September 9, 2024

Odia Express

Here, There and Everywhere

ରସୁଣ ପ୍ରତ୍ୟେକ ଦିନ ସେବନ କରିବା ଦ୍ୱାରା ଉପକାରିତା ଓ ସ୍ୱାସ୍ଥ୍ୟରେ ପରିବର୍ତ୍ତନ..

1 min read

ଭଗବାନ ପ୍ରଦାନ କରିଥିବା ଏହି ଶରୀରକୁ ସମସ୍ତେ ବହୁତ ଭଲପାଆନ୍ତି।ସମସ୍ତେ ନିଜ ଶରୀରର ଉପଯୁକ୍ତ ବିକାଶ ଓ ସୁନ୍ଦରତା ଉପରେ ବହୁତ ଗୁରୁତ୍ୱାରୋପ କରିଥାନ୍ତି।ସମସ୍ତ ନିଜ ଶରୀରକୁ ସୁନ୍ଦର ଓ ଆକର୍ଷକ କରିବାକୁ ଚାହାନ୍ତି।ଯାହା ଫଳରେ ନିଜକୁ ଆତ୍ମସନ୍ତୋଷ ମିଳିଥାଏ।ତେଣୁ ଏଥିପାଇଁ ନିଜର ଯତ୍ନ ଓ ଉପଯୁକ୍ତ ଖାଦ୍ୟର ଯଥେଷ୍ଟ ଆବଶ୍ୟକତା ରହିଛି।ଆମ ଶରୀରର ଉପଯୁକ୍ତ ଯତ୍ନ ଦ୍ୱାରା ଆମେ ଏହାକୁ ଆକର୍ଷକ କରି ପାରିବା।

ପ୍ରତ୍ୟେକ ଦିନ ସକାଳୁ ଖାଲିପେଟରେ ରସୁଣ ଖାଇବାର ବହୁତ ଉପକାରୀତା ଅଛି।ଏହା ପେଟ ସହ ଜଡିତ ଅନେକ ବେମାରିରୁ ମୁକ୍ତି ଦେଇଥାଏ।ସୋରିଷ ତେଲରେ ରସୁଣ ଓ ହଳଦୀ ପକାଇ ଗରମ କରି ଆଣ୍ଠୁ ଗଣ୍ଠିରେ ମାଲିସ କରିବା ଦ୍ୱାରା ଦରଜରୁ ମୁକ୍ତି ମିଳିଥାଏ।ଓ ପ୍ରତ୍ୟେକ ଦିନ ଖାଲି ପେଟରେ ରସୁଣ ଖାଇବା ଦ୍ୱାରା infection ରୁ ଆରାମ ମିଳିଥାଏ।ଓ ଏହା ଦାନ୍ତର ଦରଜରୁ ମଧ୍ୟ ଉପଶମ ଦେଇଥାଏ। ଏହା କ୍ୟାନ୍ସର , ହୃଦଘାତ ସମସ୍ୟାରୁ ମୁକ୍ତି ଦେବା ସହିତ ଅଗ୍ନାଶୟ ଆଦିକୁ ସୁସ୍ଥ ରଖେ।ଥଣ୍ଡା ସମସ୍ୟାରୁ ମୁକ୍ତି ଦେଇଥାଏ।ଏହା ରୋଗପ୍ରତିରୋଧ ଶକ୍ତି ମଧ୍ୟ ବଢାଇଥାଏ।

ଆଶା କରୁଛି ଏହା ଆପଣଙ୍କ ପାଇଁ ଏହା ବହୁତ ଉପକାରୀ ହେବ।ଓ ଆପଣଙ୍କ ଅନେକ ରୋଗର ସମସ୍ୟାରୁ ଉପଶମ ଦେବ।ଆପଣମାନେ ଏହାକୁ ଅବଲମ୍ବନ କଲେ ନିଶ୍ଚିତ ଉପକାର ପାଇବେ।

ଏକ ସୁସ୍ଥ ସ୍ୱାସ୍ଥ୍ୟ ଏକ ସୁସ୍ଥ ପରିବେଶ ତଥା ସୁସ୍ଥ ସମାଜ ଗଠନ ଅଭିମୁଖେ ପ୍ରୋତ୍ସାହିତ କରିଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ଏକ ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରିବାର ପ୍ରୟୋଜନ ରଖିଥାନ୍ତି।ତେଣୁ ଏହାର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ।ବିଳାସ ବ୍ୟସନ ପୂର୍ଣ୍ଣ ଜୀବନ ବର୍ତ୍ତମାନ ଯୁଗରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର କାରଣ ହୋଇଥାଏ।ତେଣୁ ଏହାର ଠିକ ଭାବରେ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।

Leave a Reply

Your email address will not be published. Required fields are marked *