June 26, 2025

Odia Express

Here, There and Everywhere

ସ୍ୱପ୍ନ ଶାସ୍ତ୍ରର ରହସ୍ୟ – ଯଦି ଆପଣଙ୍କ ସ୍ଵପ୍ନ ରେ କେହି ପ୍ରିୟ ପରିଜନ ଆସନ୍ତି ତେବେ ଜାଣିରଖନ୍ତୁ କଣ ସଂକେତ ମିଳିଥାଏ..

ସାଙ୍ଗ ମାନେ କଣ ଆପଣଙ୍କୁ ଏମିତି ସପ୍ନ ଆସିଛି ଯେଉଁ ଥିରେ ଆପଣ ଏମିତି ଏକ ବ୍ୟକ୍ତିଙ୍କୁ ଦେଖନ୍ତି ଯାହାର ମୃତ୍ୟୁ ହୋଇ ଯାଇଛି କି ଆପଣଙ୍କର କେଉଁ ମାନେ ନିଜ ବ୍ୟକ୍ତି ଯାହାକୁ ଆପଣ ଜାଣିଛନ୍ତି କିନ୍ତୁ ସେ ଏ ଦୁନିଆରେ ନାହିଁ କିନ୍ତୁ ଆପଣ ତାଙ୍କ ସ୍ବପ୍ନ ଦେଖୁଛନ୍ତି।ଆଜି ମୁଁ ଆପଣଙ୍କୁ ସ୍ବପ୍ନର ଏମିତି ଏକ ରହସ୍ୟ ବିଷୟରେ କହିବି ଯାହା ଆପଣ କେବେ ବି ଶୁଣି ନଥିବେ।ବିଜ୍ଞାନ କେତେ ବି ଉପରକୁ ଉଠିଥିଲେ ମଧ୍ୟ ସେ କେବେ ବି ସ୍ବପ୍ନର ରହସ୍ୟକୁ ଜାଣି ପାରି ନାହିଁ।କଣ ଆପଣଙ୍କ ସାଥିରେ ଏମିତି କେବେ ହୋଇଛି କି ଆପଣ ଯେଉଁ ଜିନିଷ କୁ ସ୍ବପ୍ନ ରେ ଦେଖିଛନ୍ତି ତାହା ଆପଣଙ୍କ ସାଥିରେ ବାସ୍ତବ ରେ ହୋଇଛି।ପ୍ରାଚୀନ ମୁନି ଋଷି ମାନେ ତାଙ୍କ ଧ୍ୟାନ ବଳରେ ସ୍ବପ୍ନ ଶାସ୍ତ୍ର ର ନିର୍ମାଣ କରିଛନ୍ତି।ସେଥିରେ ଏମିତି କଥା କୁହା ଯାଇଚି ଯାହା ବିଜ୍ଞାନ ମଧ୍ୟ ଆଜି ପର୍ଯ୍ୟନ୍ତ ବୁଝି ପାରିନି।ସ୍ବପ୍ନ ଶାସ୍ତ୍ର ରେ ବିଭିନ୍ନ ପ୍ରକାର ସ୍ବପ୍ନ ର ବର୍ଣ୍ଣନା ମିଳିଥାଏ।ସ୍ବପ୍ନ ରେ ପଶୁ ମାନଙ୍କୁ ଦେଖିବା, ପଞ୍ଚ ତତ୍ତ୍ଵ କୁ ଦେଖିବା,ଈଶ୍ୱର ଙ୍କୁ ଦେଖିବା ତଥା ଭୂତ ପ୍ରେତ ଙ୍କୁ ଦେଖିବା ଓ ମରି ଯାଇଥିବା ଲୋକଙ୍କୁ ସ୍ବପ୍ନ ରେ ଦେଖିବା ର ଏକ ଅଲଗା ମନୋଭାବ ରହିଥାଏ।

ଆଜି ମୁଁ ସ୍ବପ୍ନ ଶାସ୍ତ୍ର ଅନୁସାରେ ମରି ଯାଇଥିବା ଲୋକଙ୍କୁ ସ୍ବପ୍ନ ରେ ଦେଖିବା ର ଅର୍ଥ କଣ ହୋଇଥାଏ ତାହା କହିବି।ସ୍ବପ୍ନ ଶାସ୍ତ୍ର ଅନୁସାରେ ଯଦି ଆପଣ ଏପରି ସ୍ବପ୍ନ ଦେଖନ୍ତି ତ ଏହାର ଅର୍ଥ ସେମାନେ ଆପଣଙ୍କୁ କୌଣସି ସଙ୍କଟ ର ଅବଗତ କରାଉଛନ୍ତି।ଯଦି ସ୍ବପ୍ନ ରେ ଆପଣଙ୍କ କୋଉ ପ୍ରିୟଜନ ଆସୁଛନ୍ତି ତ ସେ ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଭବିଷ୍ୟ ରୁ ଆସୁଥିବା ସଙ୍କଟର ପୂର୍ବରୁ ହିଁ ଆପଣକୁ ଅବଗତ କରାଇଥାନ୍ତି।

ସ୍ବପ୍ନ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ର ମୃତ୍ୟୁ କୌଣସି ବିମାରି ଦ୍ଵାରା ହୋଇଥାଏ ଓ ସ୍ବପ୍ନ ରେ ସେ ବ୍ୟକ୍ତି ଆପଣକୁ ସ୍ଵାସ୍ଥ୍ୟ ବାନ ଦେଖାଯାଏ ତ ଏହାର ଅର୍ଥ ସେ ପୁନର୍ଜନ୍ମ ନେଇ ସାରିଛନ୍ତି ଓ ଆପଣ ତାଙ୍କ ବିଷୟରେ ଶୋକ କରିବା ଛାଡି ଦିଅନ୍ତୁ।

ଯଦି କୌଣସି ସୁସ୍ଥ ବ୍ୟକ୍ତି ଅଚାନକ ମରିଯାଏ ଓ ସେ ଆପଣଙ୍କ ସ୍ବପ୍ନ ରେ ରୋଗିନା ଦେଖାଯାଏ ତ ଏହାର ଅର୍ଥ ସେ ଆପଣକଂ ଠାରୁ କିଛି ଚାହୁଁଚି।ତାର କିଛି ଅଧୁରା ଇଚ୍ଛା ରହି ଯାଇଚି।ସ୍ବପ୍ନ ରେ ସେ ବ୍ୟକ୍ତି ଯେଉଁ ଆଡ଼କୁ ଇଶାରା କରିବ ଆପଣଙ୍କୁ ସେହି ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ସ୍ଵପ୍ନରେ କୌଣସି ଜୀବିତ ମଣିଷରେ ମୃତ୍ୟୁ ହୋଇଯିବା ଭଲ ମନା ଯାଇଚି।ଏହା ଦ୍ଵାରା ତାର ଆୟୁ ବୃଦ୍ଧି ହେବାର ସଂକେତ।ଯଦି କୌଣସି ମୃତ ବ୍ୟକ୍ତି ଆପଣଙ୍କ ସ୍ବପ୍ନ ରେ ଆସି ମୌନ ରହୁଚି ଓ କିଛି କହୁନାହିଁ ତ ସେ ଆପଣଙ୍କୁ କୌଣସି ଭୁଲ୍ କାମ କରିବାରୁ ଅଟକାଉଚି।ଯଦି ସ୍ବପ୍ନ ରେ କୋଉ ମୃତ ପରିଜନ ଆପଣଙ୍କୁ ଆଶୀର୍ବାଦ ଦେଉଚି ତ ଏହା ଶୁଭ ବୋଲି ଧରା ଯାଏ।ଯଦି ମୃତ ବ୍ୟକ୍ତି ସ୍ବପ୍ନ ରେ ଉଦାସ ଦେଖାଯାଏ ତ ସେ ଆପଣଙ୍କ ଉପରେ ବିରକ୍ତ ଅଟେ।ଯଦି କୌଣସି ମୃତ ବ୍ୟକ୍ତି ସ୍ବପ୍ନ ରେ ବିନା କପଡା ରେ ଦେଖାଯାଏ ଅଥବା ଭୋକିଲା ଦେଖାଯାଏ ତ ଆପଣ ଏକ ମନ୍ଦିର ରେ କିଛି ବସ୍ତ୍ର ଦାନ କରନ୍ତୁ ଓ ବ୍ରାହ୍ମଣ ମାନଙ୍କୁ କିଛି ଭୋଜନ ଦିଅନ୍ତୁ।ଯଦି ସ୍ବପ୍ନ ରେ ବ୍ୟକ୍ତି ଚମକୁ ଥିବା ଦେଖାଯାଏ ଅଥବା ଦୂର ଆକାଶ ରେ ଦେଖାଯାଏ ତ ଏହାର ଅର୍ଥ ସେ ମୋକ୍ଷ ପାଇ ଯାଇଚି।

Leave a Reply

Your email address will not be published. Required fields are marked *