September 9, 2024

Odia Express

Here, There and Everywhere

ଭରଷା କାହା ଉପରେ କରିବା ଆଉ କାହା ଉପରେ କରିବ ନାହିଁ – ନିଶ୍ଚୟ ଜାଣିରଖନ୍ତୁ ଏହି ଅମୁଲ୍ୟ କଥା

ମନୁଷ୍ୟ ନିଜ ଜୀବନ କୁ ବିଶ୍ୱାସ ଦ୍ୱାରା ଜି ଥାଏ।କିନ୍ତୁ କାହା ଉପରେ ଅଛି ବିଶ୍ୱାସ??ମହାପୁରୁଷ କହିଥିବା କଥା ଉପରେ, ଗ୍ରନ୍ଥ ରେ ଲେଖାଯାଇଥିବା ଜ୍ଞାନ ଉପରେ ,ମାତା ପିତା ଙ୍କ ଦ୍ଵାରା ଦିଆଯାଇଥିବା ଶିକ୍ଷା ଉପରେ ନା ମିତ୍ର ମାନଙ୍କ ଉପରେ।ଏସବୁ ବିଶ୍ୱାସ ଅପୂର୍ଣ ଅଟେ ଯେତେବେଳଯାଏ ଆପଣ ନିଜ ଉପରେ ବିଶ୍ୱାସ କରିନାହାନ୍ତି।ଯଦି ବିଶ୍ୱାସ କରିବାର ଅଛି ତେବେ ଅବିଶ୍ୱାସ ର ଜ୍ଞାନ ଉପରେ ଶିକ୍ଷା ଲାଭ କର।ଆପଣ କାହା ଉପରେ ବିଶ୍ୱାସ କରନ୍ତୁ ନାହିଁ ଆପଣ ନିଜ ମନକୁ ପଚାରନ୍ତୁ ନିଜ ଅନ୍ତର ଆତ୍ମା କୁ ପଚାରନ୍ତୁ ଯାହା ଉତ୍ତର ବାହାରିବା ତାହା ହିଁ ଉଚିତ ହେବ।ଯେତେବେଳେ ଆପଣ ନିଜ ମନ କଥା ଶୁଣିପାରିବେ ସେତେବେଳେ ସବୁ ଜ୍ଞାନ ସ୍ୱତଃ ଭାବେ ଆପଣଙ୍କ ଭିତରୁ ବାହାରିବ।ଆଉ ଯଦି ଆପଣ ନିଜ ଉପରେ ବିଶ୍ୱାସ କରିପାରୁନାହାନ୍ତି ତେବେ ମହାପୁରୁଷ ଙ୍କ କଥା,ଗ୍ରନ୍ଥ ର ଜ୍ଞାନ, ମାତା ପିତା ଙ୍କ ଶିକ୍ଷା ଓ ସାଙ୍ଗ ଙ୍କ ନିର୍ଦ୍ଦେଶ ଆମକୁ ଭୁଲ ଲାଗିଥାଏ।

ଆଜିକାଲି ଯାହା ଉପରେ ଭରଷା କର ସେ ଧୋକା ଦେଇ ପଳେଇଥାଏ।ଜୀବନରେ ସବୁଠୁ ଅଧିକ ଦୁଃଖ ମନ ଭାଙ୍ଗିଲେ ହୁଏନି ଭରଷା ଭାଙ୍ଗିଗଲେ ହେଇଥାଏ।କୌଣସି ବ୍ୟକ୍ତି ଉପରେ ଭରସା କରିବା ପୂର୍ବରୁ ଆମେ ଶହେ ଥର ଭାବିଥାଉ ତାପରେ ଭରସା କରିଥାଉ ତାପରେ ସେ ଧୋକା ଦେଇଥାଏ।ସେ ଭଲପାଇବାରେ ହେଉ, ବ୍ୟବସାୟ ରେ ହେଉ କିମ୍ବା ସମ୍ବନ୍ଧରେ ହେଉ କିନ୍ତୁ ଧୋକା ମିଳିବା ଆଜିକାଲି ସାଧାରଣ ହେଇଗଲାଣି।

ବହୁତ ସମୟରେ ଯଦି କିଏ ସତ ସାଥି ମିଳିଯାଏ ଆମେ ତା ଉପରେ ସତ୍ୟ ହୃଦୟରେ ବିଶ୍ୱାସ କରିବା, ଭରସା କରିବା ଓ ସତ ମନରେ ଭଲପାଇବା।ମଣିଷ ସବୁବେଳେ କହିବା କଥା ଅପେକ୍ଷା ଲେଖା ହେଇଥିବା ଜିନିଷ ଉପରେ ବିଶ୍ୱାସ କରିଥାଏ।ତେଣୁ ଯେବେ ବି କିଛି କହୁଛନ୍ତି କିମ୍ବା ସଂକଳ୍ପ କରୁଛନ୍ତି ଏହାକୁ ଲେଖିକରି ରଖନ୍ତୁ ଏହାଦ୍ୱାରା ଅପଣଙ୍କ ଭରସା ଭାଙ୍ଗିବନାହିଁ।

ଆମକୁ ଯେତେବେଳେ ବାରମ୍ବାର ଧୋକା ମିଳିଥାଏ କିମ୍ବା ଭରସା ଭଂଗିଥାଏ ଆମକୁ ଲାଗେ ଆମେ ହି କମଜୋର।ଆମେ ସହଜରେ କାହା ଉପରେ ବିଶ୍ୱାସ କରିନିଅନ୍ତି କାରଣ ଆମ ହୃଦୟ ସଫା ଥାଏ ସେଥିପାଇଁ ବାରମ୍ବାର ଧୋକା ମଧ୍ୟ ଖାଇଥାନ୍ତି।ଭରସା ଏକ ମୂଲ୍ୟବାନ ଜିନିଷ ଏହା ସମସ୍ତଙ୍କୁ ଦିଆଯାଇପରେନାହିଁ।

ଲୋକଙ୍କ ଠୁ ଧୋକା ଖାଇବା ପୂର୍ବରୁ ଲୋକଙ୍କୁ ଚିନ୍ହିବ ଦରକାର ଯେ ଲୋକଟି କେଉଁ ପ୍ରକାର।ଏପରି ଲୋକ ଅଛନ୍ତି ଯିଏ ଅପଣଙ୍କ କଥା କୁ ଗୋଟେ କାନରେ ଶୁଣି ଅନ୍ୟ କାନରେ ଉଡେଇଦେବେ ଏହିଭଳି ଲୋକଙ୍କ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ।ଏପରି ଲୋକ ଆପଣଙ୍କ କଥାକୁ ଏକାଗ୍ରତା ରେ ଶୁଣିବ ନାହିଁ।ଆପଣଙ୍କ କଥା ଶୁଣିବା ପୂର୍ବରୁ ହିଁ ତୁରନ୍ତ ପ୍ରତିକ୍ରିୟା କରିବ।ସମସ୍ୟାକୁ ବୁଝିବା ପୂର୍ବରୁ ହିଁ ସମାଧାନ ବତେଇବାକୁ ଲାଗିବ।ଆପଣଙ୍କୁ ଖୁସି କରିବା ପାଇଁ ମିଛ କାହାଣୀ ଶୁଣାଇବ।ଏପରି ମଣିଷ କୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କଥା କହିବେ ନାହିଁ କି ତାଙ୍କ ଠୁ କୌଣସି ଉପଦେଶ ଶୁଣିବେ ନାହିଁ।

ଆଉ କିଛି ଲୋକ ଅଛନ୍ତି ଯେ ଅପଣଙ୍କଠୁ ଶୁଣିଥିବା କଥା ତୁରନ୍ତ ସମସ୍ତଙ୍କୁ ଯାଇ ପ୍ରଚାର କରିଦେବ।ଏପରି ଲୋକ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ।ଏହି ଲୋକ କୁ ଚିନ୍ହିବା ବହୁତ ସହଜ ହେଇଥାଏ।ଯିଏ ଦୁନିଆ ଜାକର ଖବର ଆପଣଙ୍କ ପାଖରେ କହିଥାଏ।ଯେମିତି ସେ ଅନ୍ୟମାନଙ୍କ ର କଥା ଆଣି ଆପଣଙ୍କୁ କହିଥାଏ ସେହିପରି ଆପଣଙ୍କ କଥା ମଧ୍ୟ ସମସ୍ତଙ୍କୁ ଶୁଣାଇଥାଏ।

ଆଉ କିଛି ଲୋକ ଅଛନ୍ତି ଯେଉଁମାନେ କୌଣସି କଥା ଆପଣଙ୍କ ଠୁ ଶୁଣିଲେ ନିଜ ମନ ଭିତରେ ରଖିଥାନ୍ତି।କାହାକୁ କୁହନ୍ତି ନାହିଁ।ଏହିଭଳି ଲୋକ ଉପରେ ବିଶ୍ୱାସ କରାଯାଇପାରିବ।ଏହି ଲୋକ ମାନେ କିଛି ବି ନିର୍ଣ୍ଣୟ ନେବେ ଭାବି ଚିନ୍ତି ନିର୍ଣ୍ଣୟ ନେବେ।ଏହି ଲୋକମାନେ କେବଳ ଆପଣଙ୍କ କଥା ଶୁଣିବେ ନାହିଁ ବରଂ ବୁଝିବେ।ଆପଣ ନିଜ ପାଖରେ ଥିବା ଏପରି ଏକ ଲୋକ କୁ ଖୋଜନ୍ତୁ ଯିଏ ଗପସପ ରେ ମନ ଦେଇନଥାଏ ଆଉ ସ୍ଵଭାବ ରେ ଟିକେ ଗମ୍ଭୀର ହେଇଥିବା ଦରକାର।

Leave a Reply

Your email address will not be published. Required fields are marked *