ସବୁଜ ଲଙ୍କା ଖାଇବାର ଫାଇଦା,ଯାହା ଆପଣଙ୍କୁ ଚମକାଇ ଦେବ – ନିଶ୍ଚୟ ଏବେ ଜାଣନ୍ତୁ
ସାଙ୍ଗ ମାନେ କଞ୍ଚା ସବୁଜ ଲଙ୍କା ବିନା ସବୁ ବ୍ୟଞ୍ଜନ ଅଧୁରା ଅଟେ।ଏହାକୁ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ।ଏହାର ଖାସି ୟତ୍ କେବଳ ରୋଷେଇ ପାଇଁ ନୁହେଁ ବରଂ କେତେକ ବୈଜ୍ଞାନିକ ସ୍ରୋତରେ ଏହାର ଔଷଧିୟ ଗୁଣର ଉଲ୍ଲେଖ ରହିଛି।ଏହାର ବହୁତ୍ ଭଲ ଗୁଣ ରହିଛି ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଉପାଦେୟ। ତ ଚାଲନ୍ତୁ ଜାଣିବା ଏହାର ଉପକାରୀ ଗୁଣ।
ହୃଦୟ ସ୍ବାସ୍ଥ୍ୟ କୁ ଭଲ ରଖିବା ପାଇଁ ସବୁଜ ଲଙ୍କା ର ଏକ ମୁଖ୍ୟ ଭୂମିକା ରହିଛି।ଏହାର ରାଗ ଗୁଣ କଲେଷ୍ଟରୋଲ୍ ଓ ପ୍ଲେଟଲେଟ୍ ମାନଙ୍କ ସ୍ତରକୁ ନିୟନ୍ତ୍ରଣ କରିଥାଏ।ହୃଦୟ ରୋଗ ଓ ହାର୍ଟ ଏଟେକ୍ ର ସମ୍ଭାବନାକୁ ବହୁତ୍ କମାଇ ଦେଇଥାଏ।ଏଥିପାଇଁ ଆପଣ ହୃଦୟ ରୋଗରୁ ବଞ୍ଚିବା ପାଇଁ ଖାଦ୍ୟରେ ସୀମିତ ପରିମାଣର ସବୁଜ ଲଙ୍କା ବ୍ୟବହାର କରନ୍ତୁ।
ମଧୁମେହ ବା ଡାଇବେଟିସ ରୋଗୀ ମାନଙ୍କ ପାଇଁ କଞ୍ଚା ଲଙ୍କା ଅତ୍ୟନ୍ତ ଲାଭଦାୟକ ଅଟେ।ଏହା ଆଣ୍ଟି ଡାଇବେଟିକ୍ ଭାବେ କାମ କରିଥାଏ।ଏହା ପଛରେ କାରଣ ହେଉଛି ଏଥିରେ କ୍ୟପସିନ ନାମକ ଏକ ଖାସ୍ ତତ୍ତ୍ଵ ରହିଛି ଯାହା ରକ୍ତ ଶର୍କରା କୁ ନିୟନ୍ତ୍ରଣରେ ରଖିଥାଏ।ଏହା ଶରୀରରେ ମେଟାବଲିଜିମ୍ ବଢ଼ାଇକରି ଡାଇବେଟିସ କୁ କମ କରିପାରେ।
ଓଜନ କମାଇବାରେ ବି ସବୁଜ ଲଙ୍କାରେ ଥିବା କ୍ୟପସିନ୍ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ।ଏହା ଅତିରିକ୍ତ ଚର୍ବିକୁ କମାଇ ବାରେ ସାହାଯ୍ୟ କରେ ଯାହାଦ୍ଵାରା ଓଜନ କମିଯାଏ।
ଚତୁର୍ଥ ହେଉଛି ରୋଗ ପ୍ରତିରୋଧକ କ୍ଷମତା।ଏହାର ଏକ ପ୍ରମୁଖ ଗୁଣ ହେଉଛି ରୋଗ ପ୍ରତିରୋଧକ ଶକ୍ତି ମଜବୁତ୍ କରିବା।ଏକ ରିପୋର୍ଟ ଅନୁସାର ସବୁଜ ଲଙ୍କାରେ ଇମ୍ୟୁନ ବୁଷ୍ଟ କରିବାର ଶକ୍ତି ରହିଛି।ଏହା ଛଡ଼ା ସବୁଜ ଲଙ୍କା ଭିଟାମିନ ଏ ରେ ମଧ୍ୟ ସମୃଦ୍ଧ ରହିଥାଏ ଯାହା ପ୍ରତିରୋଧକ କ୍ଷମତାକୁ ମଜବୁତ୍ କରିକି ସଂକ୍ରମଣ କୁ କମାଇଥାଏ।
ଉଚ୍ଚ ରକ୍ତଚାପ ରେ ପୀଡ଼ିତ ଲୋକ ମାନେ ସବୁଜ ଲଙ୍କାରୁ ଫାଇଦା ଉଠାଇ ପାରିବେ।ଏହା ପ୍ରତି କୋଷର ଲିପିଡ ମେଟାବଲିଜିମ୍ କୁ ବଢାଇ ଥାଏ।ଯାହାଦ୍ଵାରା ଉଚ୍ଚ ରକ୍ତଚାପ ରୁ ମୁକ୍ତି ମିଳିଥାଏ।
ଆପଣ ଆପଣଙ୍କ ଆଖିକୁ ସୁସ୍ଥ ରଖିବା ପାଇଁ ଭିଟାମିନ ଓ ଖଣିଜ ରେ ଭରପୁର ଖାଦ୍ୟ ଗ୍ରହଣ କରିପାରିବେ।ଆଖି ପାଇଁ ଭିଟାମିନ ଏ, ସି,ଓ ଇ ଆଦି ଦରକାର ହୋଇଥାଏ।ସବୁଜ ଲଙ୍କାରେ ସବୁ ପ୍ରକାର ଜିନିଷ ଭରି ହୋଇଥାଏ ଯାହା ଆଖି ପାଇଁ ଭଲ ହୋଇଥାଏ।
ହାଡ଼ ଓ ଦାନ୍ତ ର ମଜବୁତ୍ ପାଇଁ ଲଙ୍କା ଖାଇବା ଉପାଦେୟ ଅଟେ।ଏହା କ୍ୟାଲସିୟମ ରେ ଭରପୁର ହୋଇ ଥାଏ ଯାହା ହାଡ଼ ପାଇଁ ଏକ ପୋଷକ ତତ୍ତ୍ଵ ବୋଲି ଧରାଯାଏ।କ୍ୟାଲସିୟମ ଏକ ଖଣିଜ ଅଟେ ଯାହା ଦାନ୍ତ ଓ ହାଡ଼ କୁ ମଜବୁତ୍ ରଖିଥାଏ ଓ ତାଙ୍କ ବିକାଶରେ ସାହାଯ୍ୟ କରେ।