ବାଛନ୍ତୁ ନିଜ ସାଙ୍ଗ ମାନଙ୍କ ରାଶି ଏବଂ ଜାଣନ୍ତୁ ତାଙ୍କ ବିଷୟରେ ଆଶ୍ଚର୍ଯ୍ୟ କରିଲା ଭଳି ତଥ୍ୟ..
1 min readକଣ ଆପଣବି ନିଜ କୋୖଣସି ବନ୍ଧୁ ବିଷୟରେ ଆଶ୍ଚର୍ଯ୍ୟ କରିଲା ଭଳି କିଛି ତଥ୍ୟ ଜାଣିବାକୁ ଚାହୁଁଛନ୍ତି ତ ଚାଲନ୍ତୁ ଜାଣିବା ରାଶି ଅନୁସାରେ ସେ ଆପଣଙ୍କ ଠାରୁ କଣ ଲୁଚାଉଛନ୍ତି।
୧.ମେଷ ରାଶି-ଏହି ରାଶିର ବ୍ୟକ୍ତିଙ୍କ କହୁଣିର ଆଖପାଖରେ କିଛି ଚିହ୍ନ ଥାଏ ଅଥବା ଛୁରୀରେ ଦାଗ ଲାଗିଥାଏ।ଏହା ଏଥିପାଇଁ ହୋଇଥାଏ କି ଏହି ରାଶି ଥିବା ବ୍ୟକ୍ତିବିଶେଷ ଦୁର୍ଘଟଣା ପାଇଁ ସବୁଠୁ ଦୁର୍ବଳ ହୋଇଥାନ୍ତି।ଏମାନଙ୍କ ମଧ୍ୟରେ ଉର୍ଜାର କୌଣସି କମି ନଥାଏ।ସେଥିପାଇଁ ବେଳେବେଳେ ଏହାକୁ ସମ୍ଭାଳି ନପାରି ଏମାନେ ନିଜକୁ କ୍ଷତି ପହଞ୍ଚାଇଥାନ୍ତି।
୨.ବୃଷ ରାଶି-ଏମାନେ ନିଜର ଯତ୍ନ ନେବାରେ ନିପୁଣ ହୋଇଥାନ୍ତି।ଏମାନେ ସମ୍ବେଦନଶୀଳ ଏବଂ ଅଧିକ କଥା କହିବା ଅପେକ୍ଷା ଅନ୍ୟ ଉପରେ ନଜର ରଖିବାକୁ ପସନ୍ଦ କରିଥାନ୍ତି।ଏମାନଙ୍କ ପାଖରେ ପଇସା ଆରାମସେ ଆସିଯାଇଥାଏ କାରଣ ଏମାନେ ନିଜ ମୁଣ୍ଡର ୧୦୦ ପ୍ରତିଶତ ବ୍ୟବହାର କରିଥାନ୍ତି।
୩.ମିଥୁନ ରାଶି-ଏମାନେ ଶାନ୍ତ ସ୍ୱଭାବର ଦେଖାଯାଆନ୍ତି କିନ୍ତୁ ସବୁ ସମୟରେ ଏମାନଙ୍କ ମନରେ କିଛିନା କିଛି ଚାଲୁଥାଏ।ଏମାନେ ଆପଣଙ୍କ ଭଲ ସାଙ୍ଗ ହେଲା ଭଳି ବ୍ୟବହାର କରିଥାନ୍ତି।ଦୁଇ ସ୍ଵଭାଵ ରାଶି ହୋଇଥିବା ଯୋଗୁଁ ଏମାନଙ୍କ ଠାରେ ମଧ୍ୟ ଦୁଇ ସ୍ଵଭାଵ ଦେଖା ଯାଇଥାଏ।ଗୋଟେ ପଟରୁ ଏମାନେ ଆପଣଙ୍କୁ ସହଯୋଗପୂର୍ଣ ଏବଂ ସମସ୍ତଙ୍କ ସହ ମିଳାମିଶି କରି ରହିଲା ଭଳି ଲାଗିବେ କିନ୍ତୁ ଅନ୍ୟପଟେ ନିଜସାଙ୍ଗମାନଙ୍କ ଉପରେ ହୁକୁମ ଚଳେଇବାରେବି ପଛାନ୍ତି ନାହିଁ।
୪.କର୍କଟ ରାଶି-ଏମାନେ ବୁଦ୍ଧିମାନ ହୋଇଥାନ୍ତି।ଏମାନେ ନିଜ ସାଙ୍ଗର ଆବଶ୍ୟକତା ପ୍ରତି ବହୁତ ସମ୍ବେଦନଶୀଳ ହୋଇଥାନ୍ତି।ଶାନ୍ତ ଦେଖାହେଉଥିବା ଏହି ଲୋକ ଯଦି କାହା ସହ ଶତ୍ରୁତା କରିଥାନ୍ତି ତାହେଲେ ସଂପୂର୍ଣ୍ଣ ବଦଲା ନେଇଥାନ୍ତି।ଏମାନେ ସହଜରେ କାହାକୁ କ୍ଷମା କରନ୍ତି ନାହିଁ।
୫.ସିଂହ ରାଶି-ଏମାନେ ଚଂଚଳ ଏବଂ ସରଳ ହୋଇଥାନ୍ତି।ଏହି ରାଶିର ବ୍ୟକ୍ତିମାନେ ଶାସନ କରିବା ପାଇଁ ହି ଜନ୍ମ ନେଇଥାନ୍ତି।ଏମାନେ ନିଜ କାମ ପାଇଁ ପୁର୍ଣ ଭାବରେ ସମର୍ପିତ ହୋଇଥାନ୍ତି।ବାହାରୁ ଶକ୍ତ ଦେଖାଯାଉଥିବା ଏହି ଲୋକ ଭିତରୁ ବହୁତ ଦୁର୍ବଳ ହୋଇଥାନ୍ତି।ଏମାନଙ୍କୁ ଯିମରେ ଯାଇ କସରତ କରିବା ବହୁତ ପସନ୍ଦ ହୋଇଥାଏ।
୬.କନ୍ୟା ରାଶି-ଏହି ରାଶିର ବ୍ୟକ୍ତି ବହୁତ କ୍ରିଏଟିଭ ହୋଇଥାନ୍ତି।ଏମାନଙ୍କ ଚେହେରାର ସବୁବେଳେ ହସ ରହିଥାଏ।ଆଖିରେ ଚମକ ଏବଂ ଚମକଦାର ଶରୀର ବାଲା ଏହି ରାଶିର ବ୍ୟକ୍ତିମାନେ ବାହାରୁ ବହୁତ ଖୁସି ଦେଖାଯାଆନ୍ତି କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏମାନେ ନିଜ ଶରୀର, ମୁହଁ ,ସୁନ୍ଦରତା ଆଦିକୁ ନେଇ ବହୁତ ଚିନ୍ତିତ ରହିଥାନ୍ତି।
୭.ତୁଳା ରାଶି-ଏମାନେ ବହୁତ ସ୍ନେହୀ ଏବଂ ଭାବୁକ ହୋଇଥାନ୍ତି।ଏମାନେ ନିଜ ସମ୍ପର୍କକୁ ବହୁତ ସନ୍ତୁଳିତ ରଖିଥାନ୍ତି।ଏମାନେ ନିଜ ଆଖପାଖରେ ଥିବା ଲୋକଙ୍କୁ ଭଲସେ ବୁଝିଥାଆନ୍ତି।ଗୋଲ ଚେହେରା ଥିବା ଏହି ରାଶିର ଲୋକ ନିଜ ରିସ୍ତାକୁ ନେଇ ବହୁତ ପ୍ରତିବଧ ହୋଇଥାନ୍ତି।
୮.ବିଚ୍ଛା ରାଶି-ଏମାନଙ୍କ ଆଖି ବହୁତ ଆକର୍ଷକ ହୋଇଥାଏ।ଏହି ରାଶିର ଲୋକ ଅଧିକ ଲମ୍ବା ଏବଂ ପତଳା ହୋଇଥାନ୍ତି।ଏମାନେ ସମ୍ନାରୁ ଆପଣଙ୍କୁ ସହାୟକ ଦେଖା ଯାଇପାରନ୍ତି କିନ୍ତୁ ଭିତରୁ ଆପଣଙ୍କୁ ଇର୍ଷା କରିଥାନ୍ତି।ଏମାନେ ବହୁତ ଶକ୍ତ ନେତା ଏବଂ ଲିଡର ହୋଇଥାନ୍ତି।
୯.ଧନୁ ରାଶି-ଏହି ରାଶିର ଲୋକମାନଙ୍କୁ ଭ୍ରମଣ କରିବା ବହୁତ ପସନ୍ଦ ହୋଇଥାଏ।ଏମାନେ ଗୋଟେ ପ୍ରକାର ଜୀବନରୁ ବହୁତ ଜଲଦି ବୋର ହୋଇଯାଆନ୍ତି।ଏମାନେ କେବେବି ଗୋଟେ ପ୍ରକାର କାମରେ ସ୍ଥ୍ୟୟୀ ଭାବେ ରହିପାରନ୍ତି ନାହିଁ।ଏମାନେ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି କିନ୍ତୁ ଦେଖିବାକୁ ଦୟାଳୁ ଅଟନ୍ତି।
୧୦.ମକର ରାଶି-ଏମାନେ ନିଜ କାମକୁ ନେଇକରି ପାଗଳ ହୋଇଥାନ୍ତି।ଏମାନେ ନିଜ ଲକ୍ଷକୁ ତିଆରି କରି ତାକୁ ପାଇବା ପାଇଁ ଯୋଜନା ବନେଇବା ପାଇଁ ବିଲକୁଲ ଡେରି କରନ୍ତି ନାହିଁ।ଏମାନେ ନିଜ କାମରେ ବହୁତ ଇମାନଦାର ହୋଇଥାନ୍ତି ଏବଂ ତାହା ପ୍ରତି ମେହେନତି ଏବଂ ସତ୍ୟବାନ ରହିଥାନ୍ତି।
୧୧.କୁମ୍ଭ ରାଶି-ଏମାନେ ଦୟାଳୁ ହୋଇଥାନ୍ତି।ଏମାନଙ୍କୁ ଶାନ୍ତି ପସନ୍ଦ ଥାଏ ଏବଂ ଏମାନେ ଦର୍ଯ୍ୟର ସହ କାର୍ଯ୍ୟ କରିଥାନ୍ତି।ଏମାନଙ୍କୁ ବେକାର କଥା ଜମାବି ପସନ୍ଦ ଆସିନଥାଏ।ଏମନେ ବହୁତ ରୋମାଣ୍ଟିକ ହୋଇଥାନ୍ତି ଏବଂ ଅନ୍ୟ ଉପରେ ନଜର ମଧ୍ୟ ରଖିଥାନ୍ତି।ଏମାନଙ୍କ ସବୁଠୁ ଖାସ କଥା ହେଉଛି ଏମାନେ ବାକି ରାଶିମାନଙ୍କ ତୁଳନାରେ ଅଧିକ ଧନୀ ହୋଇଥାନ୍ତି।
୧୨.ମୀନ ରାଶି-ଏମାନେ ବାହାରେ ବହୁତ କମ କଥା ହୋଇଥାନ୍ତି କିନ୍ତୁ ନିଜ ସାଙ୍ଗମାନଙ୍କ ଗହଣରେ ବହୁତ କଥା ହୋଇଥାନ୍ତି।ଏମାନେ କଳାକାର ଏବଂ ବହୁତ ଆତ୍ମବିଶ୍ୱାସୀ ହୋଇଥାନ୍ତି କିନ୍ତୁ ସତ୍ୟ ହେଉଛି ଏମାନେ ବାକି ରାଶି ତୁଳନାରେ ସବୁଠୁ ବେଶି କନ୍ଫୟୁଜ ରହିଥାନ୍ତି।