September 9, 2024

Odia Express

Here, There and Everywhere

ଓଡିଶା ବିଷୟରେ ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର – ଉତ୍କଳ ଗୌରବ ଉପାଧିରେ କିଏ ଭୂଷିତ ହୋଇଥିଲେ? ସଠିକ ଉତ୍ତର ଜଣାଥିଲେ କୁହନ୍ତୁ..

ନମସ୍କାର ବନ୍ଧୁଗଣ, ଆଜି ଆମେ ଓଡ଼ିଶାର କିଛି ଉପାଧି ଏବଂ ସେହି ଉପାଧି କେଉଁ କେଉଁ ମହାନ ବ୍ୟକ୍ତିଙ୍କୁ ଦିଆ ଯାଇଥିଲା ତାହା ବିଷୟରେ ଆଲୋଚନା କରିବା।ସାଧାରଣଜ୍ଞାନ ର ଏହିଭଳି ଅଧ୍ୟାୟ ର ଅଭିବୃଦ୍ଧି କରାଇଲେ ସମସ୍ତ ପାଠକଙ୍କର ମେଧା ଶକ୍ତି ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେ ଅନେକ ଜ୍ଞାନ ଭଣ୍ଡାର ର ବିଷୟରେ ଅବଗତ ହେବେ।ସେ ନିଜର ଏବଂ ଅନ୍ୟମାନଙ୍କର ଜ୍ଞାନ ବୃଦ୍ଧି ରେ ସହାୟକ ହେବ ।ଜଣେ ଲୋକର ଜ୍ଞାନ ବୃଦ୍ଧିର ଅଭିବୃଦ୍ଧି ଘଟିଲେ ସେ ନିଜର ଏବଂ ସମାଜର ଅନେକ ହିତ ସାଧନ କରିଥାନ୍ତି ।ସେ ସମାଜର ଏବଂ ପ୍ରତ୍ୟେକ ବକ୍ତି ବିଶେଷ ର ଅନେକ ଉନ୍ନତି ସାଧନ କରନ୍ତି । ଜ୍ଞାନ ଏକ ଅଦ୍ଭୁତ ଭଣ୍ଡାର । ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ । ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି । ଜ୍ଞାନ ପିପାସୁ ଲୋକମାନେ ଖାଇବା ପିଇବା ଶୋଇବା ଭୁଲିଯାଆନ୍ତି। ସେଥିପାଇଁ କୁହା ଯାଇଛି ଯେ ” ନ ସରିବା ଯାଏଁ ବାଟ ଚାଲୁଥିବା ନ ବୁଝିବା ଯାଏଁ ପଚାରି ପ୍ରଗତି ପଥ କୁ ଯେଉଁ ଜନ ଚାହେଁ ନ ଶୁଏ ସେ ଦିନ ସର୍ବରୀ ” ତେଣୁ ପରିଶର୍ମି ଲୋକ ସୁଖ ପାଏ ଅଳସୁଆ ଲୋକ ଦୁଃଖ ପାଏ ।ଏହା ଆମେ ପିମ୍ପୁଡ଼ି ଆଉ ଝିଂଟିକା ଗଳ୍ପ ରୁ ଶିକ୍ଷା ଲାଭ କରିଆସିଛୁ। ଜ୍ଞାନ ଆମକୁ ବିନୟୀ , ଭଦ୍ର, ନର୍ମ ଓ ଚରିତ୍ର ଗଠନ ରେ ସାହାଯ୍ୟ କରେ।ଦୟା ଭାବ ଆମ ମନରେ ଜାଗ୍ରତ କରେ । ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜର ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରିବା।

୧)ଆଜିର ପ୍ରଥମ ପ୍ରଶ୍ନ:ଓଡ଼ିଶାରେ ଉତ୍କଳ କେଶରୀ ଉପାଧି କିଏ ପାଇଥିଲେ?

ଏହାର ଉତ୍ତର ହେଉଛି: ଓଡ଼ିଶାରେ ଉତ୍କଳ କେଶରୀ ଉପାଧି ହରେକୃଷ୍ଣ ମହତାବ ପାଇଥିଲେ।ସେ ଆମ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ।

୨)ଆଜିର ଦ୍ୱିତୀୟ ପ୍ରଶ୍ନ ହେଉଛି: ଭୂମିପୁତ୍ର ଉପାଧିରେ କିଏ ଭୂଷିତ ହୋଇଥିଲେ?

ଏହାର ଉତ୍ତର ହେଉଛି: ଭୂମିପୁତ୍ର ଉପାଧିରେ ବିଜୁ ପଟ୍ଟନାୟକ ଭୂଷିତ ହୋଇଥିଲେ।ବିଜୁ ପଟ୍ଟନାୟକଙ୍କ ପୁରା ନାମ ହେଉଛି ବିଜୟ ନନ୍ଦ ପଟ୍ଟନାୟକ।ଏବଂ ସେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ।ଏବେ ତାଙ୍କର ପୁଅ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବର୍ତ୍ତମାନ ଓଡିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି।

୩)ଆଜିର ତୃତୀୟ ପ୍ରଶ୍ନ ହେଉଛି:ଉତ୍କଳ ଗୌରବ ଉପାଧିରେ କିଏ ଭୂଷିତ ହୋଇଥିଲେ?

ଏହାର ଉତ୍ତର ହେଉଛି: ଉତ୍କଳଗୌରବ ଉପାଧିରେ ମଧୁସୂଦନ ଦାସ ଭୂଷିତ ହୋଇ ଥିଲେ।

୪)ଆଜିର ଚର୍ତୁଥ ପ୍ରଶ୍ନ ହେଉଛି:ଉତ୍କଳମଣି ଉପାଧିରେ କିଏ ଭୂଷିତ ହୋଇଥିଲେ?

ଏହାର ଉତ୍ତର ହେଉଛି: ଉତ୍କଳମଣି ଉପାଧିରେ ଗୋପବନ୍ଧୁ ଦାସଙ୍କୁ ଭୂଷିତ କରାଯାଇଥିଲା।

ଆଜି ଆମେ ଓଡ଼ିଶାର କିଛି ଉପାଧି କେଉଁ କେଉଁ ମହାନ ବ୍ୟକ୍ତିଙ୍କୁ ଦିଆ ଯାଇଥିଲା ତାହା ବିଷୟରେ ଆଲୋଚନା କଲୁ। ଏବଂ ଆମ ଉତ୍କଳ ଭୂମିର କିଛି ମହାନ ବ୍ୟକ୍ତିତ୍ୱ ମାନଙ୍କ ବିଷୟରେ ଅବଗତ ହେଲେ ଏବଂ ସେମାନଙ୍କର ଉପାଧି ଗୁଡିକ ବାବଦରେ ମଧ୍ୟ ଜାଣିଲେ।ଏବେ ଏହି ଭଳି ପ୍ରଶ୍ନ ଅର୍ଥାତ ଆମ ରାଜ୍ୟ ଓଡିଶା ଓ ଏହାର ଗୌରବମୟ ସନ୍ତାନ ମାନଙ୍କ ବିଷୟରେ ଯଦି କେହି ଆପଣଙ୍କୁ କେବେବି ପଚାରିବେ ତେବେ ଆପଣ ସେ ସମସ୍ତଙ୍କୁ ସେହି ପ୍ରଶ୍ନ ଗୁଡିକର ଉତ୍ତର ଅତି ସହଜରେ ଦେଇ ପାରିବେ ଓ ସେ ସମସ୍ତଙ୍କ ପାଖରୁ ପ୍ରଶଂସା ମଧ୍ୟ ଗ୍ରହଣ କରିପାରିବେ।ଆଶା କରୁଛୁ ଉପରୋକ୍ତ ପ୍ରଶ୍ନ ଏବଂ ଏହାର ଉତ୍ତର ଆପଣ ମାନଙ୍କ ପାଇଁ ପାଇଁ ଏହା ବହୁତ ଲାଭ ଦାୟକ ହେବ ଓ ଭବିଷ୍ୟତରେ ନିଶ୍ଚୟ ଏହା ଆପଣଙ୍କୁ କୌଣସି ନା କୌଣସି କ୍ଷେତ୍ରରେ ସାହାଯ୍ୟ କରିବ।ଏବଂ କିଛିଟା ଜ୍ଞାନର ସୀମା ଆପଣଙ୍କର ମଧ୍ୟ ବଢିଲା ଏହା ମାଧ୍ୟମରେ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *