September 10, 2024

Odia Express

Here, There and Everywhere

ତୁଳସୀ ପତ୍ରର ଏହି ଆରାଧନା ଦ୍ୱାରା ଲକ୍ଷ୍ମୀ ସ୍ୱୟଂ ପ୍ରବେଶ କରିଥାନ୍ତି – ଏହି କାମ ଆଜି ଦେଖିନିୟନ୍ତୁ ଓ ବ୍ୟବହାର କରନ୍ତୁ..

ବୈଦିକ ଯୁଗରୁ ମନୁଷ୍ୟ ଜୀବନରେ ଔଷଧୀୟ ବୃକ୍ଷର ମାହାତ୍ମ୍ୟ ଅବର୍ଣ୍ଣନୀୟ।ତେଣୁ ଔଷଧୀୟ ବୃକ୍ଷ ମାନଙ୍କ ମଧ୍ୟରେ ତୁଳସୀ ଅନ୍ୟତମ।ଏହାର ଉପକାରୀତା ଅସରନ୍ତି।ଓ ଏହା ବିଭିନ୍ନ ଚିକିତ୍ସାରେ ବ୍ୟବହୃତ ହୁଏ।ଏହା ଭଗବାନ ଶ୍ରୀକୃଷ୍ଣଙ୍କର ମଧ୍ୟ ପ୍ରିୟ ବୃକ୍ଷ ଅଟେ।ବୈଜ୍ଞାନିକ ଅନୁସନ୍ଧାନରୁ ପ୍ରମାଣିତ ହୋଇଛିକି ଏହା ସବୁଠୁ ବେଶି ଅମ୍ଳଜାନ ତ୍ୟାଗ କରିଥାଏ।ଯାହାକି ବାୟୁ ମଣ୍ଡଳର ଅସରନ୍ତି ଉପକାର କରିଥାଏ।ଓ ବାୟୁ ପ୍ରଦୂଷଣକୁ ରୋକିଥାଏ।ତେଣୁ ଏହାର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ।ହିନ୍ଦୁ ଧର୍ମରେ ମଧ୍ୟ ଏହାକୁ ପୂଜନୀୟ ବୋଲି ମନାଯାଏ।ଓ ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ଘର ଅଗଣାରେ ଶୋଭା ପାଏ।ଓ ଶୁଭର ପ୍ରତୀକ ବୋଲି ଅଭିହିତ ହୋଇଥାଏ।

ତୁଳସୀ ପତ୍ରର ଉପକାରୀତା ବିଭିନ୍ନ ପୁରାଣ, ଗ୍ରନ୍ଥ, ବେଦ, ଉପନିଷଦ ଆଦିରେ ବର୍ଣ୍ଣିତ ହୋଇଛି।ସ୍କନ୍ଧ ପୁରାଣରେ ମଧ୍ୟ ଏହାର ଉପକାରୀତା ଓ ଔଷଧୀୟ ଗୁଣ ସମ୍ପର୍କରେ ଅବଗତ କରାଯାଇଛି।ଏହାକୁ ମୋକ୍ଷର ପ୍ରତୀକ ବୋଲି ମଧ୍ୟ କୁହାଯାଏ।ଏହାର ଆରାଧନା ମୁକ୍ତିର ମାର୍ଗ ଉନ୍ମୁକ୍ତ କରିଥାଏ।ଏହାକୁ ନୀତିଦିନ ପୂଜା କରିବା ଦ୍ୱାରା ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି।ଓ ଧନର ବର୍ଷା କରିଥାନ୍ତି।ମୃତ୍ୟୁ ସମୟରେ ଗଙ୍ଗା ଜଳ ବଦଳରେ ତୁଳସୀ ଜଳ ପାନ କରିବା ଦ୍ୱାରା ମୁକ୍ତି ହୋଇଥାଏ ଓ ସ୍ୱର୍ଗ ପ୍ରାପ୍ତି ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ର ଜୀବନକୁ ପ୍ରତ୍ୟେକ ସ୍ଥଳରେ ଏକ ନବ ଦିଗନ୍ତ ଅଭିମୁଖେ ଅଗ୍ରସର କରିଥାଏ। ଏବଂ ସାଧାରଣକୁ ଅସାଧାରଣରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଜୀବନ ଦର୍ଶନକୁ ଏକ ନୂତନ ଢଙ୍ଗରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଭବିଷ୍ୟତର ସୂଚନା ଦେବା ସହିତ ନିଜର ସ୍ଵଭାଵ ଓ ଭାଗ୍ୟ ସମ୍ପର୍କରେ ଅବଗତ କରାଇଥାଏ।ଏହା ଜୀବନ ପାଇଁ ବହୁତ ଦରକାରୀ ହୋଇଥାଏ।ଏହା ଜୀବନକୁ ସୁନ୍ଦର କରି ଗଢିତୋଳିଥାଏ ଓ ମଧୁମୟ କରିଥାଏ।

ମନୁଷ୍ୟ ଜୀବନ ଏକ ଅଙ୍କାବଙ୍କା ତଟସ୍ୱିନୀ ସହିତ ତୁଳନୀୟ।ବିଭିନ୍ନ ପୁରାଣ ଓ ଗ୍ରନ୍ଥ ମଧ୍ୟରେ ଜ୍ୟୋତିଷ ଶାସ୍ତ୍ରର ସ୍ଥାନ ଅନନ୍ୟ ଅଟେ।ବୈଦିକ ଯୁଗରୁ ଜ୍ୟୋତିଷ ଶାସ୍ତ୍ର ମାନବ ଜୀବନକୁ ନିରନ୍ତର ସହାୟକ ହୋଇଆସିଛି।ଜ୍ୟୋତିଷ ଶାସ୍ତ୍ର ମାନବ ଜୀବନ ଶୈଳୀକୁ ଅନେକାଂଶରେ ସୁଗମ କରିଆସିଛି।ଏହାକୁ ମନୁଷ୍ୟ ଭାଗ୍ୟର ମୂଳଭିତ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।ଏହା ମନୁଷ୍ୟ ଜୀବନର ଅବିଛେଦ୍ୟ ଅଙ୍ଗ ରୂପେ ପ୍ରତିବିଦିତ ଓ ଏହା ଜୀବନକୁ ବିଭିନ୍ନ କ୍ଷେତ୍ରରେ ସହାୟ ହୋଇଥାଏ।ପ୍ରବହ ମାନ ଜୁଆର ତ କେତେବେଳେ ଦୁଃଖର ଅଜସ୍ର ବନ୍ୟା।ବେଳେବେଳେ ମଣିଷ ଜୀବନରେ ଏମିତି ପରିସ୍ଥିତି ଆସିଥାଏ ଯେଉଁଠି ମଣିଷ ଠିକ ଆଉ ଭୁଲର ବିଚାର ହରେଇ ବସେ।ଏହି ପରିସ୍ଥିତିରେ କେବଳ ଐଶ୍ୱରୀୟ ଆଶୀର୍ବାଦ ହିଁ ମଣିଷକୁ ଦିଏ ଆଶ୍ରୟ।

ମନୁଷ୍ୟକୁ କଣ କରିବା ଉଚିତ ଓ କଣ କରିବା ଅନୁଚିତ ତାହା ଗ୍ରନ୍ଥ ପୁରାଣରେ ବର୍ଣ୍ଣିତ ହୋଇଛି।ମନୁଷ୍ୟ ସେସବୁକୁ ଅନୁସରଣ କରିବା ଦ୍ୱାରା ଜୀବନ ମଧୁମୟ ହୋଇଥାଏ ଓ ସତ ମାର୍ଗରେ ପରିଚାଳିତ ହୋଇଥାଏ।ସେହିପରି ଦେବିଗ୍ରନ୍ଥ ପୁରାଣରେ ମଧ୍ୟ ଏସବୁ ବର୍ଣ୍ଣିତ ହୋଇଛି।ଏହି ଲବନ୍ୟମୟୀ ସୃଷ୍ଟିରେ ମନୁଷ୍ୟର ଜନ୍ମ ହେଉଛି ଦୁର୍ଲ୍ଲଭ ତଥା ଅନନ୍ୟ।ଦୈବିକ ଆଶୀର୍ବାଦ ମନୁଷ୍ୟ ଜୀବନକୁ ସୁନ୍ଦର ଓ ମଧୁମୟ କରିଥାଏ।

Leave a Reply

Your email address will not be published. Required fields are marked *