ଜୀବନ ପାଇଁ ହନୁମାନଙ୍କ ଶିକ୍ଷା – ଏହି କଥା ଜାଣିଦେଲେ ଆପଣଙ୍କ ଜୀବନ ସ୍ୱର୍ଗ ହେଇଯିବ…
ସଭ୍ୟତାର ଅୟମାରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ପୌରାଣିକ ମାହାତ୍ମ୍ୟ ଉପରେ ଲୋକଙ୍କର ସୁଦୃଢ ବିଶ୍ୱାସ ଅତୁଟ ରହି ଆସିଛି।ପୌରାଣିକ ଗ୍ରନ୍ଥ ବହୁତ ଶକ୍ତିଶାଳୀ ହୋଇଥାଏ; ଏଥିରେ କୌଣସି ସନ୍ଦେହ ନାହିଁ ତଥା ଦ୍ବିମତର କାରଣ ନାହିଁ। ଏହି ପୌରାଣିକ ଧର୍ମଗ୍ରନ୍ଥ ସମସ୍ତ କଷ୍ଟ ନିବାରଣ କରିଥାଏ।ବିପଦରେ ଥିଲେ ସମାଧାନର ରାସ୍ତା ଦେଖାଇଥାଏ।ସେହି ପୌରାଣିକ ଧର୍ମଗ୍ରନ୍ଥ ମାନଙ୍କ ମଧ୍ୟରେ ହନୁମାନ ଚାଳିଶା ପୁସ୍ତକ ମଧ୍ୟ ବହୁତ ଶକ୍ତିଶାଳୀ ହୋଇଥାଏ।
ପ୍ରଭୁ ଶ୍ରୀହନୁମାନ ହେଉଛନ୍ତି ସଂକଟ ମୋଚନ।ଯିଏ ପବିତ୍ର ମନରେ ତାଙ୍କ ଉପାସନା କରିଥାଏ ସେ ତାର ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ସନ୍ଥ ତୁଳସୀ ଦାସଙ୍କ ବିରଚିତ ହନୁମାନ ଚାଳିଶା ମୁକ୍ତି ପ୍ରଦାନକାରୀ ମାର୍ଗ ହୋଇଥାଏ ତଥା ବହୁତ ଶକ୍ତିଶାଳୀ ହୋଇଥାଏ। ଏହାକୁ ନିୟମିତ ପାଠ କରିବା ଦ୍ୱାରା ଅଲୌକିକ ଶକ୍ତି ତଥା ଜ୍ଞାନ ପ୍ରାପ୍ତି ହୋଇଥାଏ। ରାମଭକ୍ତ ହନୁମାନଙ୍କ ଚାଳିଶା ଅତ୍ୟନ୍ତ ଶକ୍ତିଶାଳୀ ହେବାର ରହସ୍ୟ ତଳେ ବର୍ଣ୍ଣନା କରାଯାଇଛି।
ଯେତେବେଳେ ପ୍ରଭୁ ଶ୍ରୀ ହନୁମାନ ବହୁତ ଛୋଟ ଥିଲେ ତାଂକୁ ହଠାତ ବହୁତ ଭୋକ ଲାଗିଲା। ତେଣୁ ସେ ଆକାଶ ରେ ଥିବା ସୂର୍ଯ୍ୟଙ୍କୁ ନାଲି ରଙ୍ଗର ଏକ ଫଳ ବୋଲି ଭାବି ନେଇଥିଲେ।ଏବଂ ତାଙ୍କୁ ଖାଇବା ଲାଗି ତାଙ୍କ ନିକଟତର ହେଲେ।ଏହା ଦେଖି ଦେବତାମାନେ ଚକିତ ହୋଇଗଲେ।ଏବଂ ସୂର୍ଯ୍ୟଦେବଙ୍କ ରକ୍ଷା ନିମନ୍ତେ ବିଚଳିତ ହୋଇଗଲେ। ତେଣୁ ଇନ୍ଦ୍ରଦେଵ ସେହିକ୍ଷ୍ୟଣି ହନୁମାନଙ୍କ ଉପରେ ବଜ୍ରାଘାତ କଲେ। ବଜ୍ରାଘାତର ପ୍ରଭାବରେ ବାଳକ ପ୍ରଭୁ ଶ୍ରୀ ହନୁମାନ ଚେତାଶୂନ୍ୟ ହୋଇଗଲେ।
ହନୁମାନ ଚେତାଶୂନ୍ୟ ହେବାର ଦେଖି ତାଙ୍କର ପିତା କ୍ରୋଧାନ୍ୱିତ ହୋଇଗଲେ ଓ ହନୁମାନଙ୍କୁ ଶୂନ୍ୟରୁ ପଡିବା ସମୟରେ କୋଳଗ୍ରତ କଲେ। ନିଜ ପୁତ୍ରର ଏପରି ଅବସ୍ଥାରେ ରେ ସେ କ୍ରୋଧରେ ସମଗ୍ର ପୃଥିବୀକୁ ନିଜ ଶକ୍ତିରେ ଥରହର କରିବାକୁ ଲାଗିଲେ। ଯେତେବେଳେ ଦେବତା ମାନେ ଜାଣିଲେ ହନୁମାନ ପ୍ରଭୁ ଶିବଙ୍କ ଅବତାର ବୋଲି ସେମାନେ ନିଜ ନିଜ ଶକ୍ତି ହନୁମାନଙ୍କୁ ପ୍ରଦାନ କରିଥିଲେ। ଫଳରେ ହନୁମାନ ଚାଳିଶା ବହୁତ ଶକ୍ତିଶାଳୀ ଅଟେ।
ରାମ ଚରିତ ମାନସରେ ବର୍ଣ୍ଣିତ ହୋଇଛି କି ପ୍ରତ୍ୟେକ ସମସ୍ୟାର ସମାଧାନ ନିମନ୍ତେ ଅଧିକ ବିଚଳିତ ହେବା ଆଦୋୖ ଉଚିତ ନୁହେଁ।ପ୍ରଭୁ ହନୁମାନ ଏହାର ଜ୍ୱଳନ୍ତ ଉଦାହରଣ ଅଟନ୍ତି।ହନୁମାନ ଯେବେ ସୀତାଙ୍କ ଅନୁସନ୍ଧାନରେ ସମୁଦ୍ର ପାରି ହେଉଥିଲେ ଏକ ରାକ୍ଷସୀର ସମ୍ମୁଖୀନ ହୋଇଥିଲେ।ସେ ଚାହିଁଥିଲେ ତା ସହ ଯୁଦ୍ଧ କରିପାରିଥାନ୍ତେ।କିନ୍ତୁ ସେ ସମୟ ନଷ୍ଟ ନକରି ବୁଦ୍ଧି ବଳରେ ତାଠାରୁ ବିଜୟୀ ହୋଇ ଆସିଥିଲେ।
ମନୁଷ୍ୟ ଜୀବନ ଏକ ଅଙ୍କାବଙ୍କା ତଟସ୍ୱିନୀ ସହିତ ତୁଳନୀୟ।ମାନବ ଜୀବନରେ କେବେ ସୁଖର ପ୍ରବହ ମାନ ଜୁଆର ତ କେତେବେଳେ ଦୁଃଖର ଅଜସ୍ର ବନ୍ୟା।ବେଳେବେଳେ ମଣିଷ ଜୀବନରେ ଏମିତି ପରିସ୍ଥିତି ଆସିଥାଏ ଯେଉଁଠି ମଣିଷ ଠିକ ଆଉ ଭୁଲର ବିଚାର ହରେଇ ବସେ।ଏହି ପରିସ୍ଥିତିରେ କେବଳ ଐଶ୍ୱରୀୟ ଆଶୀର୍ବାଦ ହିଁ ମଣିଷକୁ ଦିଏ ଆଶ୍ରୟ।
ଦେବୀ ଦେବତା ବିପଦ ସମୟରେ ମନୁଷ୍ୟକୁ ସାହାଯ୍ୟ କରିଥାନ୍ତି।ବୁଡ଼ି ଯାଉଥିବା ଭେଳାକୁ ଉଦ୍ଧାର କରନ୍ତି।।ଦୁଃଖ ସମୟରେ ଦେବୀ ଙ୍କର ଦଶଟି କଥା ବହୁତ ଉପକାରରେ ଆସିଥାଏ।ଏହି କଥା ପାଳନ କରିବା ଦ୍ୱାରା ସମସ୍ତ ଦୁଃଖ ଦୂର ହୋଇଥାଏ।ବହୁତ ଲୋକଙ୍କ ମନରେ ପ୍ରଶ୍ନ ଉଠେ ଭଗବାନ କାହାକୁ ଭଲପାଆନ୍ତି! କେଉଁଠି କରିବା ଉଚିତ ଓ ଅନୁଚିତ! ଇତ୍ୟାଦି।
ଯେଉଁ ପୁରୁଷ କାମନା ଶୂନ୍ୟ ହୋଇଥାଏ ଅର୍ଥାତ କ୍ରୋଧ ରହିତ, ଅହଂକାର ରହିତ, ଓ ଲାଳସା ରହିତ ହୋଇଥାଏ ସେ ମୋକ୍ଷ ପ୍ରାପ୍ତି ହୋଇଥାଏ।ଏବଂ ଅତି ନିକଟରୁ ଭଗବାନଙ୍କ ସତ୍ତା ଅନୁଭବ କରିଥାଏ।ଯେଉଁ ବ୍ୟକ୍ତି ପ୍ରତ୍ୟେକ ପରିସ୍ଥିତିକୁ ସମାନ ମନେ କରିଥାଏ; ସୁଖ ଦୁଃଖ, ହାନି ଲାଭ ଆଦିରେ ବିଚଳିତ ହୁଏନାହିଁ ସେ ପ୍ରକୃତ ଜ୍ଞାନୀ ଅଟେ। ମୋକ୍ଷର ଦ୍ୱାର ଦେଶ ତା ପାଇଁ ଉନ୍ମୁକ୍ତ ହୋଇଥାଏ।ଯେଉଁ ବ୍ୟକ୍ତି କାହାକୁ ଶତ୍ରୁ ମନେ କରେନାହିଁ କି କାହା ଠାରୁ କିଛି ଆଶା ରଖେ ନାହିଁ ସେ ପରମାନନ୍ଦ ପ୍ରାପ୍ତି ହୋଇଥାଏ।ରାଗ ଦ୍ୱେଷ ରହିତ ମନୁଷ୍ୟ ପ୍ରକୃତ ଜ୍ଞାନୀ ଅଟେ।ଯେଉଁ ବ୍ୟକ୍ତି ପ୍ରଣୀ ମାନଙ୍କ ସହ ହିଂସା କରେ ନାସ୍ତିକ ଲୋକର ଘରେ ରୁହେ ଭୁଲ ମାର୍ଗରେ ଯାଏ, ସେ ନିଶ୍ଚୟ ନର୍କ ପ୍ରାପ୍ତି ହୋଇଥାଏ। ଏସବୁରୁ ଦୂରରେ ରହିଥିବା ବ୍ୟକ୍ତି ସ୍ୱର୍ଗ ପ୍ରାପ୍ତି ହୋଇଥାଏ।