September 9, 2024

Odia Express

Here, There and Everywhere

ଚାଣକ୍ୟ ନୀତି – ଏହି ଚାରୋଟି କଥାକୁ ସବୁବେଳେ ଗୁପ୍ତ ଭାବରେ ରଖିବା ଉଚିତ – କାହାକୁ ମଧ୍ୟ ଜଣାନ୍ତୁ ନାହିଁ..

ନମସ୍କାର ବନ୍ଧୁଗଣ,ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ଲେଖାଯାଇଥିବା ଏକ ଗ୍ରନ୍ଥ ଅଟେ ,ଯେଉଁଥିରେ ଜୀବନର ସମସ୍ତ ମୂଲ୍ୟ ବିଷୟରେ ଆଲୋଚନା କରାଯାଇଅଛି।ମରିଯିବ ହେଲେ ଏହି ଚାରୋଟି କଥା କାହାକୁ ମଧ୍ୟ କୁହନ୍ତୁ ନାହିଁ।ନଚେତ ବହୁତ ବଡ଼ କ୍ଷତି ସହିବାକୁ ମଧ୍ୟ ପଡିପାରେ।ଆଜି ଆମେ ସେହି ତିନୋଟି କଥା ବିଷୟରେ ଆଲୋଚନା କରିବା।

ସେମିତିରେ ବି ସମସ୍ତ ବ୍ୟକ୍ତି ବିଶେଷ୍ୟଙ୍କ ଜୀବନରେ ଛୋଟ ବଡ ଘଟଣା ଘଟିଥାଏ।କିନ୍ତୁ ଚାଣକ୍ୟ ନୀତିର ରଚୟିତା ଆଚାର୍ଯ୍ୟ ଚାଣକ୍ୟ ନିଜ ଜୀବନର ଅନୁଭବ ମାଧ୍ୟମରେ କିଛି ଏପରି ନୀତି କହିଛନ୍ତି ଯାହାର ଅନୁସରଣ କରି ବ୍ୟକ୍ତି କେତେ ଗୁଡିଏ ସମସ୍ୟା ଠାରୁ ଦୂରରେ ରହି ପାରେ।ଏହି ପରି ହିଁ ଆଚାର୍ଯ୍ୟ ଚାଣକ୍ୟ କିଛି ଏପରି ଘଟଣା ଓ କଥାର ଉଲ୍ଲେଖ କରିଛନ୍ତି ଯାହାକୁ ମନୁଷ୍ୟକୁ କାହା ସାମ୍ନାରେ କେବେ ବି କହିବା ଉଚିତ ନୁହେଁ।ତାହାକୁ ସବୁବେଳେ ଗୋପନୀୟ ରଖିବା ଉଚିତ।ନିଜ ଛଡା ଆଉ କାହାକୁ ବି ଜଣାଇବା ଉଚିତ ନୁହେଁ।ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଏହି ସବୁ ବିଶେଷ କଥା ବିଷୟରେ ବିସ୍ତାରରେ ଜଣାଇବୁ।

ତେବେ ସବୁଠାରୁ ପ୍ରଥମ କଥା ଯାହା ଆଚାର୍ଯ୍ୟ ଚାଣକ୍ୟ ନିଜ ଗ୍ରନ୍ଥରେ ଉଲ୍ଲେଖ କରି କହିଛନ୍ତି ତାହା ହେଉଛି, ନିଜ ଜୀବନରେ ଘଟି ଯାଇଥିବା କୌଣସି ଅପମାନର ଘଟଣା ବା କଥା କାହାକୁ ବି କହିବା ଉଚିତ ନୁହେଁ।ଆମ ସମସ୍ତଙ୍କର ଜୀବନରେ କେବେ ନା କେବେ ଏପରି ପରିସ୍ଥିତି ମଧ୍ୟ ହୋଇଥାଏ ଯେବେ କୌଣସି କାରଣରୁ ଆମର ଉପହାସ କରାଯାଇ ଥାଏ।କିମ୍ବା ଆମକୁ ଉପହାସର ପାତ୍ର ହୋଇବାକୁ ପଡିଥାଏ।ଏବଂ ଆମକୁ ଅପମାନର ବିଷ ପିଇ କରି ରହିବାକୁ ପଡିଥାଏ।ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ଏହି ପରି ଅପମାନର ଘଟଣା କିମ୍ବା କଥାକୁ ଅନ୍ୟ ବ୍ୟକ୍ତିଙ୍କ ସହ କେବେ ମଧ୍ୟ ବାଣ୍ଟିବା କଥା ନୁହେଁ।କାରଣ ଅପମାନ ଜନକ କଥା ଯଦି ଆପଣ ଅନ୍ୟ ଲୋକଙ୍କୁ କହିବେ ତେବେ ଆପଣ ସେମାନଙ୍କ ଦ୍ଵାରା ପୁନଃ ଉପହାସର ପାତ୍ର ହୋଇ ପାରନ୍ତି।କାରଣ ଲୋକଙ୍କୁ ଆପଣଙ୍କ ଅପମାନରୁ କିଛି ଯାଏ ଆସେ ନାହିଁ ସେମାନେ ଆପଣଙ୍କ ପରିସ୍ଥିତି ବୁଝିବେ ନାହିଁ।

ଦ୍ୱିତୀୟ କଥା ହେଉଛି, ନିଜ ପରିବାରର ସଦସ୍ୟଙ୍କ ବ୍ୟକ୍ତିଗତ ଓ ଗୋପନୀୟ କଥା କାହାକୁ ମଧ୍ୟ କୁହନ୍ତୁ ନାହିଁ।ଆପଣ ଏହା ନିଶ୍ଚିତ ଭାବେ ଶୁଣିଥିବେ କି ଗୃହ ଶତ୍ରୁ ବିଭୀଷଣ।ତେଣୁ ନିଜ ପରିବାର ସଦସ୍ୟଙ୍କର ବ୍ୟକ୍ତିଗତ ଓ ଗୋପନୀୟ କଥା କିମ୍ବା ନିଜ ସ୍ତ୍ରୀର ଚରିତ୍ର ଏବଂ ତାର ସ୍ୱଭାବର କୌଣସି କଥା ବାହାର ଲୋକଙ୍କ ସାମ୍ନାରେ କେବେ ବି କହିବା ଉଚିତ ନୁହେଁ।କାରଣ ଘରେ ଅଧିକତମ କଳିର କାରଣ ବ୍ୟକ୍ତିଗତ ଝଗଡା ହୋଇ ନଥାଏ।ବରଂ କୌଣସି ବାହାର ଲୋକର ମିଛ କଥାର କାରଣରୁ ହୋଇ ଥାଏ।

ତୃତୀୟ କଥା ଯାହା ଆଚାର୍ଯ୍ୟ ଚାଣକ୍ୟ ନିଜ ଚାଣକ୍ୟ ନୀତି ଗ୍ରନ୍ଥରେ କହିଛନ୍ତି ତାହା ହେଉଛି, ଧନ ଓ ସମ୍ପତ୍ତିର କ୍ଷତି ବିଷୟରେ କାହା ଆଗରେ ଆଲୋଚନା କରିବା ଉଚିତ ନୁହେଁ।କାରଣ କେବେ କେବେ ଆମ ଜୀବନରେ ଏପରି ଘଟଣା ଘଟି ଯାଇଥାଏ ଯାହା ଫଳରେ ଆମକୁ ଆମ ବ୍ୟବସାୟରେ କିମ୍ବା ଚାକିରୀରେ କୌଣସି କାରଣରୁ କ୍ଷତି ହେବା ଯୋଗୁଁ ବହୁତ ବଡ଼ ଆର୍ଥିକ କ୍ଷତି ସହିବାକୁ ପଡେ ଓ ଆମର ସମସ୍ତ ଧନ ସମ୍ପତ୍ତି ଆମ ହାତରୁ ଚାଲି ଯାଇଥାଏ କିମ୍ବା ରୋଜଗାରରେ ଅବନତି ଘଟେ।ଏପରି ସ୍ଥିତିରେ ଆମର ମାନସିକ ସନ୍ତୁଳନ ଠିକ ରହି ନଥାଏ।ଏବଂ ଆମର ସାହସ ମଧ୍ୟ ଭାଙ୍ଗି ଯାଇଥାଏ।ଏପରି ସ୍ଥିତି ବିଷୟରେ କୌଣସି ବ୍ୟକ୍ତି ସହ ଚର୍ଚ୍ଚା କରିବା ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *