ଖାସ ସର୍ଦ୍ଦି ଠାରୁ ଗୋଟିଏ ଥରରେ ରକ୍ଷା ପାଆନ୍ତୁ ଏହି ରାମବାଣ ଉପାୟ ଦ୍ଵାରା – ନିଶ୍ଚୟ ଜାଣିରଖନ୍ତୁ କଣ କରିବା ଦରକାର..
ସାଙ୍ଗମାନେ ଏବେ ଭାରତରେ କୋଭିଡ ମହାମାରୀ ଯେପରି ରୂପ ନେଇଛି ଆପଣଙ୍କୁ ସାମାନ୍ୟ ଥଣ୍ଡା ଜ୍ବର ହେଲେ ମଧ୍ୟ ଆପଣ ଡରି ଯାଉଛନ୍ତି।କିନ୍ତୁ ଏଥିରେ ଡରିବାର କୌଣସି କଥା ନାହିଁ।ଆପଣଙ୍କର ମୌସୁମୀ ବଦଳିବା କାରଣରୁ ଥଣ୍ଡା ଜ୍ଵର ସର୍ଦ୍ଦି ଆଦି ରୋଗ ଦେଖା ଦେଇଥାଏ।ଆଜି ମୁଁ ଆପଣ ମାନଙ୍କୁ ଏକ ଘରୋଇ ଉପଚାର କହିବି ଯାହାଦ୍ଵାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ।ଏହା ସମ୍ପୂର୍ଣ୍ଣ ଘରୋଇ ଉପାୟ ଅଟେ ଓ ଏହାର କୌଣସି ପାର୍ଶ୍ଵପ୍ରତିକ୍ରିୟା ନାହିଁ।
ସାଙ୍ଗମାନେ ଆପଣ ପ୍ରଥମେ ନେବେ ମହୁ ଓ ତା ସାଥିରେ କିଛି ଅଦା ଖଣ୍ଡ।ଆପଣ ଅଦାର ସମ୍ପୂର୍ଣ୍ଣ ଚୋପା ଛଡ଼ାଇ ଦେବେ।ଅଳ୍ପ ହଳଦୀ ଓ ଅଳ୍ପ କଳା ଲୁଣ।ଏହାପରେ ଆପଣଙ୍କର ଦରକାର ହେବ ଲବଙ୍ଗ।ଆପଣ ଧ୍ୟାନ ରଖିବେ ଯେ ଲବଙ୍ଗରେ ଫୁଲ ରହିବା ନିହାତି ଆବଶ୍ୟକ।ଆପଣ ଆଠଟି ରୁ ଦଶଟି ଲବଙ୍ଗ ନେବେ।ଏହାପରେ ଆପଣ ନେବେ ଗୋଲମରିଚ।ଏହି ସବୁ ଜିନିଷ ଆପଣଙ୍କୁ ଆପଣଙ୍କ ରୋଷେଇଘରେ ଅତି ସହଜରେ ମିଳିଯିବ।
ଆପଣ ଗୋଲମରିଚ ଓ ଲବଙ୍ଗକୁ ଏକ ପାତ୍ରରେ ଗରମ କରିଦିଅନ୍ତୁ।ଏହି ଦୁଇଟି ଜିନିଷ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବ।ଏହା ଭଲ ଭାବେ ଗରମ ହେବା ପରେ ହେମଦସ୍ତା ସାହାଯ୍ୟରେ ଏହାକୁ କୁଟି ପାଉଡର କରିଦିଅନ୍ତୁ।ଆପଣ ଚାହିଁଲେ ଲବଙ୍ଗ ଓ ଗୋଲମରିଚର ପାଉଡରକୁ ଆଗୁଆ ମଧ୍ୟ ପ୍ରସ୍ତୁତ କରି ରଖିପାରିବେ।ଏହାକୁ ୧ ରୁ ଆରମ୍ଭ କରି ଯୁବକ ବୁଢ଼ା ସମସ୍ତେ ପ୍ରୟୋଗ କରିପାରିବେ।
ଏହାପରେ ଆପଣ ଅଦାକୁ ନେଇ ଗ୍ୟାସରେ ଗରମ କରନ୍ତୁ।ଧ୍ୟାନ ରଖିବେ ଅଦାର ସମ୍ପୂର୍ଣ୍ଣ ଚୋପା ଛଡ଼ାଇ ଦେବେ।ଆପଣ ଅଦାକୁ ଗରମ କରିସାରିବା ପରେ ଏହାକୁ ଗ୍ରେଟ କରିଦେବେ।ଆପଣ ଏକ ପାତ୍ର ଉପରେ କପଡା ଗୁଡ଼ାଇ ଅଦାକୁ ଚିପୁଡି ଦେବେ।ଏହାର ସମ୍ପୂର୍ଣ୍ଣ ରସ ଆପଣଙ୍କର ପାତ୍ରରେ ଭରିଯିବ।ଏହାପରେ ଆପଣ ନେବେ ମହୁ ଯାହାକି ଏକ ଚାମଚ ରୁ ଦୁଇ ଚାମଚ ଭିତରେ ରହିବା ଆବଶ୍ୟକ।ଆପଣ ଛୋଟ ପିଲାକୁ ଦେଲେ ମହୁର ମାତ୍ରା ଟିକେ ଅଧିକ ରଖିବେ।
ଯଦି ଆପଣ ଛୋଟ ପିଲାକୁ ଦେବେ ତ ଏକ ଚାମଚ ମାତ୍ରାରେ ସେହି ପାଉଡର ନେବେ।ଏଥିରୁ ଏକ ଚିମୁତାଏ ପାଉଡର ମହୁ ସହିତ ମିଶାଇ ପିଲାକୁ ଦେବେ।କିନ୍ତୁ ଆପଣ ଯଦି ବଡ଼ ବ୍ୟକ୍ତିକୁ ଦେବେ ତ ଏକ ଚାମଚ ପାଉଡରରେ ମହୁ ମିଶାଇ ଦେବେ।ଏହାପରେ ଅଦା ରସକୁ ତା ସହିତ ମିଶାଇ ଦେବେ।ଅଳ୍ପ ପରିମାଣରେ କଳା ଲୁଣ ଓ ଟିକେ ହଳଦୀ ମଧ୍ୟ ମିଶାଇ ଦେବେ।ଏହାକୁ ପୁରା ମିଶାଇ ଦେବେ।ଯଦି ଆପଣ ଏହାକୁ ଦିନରେ ଥରେ ନେବେ ତ ଆପଣଙ୍କର ସମସ୍ତ ସମସ୍ୟା ଦୂରେଇ ଯିବ।