ମଶାମାରିବାର ଉପାୟ ଚମତ୍କାରୀ ପ୍ରଣାଳୀ – ପ୍ରବଳ ରୁ ଅତି ପ୍ରବଳ ମଶା ମଧ୍ୟ କିଛି ମିନିଟ ରେ ଗାୟବ ହେଇଯିବେ ଏହି ଉପାୟ କଲେ…

ଥଣ୍ଡା ଋତୁ ଯାଇ ଏବେ ଗରମ ଋତୁ ଆସିଗଲାଣି।ଆଉ ଗରମ ଋତୁ ଆସୁ ଆସୁ ଝାଳ ବାହାରୁ ନ ବାହାରୁ କିନ୍ତୁ ମଶା ସବୁଠୁ ପ୍ରଥମେ ଆସନ୍ତି।ମଶା ମନଙ୍କୁ ଦୁନିଆର ସବୁଠୁ ଅଧିକ ଘାତକ ଏବଂ ମାରାତ୍ମକ ଯିବ ବୋଲି ଧରା ଯାଏ।କାରଣ ପୃଥିବୀରେ ମଶାର ପ୍ରାୟ ୩୦୦୦ରୁ ବି ଅଧିକ ପ୍ରଜାତି ମିଳିଥାଏ।ସବୁ ପ୍ରଜାତି ମାରାତ୍ମକ ହୋଇନଥାଏ କିନ୍ତୁ ଯଦି ଆପଣଙ୍କ ଘରେ ଡେଙ୍ଗୁ,ମ୍ୟାଲେରିଆ,ଚିକେନ୍ଗୁନିଆ ମଶା ପଶି ଆସି ଆପଣଙ୍କୁ କିମ୍ବା ଅପଣଙ୍କ ପିଲାମାନଙ୍କୁ କାମୁଡନ୍ତି ତେବେ ତାହା ଅପଣଙ୍କ ପାଇଁ ମାରାତ୍ମକ ହୋଇପାରେ।ଏଥିପାଇଁ ନିଜ ଘରୁ ମଶାମାନଙ୍କୁ ସଫା କରିବା ଅତ୍ୟନ୍ତ ଆବଶ୍ୟକ।ଯଦି ଆପଣ ମଶା ମାରିବା ପାଇଁ ବଜାରରେ ମିଳୁଥିବା ମଶାମରା ଔଷଧ ବ୍ୟବହାର କରନ୍ତି ତେବେ ସେଥିରୁ ବାହାରୁଥିବା ଧୂଆଁ ଅପଣଙ୍କ ଫୁସଫୁସକୁ କ୍ଷତିଗ୍ରସ୍ତ କରିପାରେ।
ଆଜି ଆମେ ଆପଣଙ୍କୁ ଅପଣଙ୍କ ଘରୁ ମଶାମାରିବାର ଏକ ଘରୋଇ ଉପଚାର କହିବାକୁ ଯାଉଛୁ ଯାହାକୁ ଆମେ ନିଜେ ମଧ୍ୟ ବ୍ୟବହାର କରିଛୁ।ଏହାର ଫଳ ୧୦୦ ପ୍ରତିଶତ ଆସେ।ଏଥିରୁ ଏକ ଅଦ୍ଭୁତ ଧୂଆଁ ବାହାରେ ଏବଂ ଅଦ୍ଭୁତ ଗନ୍ଧ ବାହାରେ ଯାହା ମଶାମାନଙ୍କ ଦ୍ୱାରା ସହ୍ୟ କରାଯାଇପରେ ନାହିଁ।
ଏଥିପାଇଁ ଆପଣଙ୍କୁ ପ୍ରଥମେ କୁମ୍ଭାର ପାଖକୁ ଯାଇ ଏକ ଦୀପ ଆଣିବାକୁ ପଡିବ।ଯଦି ଏହା ଅପଣଙ୍କ ଘର ପାଖରେ ମିଳିଯାଏ ତେବେ ଏହା ଆପଣଙ୍କପାଇଁ ବହୁତ ଭଲ।ଦୀପକୁ ଆଣିବାପରେ ସର୍ବପ୍ରଥମେ ରୋଷେଇଘରକୁ ଯାଆନ୍ତୁ।ଏଠାରେ ଆପଣଙ୍କୁ ଜୁଆଣି ମିଳିଯିବ।ଜୁଆଣି ର ବହୁତ ଲାଭ ଥାଏ।ଯଦି ଏହା ଅପଣଙ୍କ ଘରେ ନମିଳେ ତେବେ ଆପଣ ପାଖରେ ଥିବା ଦୋକାନକୁ ଯାଇକି ଏହାକୁ କିଣି ଆଣିପାରିବେ।ଏହାପରେ ଦୀପରେ ଅଧା ଚାମଚ ଜୁଆଣି ନିଅନ୍ତୁ।ଏହାପରେ ଆପଣ ୩ଟି ରସୁଣକୋଲା ନିଅନ୍ତୁ।ଏହାର ଚୋପା ଛଡ଼ାଇ ହେମଦସ୍ତା ସାହାଯ୍ୟରେ କୁଟିକି ଗୁଣ୍ଡ କରିଦିଅନ୍ତୁ।
ମନେରଖନ୍ତୁ ଆପଣଙ୍କୁ ଏହାର ପେଷ୍ଟ ତିଆରି କରିବେ ନାହିଁ।ଗୁଣ୍ଡ କରିବା ପରେ ମାଟିର ଦୀପରେ ଏହାକୁ ପକାନ୍ତୁ।ଆଉ ଯଦି ଅପଣଙ୍କ ଘରେ ଦେଶୀ ଘିଅ ଉପଲବ୍ଧ ଥିବ ତେବେ ଅଧାଚାମଚ ଦେଶୀଘିଅ ନେଇ ସେଥରେ ପକେଇଦିଅନ୍ତୁ।ଚିନ୍ତା କରନ୍ତୁ ନାହିଁ ଯଦି ଆପଣଙ୍କ ଘରେ ଘିଅ ନଥିବା ତେବେ ଆପଣ ଏହା ଜାଗାରେ ନିମତେଲ କିମ୍ବା ସୋରିଷତେଲ ମଧ୍ୟ ବ୍ୟବହାର କରିପାରିବେ।
ଏହାପରେ ସର୍ବଶେଷରେ ନିଅନ୍ତୁ ଦୁଇଟି କର୍ପୁର।ଏହା ସେହି କର୍ପୁର ଯାହାକୁ ଆପଣ ପୂଜା କରିବାରେ ବ୍ୟବହାର କରନ୍ତି।ଏହି କର୍ପୁରକୁ ଭଲ ଭାବରେ ଗୁଣ୍ଡ କରି ସେଠାରେ ପକାନ୍ତୁ।ଏହା ପରେ ଏହିସବୁ ପଦାର୍ଥ କୁ ଭଲଭାବରେ ମିସାଇଦିଅନ୍ତୁ।ଯାହାଦ୍ୱାରା ଏହା ଜଳିବାପରି ଏକ ବହୁତ ପ୍ରଭାବଶାଳୀ ପଦାର୍ଥ ପ୍ରସ୍ତୁତ ହୋଇଯିବ।ସବୁ ମିଶିଯିବାପରେ ଏହା ଉପରେ ଦୁଇ ଖଣ୍ଡ କର୍ପୁର ପକାଇ ଜଳାଇଦିଅନ୍ତୁ।
ଏହା ଜଳିବା ଆରମ୍ଭ ହେବା ପରେ ଘରର କୋଣ କୋଣରେ ଏହାର ଧୂଆଁକୁ ପହଞ୍ଚାଇଦିଅନ୍ତୁ ଅର୍ଥାତ ବୁଲାନ୍ତୁ।ଏହି ଉପାୟ ୧୦୦ ପ୍ରତିଶତ କାମ କରେ ଆମେ ଏହାର ପ୍ରୟୋଗ ନିଜେ କରି ଦେଖିଛୁ।ତ ଆପଣ ଏହି ଉପାୟ ଆଜି ପ୍ରୟୋଗକରିକି ନିଜେ ଦେଖିପାରିବେ।ଧ୍ୟାନରଖନ୍ତୁ ଯେଉଁଠାରେ ଏହାକୁ ଜଳାଇବେ ସେଠାରେ କୌଣସି କପଡା ନଥିବ।ଏହାକୁ ସାବଧାନତାର ସହିତ ଜଳାନ୍ତୁ।