ଯଦି ଆପଣଙ୍କ ଭିତରେ ଅଛି ଏହି ତିନି ଗୁଣ ତ ଆପଣ ବି ଗୋଟେ ଦିନ ହେବେ ଧନଵାନ..
 
                ସାଙ୍ଗ ମାନେ ପ୍ରାୟତଃ ଲୋକମାନେ ଭାବିଥାଆନ୍ତି ଯେ କଣ ସେମାନେ ଧନୀ ହୋଇପାରିବେ।ଆପଣ ଆପଣଙ୍କ ଜାତକ ଓ ଭାଗ୍ୟରେଖା ର ମଧ୍ୟ ସାହାଯ୍ୟ ନେଇଥାନ୍ତି କେବଳ ଜାଣିବା ପାଇଁ ଯେ କଣ ଆପଣଙ୍କ ଭାଗ୍ୟରେ କେବେ ଧନ ଲାଭ ହେବାର ଆଶା ରହିଛି।କିନ୍ତୁ ଆଜି ମୁ ଆପଣ ମାନଙ୍କୁ ଏମିତି ତିନୋଟି ଉପାୟ କହିବି ଯାହା ଦ୍ଵାରା ଆପଣଙ୍କ ଜୀବନର ଯେକୌଣସି ମୋଡରେ ଧନ ଲାଭ ହୋଇପାରିବ।ଏଠାରେ ଆମେ ସଫଳତା ପାଇଥିବା ବ୍ୟକ୍ତିର ଲକ୍ଷଣ କହିଥାଉ।କିଛି କଥା ଯାହା ସଫଳତା ପାଇଥିବା ବ୍ୟକ୍ତିର ଲକ୍ଷଣ କୁ ଦେଖିକି କୁହାଯାଇଛି।ଏଥିପାଇଁ ଯଦି ଆପଣଙ୍କ ମଧ୍ୟରେ ଏହି ସବୁ ଲକ୍ଷଣ ରହିଛି ତ ଆପଣ ପୁରା ଯୋସ ସହକାରେ କାମ କରନ୍ତୁ ଦେଖିବେ ସଫଳତା ନିଶ୍ଚୟ ଆପଣଙ୍କ ପାଖକୁ ଆସିବ।
ପ୍ରଥମ ହେଉଛି ଆପଣଙ୍କ ଖୋଲା ବିଚାର।ଖୋଲା ବିଚାରର ଅର୍ଥ ହେଉଛି ଆପଣ କୌଣସି କଥାକୁ ଗମ୍ଭୀର ସହକାରେ ନିଅନ୍ତି ନାହିଁ।ଆପଣ ଗୋଟିଏ କଥାରେ ବାରମ୍ବାର ଅଟକି ଯାଆନ୍ତି ନାହିଁ।ସେ କଥାର ଗହିର ମଧ୍ୟକୁ ଯାଇ ତାର ପ୍ରକୃତ ସତ୍ୟ ଉନ୍ମୋଚନ କରିଥାନ୍ତି।ଆପଣ ଜାଣିଛନ୍ତି ଯେ କୌଣସି ଜିନିଷ ସହିତ ବାନ୍ଧି ହୋଇ ରହିବା ଆପଣକୁ ଭଲ ଲାଗେ ନାହିଁ।ଏହା ଆପଣଙ୍କୁ ନୂଆ ସମ୍ଭାବନା ସହିତ ଯୋଡି ହୋଇ ରହିବାକୁ ଦିଏ ନାହିଁ।ଏଥିପାଇଁ କେତେବେଳେ କୋଉ ଜିନିଷ ବଡ଼ ସୁଯୋଗ ହେଇଯିବ ଏହା କେହି ବି କହିପାରିବେ ନାହିଁ।
ଦ୍ଵିତୀୟ କଥା ହେଉଛି ଜୀବନର ସବୁଠୁ ବଡ଼ କଷ୍ଟ ପରିସ୍ଥିତିରେ ବି ଆଶାବାନ ରହିବା।ଯେତେ ବି ସଫଳତା ପାଇଥିବା ବ୍ୟକ୍ତି ଥାଆନ୍ତି ସେମାନେ ତାଙ୍କ ପ୍ରାରମ୍ଭିକ ଜୀବନ ସମୟରେ ବହୁତ୍ କଷ୍ଟର ସମ୍ମୁଖିନ ହୋଇଥାନ୍ତି।ଏହା ବାଦ ବି ସେମାନେ କେବେ ବି ନିରାଶା ହୋଇନାହାନ୍ତି।ସେମାନେ ସଫଳତା ପାଇବା ପାଇଁ ଲଗାତାର ପରିଶ୍ରମ କରିଥାନ୍ତି।ଯଦି ଆଜିର କଥା କହିବା ତ ଜେ.କେ. ରୋଲିଂସ ଏକ ବହୁତ୍ ବଡ଼ ଉଦାହରଣ।ଏକ ସିଙ୍ଗଲ ମମ୍ ଯିଏ କି ସରକାରୀ କୋଟା ଦ୍ଵାରା ତାର ଓ ତା ପିଲାର ଭରଣପୋଷଣ କରୁଥିଲା ସିଏ ହ୍ୟାରି ପୋଟର ଭଳି କମିକ୍ସ ଲେଖିବା ଆଶାବାଦି ଭାବନାର ଉଦାହରଣ।
ତୃତୀୟ କଥା ହେଉଛି ଉଚ୍ଚା ଭାବନା।ଆପଣ ବୁଢ଼ା ଲୋକଙ୍କ ଠୁ ସୁନିଥିବେ ଯେ ଯେପର୍ଯ୍ୟନ୍ତ ଉଚ୍ଚା ଭାବନା ନା ଆସିଚି ସେ ଯାଏ କୌଣସି ବଡ଼ କାମ ହେବ କଷ୍ଟସାଧ୍ୟ।ଉଚ୍ଚା ଭାବନାର ଅର୍ଥ ଏହା ଯେ ଆପଣଙ୍କ ପରିସ୍ଥିତି ଯେତେ ବି ଖରାପ ହେଉଥାଉ ନା କାହିଁକି ଆପଣଙ୍କ ଉଚ୍ଚା ଭାବନା ଆପଣଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଦବ।ହେଇପାରେ ଆଜି ଆପଣକଂ ପାଇଁ ସେ କାମ ବହୁତ୍ କଷ୍ଟ ହେଇପାରେ କିନ୍ତୁ ଆପଣଙ୍କ ଭାବନା କେବେ ବି ହାର୍ ମାନିବେ ନାହିଁ।

 
                         
                                 
                                 
                                