ଗୀତରେ ଶ୍ରୀକୃଷ୍ଣ ଦେଇଥିବା ଅମୃତମୟ ତଥା କ୍ରାନ୍ତିକାରୀ ଉପଦେଶ- ନିଶ୍ଚୟ ଏହି କଥା ଗୁଡିକ ଜାଣିବା ଦରକାର…
1 min readଗୀତା ହେଉଛି ଶ୍ରୀକୃଷ୍ଣଙ୍କ ମୁଖ ନିସୃତ ଅମୃତ ବାଣୀ।ଗୀତା ମାନବ ଜୀବନର ସାରବସ୍ତୁ ଅଟେ।ଗୀତା ଜ୍ଞାନ ମାନବ ଜୀବନକୁ କରେ ଯଶସ୍ୱୀ ତଥା ତେଜିୟାନ।ସମସ୍ତ ଦୁଃଖ ଏବଂ ସମସ୍ୟା ସମାଧାନର ପ୍ରମୁଖ ମାଧ୍ୟମ ହେଉଛି ଗୀତା। ଯାହାକି ଶାଶ୍ୱତ ଓ ଚିରନ୍ତନ ଏବଂ ଜ୍ଞାନର ଗନ୍ତାଘର।ଶ୍ରୀକୃଷ୍ଣ ଅର୍ଜୁନଙ୍କ ଅମୂଲ୍ୟ କଥୋପକଥନ ଏଥିରେ ସ୍ପଷ୍ଟ ଭାବରେ ବର୍ଣ୍ଣିତ।ଗୀତାର ଚରମ ମହିମା ଅକଳନୀୟ ତଥା ଅତୁଳନୀୟ। ତେଣୁ କୁହାଯାଇଛି-
“ବୁଝୁ ନବୁଝୁ ପଢ ଗୀତା ରୁଚୁ ନରୁଚୁ ଖାଅ ପିତା”
ଗୀତା ମାଧ୍ୟମରେ ଭଗବାନ ଶ୍ରୀକୃଷ୍ଣ ଜୀବନକୁ ଏକ ନବ ଦିଗନ୍ତରେ ଅଭିଷିକ୍ତ କରିଛନ୍ତି।ଗୀତାର ଅମୃତମୟ ଉପଦେଶ ଜୀବନକୁ ମଧୁମୟ କରିଥାଏ।ତେଣୁ ଗୀତାର ପଦବଳୀକୁ ଅନୁସରଣ କରିବା ଜୀବନକୁ ମୋକ୍ଷ ପ୍ରାପ୍ତି ମାର୍ଗରେ ଉତ୍ସର୍ଗୀକୃତ କରିଥାଏ।ଏହା ଜୀବନ ରୂପକ ଗଙ୍ଗାର ପୁଣ୍ୟକୁଲ୍ୟାରେ ମୋତି ସଦୃଶ ଉଦ୍ଭାସିତ ହୁଏ।ମନୁଷ୍ୟ ଜୀବନ ଏକ ଅଙ୍କାବଙ୍କା ତଟସ୍ୱିନୀ ସହିତ ତୁଳନୀୟ।ମାନବ ଜୀବନରେ କେବେ ସୁଖର ପ୍ରବହ ମାନ ଜୁଆର ତ କେତେବେଳେ ଦୁଃଖର ଅଜସ୍ର ବନ୍ୟା।ବେଳେବେଳେ ମଣିଷ ଜୀବନରେ ଏମିତି ପରିସ୍ଥିତି ଆସିଥାଏ ଯେଉଁଠି ମଣିଷ ଠିକ ଆଉ ଭୁଲର ବିଚାର ହରେଇ ବସେ।ଏହି ପରିସ୍ଥିତିରେ କେବଳ ଐଶ୍ୱରୀୟ ଆଶୀର୍ବାଦ ହିଁ ମଣିଷକୁ ଦିଏ ଆଶ୍ରୟ।
ଦେବୀ ଦେବତା ବିପଦ ସମୟରେ ମନୁଷ୍ୟକୁ ସାହାଯ୍ୟ କରିଥାନ୍ତି।ବୁଡ଼ି ଯାଉଥିବା ଭେଳାକୁ ଉଦ୍ଧାର କରନ୍ତି।।ଦୁଃଖ ସମୟରେ ଦେବୀ ଙ୍କର ଦଶଟି କଥା ବହୁତ ଉପକାରରେ ଆସିଥାଏ।ଏହି କଥା ପାଳନ କରିବା ଦ୍ୱାରା ସମସ୍ତ ଦୁଃଖ ଦୂର ହୋଇଥାଏ।ବହୁତ ଲୋକଙ୍କ ମନରେ ପ୍ରଶ୍ନ ଉଠେ ଭଗବାନ କାହାକୁ ଭଲପାଆନ୍ତି! କେଉଁଠି କରିବା ଉଚିତ ଓ ଅନୁଚିତ! ଇତ୍ୟାଦି।ମନୁଷ୍ୟ ମନରେ ଉପୁଜିଥିବା ସମସ୍ତ ଦ୍ଵିଧା ଓ ସଂଶୟ କେବଳ ଗୀତରେ ହିଁ ଅଛି।
ଶ୍ରୀକୃଷ୍ଣ କହିଛନ୍ତି ମନୁଷ୍ୟ ସର୍ବଦା ନିଜ କ୍ରୋଧକୁ ନିଜ ନିୟନ୍ତ୍ରଣରେ ରଖିବା ଉଚିତ।ଓ ଯିଏ ନିଜ ଜ୍ଞାନ ଓ କର୍ମକୁ ସମାନ ଭାବେ ଦେଖେ ସେହିଁ ପ୍ରକୃତ ଜ୍ଞାନୀ ଅଟେ।ଓ ନିଜ ମନକୁ ନିୟନ୍ତ୍ରଣ ରେ ରଖିଥାଏ।ସର୍ବଦା ସତ କାର୍ଯ୍ୟ କରିଥାଏ।ଓ ନିରନ୍ତର ଈଶ୍ବରଙ୍କ ଉପାସନା କରିଥାଏ।ଗୀତାର ଏହି ମହତ୍ତ୍ୱପୂର୍ଣ୍ଣ ନୀତି ଅନୁସରଣ କଲେ ଜୀବନ ସାର୍ଥକ ହୋଇଥାଏ।
ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଯେଉଁ ଭକ୍ତ ଅନାଶକ୍ତ ଭାବେ ତାଙ୍କର ନିତ୍ୟ ଚିନ୍ତନ କରୁଥାଏ ଓ ନିତ୍ୟ ଆରାଧନା କରୁଥାଏ ସେହି ଭକ୍ତ ତାଙ୍କର ପ୍ରିୟ ଅଟେ।
ଯେଉଁ ପୁରୁଷ କାମନା ଶୂନ୍ୟ ହୋଇଥାଏ ଅର୍ଥାତ କ୍ରୋଧ ରହିତ, ଅହଂକାର ରହିତ, ଓ ଲାଳସା ରହିତ ହୋଇଥାଏ ସେ ମୋକ୍ଷ ପ୍ରାପ୍ତି ହୋଇଥାଏ।ଏବଂ ଅତି ନିକଟରୁ ଭଗବାନଙ୍କ ସତ୍ତା ଅନୁଭବ କରିଥାଏ।
ଯେଉଁ ବ୍ୟକ୍ତି ପ୍ରତ୍ୟେକ ପରିସ୍ଥିତିକୁ ସମାନ ମନେ କରିଥାଏ; ସୁଖ ଦୁଃଖ, ହାନି ଲାଭ ଆଦିରେ ବିଚଳିତ ହୁଏନାହିଁ ସେ ପ୍ରକୃତ ଜ୍ଞାନୀ ଅଟେ। ମୋକ୍ଷର ଦ୍ୱାର ଦେଶ ତା ପାଇଁ ଉନ୍ମୁକ୍ତ ହୋଇଥାଏ।
ଯେଉଁ ବ୍ୟକ୍ତି କାହାକୁ ଶତ୍ରୁ ମନେ କରେନାହିଁ କି କାହା ଠାରୁ କିଛି ଆଶା ରଖେ ନାହିଁ ସେ ପରମାନନ୍ଦ ପ୍ରାପ୍ତି ହୋଇଥାଏ।ରାଗ ଦ୍ୱେଷ ରହିତ ମନୁଷ୍ୟ ପ୍ରକୃତ ଜ୍ଞାନୀ ଅଟେ।
ଯେଉଁ ବ୍ୟକ୍ତି ପ୍ରଣୀ ମାନଙ୍କ ସହ ହିଂସା କରେ ନାସ୍ତିକ ଲୋକର ଘରେ ରୁହେ ଭୁଲ ମାର୍ଗରେ ଯାଏ, ସେ ନିଶ୍ଚୟ ନର୍କ ପ୍ରାପ୍ତି ହୋଇଥାଏ। ଏସବୁରୁ ଦୂରରେ ରହିଥିବା ବ୍ୟକ୍ତି ସ୍ୱର୍ଗ ପ୍ରାପ୍ତି ହୋଇଥାଏ।