October 7, 2024

Odia Express

Here, There and Everywhere

ମୂର୍ଖ ବ୍ୟକ୍ତିଙ୍କ ପାଖରେ ଥାଏ ଏହି ୬ଟି ଲକ୍ଷଣ,ଏହାଠାରୁ ଦୂରରେ ରୁହନ୍ତୁ ନଚେତ ଆପଣ ମଧ୍ୟ ଜୀବନରେ ଅନେକ ଅସୁବିଧା ରେ ପଡିବେ-ବିଦୂର ନୀତି

ମହାତ୍ମା ବିଦୂରଙ୍କୁ କିଏ ବା ନ ଜାଣେ,ବୁଦ୍ଧିମତା ଓ ଚତୁରତାରେ ପରିପୂର୍ଣ ମହାତ୍ମା ବିଦୂରଙ୍କ ନୀତି ଯେତିକି ମହତ୍ଵ ମହାଭାରତ ଯୁଗରେ ଥିଲା ସେତିକି ମହତ୍ଵ ଆଜି ମଧ୍ୟ ଅଛି।ଯେଉଁ ବ୍ୟକ୍ତି ସେହି ନୀତି ଗୁଡିକ ଜାଣିଯିବ ଓ ନୀତି ଗୁଡିକର ପାଳନ କରିବ ସେହି ବ୍ୟକ୍ତିକୁ ସଫଳ ହେବାରୁ କେହିବି ଅଟକାଇ ପାରିବେନାହିଁ।ସେଥି ମଧ୍ୟରୁ ନିମ୍ନରେ ଲିଖିତ ଏହି ୬ଟି ଲକ୍ଷଣ ଜଣେ ମୂର୍ଖ ବ୍ୟକ୍ତି ପାଖରେ ଦେଖାଯାଏ।ଏହି ନୀତିଗୁଡିକରୁ ଆପଣ ଜାଣିଜୀବେ ଯେ ଆପଣ କେତେ ମୂର୍ଖ ଲୋକଙ୍କ ମଧ୍ୟରେ ରହୁଛନ୍ତି ଏବଂ କେଉଁ ଲୋକମାନଙ୍କ ଠାରୁ ଦୂରରେ ରହିବା ଉଚିତ। ସେହି ୬ଟି ଲକ୍ଷଣ ହେଲା,

୧.ମହାତ୍ମା ବିଦୂରଙ୍କ ନୀତି ଅନୁସାରେ ଯେଉଁ ବ୍ୟକ୍ତି ନିଜର ଶୁଭ ଚିନ୍ତକ ମାନଙ୍କୁ ଛାଡି ନିଜ ଶତ୍ରୁ ମାନଙ୍କ ସହ ସୁ ସମ୍ପର୍କ ଗଢିବାକୁ ଚେଷ୍ଟା କରେ ସେ ସବୁଠୁ ବଡ ମୂର୍ଖ ହୋଇଥାଏ।କାରଣ ଜଣେ ବୁଦ୍ଧିମାନ ବ୍ୟକ୍ତି ନିଜର ଶୁଭ ଚିନ୍ତକ ଏବଂ ଶତ୍ରୁ ମଧ୍ୟରେ ଅନ୍ତର ବହୁତ ଭଲଭାବେ ଜାଣି ଥାଏ ଯେଉଁ ବ୍ୟକ୍ତିର ଏପରି ଚିନ୍ତା ଶକ୍ତି ନଥାଏ,ସେ ମହା ମୂର୍ଖ ହୋଇଥାଏ।

୨.ମହାତ୍ମା ବିଦୂରଙ୍କ ୨ୟ ନୀତି ହେଲା ନିଜ ଠାରୁ ବଳ ଶାଳି ବ୍ୟକ୍ତି ସହ ଶତ୍ରୁତା କରିବା। ମହାତ୍ମା ବିଦୂରଙ୍କ ଅନୁସାରେ ନିଜର ଶକ୍ତି ଓ ସାମର୍ଥ ନଜାଣି ନିଜଠାରୁ ଅଧିକ ବଳଶାଳି ବ୍ୟକ୍ତି ସହ ଶତ୍ରୁତା କରିବା ମହାମୁର୍ଖର ଲକ୍ଷଣ ଅଟେ।ଏହି ଶତ୍ରୁତା ବେଳେ ବେଳେ ମଣିଷକୁ ସମ୍ପୂର୍ଣ ରୂପେ ବର୍ବାଦ କରିଦେଇଥାଏ।

୩.ମହାତ୍ମା ବିଦୂରଙ୍କ ୩ୟ ନୀତି ହେଲା ବିନା ଜ୍ଞାନରେ ଯୋଜନା ପ୍ରସ୍ତୁତ କରିବା ମୁର୍ଖତାର ଲକ୍ଷଣ।ଯେଉଁ ବ୍ୟକ୍ତି ପାଠ ନ ପଢି ମଧ୍ୟ ନିଜକୁ ଜ୍ଞାନୀ କୁହେ ଏବଂ ଯେଉଁ ବ୍ୟକ୍ତି ଗରିବ ହୋଇ ମଧ୍ୟ ଧନୀଙ୍କ ଭଳି ଯୋଜନା ପ୍ରସ୍ତୁତ କରେ ଏହି ପରି ବ୍ୟକ୍ତି ନିଜେତ ବର୍ବାଦ ହୁଏ ତା ସହିତ ଅନ୍ୟମାନଙ୍କର ମଧ୍ୟ ବର୍ବାଦୀର କାରଣ ହୁଏ ଏଥିପାଇଁ ଏମିତି ବ୍ୟକ୍ତି ଠାରୁ ଦୂରରେ ରହିବା ଉଚିତ।

୪.ମହାତ୍ମା ବିଦୂରଙ୍କ ୪ୟ ନୀତି ହେଲା ବିନା ପରିଶ୍ରମରେ ଧନ ପ୍ରାପ୍ତିର ଆଶା ରଖିବା ଯେଉଁ ବ୍ୟକ୍ତି କିଛି କାମ ନକରି ବସିବସି ଧନ ପ୍ରାପ୍ତିର ସ୍ବପ୍ନ ଦେଖେ ଏବଂ ସବୁ ଭାଗ୍ୟ ଉପରେ ଛାଡିଦିଏ ସେହି ବ୍ୟକ୍ତି ଜଣେ ମହା ମୂର୍ଖ ହୋଇଥାଏ।

୫.ମହାତ୍ମା ବିଦୂରଙ୍କ ୫ମ ନୀତି ହେଲା ବିନା କାରଣରେ ଅନ୍ୟର କାମରେ ମୁଣ୍ଡ ପୁରାଇବା।ମହାତ୍ମା ବିଦୁରଙ୍କ ଅନୁସାରେ ଯେଉଁ ବ୍ୟକ୍ତି ନିଜର କାମ ଛାଡି ଅନ୍ୟ କାମରେ ମୁଣ୍ଡ ପୁରାଏ ସେ ଜଣେ ମୂର୍ଖ ହୋଇଥାଏ।କାରଣ ଏହି ସଂସାରର ନିୟମ ହେଲା , ବ୍ୟକ୍ତି ପ୍ରଥମେ ନିଜେ ବୁଦ୍ଧିମାନ ଓ ସକ୍ଷମ ହେବା ପରେ ଯାଇ ଅନ୍ୟର କାମରେ ମୁଣ୍ଡ ପୂରେଇବା ଉଚିତ। ଆଜିବି ସଂସାରରେ ଏମିତି କିଛି ଲୋକ ଅଛନ୍ତି ଯାହାଙ୍କଦ୍ୱାରା ନିଜ କାମ ତ ଠିକ ସେ ହୋଇପାରେନାହିଁ କିନ୍ତୁ ସବୁବେଳେ ଅନ୍ୟର କାମରେ ଦଖଲ ଦେବାକୁ ଆଗେଇ ଆସନ୍ତି।ଏହିପରି ବ୍ୟକ୍ତି ମହାମୂର୍ଖ ହୋଇଥାନ୍ତି।

୬.ମହାତ୍ମା ବିଦୁରଙ୍କ ୬ ନୀତି ହେଲା, ମିତ୍ରର ଭୁଲ କାମରେ ମଧ୍ୟ ତାକୁ ସାହାଯ୍ୟ କରିବା।ମହାତ୍ମା ବିଦୁରଙ୍କ ଅନୁସାରେ ଗୋଟେ ପ୍ରକୁତ ମିତ୍ରର ଲକ୍ଷଣ ହେଉଛି ତାକୁ ଭୁଲବାଟକୁ ଯିବାରୁ ଅଟକାଇବା।ଯିଏ ନିଜ ମିତ୍ରର ଭୁଲ କାମରେ ମଧ୍ୟ ତା ସାହାଯ୍ୟ କରେ ସେ ମହାମୁର୍ଖ ବୋଲି ମନା ଯାଏ।

Leave a Reply

Your email address will not be published. Required fields are marked *