March 22, 2025

Odia Express

Here, There and Everywhere

ଫାଟିଯାଇଥିବା ଗୋଇଠି ନିମନ୍ତେ ସରଳ ଉପଚାର – ଏହି ଉପାୟ ଜାଣିଦେଲେ ଜୀବନରେ ଆପଣଙ୍କ ଗୋଡ ଆଉ କେବେ ଫାଟିବ ନାହିଁ..

ଏକ ସୁସ୍ଥ ଜୀବନ ବଞ୍ଚିବାର ବୀଜ ସୁସ୍ଥ ସ୍ୱାସ୍ଥ୍ୟ ମଧ୍ୟରେ ନିହିତ ଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ସର୍ବଦା ଏକ ସୁସ୍ଥ ସ୍ୱାସ୍ଥ୍ୟର ପ୍ରୟୋଜନ ରଖିଥାନ୍ତି।ପାଣିପାଗ, ଜଳବାୟୁ,ଋତୁ ଇତ୍ୟାଦି ସ୍ୱାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପକାଇଥାଏ।ତେଣୁ ଅନେକାଂଶରେ ସ୍ୱାସ୍ଥ୍ୟର ତ୍ରୁଟି ଦେଖାଯାଏ।ସେହିପରି ଶୀତଦିନ ଅନେକ ଲୋକଙ୍କର ପ୍ରିୟ ହେଲେ ମଧ୍ୟ ଓ ଉପକାରୀ ହେଲେ ମଧ୍ୟ ଗୋଇଠି ଫାଟିବା ଏହି ଋତୁର ପ୍ରଧାନ ସ୍ୱାସ୍ଥ୍ୟ ସମସ୍ୟା ରୂପେ ଉନ୍ମୋଚିତ ହୋଇଥାଏ।ଏହା ବହୁତ ଲୋକଙ୍କର ଚିନ୍ତାର ବିଷୟବସ୍ତୁ ଅଟେ।ଓ ଏହା ବହୁତ ଯନ୍ତ୍ରଣା ଦାୟକ ହୋଇଥାଏ।

ତେଣୁ ପ୍ରତ୍ୟେକ ବ୍ୟକ୍ତି ଏଥିରୁ ଉପଶମ ପାଇବାକୁ ଚାହାନ୍ତି।ନିମ୍ନରେ ଏଥିରୁ ଉପଶମ ପାଇବାର ଘରୋଇ ଉପାୟ ବର୍ଣ୍ଣନା କରାଯାଇଛି।ବଜାରରେ ଉପଲବ୍ଧ ଅତ୍ୟାଧୁନିକ ସାମଗ୍ରୀ ଠାରୁ ଘରୋଇ ଉପଚାର ବହୁତ ଗୁଣରେ ଭଲ ଓ ବିଶେଷ ଉପକାରୀ ହୋଇଥାଏ।

ଏଥିପାଇଁ ପ୍ରଥମେ ଆମେ ନେବା ମହମବତୀ।ଏହାକୁ ଛୁରୀ ସାହାଯ୍ୟରେ ଛୋଟ ଛୋଟ ଖଣ୍ଡ କରିବା।ଓ ଏହାସହିତ ମିଶାଇବା ସୋରିଷ ତେଲ।ସୋରିଷ ତେଲ ଆମ ଫାଟିଯାଇଥିବା ଗୋଇଠି ପାଇଁ ବହୁତ ଉପକାରୀ ଓ ଗୁରୁତ୍ୱପୂର୍ଣ୍ଣ ଅଟେ।ଆମେ ଏଥିରେ ମହମ ଠାରୁ ସୋରିଷ ତେଲର ପରିମାଣ ଅଧିକ ନେବା।ଅର୍ଥାତ ଏକ ଚାମଚ ମହମ ନେଲେ ଦୁଇ ଚାମଚ ସୋରିଷ ତେଲ ପକାଇବା।ତାପରେ ଏଥିରେ ମିଶାଇବା ଏକ ଚାମଚ ନଡିଆ ତେଲ।ଏହା ଆମ ଶରୀର ପାଇଁ ଓ ଗୋଇଠି ପାଇଁ ବହୁତ ଉପକାରୀ ହୋଇଥାଏ ଓ ଆମ ପାଦକୁ ନରମ କରେ।

ତାପରେ ଏଥିରେ ଆମେ ମିଶାଇବା ଅଲୋବେରା ଜେଲ।ଏହା ବଜାରରେ ଉପଲବ୍ଧ ଅଟେ ନହେଲେ ଆମେ ଅଲୋବେରା ଆଣି ତାକୁ କାଟିକି ତାର ଜେଲି ଅଂଶକୁ ମିଶାଇ ପାରିବା। ଅଲୋବେରା ଆମ ତ୍ୱଚା ପାଇଁ ବହୁତ ଉପକାରୀ ହୋଇଥାଏ।ସମସ୍ତ ଉପାଦାନକୁ ଠିକ ଭାବେ ମିଶାଇବା ପରେ ଏହକୁ ଏକ କଡେଇରେ ନେଇ ଅଳ୍ପ ଆଞ୍ଚରେ ଗରମ କରିବା।ଓ ଏହା ଭଲ ଭାବରେ ଫୁଟିବା ପରେ ଏହାକୁ ଏକ ପାତ୍ରରେ ବନ୍ଦ କରି ରଖିବା ଓ ୨ ରୁ ୩ ମିନିଟ ଯାଏ ଫ୍ରିଜରେ ରଖିବା।

ବର୍ତ୍ତମାନ ନିଜ ପାଦର ଯତ୍ନ କିପରି କରିବା ତାହା ଜାଣିବା।ଏକ ପାତ୍ରରେ କିଛି ଗରମ ପାଣି ନେବା।ଏହା ବହୁତ ଗରମ ହେବା କିଛି ଆବଶ୍ୟକ ନାହିଁ।ଅଳ୍ପ ଉଷୁମ ପାଣି ନେବା।ଯେଉଁଥିରେ ଆମ ପାଦ ସମ୍ପୂର୍ଣ୍ଣ ବୁଡି ପାରୁଥିବ।ସେଥିରେ କିଛି ଲୁଣ ମିଶାଇବା।ଯାହାକି ବହୁତ ଉପକାରୀ ଅଟେ।ଓ ତାପରେ ସେଥିରେ କିଛି ସାମ୍ଫ ମିଶାଇବା।୬ ରୁ ୭ ମିନିଟ ଯାଏ ନିଜ ପାଦକୁ ଭଲଭାବରେ ସଫା କରିବା।ଓ ପରେ ପାଦକୁ ଭଲ ଭାବରେ ଏକ ଶୁଖିଲା କପଡ଼ାରେ ପୋଛିଦେବା।ଓ ତାପରେ ପୂର୍ବରୁ ନେଇଥିବା ମିଶ୍ରଣକୁ ନିଜ ପାଦ ଓ ଗୋଇଠିରେ ଭଲ ଭାବରେ ଲଗାଇବା।ସପ୍ତାହକୁ ୨ କି ୩ ଥର କରିବା ଦ୍ୱାରା ଏହା ଆମ ଫାଟିଯାଇଥିବା ଗୋଇଠି ପାଇଁ ବହୁତ ଉପକାରୀ ଅଟେ।ଏଥିରେ ଳେମ୍ବୁ ରସ ମିଶାଇଲେ ଏହା ମଧ୍ୟ ଆହୁରି ଉପକାରୀ ହୋଇଥାଏ।

ଆମ ପାଦ ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ।ଏହା ଆମ ଶରୀରର ସମସ୍ତ ଓଜନ ବହନ କରିଥାଏ।ତେଣୁ ଏହାର ଯତ୍ନ ନେବା ବହୁତ ଆବଶ୍ୟକ ଅଟେ।ଏହାର ସୁନ୍ଦରତା ପ୍ରତି ଦୃଷ୍ଟି କେନ୍ଦ୍ରୀଭୂତ କରିବା ମଧ୍ୟ ବହୁତ ଆବଶ୍ୟକ ଅଟେ।ଏହା ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ଅଟେ।ଉପରୋକ୍ତ ଘରୋଇ ଉପଚାର ଅବଲମ୍ବନ କଲେ ଶୀତଦିନରେ ଗୋଇଠି ଫାଟିବାର ଯନ୍ତ୍ରଣାରୁ ଉପଶମ ମିଳିଥାଏ।ଆଶା କରୁଛି ଏହା ଆପଣଙ୍କ ପାଇଁ ବହୁତ ଉପକାରୀ ଓ ଫଳପ୍ରଦ ହେବ।

Leave a Reply

Your email address will not be published. Required fields are marked *