March 21, 2025

Odia Express

Here, There and Everywhere

କେମିତି ଭାଙ୍ଗିଲେ ଶ୍ରୀକୃଷ୍ଣ ଅର୍ଜୁନଙ୍କ ଗର୍ବ – ନିଶ୍ଚୟ ଏହି ବଡ କଥା ଗୁଡିକ ଜାଣିରଖନ୍ତୁ..

ମନରୁ ସଫା ଓ ସଜ୍ଜନ ହେବା ପରେ ମଧ୍ୟ ଅର୍ଜୁନ ଙ୍କ ମନରେ ଗର୍ବ ଆସିଥିଲା।ଯେବେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଏହାର ଆଭାସ ହେଲା ସେ ନିଜ ଭାଇ ସଖା ଅର୍ଜୁନ ଙ୍କ ଗର୍ବ ଓ ଅହଂକାର ଥରେ ନୁହଁ ତିନି ଥର ଭାଙ୍ଗିଥିଲେ।ଏହା ଆମେ ସମସ୍ତେ ଜାଣିଛନ୍ତି ଯେ ମହାଭାରତରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ସାରଥୀ ହେଇଥିଲେ ଓ ରୁଦାଵତାର ମହାବୀର ହନୁମାନ ଅର୍ଜୁନ ଙ୍କ ରଥର ଧ୍ୱଜଉପରେ ବିରାଜମାନ କଲେ କିନ୍ତୁ ଏହା କାହିଁକି ହେଲା ତାପଛରେ ମଧ୍ୟ ଏକ ପ୍ରସଙ୍ଗ ରହିଛି।ଆଗକୁ ବଢ଼ିବା ପୂର୍ବରୁ ସେହି ପ୍ରସଙ୍ଗ ଜାଣିନେବା।ଆନନ୍ଦ ରାମାୟଣରେ ଵର୍ଣ୍ଣନ ଅଛି ଯେ ଥରେ ଅର୍ଜୁନ ହନୁମାନଙ୍କ ସହ ଭେଟ କରିଛନ୍ତି। ଅର୍ଜୁନ ଗର୍ବରେ ହନୁମାନଙ୍କୁ କହୁଛନ୍ତି ଯେ ମୁଁ ଯଦି ଆପଣଙ୍କ ସମୟରେ ଥାନ୍ତି ପଥର ରେ ରାମସେତୁ ବନେଇବା ବଦଳରେ ଏକହି ନିଜ ଧନୁରେ ଏକ ମଜବୁତ ସେତୁ ବନାଇଦେଇଥାନ୍ତି।

ଆପଣଙ୍କ ପ୍ରଭୁ ଶ୍ରୀରାମଚନ୍ଦ୍ର ଏହା କାହିଁକି କଲେ ନାହିଁ କଣ ସେ ସକ୍ଷମ ନଥିଲେ।ଏହା ଉପରେ ହନୁମାନ କହିଲେ ସେଠାରେ ବାଣର ସେତୁ କିଛି କାମ କରିନଥାନ୍ତା।ଆମର ଯଦି ଗୋଟେ ବାନର ଚଢ଼ିଥାନ୍ତା ତେବେ ବାଣର ସେତୁ ଛିନ୍ନ ଭିନ୍ନ ହେଇଯାଇଥାନ୍ତ।ଅର୍ଜୁନ କହିଲେ ନାହିଁ ଦେଖ ସାମନାରେ ଏକ ସରୋବର ଅଛି ମୁଁ ସେଥିରେ ବାଣ ର ସେତୁ ବନାଉଛି ଆପଣ ସେଥିରେ ଚଢି ସରୋବର କୁ ସହଜରେ ପାର କରିନେବେ।ଯଦି ଆପଣ ଚାଲିଲେ ସେତୁ ଭାଙ୍ଗିଯାଏ ମୁ ଅଗ୍ନିରେ ପ୍ରବେଶ କରିନେବି ଆଉ ଯଦି ନଭାଙ୍ଗିଲା ଆପଣ ଅଗ୍ନିରେ ପ୍ରବେଶ କରିବେ।ହନୁମାନ କହିଲେ ମତେ ସ୍ୱୀକାର ଅଛି।

ହନୁମାନ ସେତୁ ରେ ଚାଲି ସରୋବର କୁ ପାର କରିନେଲେ ଓ ଅର୍ଜୁନଙ୍କୁ କହିଲେ ଅଗ୍ନି ପ୍ରସ୍ତୁତ କର।ଯେମିତି ହି ହନୁମାନ ଅଗ୍ନି ପାଖକୁ ଯାଉଥିଲେ ସେତେବେଳେ ଭଗବାନ ଶ୍ରୀକୃଷ୍ଣ ପ୍ରକଟ ହେଲେ।କହିଲେ ଯେ ହେ ହନୁମାନ ତମର ପ୍ରଥମ ପାଦ ରଖିବାରେ ହିଁ ସେତୁ ଭାଙ୍ଗିଯାଇଥାନ୍ତା ମୁଁ ଏହାକୁ ସମ୍ଭାଳି ନେଲି ଓ ତମ ତୃତୀୟ ପାଦ ରେ ମୋ ପିଠି ତମର ବଳ ସମ୍ଭାଳି ନପାରି ସରୋବର ରେ ରକ୍ତ ହୋଇଗଲା।ହନୁମାନ ଶ୍ରୀକୃଷ୍ଣ ଙ୍କୁ କହିଲେ ହେ ପ୍ରଭୁ ମୋ ଦ୍ଵାରା ଏହା କଣ ହେଇଗଲା।ଭଗବାନ ହନୁମାନ ଙ୍କୁ ଆଶୀର୍ବାଦ ଦେଲେ ଓ ଏହା ଦେଖି ଅର୍ଜୁନଙ୍କୁ ପଶ୍ଚାତପ ହେଲା।ସେ ମଧ୍ୟ ହନୁମାନ ଓ ପ୍ରଭୁ ଶ୍ରୀକୃଷ୍ଣ ଙ୍କୁ କ୍ଷମା ମାଗିଲେ।ସେଥିପାଇଁ ହନୁମାନ ଦ୍ୱାପରରେ ମହାଭାରତ ଯୁଦ୍ଧ ରେ ଅର୍ଜୁନନ୍କ ରଥରେ ଦ୍ବଯ ଧରି ବସିଥାନ୍ତି।ଏହାହିଁ କାରଣ ଥିଲା ଯେ ଅର୍ଜୁନଙ୍କ ରଥ ସବୁ ବାଧା ରୁ ସୁରକ୍ଷିତ ଥିଲା।

ମହାଭାରତ ଯୁଦ୍ଧ ଚାଲିଥିଲା ଶ୍ରୀକୃଷ୍ଣ ଅର୍ଜୁନଙ୍କ ସାରଥୀ ଥିଲେ।ଯେବେ ବି ଅର୍ଜୁନ ଙ୍କ ବାଣ ବାଜୁଥିଲା କର୍ଣ ଙ୍କ ରଥ ବହୁତ ପଛକୁ ଚାଲିଯାଉଥିଲା।ଆଉ ଯେବେ କର୍ଣ ଙ୍କ ବାଣ ବାଜୁଥିଲା ତେବେ ଅର୍ଜୁନନ୍କ ରଥ କିଛି ବାଟ ପଛକୁ ପଳାଉଥିଲା।ଶ୍ରୀକୃଷ୍ଣ ଅର୍ଜୁନଙ୍କ ସ୍ଥାନରେ କର୍ଣ୍ଣ ଙ୍କ ପ୍ରନ୍ସସା କରି କହୁଥିଲେ କେତେ ବୀର ଏ କର୍ଣ।ଯେ ତାଙ୍କ ରଥକୁ ପଛକୁ ପେଲି ଦେଉଛି।ଏହି କଥାରେ ଅର୍ଜୁନ ବହୁତ ଚିନ୍ତିତ ହୋଇ ଅସମାନଯସ ପରିସ୍ଥିତି ରେ ପଚାରି ବସିଲେ।ହେ ବାସୁଦେବ ଏହା କଣ ପାଇଁ ଆପଣ ମୋ ପରାକ୍ରମର ପ୍ରସଂସାତ କରୁନାହାନ୍ତି।ଶ୍ରୀକୃଷ୍ଣ କହିଲେ ତମେ ଜାଣିନାହ ତୁମ ରଥରେ ମହାବୀର ହନୁମାନ ବସିଛନ୍ତି ଓ ସାରଥୀ ରୂପରେ ମୁ ବାସୁଦେବ ଶ୍ରୀକୃଷ୍ଣ ବିରାଜମାନ ଅଛୁ।ଯଦି ଆମେ ନଥାନ୍ତୁ ତୁମ ରଥର ଅସ୍ତିତ୍ବ ବି ନଥାନ୍ତା।ଏହି ରଥକୁ କିଛି ବାଟ ପଛକୁ ପେଲି ନେବା କର୍ଣ ର ମହବଳୀ ର ପରିଚୟ ଦେଉଛି।ଅର୍ଜୁନ ବଡ ଗ୍ଲାନି ହେଲେ।ଯୁଦ୍ଧ ପରେ ଅର୍ଜୁନ ଏହି କଥାକୁ ଭଲଭାବରେ ବୁଝିନେଲେ।

ପ୍ରତ୍ୟକ ଦିନ ଯେବେ ଅର୍ଜୁନ ଯୁଦ୍ଧରୁ ଫେରୁଥିଲେ ପ୍ରଥମେ ଶ୍ରୀକୃଷ୍ଣ ଓଲ୍ହାଉଥିଲେ ପୁଣି ସାରଥୀ ଧର୍ମ ଅନୁସାରେ ଅର୍ଜୁନଙ୍କୁ ଓଲ୍ହାଉଥିଲେ।ମହାଭାରତର ଅନ୍ତିମ ଦିନରେ ସେ କହିଲେ ଅର୍ଜୁନ ତମେ ପ୍ରଥମେ ଓଲ୍ହାଅ ଆଉ ଦୂରକୁ ଚାଲିଯାଅ।ଆଉ ଶ୍ରୀକୃଷ୍ଣ ରଥରୁ ଓଲ୍ହାଇଲା ମାତ୍ରେ ହି ତାଙ୍କ ରଥରେ ଭୟଙ୍କର ବିସ୍ଫୋଟ ହେଲା ଆଉ ସେହି ରଥ ଜାଳି ପୋଡି ଭସ୍ମ ହେଇଗଲା।

Leave a Reply

Your email address will not be published. Required fields are marked *