March 22, 2025

Odia Express

Here, There and Everywhere

ଏହି ଜିନିଷ ଖାଆନ୍ତୁ ଆଉ ଗ୍ୟାସ,ପେଟ କାଟିବା,କବ୍ଜ,ଏସିଡିଟିରୁ ପାଆନ୍ତୁ ସମ୍ପୂର୍ଣ୍ଣ ମୁକ୍ତି ପାଆନ୍ତୁ – ପେଟ ପୁରା ସଫା ହେଇଯିବ

ଆମେ ପଇସା କମେଇବା ପଛରେ ଗୋଡ଼ାଇ ଗୋଡ଼ାଇ ନିଜ ଶରୀରର ଯତ୍ନ ନେବା ଭୁଲିଯାଉ।ଆଉ ଆଜିକାଲି ଆମେ ଯେମିତି ବଞ୍ଚୁଛୁ ,ଯେମିତି ଖାଦ୍ୟ ଖାଉଛୁ ଯାହା ପାଇଁ ଗ୍ୟାସ,ପେଟ ଦରଜ,କବ୍ଜ ଆଦିର ସମ୍ମୁଖୀନ ହୋଇଥାଉ।ଆଉ ବହୁତ ଲୋକ ଏହି ଜିନିଷ କାରଣ ପାଇଁ ଚିନ୍ତିତ ରହିଥାନ୍ତି।ଆଜିର ସମୟରେ ସେହି ଲୋକ ସୁସ୍ଥ ଯାହାର ପେଟ ସୁସ୍ଥ ରହିଅଛି।କାହିଁକିନା ପେଟ ସଫା ହେଲେ ୧୦୮ ପ୍ରକାରର ରୋଗ ଆମ ଆମ ଶରୀରକୁ ଆସିନଥାଏ।

ଯେଉଁ ଲୋକ ପେଟ ସମସ୍ୟା ରୋଗରେ ପୀଡିତ ଅଛନ୍ତି,ଚିନ୍ତିତ ରହୁଛନ୍ତି ସେମାନେ ସକାଳୁ ଏକ ଗ୍ଲାସ ଗରମ ପାଣି ତ ପିଇବା ନିହାତି ଆବଶ୍ୟକ।ଆଉ ଏହାକୁ ଆପଣ ଏକ ନିୟମ କରିଦିଅନ୍ତୁ।ଏହା ଛଡା ଆମେ ଆପଣ ମାନଙ୍କୁ ଆଉ ଏକ ଟିପ୍ସ ଦବୁ ଯାହାଦ୍ଵାରା ଆପଣଙ୍କ ସମସ୍ତ ପେଟ ଜନିତ ରୋଗ ଦୁରେଇଯିବ।ଆପଣଙ୍କ ବୃହଦନ୍ତ୍ରରେ ଥିବା ମଳ ସଫା ହୋଇଯିବ।ଆଉ ଆପଣଙ୍କ ପେଟ ମଧ୍ୟ ସଫା ରହିବ।ତେବେ ଆସନ୍ତୁ ଜାଣିବା ଏହି ଜିନିଷକୁ କିପରି ପ୍ରସ୍ତୁତ କରିବା।


ଆମକୁ ଏହି ଜିନିଷ ତିଆରି କରିବା ପାଇଁ ୪ ଟି ଜିନିଷର ଆବଶ୍ୟକ ରହିଛି।ପ୍ରଥମ ଜିନିଷ ହେଉଛି ଶୁଖିଥିବା ଜିରା,ଦ୍ଵିତୀୟରେ ହେଉଛି କଳା ଲୁଣ ବା ବିଟ ଲୁଣ ତୃତୀୟରେ ହେଉଛି ଡାଲଚିନି ଆଉ ଯେଉଁ ଚତୁର୍ଥ ଜିନିଷକୁ ଆମେ ନବା ତାର ବ୍ୟବହାର ଆମେ ନାଭି ବା ପେଟ ଉପରେ କରିବା ସେ ହେଉଛି ସୋରିଷ ତେଲ ଯାହା କି ଆମକୁ କବ୍ଜରୁ ତୁରନ୍ତ ମୁକ୍ତି ଦେବ।ଏହାକୁ ତିଆରି କରିବା ପାଇଁ ଗୋଟେ ଗ୍ଲାସରେ ପାଣିନେବା।ଏହାପରେ ଆମେ ଜିରା ନେବା।ଏହି ଯେଉଁ ଜିରା ଆପଣ ନେବେ ତାହା ଶୁଖିଥିବା ଆବଶ୍ୟକ ଏଥିରେ ଟିକେ ବି ଆଦ୍ରତା ନଥିବ।ପେଟରୁ ଗ୍ୟାସ ବାହାର କରିବା ସହିତ ପେଟ ସଫା କରିବାରେ ଜିରା ବହୁତ ଉପକାରୀ ଅଟେ।ଗୋଟେ କିମ୍ବା ଦେଢ଼ ଗିଲାସ ପାଣିକୁ ନେଇ ଗରମ କରିବା ପରେ ଏଥିରେ ଆମେ ଏହି ଶୁଖା ଜିରା କୁ ମିଶେଇବା।ଏହାପରେ ଏଥିରେ ଡାଲଚିନି ମିଶେଇବା।ମଳ ରହିବାର ମୁଖ୍ୟ କାରଣ ହେଉଛି ଶରୀରର ଗତିବିଧିରେ ଧୀରତା।


ଡାଲଚିନି ଦ୍ଵାରା ଆମର କବ୍ଜ ଦୁର ହେବା ସହ ଆମର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ।ଯାହାଦ୍ଵାରା ଆମର ଖାଦ୍ୟ ଭଲ ଭାବେ ହଜମ ହୁଏ।ଏବେସେହି ପାଣିରେ ଗୋଟେ କିମ୍ବା ଦୁଇଟା ଡାଲଚିନି ମିସେଇଦେବା।ଆଉ ତାକୁ ସେତେବେଳେ ପର୍ଯ୍ୟନ୍ତ ଗରମ କରିବା ଯେତେବେଳେ ପର୍ଯ୍ୟନ୍ତ ପାଣି ଦେଢଗ୍ଲାସରୁ ଗୋଟିଏ ଗ୍ଲାସ ନ ହୋଇଛି।ଏହାପରେ ଆମେ ପାଣିକୁ ଛାଣି ଏହାକୁ ଥଣ୍ଡା ହବା ପାଇଁ ରଖିଦେବା।ଆଉ ଏହା ପରେ ଏଥିରେ ଆମେ ଲେମ୍ଭୁକୁ ମିସେଇବା।ଲେମ୍ବୁରସ ବହୁତ ହିତକର ହୋଇଥାଏ।ଏହା ଆମ ଶରୀରରୁ ଖରାପ ବା ଟକ୍ସସିସ ଜିନିଷ ବାହାର କରିଦିଏ।ଏହାପରେ ଏଥିରେ ଆମେ କଳା ଲୁଣ ବା ବିଟ ଲୁଣ ମିଶେଇବା।ମନେରଖନ୍ତୁ ଲୁଣ ଆପଣ ସ୍ୱାଦ ଅନୁସାରେ ମିଶେଇବେ।ଏହାପରେ ଏହି ମିଶ୍ରଣକୁ ଭଲଭାବେ ଗୋଳେଇଦେବେ।ପ୍ରସ୍ତୁତ ହୋଇଗଲା ଆମର ଔଷଧ।ଯାହାଦ୍ଵାରା ଆପଣ ସବୁ ପେଟ ଜନିତ ରୋଗରୁ ମୁକ୍ତି ପାଇବେ।ତେବେ ଏହାକୁ କେବେ ଓ କିପରି ପିଇବେ ଆସନ୍ତୁ ଜାଣିବା।


ଏହାକୁ ସେବନ କରିବା ପୂର୍ବରୁ ପ୍ରଥମେ ଆପଣ ସୋରିଷ ତେଲକୁ ନିଜ ପେଟ ଚାରିପଟେ ଲଗାନ୍ତୁ।ଆଉ ଏହାକୁ ଦିନକୁ ଦୁଇଥର କରନ୍ତୁ।ପାଣି ବହୁତ ପିଅନ୍ତୁ।ଆପଣ ମଳ କରିବା ସମୟରେ ଆପଣଙ୍କୁ କଷ୍ଟ ହେବ ନାହିଁ।ଏହା ପରେ ସେହି କାଢା ଟିକୁ ଆପଣ ରାତିରେ କିମ୍ବା ସକାଳ ରେ ସେବନ କରିପାରିବେ।ଏହାକୁ ଆପଣ ଚାହିଁଲେ ରାତିରେ ଖାଇସାରିବାର ଏକ ଘଣ୍ଟା ପରେ ନେଇପାରିବେ।ଆଉ ସକାଳେ ଖାଲିପେଟରେ ଏହାକୁ ପିଇପାରିବେ କେବଳ ଅଧଘଣ୍ଟା ମଧ୍ୟରେ ଆପଣଂକୁ ଏହାର ଫାଇଦା ଜଣାପଡିବ।ଆପଣଙ୍କ ପେଟ ସଫା ହେଇଯିବ ଓ ଅନ୍ତନଳିରେ ଥିବା ସବୁ ମଳ ସଫା ହୋଇଯିବ। ଯାହାଫଳରେ ଆପଣ ହାଲକା ଅନୁଭବ କରିବେ ଏହା ଛଡା ଆପଣଙ୍କ ଗ୍ୟାସ,କବ୍ଜ,ପେଟଜାଣିତ ସବୁ ରୋଗରୁ ମୁକ୍ତି ମିଳିବ।

Leave a Reply

Your email address will not be published. Required fields are marked *