January 22, 2025

Odia Express

Here, There and Everywhere

A ରୁ E ମଧ୍ୟରେ ବାଛନ୍ତୁ ନିଜ ନାମର ପ୍ରଥମ ଅକ୍ଷର ଏବଂ ଜାଣନ୍ତୁ ଏକ ଆଶ୍ଚର୍ଯ୍ୟ କଲା ଭଳି କଥା..

1 min read

କଣ ଆପଣ ଜାଣିଛନ୍ତି ଆପଣଙ୍କ ନାମର ପ୍ରଥମ ଅକ୍ଷରର ନିଜ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପଡିଥାଏ।ଅଙ୍କଶାସ୍ତ୍ର କହିଥାଏ ଯେଉଁ ପ୍ରକାର ମୂଳାଙ୍କ ଏବଂ ଭାଗ୍ୟାଙ୍କ ବ୍ୟକ୍ତିର ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ ସେହିପରି ଅକ୍ଷରର ମଧ୍ୟ ପଡିଥାଏ।ଆସନ୍ତୁ ଜାଣିବା ଇଂରାଜୀ ବର୍ଣ୍ଣମାଳାର A ଠୁ E ଯାଏ ପ୍ରଥମ ଅକ୍ଷର ଥିବା ବ୍ୟକ୍ତିଙ୍କ ବିଷୟରେ।

ଯଦି କୌଣସି ପୁଅ କିମ୍ବା ଝିଅର ନାମ A ରୁ ଆରମ୍ଭ ହୋଇଥାଏ ତାହେଲେ ଏମାନେ ବହୁତ ଆକର୍ଷକ ହୋଇଥାନ୍ତି।ଏମାନେ ପ୍ରେମ ଏବଂ ରିସ୍ତାକୁ ବହୁତ ମହତ୍ଵ ଦେଇଥାନ୍ତି କିନ୍ତୁ ବହୁତ ଅଧିକ ରୋମାଣ୍ଟିକ ହୋଇନଥାନ୍ତି।ଏମାନଙ୍କୁ ସମସ୍ତ ଜିନିଷ ଜୀବନରେ ବିଳମ୍ବରେ ମିଳିଥାଏ କିନ୍ତୁ ଯେବେ ବ ମିଳିଥାଏ ସବୁଠୁ ଅଧିକ ମିଳିଥାଏ।ଏମାନେ ସ୍ନେହୀ ହୋଇଥାନ୍ତି କିନ୍ତୁ ଏମାନଙ୍କ ଥରେ ଏକ ଦୋଷ ରହିଥାଏ କି ଏମାନେ କ୍ରୋଧି ହୋଇଥାନ୍ତି।ଏମାନେ ଧୋକା କିମ୍ବା ଧୋକାବାଜ ଲୋକଙ୍କୁ ପସନ୍ଦ କରନ୍ତି ନାହିଁ।

B ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତିମାନେ ବହୁତ ସମ୍ବେଦନଶୀଳ ହୋଇଥାନ୍ତି।ଏମାନେ ଛୋଟ ଛୋଟ କଥାରେ ଖୁସି ହୋଇଯାନ୍ତି ସେଥିପାଇଁ ଏମାନଙ୍କୁ ମାନେଇବା ବହୁତ ସହଜ ହୋଇଥାଏ।ଏମାନେ ନିଜ ଭୁଲରୁ ଶିଖିଥାନ୍ତି ଏବଂ ନୂତନ ପ୍ରୟାସ କରିବାରେ ବିଶ୍ୱାସ ରଖନ୍ତି।ଏମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି ଏବଂ ଏମାନେ ପ୍ରେମବିବାହ କରିଥାନ୍ତି।ଏମାନଙ୍କ ପାଇଁ ପଇସା ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ।ଏମାନେ ନେବାଦେବା ବହୁତ କରିଥାନ୍ତି।ଏମାନେ ବହୁତ ସାହସୀ ହୋଇଥାନ୍ତି ସେଥିପାଇଁ ଏହି ନାମର ବ୍ୟକ୍ତି ସେନା କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ କାମ କରିଥାନ୍ତି।ଏମାନଙ୍କର ବନ୍ଧୁ ବହୁତ କମ ହୁଅନ୍ତି କିନ୍ତୁ ଯେଉଁମାନେ ହୁଅନ୍ତି ସେମାନେ ପକ୍କା ବନ୍ଧୁ ହୋଇଥାନ୍ତି।

C ଅକ୍ଷରରୁ ଆରମ୍ଭ ବ୍ୟକ୍ତିମାନେ ବହୁତ ଖୁସିମିଜାଜର ବ୍ୟକ୍ତି ହୋଇଥାନ୍ତି।ସେଥିପାଇଁ ଲୋକ ଏମାନଙ୍କ ସହ ମିଶିବାକୁ ପସନ୍ଦ କରିଥାନ୍ତି।ଏମାନଙ୍କ ପାଇଁ ଲୋକଙ୍କ ଭାବନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ କାରଣ ଏମାନେ ନିଜେ ବି ବହୁତ ଭାବୁକ ହୋଇଥାନ୍ତି।ଏମାନେ ପ୍ରେମରେ ବିଶ୍ୱାସ ରଖିଥାନ୍ତି ଏବଂ ଦେଖିବା ପାଇଁ ମଧ୍ୟ ସୁନ୍ଦର ହୋଇଥାନ୍ତି।ଏମାନେ ଯେଉଁ କରିୟର ବାଛନ୍ତି ସେଥିରେ ସଫଳ ହୋଇଥାନ୍ତି।ମାତା ଲଷ୍ମୀ ମଧ୍ୟ ଏମାନଙ୍କ ଉପରେ କୃପା କରିଥାନ୍ତି।

D ଅକ୍ଷରର ବ୍ୟକ୍ତି ଯେଉଁ ଜିନିଷ ପାଇବାକୁ ଚେଷ୍ଟା କରନ୍ତି ତାକୁ ନିଶ୍ଚୟ ପାଇଥାନ୍ତି।ଏମାନେ ନିଜ କାମ ଏବଂ ଲୋକଙ୍କ ପ୍ରତି ସମର୍ପିତ ରହିଥାନ୍ତି।ଯେତେ ଯାଏ ଏମାନେ ନିଜ ମଂଜିଲ ନ ପାଇଥାନ୍ତି ସେତେଯାଏ ଏମାନଙ୍କୁ ଶାନ୍ତି ମିଳେ ନାହିଁ।ଏମାନେ ଜିଦ୍ଦି ମଧ୍ୟ ହୋଇଥାନ୍ତି।ନିଜ କାମ ବଳରେ ଏମାନେ ବହୁତ ଆଗକୁ ଯାଇଥାନ୍ତି।ସରସ୍ଵତୀ ଏବଂ ଲଷ୍ମୀ ଦୁଇ ଜଣଙ୍କ କୃପା ଏମାନଙ୍କ ଉପରେ ରହିଥାଏ।ଏମାନଙ୍କ ପାଖରେ ଆପଣ ବସିବେ ତାହେଲେ ଆପଣଙ୍କୁ ନିଶ୍ଚୟ କିଛି ନୂଆ ଶିଖିବାକୁ ମିଳିବ।

E ଅକ୍ଷର ବ୍ୟକ୍ତିମାନେ ବହୁତ କଥାକୁହା ହୋଇଥାନ୍ତି ଏବଂ ଏହି କାରଣରୁ ଏମାନେ ସବୁବେଳେ ବିପଦରେ ପଡ଼ିଯାଆନ୍ତି।ଏମାନଙ୍କୁ ଲୋକଙ୍କଠୁ ସେପରି ବ୍ୟବହାରର ଆଶା ଥାଏ ଯେପରି ଏମାନେ କରିଥାନ୍ତି।ଏମାନେ ଜୀବନକୁ ସହଜରେ ବଞ୍ଚନ୍ତି ଏବଂ ଅଧିକ ଚିନ୍ତା କରନ୍ତି ନାହିଁ ସେଥିପାଇଁ ଏମାନଙ୍କୁ କମି ହୋଇନଥାଏ।ଏମାନଙ୍କ ପାଖରେ ପଇସା,ବ୍ୟବସାୟ ସେତିକି ହି ଥାଏ ଯେତିକି ତାଙ୍କର ଚାହିଦା ଥାଏ।ଏମାନେ ସବୁବେଳେ ଖୁସି ରହିଥାନ୍ତି।ସେଥିପାଇଁ ଲୋକ ଏମାନଙ୍କୁ ବହୁତ ପସନ୍ଦ ମଧ୍ୟ କରିଥାନ୍ତି।

Leave a Reply

Your email address will not be published. Required fields are marked *