November 6, 2024

Odia Express

Here, There and Everywhere

ସକାଳୁ ଚୁଟି ଧୋଇବା ପୂର୍ବରୁ ଘିକୁଆରୀ ଏହି ପରି ଭାବେ ଲଗାନ୍ତୁ ଚୁଟି ଲମ୍ବା , ଶକ୍ତ , ଏବଂ ଚକଚକ କରିବ…

ଆସନ୍ତୁ ଜାଣିବା ଗୋଟିଏ ଏମିତି ଘରୋଇ ଉପଚାର ବିଷୟରେ ଯାହା କେବଳ ଦୁଇ ଟି ଜିନିଷକୁ ନେଇ ତିଆରି।ଏହା ଦ୍ୱାରା ଆପଣଙ୍କ ଚୁଟି ଲମ୍ବା ହେବ , ଝାଟିବା ବନ୍ଦ ହେଇ ଯିବ ଏବଂ କଳା ହେବ ଏହା ସହିତ ମଜବୁତ ହେବ ଏବଂ ଚକଚକ କରିବ। ରୂପୀ ବି ପଳେଇବ।ଏହି ଘରୋଇ ଉପଚାର ବହୁତ ସରଳ ଅଟେ ଏହାକୁ ବନେଇବା ମଧ୍ୟ ବହୁତ ସହଜ।ଏହାକୁ ଆପଣ ଘରେ ବହୁତ ସହଜରେ ଏବଂ କମ ସମୟରେ ବନେଇ ପାରିବେ।ଏହି ଘରୋଇ ଉପଚାର ପାଇଁ ଆପଣଙ୍କୁ କୁଆଡେ ଯିବା ଦରକାର ନାହିଁ।ଘରେ ବସି ଏହା ଆପଣ ତିଆରି କରି ପାରିବେ। ଏହା ଆପଣଙ୍କ ଚୁଟିରେ ମ୍ୟାଜିକ ପରି କାମ କରିବା ଏବଂ ସବୁ ସମସ୍ୟାକୁ ଦୂର କରି ଦେବ।

ଏହା ପ୍ରାକୃତିକ ଅଟେ।ଏହାର କୌଣସି ଖରାପ ପ୍ରଭାବ ନାହିଁ।ଏହାକୁ ବନେଇବା ବହୁତ ସହଜ।ଆସନ୍ତୁ ଏହାକୁ ବନେଇବା।ଏହି ଘରୋଇ ଉପଚାରକୁ ବନେଇବା ପାଇଁ ପ୍ରଥମେ ଦରକାର ଘିକୁଆରୀ ଜେଲ ଏହା ଆପଣଙ୍କୁ ଦୋକାନରେ ମିଳିଯିବା। ଯଦି ଆପଣଙ୍କ ଘରେ ଘିକୁଆରୀ ଗଛ ରହିଛି ତାହେଲେ ଆପଣ ଏହାର ଜେଲ୍ଲୀ ବାହାର କରି ବ୍ୟବହାର କରି ପାରିବେ। ଏହି ଘିକୁଆରୀ ଆପଣଙ୍କ ଚୁଟି ପାଇଁ ବହୁତ ଭଲ ହୋଇ ଥାଏ ଏହା ଚୁଟି ଝଡ଼ିବା କୁ ରୋକିଥାଏ।ନୂଆ ଚୁଟି ତିଆରି କରିବାରେ ବହୁତ ସାହାଯ୍ୟ କରି ଥାଏ ଏହା ସହିତ ଚୁଟିକୁ ମଜବୁତ କରିଥାଏ। ଆପଣ ଦୁଇ ଚାମଚ ଘିକୁଆରୀ ଜେଲ ନିଅନ୍ତୁ।

ତାପରେ ନିଅନ୍ତୁ ସୋରିଷ ତେଲ।ଏହା ମଧ୍ୟ ଆମ ଚୁଟିକୁ ବହୁତ ଫାଇଦା ଦେଇଥାଏ।ଏହା ଆମ ରକ୍ତ ସଂଚାଳନକୁ ବଢ଼େଇ ଥାଏ ଯାହା ଫଳରେ ଆମର ନୂଆ ଚୁଟି ଆସିଥାଏ।ଏହା ସହିତ ଚୁଟି ଝଡ଼ିବା ବନ୍ଦ କରି ଦେଇଥାଏ।ଏହା ସହିତ ଏହା ଘିକୁଆରୀ ଜେଲ ସହିତ ମିସିକି ଆହୁରି ଅଧିକ ଫାଇଦା କରିଥାଏ।ଏହା ରୁକ୍ଷ ଚୁଟିକୁ ସୁନ୍ଦର ଏବଂ ଚମକଦର ବନେଇଥାଏ।ଏଥିରେ ବହୁତ ଗୁଡିଏ ପୋଷାକ ତତ୍ୱ ରହିଥାଏ।ଯାହା ଆପଣଙ୍କ ଚୁଟିକୁ ଲମ୍ବା , କଳା , ମଜବୁତ କରିଥାଏ।ଏଥିରେ ଆପଣ ଦୁଇଟି ଚାମଚ ସୋରିଷ ତେଲ ନିଅନ୍ତୁ। ଏହାକୁ ଗିଟିଏ ପରିମାଣରେ ନେଇକି ମିଶେଇ ଦିଅନ୍ତୁ।

ଆପଣଙ୍କର କମ ଚୁଟି ଥିଲେ ଆପଣ ଏହାର କମ ମାତ୍ରାରେ ବ୍ୟବହାର କରି ପାରିବେ।ଯଦି ଆପଣଙ୍କ ଚୁଟି ବହୁତ ଅଛି ତାହେଲେ ଆପଣ ସେହି ମାତ୍ରାରେ ଏହାକୁ ନିଅନ୍ତୁ।ଏହାକୁ ଗୋଟିଏ ମାତ୍ରାରେ ନିଅନ୍ତୁ।ତାପରେ ଏହାକୁ ଭଲ ଭାବରେ ମିଶେଇ ଦିଅନ୍ତୁ।ଏହାକୁ ଆପଣ ଆଙ୍ଗୁଠିରେ ନେଇ କି ମୁଣ୍ଡରେ ଲଗେଇ ପାରିବେ।ଭଲ ଭାବରେ ମାସେଜ କରି ପୁରା ଚୁଟିରେ ଭଲ ଭାବରେ ଲଗେଇ ଦିଅନ୍ତୁ।ଏହାକୁ ଭଲ ଭାବରେ ଲଗେଇବା ପରେ ଆପଣଙ୍କ ଚୁଟି ବହୁତ ସୁନ୍ଦର ଦେଖାଯିବ।ଲଗେଇବା ପରେ ଏହାକୁ ଦୁଇ ତିନି ଘଣ୍ଟା ଛାଡିଦିଅନ୍ତୁ।ତାପରେ ଏହାକୁ ଧୋଇ ଦିଅନ୍ତୁ ଦେଖିବେ ଆପଣଙ୍କ ଚୁଟି ସୁନ୍ଦର ହେଇଯିବ।ଏହାକୁ ଆପଣ ଲାଗେଇକି ରାତି ସାରା ମଧ୍ୟ ଶୋଇପାରିବେ।ଏହାକୁ ସକାଳୁ ଉଠି ଧୋଇ ପାରିବେ।

Leave a Reply

Your email address will not be published. Required fields are marked *