March 20, 2025

Odia Express

Here, There and Everywhere

ଫଟା ଗୋଇଠିରୁ ରକ୍ଷା ପାଆନ୍ତୁ – ଶୀତ ଦିନରେ ଏହି ଉପାୟ ନିଶ୍ଚୟ କରନ୍ତୁ – ଜୀବନରେ ଆଉ ଗୋଡ ଫାଟିବ ନାହିଁ…

ଶୁଖିଲା ଏବଂ ଫଟା ଗୋଇଠି ହୋଇଥାଏ ଏହାର କାରଣ ହେଉଛି କମ ପାଣି ପିଇବା କିମ୍ବା ଶରୀରର ଠିକ ଧ୍ୟାନ ନ ନେବା। ଶୁଖିଲା ଯୋଗୁ ଗୋଇଠି ଚମଡା ଅଧିକ ଶକ୍ତ ହୋଇ ଯାଇଥାଏ ଏବଂ ବହୁତ ଅଧିକ ପ୍ରଦୂଷଣ ଏବଂ କାମ ଯୋଗୁ ଗୋଇଠି ଫାଟିବା ଆରମ୍ଭ ହୋଇ ଯାଇ ଥାଏ।ଏହା ବ୍ୟତୀତ ଶରୀରର ଓଜନ ଅଧିକ ହୋଇଯିବ କାରଣ ରୁ ଗୋଇଠି ଫାଟି ଥାଏ ।ଯେଉଁ ଲୋକଙ୍କର ତ୍ୱଚା ଶୁଖିଲା ହୋଇଥାଏ ଏବଂ ଏମାନେ ନିଜ ପାଦ ର ଯତ୍ନ ନେଇ ନଥାନ୍ତି ସେମାନଙ୍କର ଗୋଇଠି ଫାଟି ଥାଏ।ଶୀତ ଋତୁ ରେ ବହୁତ ଅଧିକ ଗୋଇଠି ଫାଟି ଥାଏ।ଏହା ଦ୍ୱାରା ଗୋଇଠି ରେ ବହୁତ କଷ୍ଟ ଅନୁଭବ ହୋଇ ଥାଏ।ଚାଲିବାକୁ କଷ୍ଟ ହୋଇ ଥାଏ। ଏହା ଫାଟି ଥାଉ କି ନା ଫାଟି ଥାଉ ଘରୋଇ ଉପଚାର ଦ୍ୱାରା ଏହାକୁ ଠିକ କରନ୍ତୁ। ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ ।


ମାତ୍ର ତିନି ଦିନରେ ଏହା ଭଲ ହେଇଯିବ ଏବଂ ଆପଣଙ୍କ ଗୋଇଠି ପୁଣି ପୂର୍ବ ପରି ହୋଇଯିବ। ପ୍ରଥମ ଉପଚାରକୁ ବନେଇବା ପାଇଁ ଆମକୁ ଦରକାର ନିମ୍ବ ପତ୍ର , ଘି କୁଆରୀ ଜେଲ , ହଳଦୀ ଓ ମହୁ। ପ୍ରଥମେ ନିମ୍ବ ପତ୍ରକୁ ଧୋଇ ଦିଅନ୍ତୁ ଏବଂ ଏହାକୁ ପାଣିରେ ମିଶେଇ ଭଲସେ ଗୋଳି ଦିଅନ୍ତୁ।ଏହା ପରେ ଗୋଟିଏ ଚାମଚ ଘି କୁଆରୀ ଜେଲରେ ଗୋଟିଏ ଚାମଚ ନିମ୍ବ ଜେଲ, ଏବଂ ହଳଦୀ ମହୁ ମିଶାନ୍ତୁ।ଏହା ପରେ ଏହି ପେଷ୍ଟକୁ ଫଟା ଗୋଇଠିରେ ଲଗାନ୍ତୁ।ଏହା ପରେ ୨୦ ରୁ ୩୦ ମିନିଟ ଯାଏ ଗୋଟିଏ ତୁଳାରେ ଘୋଡେଇ ରଖନ୍ତୁ।ତାପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।ନିମ୍ବ ମହୁ ଏବଂ ଆଲୋବେରା ଏହାକୁ ଠିକ କରିବାରେ ସାହାଯ୍ୟ କରି ଥାନ୍ତି। ଏହା ଦ୍ୱାରା ଫଟା ଗୋଇଠି ଠିକ ହୋଇ ଯାଇଥାଏ।

ଏହା ବ୍ୟତୀତ ଆଉ ଗୋଟିଏ ଘରୋଇ ଉପଚାର ଅଛି ଯାହାକୁ ଆମେ ଶୋଇବା ପୂର୍ବରୁ ବ୍ୟବହାର କରିବାକୁ ପଡିବ। ଏହାକୁ ବନେଇବାକୁ ଆମର ଦରକାର ଭେସଲିନ , ତେଲ , ନଡ଼ିଆ ତେଲ ଏବଂ କର୍ପୁର।୨ ଚାମଚ ଭେସିଲିନ ଜେଲି ରେ ଗୋଟିଏ ଚାମଚ ନଡ଼ିଆ ତେଲ ଏବଂ ଏକ ଚୁଟିକି କର୍ପୁର ପକେଇ ଏହାକୁ ଭଲ ଭାବରେ ମିଶେଇ ଦିଅନ୍ତୁ।ଏହି ମିଶ୍ରଣକୁ ନିଜ ଗୋଇଠିରେ ଲଗାନ୍ତୁ ଶୋଇବା ପୂର୍ବରୁ ରାତିରେ।ମୋଜା ପିନ୍ଧିକି ନିଜ ପାଦକୁ ରାତି ସାରା ଘୋରେଇ ରଖନ୍ତୁ । ଚାରି ରୁ ପାଞ୍ଚ ଦିନ ପରେ ଦେଖିବେ ଫଟା ଗୋଇଠି ଠିକ ହବାରେ ଲାଗିଛି । ଆପଣ ଯଦି ଚାହିଁବେ ଏଥିରେ ଆଲୋବେରା ଜେଲ ବି ମିଶେଇ ପାରିବେ।ସୋରିଷ ତେଲ ବି ବ୍ୟବହାର କରିପାରିବେ ।

ଏହା ବ୍ୟତୀତ ଦେଶୀ ଘିଅ ବି ବହୁତ ଫାଇଦା ଦେଇ ଥାଏ।ଏକ ଚାମଚ ଘିଅରେ ଅଧା ଚାମଚ ନଡ଼ିଆ ତେଲ କିମ୍ବା ଭିଟାମିନ ଇ ତେଲ ମିଶେଇ ରାତିରେ ଶୋଇଲା ପୂର୍ବରୁ ଲଗେଇ ପାରିବେ । ଏହା କଟା କୁ ଠିକ କରିବାରେ ସାହାଯ୍ୟ କରିଥାଏ।ଲହୁଣୀ ଲଗେଇଲେ ମଧ୍ୟ ଏହି ସମସ୍ୟାରୁ ରକ୍ଷା ପାଇ ପାରିବେ।ଏଥିରେ ହଳଦୀ ମିଶେଇ ଲଗାନ୍ତୁ।ଏହାକୁ ଠିକ କରିବା ପାଇଁ ସବୁବେଳେ ଭେସଲିନ ଲଗାନ୍ତୁ ଏବଂ ପାଦକୁ ନରମ ରଖନ୍ତୁ। ବହୁତ ପରିମାଣରେ ପାଣି ପିଅନ୍ତୁ।ଏହା ଦ୍ୱାରା ମଧ୍ୟ ଶରୀରରେ ରୁକ୍ଷତା ଦେଖା ଯିବନି ଏହା ଫଟା ଗୋଇଠି ରୁ ମଧ୍ୟ ରକ୍ଷା ପାଇପାରିବେ।

Leave a Reply

Your email address will not be published. Required fields are marked *