକାର ବଦନାମ କରୁଛନ୍ତି କହିଲେ ଭୁଲ ହେବ ନାହିଁ |ତେବେ କିଛିଦିନ ହେବ ଅନୁଭବ ଓ ବର୍ଷା ଙ୍କ ବିବାହ ବିଛେଦ ନେଇ ଖୁବ ଜୋର ରେ ଚର୍ଚା ହେଇଥିଲା ଓ କଥା ଯାଇ ହାଟ ରେ ପଡି ଦାଣ୍ଡ ରେ ଗଡିଥିଲା ଓ ଘର କଳି ସାରା ଓଡ଼ିଆ ଲୋକ ଜାଣିଲେ ଓ ଏବେ ତାଙ୍କ ଛାଡପତ୍ର ପାଇଁ କୋର୍ଟ ରେ କେଶ ଚାଲିଛି ଯାହାକୁ ନେଇ ଉଭୟ ବର୍ଷା ଓ ଅନୁଭବ ଙ୍କ ପ୍ରଶଂସକ ମାନେ ନିଜ ନିଜ ଭିତରେ ମଧ୍ୟ କଥା କଟାକଟି ହେଉଛନ୍ତି

ତେବେ ଏହାକୁ ଦେଖିବା ପରେ ଅନେକ ଲୋକ ଏକଥା କହୁଥିଲେ ଯେ ଫିଲ୍ମ ର ହିରୋ ହେରୋଇନ ଙ୍କ ବିବାହ ବେଶୀ ଦିନର ନୁହଁ |ତେବେ ଆପଣଙ୍କୁ କହିରଖୁ ଯେ ଅନୁଭବ ଓ ବର୍ଷା ପ୍ରେମ ବିବାହ କରିଥିଲେ କିନ୍ତୁ ବର୍ତମାନ ଛାଡପତ୍ର ନେବା ପାଇଁ କୋର୍ଟ ରେ ମାମଲା ଚାଲିଛି |ତେବେ ଏହି ସମୟରେ ଆଉ ଗୋଟିଏ ଏଭଳି ଘଟଣା ଆମେ କହିବା ପାଇଁ ଯାଉଛୁ ଯେ ଯାହା ଶୁଣିଲେ ଆପଣ ମଧ୍ୟ ଓଲିଉଡ଼ ଇଣ୍ଡଷ୍ଟ୍ରି ର ବିବାହ କୁ ନେଇ ପ୍ରଶ୍ନ କରିବେ ନିଶ୍ଚୟ | ଆଜ୍ଞା ହଁ ଆମେ ଆଉ ଗୋଟିଏ ଓଲିଉଡ଼ ଯୋଡିର ପ୍ରେମ ବିଛେଦ ନେଇ ଆଜି ଆପଣଙ୍କୁ କହିବୁ

ଆମେ ଆଜି କହିବା ପାଇଁ ଯାଉଛୁ ଓଡ଼ିଆ ଫିଲ୍ମ ର ଓ ଆଲବମ ର ଏକସମୟରେ ବାଦଶାହ କୁହାଯାଉଥିବା ବବି ମିଶ୍ର ଓ କୋଏଲ ବାନାର୍ଜୀ ଙ୍କ ବିଷୟରେ | କିଛି ଦିନ ତଳେ ଏମାନଙ୍କ ବିବାହ ବିଛେଦ ହେଇ ସାରିଛି ଓ ସେମାନେ ଛାଡପତ୍ର ନେଇ ବର୍ତମାନ ଅଲଗା ରହୁଛନ୍ତି ଓ ଏ କଥା ନିଜେ କୋଏଲ କହିଛନ୍ତି ତାଙ୍କ ସୋସିଆଲ ମିଡ଼ିଆ instagram ପେଜ ରେ | ସେ କହିଛନ୍ତି ଯେ ତାଙ୍କ ବିବାହ ବେଶୀ ଦିନ ତିଷ୍ଠି ପାରିଲା ନାହିଁ ଓ ସେ ଓ ବବି ଏବେ ଅଲଗା ରହୁଛନ୍ତି |ସେ ଏବେ କଲିକତା ରେ ରହୁଛନ୍ତି | ୨୦୧୮ ମସିହା ରୁ ସେମାନେ ଅଲଗା ରହୁଛନ୍ତି ଓ କିଛିଦିନ ହେବ ସେ ଓଡ଼ିଆ ର ଏକ ସିରିୟଲ କରିବା ପାଇଁ ଆସିଥିଲେ ମଧ୍ୟ ସେତେବେଳେ ଦୁହେଁ ଅଲଗା ରହୁଥିବା କହିଛନ୍ତି ନିଜେ କୋଏଲ ବାନାର୍ଜୀ |ତେବେ ସେ ଏକଥା ମଧ୍ୟ କହିଛନ୍ତି ଯେ ସେ ଏବେ ଆଇନ ଅନୁସାରେ ଅଲଗା ରହୁଛନ୍ତି |

ଏହାପରେ କୋଏଲ କହିଛନ୍ତି ଯେ ଓଡ଼ିଆ ଲୋକମନେ ମୋତେ ବହୁତ ସାରା ଭଲ ପାଇବା ଦେଇଥିଲେ ସେଥି ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି |ତେବେ ସେ ଏବେ ସ୍ଥାୟୀ ଭାବେ କଲିକତା ରେ ରହୁଛନ୍ତି ଓ ପୂର୍ବ ବର୍ଷ ଲକଡାଉନ୍ ପୂର୍ବରୁ ସେ କଲିକତା ଫେରି ଯାଇଛନ୍ତି ଓ ଏବେ ନିଜ ଘରେ ରହୁଛନ୍ତି ବୋଲି ସେ ଜଣେଇଛନ୍ତି |ତେବେ ସେ ବର୍ତମାନ ବଙ୍ଗାଳି ସିରିଏଲ କରୁଛନ୍ତି ବୋଲି ମଧ୍ୟ କହିଛନ୍ତି

ତେବେ ଏଠାରେ କହିରଖୁ ଯେ କୋଏଲ ଓ ବବି ଙ୍କ ମଧ୍ୟରେ ମଧ୍ୟ ପ୍ରେମ ବିବାହ ହେଇଥିଲା ଓ ଏକ ସାକ୍ଷାତକାର ରେ ବବି ଓ କୋଏଲ କହିଥିଲେ ଯେ ବବି ଅନେକ ଚେଷ୍ଟା କରି ଓ ଅନେକ ସମୟ ଧରି ଏକତରଫା ପ୍ରେମ କରୁଥିଲେ କୋଏଲ ଙ୍କୁ | ଉଭୟ ଙ୍କ ଦେଖା ହେଇଥିଲେ ଗୋଟିଏ ଫିଲ୍ମ ମାଧ୍ୟମରେ |ଏହାପରେ ଅନେକ ବାଧାବିଘ୍ନ ପରେ ଅନେକ ଚେଷ୍ଟା ପରେ ବବି ଙ୍କ କଥା ରେ ହଁ ମାରିଥିଲେ କୋଏଲ |ତେବେ ସେ ସମୟରେ ଅନେକ ଚେଷ୍ଟା କରି ଓ ପ୍ରେମ ବିବାହ କରି ମଧ୍ୟ ବିଛେଦ ହେଇଥିବା କଥା ସ୍ପଷ୍ଟ କରିଛନ୍ତି ନିଜେ କୋଏଲ ବାନାର୍ଜୀ

ତେବେ ବର୍ତମାନ ଏଭଳି ଓଲିଉଡ଼ ଫିଲ୍ମ ଜଗତରେ ଗୋଟିଏ ପରେ ଗୋଟିଏ ପ୍ରେମ ବିଛେଦ କୁ ପ୍ରଶଂସକ ମାନେ ସହଜ ରେ ଗ୍ରହଣ କରି ପାରୁ ନାହାନ୍ତି |ପ୍ରେମ ବିବାହ ହେଲେ ମଧ୍ୟ ପରବର୍ତୀ ସମୟରେ ବିଛେଦ ହେଉଥିବା କଥା ଧୀରେ ଧୀରେ ଅଧିକ ମାତ୍ର ରେ ସାମ୍ନା କୁ ଆସୁଛି |ଯାହାକି ଲୋକ କହୁଛନ୍ତି ଫିଲ୍ମ ଜଗତର ବାହାଘର ବେଶୀ ଦିନର ନୁହଁ ଓ କିଛି ମାତ୍ର ରେ ଏହା ସତ୍ୟ ମଧ୍ୟ ହେଉଛି |ତେବେ କେବଳ ଫିଲ୍ମ ଇଣ୍ଡଷ୍ଟ୍ରି କଥା ନୁହଁ କିଛି ଦିନ ତଳେ ଏପରି କିଛି ନାମୀ ଓଡ଼ିଆ ସିରିୟଲ ହେରୋଇନ ଙ୍କ ନିର୍ବନ୍ଧ ସରିଥିଲେ ମଧ୍ୟ ପରବର୍ତୀ ସମୟରେ ସେମାନେ ଅଲଗା ହେଇଥିବା ର ନଜିର ସାମ୍ନାକୁ ଆସିବାରେ ଲାଗିଛି | ତେବେ ଏଠି ପାଇଁ ଆପଣଙ୍କ ମତ କଣ ? ସତରେ କଣ ଓଡ଼ିଆ ଫିଲ୍ମ ର କିଛି କଳାକାର ଙ୍କ ପାଇଁ ବଦନାମ ହେଉଛି ଓଡ଼ିଆ ଫିଲ୍ମ ଜଗତ ? ଉତ୍ତର ଆପଣଙ୍କ ପାଖେ କମେନ୍ଟ କରି ନିଶ୍ଚୟ ଜଣେଇବେ

Leave a Reply

Your email address will not be published. Required fields are marked *