September 10, 2024

Odia Express

Here, There and Everywhere

କଣ କୁକୁର ମାନଙ୍କୁ ପାଳିବା ପାପ ଅଟେ ? କଣ କୁହନ୍ତି ଭଗବାନ ଶ୍ରୀକୃଷ୍ଣ ଏହି ବିଷୟରେ।ଭଗବାନ ଶ୍ରୀକୃଷ୍ଣଙ୍କ ଉପଦେଶ

ନମସ୍କାର ବନ୍ଧୁଗଣ,କଣ କୌଣସି କୁକୁରକୁ ଘରେ ରଖିବା ପାପ ଅଟେ, କଣ ତାକୁ ପାଳିବା ପାପ ଅଟେ। କଣ ଗୋଟେ କୁକୁରର ସେବା କରିବା ପାପ ଅଟେ।ତେବେ ଯଦି ଆପଣ ସତରେ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରକୃତ ଭକ୍ତ ଅଟନ୍ତି ତେବେ ଏହା ଆପଣଙ୍କ ପାଇଁ ଏହା ଜାଣିବା ଜରୁରୀ କି ଭଗବାନ ଶ୍ରୀକୃଷ୍ଣଙ୍କ ଏହି ଉପଦେଶ ବିଷୟରେ କଣ ଅଟେ।କୁକୁରକୁ ହିନ୍ଦୁ ଧର୍ମରେ ବହୁତ ହିଁ ରହସ୍ୟମୟ ପ୍ରାଣୀ ବୋଲି ମାନନ୍ତି।କୁକୁରକୁ ଭୈରବ ବାବାଙ୍କର ସେବକ ବୋଲି ମଧ୍ୟ କୁହାଯାଏ।ଯଦି ଆପଣ କୌଣସି କୁକୁରକୁ ଖାଦ୍ୟ ଖୁଆଉ ଅଛନ୍ତି କିମ୍ବା ତାକୁ ନିଜ ଘରେ ରଖିଛନ୍ତି ତେବେ ଜାଣନ୍ତୁ କି ଆପଣ ସ୍ୱୟଂ ଭୈରବ ବାବାଙ୍କର ସେବା କରୁ ଅଛନ୍ତି।କିନ୍ତୁ ଯଦି ଆପଣ କୌଣସି କୁକୁରକୁ ମାରନ୍ତି କିମ୍ବା ସେହି କୁକୁରକୁ କିଛି ବି କ୍ଷତି ପହଞ୍ଚାଉ ଅଛନ୍ତି ତେବେ ଆପଣଙ୍କ ଠାରୁ ବଡ ପାପୀ ଏହି ଦୁନିଆରେ ଆଉ କେହି ମଧ୍ୟ ନାହାନ୍ତି।ଆପଣ ଏକ ବହୁତ ବଡ଼ ପାପର ଅଂଶ ହେଇ ଯାଉଛନ୍ତି। ଏହା ମାନ୍ୟତା ଅଟେ କି ଯଦି ଆପଣ କୌଣସି କୁକୁରକୁ ନିଜ ଘରେ ରଖି ସେହି କୁକୁରର ପାଳନ କରୁଛନ୍ତି ତେବେ ଏହା ଜାଣନ୍ତୁ କି ଏପରି କରିବା ଦ୍ଵାରା ଆପଣଙ୍କ ପାଖରେ ଯମଙ୍କର ଦୂତ କେବେବି ଆସିବେ ନାହିଁ।

ଏହା ସହିତ ହିଁ କୁକୁର ଏପରି ଏକ ପ୍ରାଣୀ ବା ଜୀବ ଅଟେ ଯିଏ କି ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣାକୁ ପ୍ରଥମରୁ ହିଁ ଜାଣି ନେଇ ଥାଏ।କୁହାଯାଏ କି ଗୋଟେ କୁକୁର ଯେଉଁଠି ବି ରହିଥାଏ କିମ୍ବା ବାସ କରେ ସେହି ସ୍ଥାନରେ କେବେବି ନକରାତ୍ମକ ଶକ୍ତି କେବେ ହେଲେ ବି ରହି ନଥାଏ।ଏହା ସହିତ ହିଁ କୁକୁର ଦୁଇଟି କାଳ ଗ୍ରହ ଶନି ଓ କେତୁର ପ୍ରଭାବ କବଳରୁ ସବୁ ସମୟରେ ରକ୍ଷା କରିବାରେ ସାହାଯ୍ୟ କରିଥାଏ।ତେଣୁ ଏହି କାରଣରୁ କୁହାଯାଏ କି କୁକୁରକୁ ରଖିବା କିମ୍ବା କୁକୁରକୁ ନିଜ ଘରେ ପାଳିବା,ଏବଂ କୁକୁରକୁ ଖାଦ୍ୟ ଖୁଆଇବା ଆଦୌ ପାପ ନୁହେଁ।ବରଂ ଏହା ତ ଏକ ସେବା ଅଟେ ଯାହା ଆପଣ କୌଣସି ପଶୁ ପ୍ରତି ପାଳନ କରୁଛନ୍ତି।ତେଣୁ କେବେବି କୁକୁର ମାନଙ୍କ ପ୍ରତି ହିଂସା ଭାବ ଦେଖାନ୍ତୁ ନାହିଁ।

ଏହା ଆପଣ କୁକୁରଙ୍କୁ ନୁହେଁ ବରଂ ସ୍ୱୟଂ ଭଗବାନ ଓ ଭୈରବ ବାବାଙ୍କ ଅପମାନ କରିବା ସହିତ ସମାନ ଅଟେ।ସେମାନେ ପଶୁ ସତ ହେଲେ ସେମାନଙ୍କର ମଧ୍ୟ ଆତ୍ମା ଅଛି ଯାହାକି ଭଗବାନଙ୍କ ସହ ଜଡିତ ଏବଂ ସେମାନଙ୍କୁ ମଧ୍ୟ ସେତିକି କଷ୍ଟ ଅନୁଭବ ହୁଏ ଯେତିକି କଷ୍ଟ ମନୁଷ୍ୟଙ୍କୁ ହୁଏ ଯେବେ ତାଙ୍କ ପ୍ରତି କେହି ଏପରି ବ୍ୟବହାର ଦେଖାନ୍ତି।ତେଣୁ ଏହି ବିଶ୍ୱସ୍ତ ପଶୁ ମାନଙ୍କୁ ଯଦି ଆପଣ ସ୍ନେହ ଓ ଶ୍ରଦ୍ଧା ଦେଇ ପାରୁନାହାନ୍ତି ତେବେ ତାଙ୍କୁ କଷ୍ଟ ମଧ୍ୟ ଦିଅନ୍ତୁ ନାହିଁ।ଏହା ଦ୍ଵାରା ଆପଣ ଦୁନିଆର ସବୁଠାରୁ ବଡ଼ ପାପ କରିବେ।

ଆଶା କରୁଛୁ, ଆପଣ ଏହି ଉପରୋକ୍ତ ବିଷୟବସ୍ତୁରୁ କିଛି ଜ୍ଞାନ ଆହରଣ କଲେ କି ଆମକୁ କେବେବି କାହା ପ୍ରତି ହିଂସା ଭାବ ଓ ନିଷ୍ଠୁରତା ଦେଖାଇବା ଦେଖାଇବା କଥା ନୁହେଁ ତେଣିକି ସେ ମନୁଷ୍ୟ ହେଉ କିମ୍ବା କୌଣସି ପଶୁ।ତେଣୁ ଆପଣ କେବେବି କୌଣସି କୁକୁର ହେଉ କିମ୍ବା ଅନ୍ୟ କୌଣସି ପଶୁ ସେମାନଙ୍କ ପ୍ରତି ଏପରି ଭାବ ପ୍ରକାଶ କରନ୍ତୁ ନାହିଁ।ସେମାନଙ୍କୁ ଯଦି ହେବ ନିଜ ଘରେ ଆଶ୍ରୟ ଦିଅନ୍ତୁ ନହେଲେ ସେମାନଙ୍କୁ ପ୍ରତିଦିନ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ ପୁଣ୍ୟ ଅର୍ଜନ କରିବେ।

Leave a Reply

Your email address will not be published. Required fields are marked *