September 8, 2024

Odia Express

Here, There and Everywhere

ମନ୍ଦିରରେ ଭଗବାନଙ୍କ ଉପରେ ଚଢା ହୋଇଥିବା ଫୁଲ ଅଥବା ମାଳ ମିଳିଲେ କଣ କରିବେ…

ସାଙ୍ଗମାନେ ଆପଣ ମନ୍ଦିରକୁ ଭଗବାନଙ୍କ ଦର୍ଶନ ପାଇଁ ଯାଆନ୍ତି ଏବଂ ଏମିତି ବହୁତ ଥର ହୋଇଥିବା ସେଠାରେ ଥିବା ପଣ୍ଡିତ ଆପଣଙ୍କୁ ଭଗବାନଙ୍କ ଚରଣରେ ଚଢା ହୋଇଥିବା ଫୁଲ ଦେଇଥିବେ।ଅନ୍ୟ କୌଣସିବି ଉପାୟରେ ଯଦି ଆପଣଙ୍କୁ ଭଗବାନଙ୍କ ଉପରେ ଚଢା ହୋଇଥିବା ଫୁଲ ମିଳେ ତ ତାହା ପ୍ରଭୁଙ୍କ ଆଶ୍ରିର୍ବାଦଙ୍କ ସହ ସମାନ ହୋଇଥାଏ ଏବଂ ଭଲ ସମୟର ସନ୍ଦେଶ ଦେଇଥାଏ କିନ୍ତୁ ଆପଣ କଣ ଏହା ଜାଣିଛନ୍ତି ମଦିରରେ ଚଢା ହୋଇଥିବା ଫୁଲ କିମ୍ବା ଫୁଲର ମାଳ ଯଦି ଆପଣଙ୍କୁ ମିଳିଯାଏ ତାହେଲେ ତାହାର କଣ କରିବା ଉଚିତ।ଆଜି ଆମେ ଏହି ବିଷୟରେ ଜାଣିବା।

ଭଗବାନଙ୍କ ଚରଣରେ ରହିଥିବା ଫୁଲ ମିଳିବା ଦ୍ୱାରା ସମସ୍ତେ ପ୍ରସନ୍ନ ହୋଇଯାଆନ୍ତି।ସେହି ବ୍ୟକ୍ତିଙ୍କୁ ଲାଗିଥାଏ ଭଗବାନଙ୍କ ଠାରୁ ମିଳିଥିବା ଏହି ଫୁଲ ଦ୍ୱାରା ତାଙ୍କୁ ଭଗବାନଙ୍କ ସିଧା ଆଶ୍ରିର୍ବାଦ ମିଳିଥାଏ କିନ୍ତୁ ତାଙ୍କୁ ଏହି ବିଷୟରେ ଜଣା ନଥାଏ କି କିଛି ସମୟ ପରେ ଏହାର କଣ କରିବା ଉଚିତ ବୋଲି ଖାସ ସେହି ସମୟରେ ଯେତେବେଳ ଏହା ଶୁଖିବା ଆରମ୍ଭ କରିଦିଏ।

ବିଶେଷକରି ଏହାକୁ ଘରେ ରଖିବା ବା ନ ରଖିବା ଦୁଇଟିର ଭିନ୍ନ ଭିନ୍ନ ନିୟମ ରହିଥାଏ।ମନ୍ଦିରରେ ମିଳିଥିବା ଫୁଲ କିମ୍ବା ପ୍ରସାଦକୁ ଲୋକ ଘରକୁ ତ ନେଇ ଆସନ୍ତି କିନ୍ତୁ ଦୁଇ କିମ୍ବା ତିନ ଦିନପରେ ଯେତେବେଳ ଏହା ଶୁଖିଯାଏ ସେତେବେଳ ବୁଝିପାରନ୍ତି ନାହିଁ କି ଏହାର କଣ କରାଯିବ ବୋଲି।ଏମିତି ବି ବହୁତ ଲୋକ ଅଛନ୍ତି ଯେଉଁମାନେ ଏହି ଫୁଲକୁ ଅଶୁଭ ମାନିଥାଆନ୍ତି ଏବଂ ଏହାକୁ କୌଣସି ଗଛର ତଳେ କିମ୍ବା ପାଖରେ ରଖିଦିଅନ୍ତି କିନ୍ତୁ ବହୁତ ଏମିତିବି ଅଛନ୍ତି ଯେଉଁମାନେ ଏହି ଫୁଲକୁ ସମ୍ଭାଳିକି ମଧ୍ୟ ରଖନ୍ତି।

ଏବେଠୁ ଆପଣ କେବେବି ମଦିର ଯାଆନ୍ତି ଏବଂ ସେଠାକାର ପଣ୍ଡିତ ଦ୍ୱାରା ଆପଣଙ୍କୁ ଭଗବାନଙ୍କ ଫୁଲ କିମ୍ବା ଫୁଲର ମାଳ ଯଦି ମିଳେ ତାକୁ ସବୁଠୁ ପ୍ରଥମେ ଘରର ସେହି ଆଲମାରୀରେ ରଖନ୍ତୁ ଯେଉଁଠି ଆପଣ ନିଜର ପଇସା ଏବଂ ଗହଣା ଆଦି ରଖିଥାନ୍ତି।ଯଦି ପ୍ରାସାଦରେ ଫୁଲ ମିଳିଯାଏ ତ ତାକୁ ବି ତିଯୋରିରେ ରଖନ୍ତୁ।

ଏହି ଫୁଲ ଶୁଖିଲା ପରେ ଅଲଗା ଅଲଗା ହୋଇଯାଆନ୍ତି।ଏହା ହବାରୁ ବଞ୍ଚେଇବା ପାଇଁ ଏହି ଫୁଲକୁ ଲାଲ ରଙ୍ଗର କପଡ଼ାରେ ପୁଟଳି ତିଆରି କରି ରଖନ୍ତୁ।ଏହାକୁ ସବୁବେଳେ ଘରର ତିଯୋରି କିମ୍ବା ପୂଜା ସ୍ଥାନରେ ହିଁ ରହିବାକୁ ଦିଅନ୍ତୁ।ଲୋକଙ୍କ ଏହି ଆସ୍ଥା ଥାଏ ଭଗବାନଙ୍କ ଠାରୁ ମିଳିଥିବା ଫୁଲ ସହ ଏହା କରିବା ଦ୍ୱାରା ଘରର ସଦସ୍ୟମାନଙ୍କ ଆୟରେ ବୃଦ୍ଧି ହେବାରେ ଲାଗିଥାଏ।

ଯଦି କେବେବି ଯାତ୍ରା କରିବା ସମୟରେ ଆପଣଙ୍କୁ ମନ୍ଦିର ଯିବାର ସୁଯୋଗ ମିଳେ ଏବଂ ସେଠାରେ ଆପଣଙ୍କୁ ଭଗବାନଙ୍କ ଉପରେ ଚଢା ହୋଇଥିବା ଫୁଲ ମିଳେ ତେବେ ସବୁଠୁ ବଡ କଷ୍ଟ ହୋଇଥାଏ ଯାତ୍ରା ସମୟରେ ସେହି ଫୁଲକୁ ସମ୍ଭାଳିକି ରଖିବା।ଏହିପରି ସ୍ଥିତିରେ ଆପଣ ସେହି ଫୁଲକୁ ନିଜ ହାତରେ ନିଅନ୍ତୁ ଏବଂ ଶୁଙ୍ଘିକରି ତାକୁ କୌଣସି ଗଛର ମୂଳ କିମ୍ବା ନଦୀ ଅଥବା ଜଳାଶୟରେ ପ୍ରବାହିତ କରିଦିଅନ୍ତୁ କାରଣ ଏହା କୁହାଯାଏକି ଶୁଙ୍ଘିବା ଦ୍ୱାରା ଆପଣ ସେହି ଫୁଲର ସକାରତ୍ମକ ଉର୍ଜାକୁ ଗ୍ରହଣ କରିନିଅନ୍ତି।

ଯଦି ଆପଣ ସେହି ଫୁଲକୁ ଘରକୁ ଆଣିବାକୁ ଚାହାନ୍ତି ତେବେ ଧଳା କାଗଜରେ ତାହାକୁ ଘୋଡେଇ ରଖନ୍ତୁ ତାହାଦ୍ୱାରା ସେହି ଫୁଲ ମାଧ୍ୟମରେ ଆପଣଙ୍କୁ ପ୍ରଭୁଙ୍କ ଆଶୀର୍ବାଦ ମିଳୁଥିବ।ସାଙ୍ଗମାନେ ଏହା କେମିତି ଲାଗିଲା ଆମକୁ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *