September 11, 2024

Odia Express

Here, There and Everywhere

ଘରେ କେଉଁପ୍ରକାର ଗଛପତ୍ର ଲଗେଇବା ଉଚିତ – ଏହି ଗଛ ଗୁଡିକ ଲଗେଇବା ଦ୍ୱାରା ସବୁବେଳେ ସକାରାତ୍ମକ ଭାବନା ଆସିଥଏ ଆପଣଙ୍କ ମନକୁ..

1 min read

ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ କି ଯଦି ତାହା ପାଖରେ ଜାଗା ଥାଏ ତାହେଲେ ସେ ନିଜ ବିଭିନ୍ନ ପ୍ରକାରର ଗଛପତ୍ର ଲଗେଇବା କିନ୍ତୁ ଏହା ମଧ୍ୟ ସତ୍ୟ ହୋଇଥାଏ କି ସେଥି ମଧରୁ କେତେକ ଗଛ ଘରେ ରହିବା ଅଶୁଭ ହୋଇଥାଏ ଏବଂ କେତେକ ଦୋଷ ନିବାରକ ହୋଇଥାଏ।ଆସନ୍ତୁ ଜାଣିବା କେଉଁ ଗଛ ହୋଇଥାଏ ଶୁଭ ଏବଂ କେଉଁ ଗଛ ହୋଇଥାଏ ଅଶୁଭ।

୧.ତୁଳସୀ ଗଛ:- ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଲଷ୍ମୀଙ୍କ ରୂପ ମଣାଯାଇଛି।କୁହାଯାଏ ଯେଉଁ ଘରେ ତୁଳସୀ ଗଛର ପୂଜା ହୋଇଥାଏ ସେହି ଘରେ ଭଗବାନ ବିଷ୍ଣୁଙ୍କ ସଦା କୃପା ହୋଇଥାଏ।ଘରେ ଯଦି କୋଣସି ନକାରତ୍ମକ ଉର୍ଜା ଥାଏ ତାହେଲେ ଏହା ତାକୁ ନଷ୍ଟ କରିଥାଏ।ଧ୍ୟାନ ରଖିବେ କି ଏହାକୁ କେବେ ଘରର ଦକ୍ଷିଣ ପଟେ ଲଗାଇବା ଉଚିତ ନୁହେଁ କାରଣ ଏହା ଦ୍ୱାରା ଏହା ଆପଣଙ୍କ ଅନିଷ୍ଟ କରିପାରେ।

୨.ବେଲ ଗଛ:- କୁହାଯାଏକି ଏହି ଗଛରେ ସ୍ୱୟଂ ଭାଗବନ ଶିବ ବାସ କରିଥାନ୍ତି।ଏହି ଗଛ ଯେଉଁ ଘରେ ଥାଏ ସେଠାରେ ଧନସମ୍ପତ୍ତିର ଦେବୀ ଲଷ୍ମୀ ପିଢ଼ିରୁ ପିଢ଼ି ବାସ କରିଥାନ୍ତି।ଧ୍ୟାନ ରଖନ୍ତୁ ଏହି ଗଛକୁ ଘରର ବାହାରେ ଲଗାନ୍ତୁ।

୩.ଶମି ଗଛ:- ଏହା ଘରରେ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ।ଜ୍ୟୋତିଷ ଶାସ୍ତ୍ରରେ ଏହି ଗଛକୁ ଶନିଙ୍କ ସହ ଯୋଡ଼ା ଯାଇଅଛି ଏବଂ ଶନିଙ୍କ କୃପା ପାଇବା ପାଇଁ ଏହାକୁ ଲଗାଇ ଏହାର ପୂଜା କରାଯାଇଥାଏ।ବିଜୟାଦଶମୀ ଦିନ ଏହାର ପୂଜା କରିବା ଦ୍ୱାରା ଘରେ ଧନସମ୍ପତ୍ତିର କମି ହୋଇନଥାଏ।ଧ୍ୟାନ ରଖନ୍ତୁ ଏହାକୁ ଘରର ବାହାରେ ହି ଲଗାନ୍ତୁ

୪.ଅଶ୍ୱଗନ୍ଧା ଗଛ:- ଏହାକୁ ଘରେ ଲଗାଇବା ଦ୍ୱାରା ସବୁ ବାସ୍ତୁ ଦୋଷ ସମାପ୍ତ ହୋଇଥାଏ।ଏହା ଜୀବନକୁ ଅଧିକ ସକ୍ରିୟ କରିଥାଏ।ଏହା ଏକ ଅତ୍ୟନ୍ତ ଲୋକପ୍ରିୟ ଔଷଧୀୟ ବୃକ୍ଷ ଅଟେ।

୫.ଅଁଳା ଗଛ:- ଯେଉଁ ଘରେ ଏହି ଗଛ ଉତ୍ତର ଏବଂ ପୂର୍ବ ଦିଗରେ ଲାଗିଥାଏ ତାହା ଅତ୍ୟନ୍ତ ଲାଭକାରୀ ହୋଇଥାଏ।ଏହା ଆପଣଙ୍କ କଷ୍ଟ ଦୁର କରିଥାଏ।ଏହାର ପୂଜାର୍ଚନା କରିବା ଦ୍ୱାରା ଇଚ୍ଛା ପୁରଣ ହୋଇଥାଏ।ସମସ୍ତ ପାପ ଦୁର ହୋଇଥାଏ।

୬.ଦେବଦାରୁ ଗଛ:- ଏହା ନିଜ ନାମ ଅନୁସାରେ ହି ଶୋକକୁ ଦୂର କରୁଥିବା ଏବଂ ପ୍ରସନ୍ନତା ଦେଉଥିବା ଗଛ ହୋଇଥାଏ।ଏହା ଦ୍ୱାରା ଘରେ ରହୁଥିବା ଲୋକଙ୍କ ମଧ୍ୟରେ ପ୍ରେମ ବଢ଼ିଥାଏ।

୭.ଅରଖ ଗଛ:- ବାସ୍ତୁ ଶାସ୍ତ୍ର ଅନୁସାରେ ଖୀରଯୁକ୍ତ ଗଛ ଘରର ସୀମାରେ ରହିବା ଅଶୁଭ ହୋଇଥାଏ କିନ୍ତୁ ଏହା ଏହାର ବିପରୀତ ହୋଇଥାଏ।ଏହି ଗଛର ହଳଦୀ,ଚନ୍ଦନ ଏବଂ ଧୂପରେ ପୂଜା କରନ୍ତୁ।ଏହି ଗଛ ଦ୍ୱାରା ସେହି ଘରେ ରହୁଥିବା ଲୋକଙ୍କୁ ସୁଖଶାନ୍ତି ମିଳିଥାଏ।

୮.ମନ୍ଦାର ଗଛ:- ଏହି ଗଛ ଜ୍ୟୋତିଷରେ ସୂର୍ଯ୍ୟ ଏବଂ ମଙ୍ଗଳ ସହ ସମ୍ବନ୍ଧ ରଖିଥାଏ।ଏହାକୁ ଘରେ କୌଣସି ବି ଜାଗାରେ ଲଗେଇପାରିବେ।ଏହାକୁ ଜଳରେ ରଖି ସୂର୍ଯ୍ୟଙ୍କୁ ଅର୍ପଣ ଦ୍ୱାରା ଆଖି,ହାଡ ସୁସ୍ଥ ହେବା ସହ ବହୁତ ନାମ ମିଳିଥାଏ।ମା ଦୁର୍ଗାଙ୍କ ପ୍ରତିଦିନ ଏହାର ଫୁଲ ଦେବା ଦ୍ୱାରା ସମସ୍ତ ସଙ୍କଟ ଦୁର ହୋଇଥାଏ।

୯.ନଡ଼ିଆ ଗଛ:- କୁହାଯାଏ ଯେଉଁ ଘରେ ନଡିଆ ଗଛ ଲାଗିଥାଏ ତାଙ୍କ ମାନସମ୍ମାନରେ ବହୁତ ବୃଦ୍ଧି ଘଟିଥାଏ।ଧ୍ୟାନ ରଖନ୍ତୁ ଏହି ଗଛ ଘରର ବାହାରେ ଲଗାନ୍ତୁ।

୧୦.ନିମ୍ବ ଗଛ:- ଘରର ଉତ୍ତର ପଶ୍ଚିମ କୋଣରେ ଏହି ଗଛର ରହିବା ଅତ୍ୟନ୍ତ ଶୁଭ ହୋଇଥାଏ।ଏହା ସକାରତ୍ମକ ଉର୍ଜା ପ୍ରଭାହ କରିଥାଏ।ଶାସ୍ତ୍ର ଅନୁସାରେ ଯେଉଁମାନେ ଏହି ଗଛ ଲଗାଇଥାନ୍ତି ତାକୁ ମୁତ୍ଯୁ ପରେ ଶିବଲୋକର ପ୍ରାପ୍ତି ହୋଇଥାଏ।

୧୧.କଦଳୀ ଗଛ:- ଏହି ଗଛ ଧାର୍ମିକ କାରଣରୁ ମଧ୍ୟ ବହୁତ ମହତ୍ୱପୂର୍ଣ୍ଣ ମଣାଯାଇଛି।ଗୁରୁବାର ଦିନ ଏହାର ପୂଜା କରିବା ଶୁଭ ହୋଇଥାଏ।ଏହାକୁ ଘରର ଉତ୍ତର ପୂର୍ବ କୋଣରେ ଲଗାନ୍ତୁ।ଏହି ଗଛର ସାମ୍ନାରେ ତୁଳସୀ ଗଛ ଲଗାଇବା ଦ୍ୱାରା ଲଷ୍ମୀ ଏବଂ ବୁଷ୍ଣୁଙ୍କ କୃପା ହୋଇଥାଏ।ଏହା ସମୃଦ୍ଧି ଏବଂ ଆପଣଙ୍କ ସଫଳତାକୁ ଉପରକୁ ନେଇଥାଏ।

ବିଶେଷକରି ଖୀର ଏବଂ ଫଳ ଦେଉଥିବା ଗଛ ଘରେ ଲଗେଇବା ଉଚିତ ନୁହଁ କିନ୍ତୁ କମଳା ଏବଂ ଡାଳିମ୍ବ ଏହାର ବିପରୀତ ହୋଇଥାଏ କାରଣ ଏହା ସୁଖ ଏବଂ ସମୃଦ୍ଧିର କାରକ ହୋଇଥାନ୍ତି।

ଘରେ ସୁଖଶାନ୍ତି ପାଇଁ ଘରର ପୂର୍ବ ଦକ୍ଷିଣ ଦିଗରେ ଡାଲିମ୍ବ ଗଛ ନିଶ୍ଚୟ ଲଗାନ୍ତୁ।ଏହା ଅତି ଶୁଭ ଫଳ ଦେଇଥାଏ।ଏହି ଗଛ ଘରର ସାମ୍ନାରେ ଲଗାଇବା ସର୍ବୋତ୍ତମ ମନାଯାଇଛି ଏବଂ ଏହାର ଫୁଲକୁ ମହୁରେ ମିଶେଇ ପ୍ରତ୍ୟେକ ସୋମବାର ଯଦି ଶିବଙ୍କୁ ଅର୍ପଣ କରାଯାଏ ତାହେଲେ ଭାରିରୁ ଭାରି କଷ୍ଟ ମଧ୍ୟ ଦୁର ହୋଇଥାଏ।

Leave a Reply

Your email address will not be published. Required fields are marked *