September 10, 2024

Odia Express

Here, There and Everywhere

ଏଲୁମିନିୟମ ବାସନ କୁ ସଫା କରିବା ର ସହଜ ଉପାୟ – ଥରକେ ଚମକିଯିବ ଆପଣଙ୍କ ପୁରୁଣା ବାସନ..

ଯେତେବେଳେ ଆମେ ନୂଆ ବାସନ କିଣି ଆଣିଥାଉ ବହୁତ ଚମକ ରହିଥାଏ କିଛିଦିନ ବ୍ୟବହାର କଲାପରେ ସେଥିରେ ଦାଗ ପଡିଯାଇଥାଏ।କିଛି ଘରୋଇ ଉପକରଣ ଦ୍ୱାରା ଆମେ ଏହାକୁ ପୁନର୍ବାର ନୂଆ କରିପାରିବା।

ପ୍ରଥମେ ଆମେ ଗୋଟିଏ କୁକର ନେବା ଯେଉଁଥିରେ ଦାଗ ପଡିଯାଇଥିବ । ଗ୍ୟାସ ଜଳାଇ କୁକର କୁ ଅଧା ପାଣି ରେ ଭରିବା ଓ ଏହାକୁ ଗରମ ହେବାକୁ ଦେବା ଏବଂ ସେଥିରେ କିଛି ଲୁଣ ଓ ଳେମ୍ବୁ ରସ ପକାଇବା ଲେମ୍ବୁ ର ବାକି ଅଂଶ ରଖିଦେବା ଯାହା ପରେ ଆମେ ଏହାକୁ ସଫା କରିବାରେ ବ୍ୟବହାର କରିପାରିବା।୧ ଚାମଚ ଲୁଗାସଫା ପାଉଡର ସେହି ପାଣିରେ ପକେଇଦେବା।ଏହାକୁ ଭଲଭାବେ ଗରମ କରିବା ଯାହାଦ୍ୱାରା୩/୪ ଥର ଏହା ଉତୁରିବ।ଏହା ଉତୁରିବା ଫଳରେ ବାସନ ର ଚାରିପାଖ ସଫା ହେଇଥାଏ।ବର୍ତମାନ ଏହି ପାଣି କୁ ଅନ୍ୟ ଏକ ବାସନ କୁ ଢ଼ାଳି କୁକର କୁ ମାଜିଦେବା। କୁକର ର ଢ଼ାଙ୍କୁଣୀ ମାଜିବା ସମୟରେ ରବର କୁ ବାହାର କରିଦେବା ନହେଲେ ରବର ଖରାପ ହୋଇଯିବ।

ଏହା କୁ ସଫା କରିବାପରେ କୁକର ଆଗଭଳି ନୂଆ ଓ ଚମକଦାର ଦେଖାଯିବ।ସବୁଦିନ କୌଣସି ବାସନ ମାଜିଲାବେଳେ ଯେଉଁ ସାବୁନ ବ୍ୟବହାର କରନ୍ତି ସେଥିରେ ଅଳ୍ପ ଲୁଣ ପକାଇ ବାସନ ସଫା କଲେ ଦାଗ ପଳାଇଥାଏ।

ଏଲୁମିନିୟମ ବାସନରେ ଖାଦ୍ୟ ବନେଇଲେ କିମ୍ବା ଖାଦ୍ୟ ଖାଇଲେ ବିଭିନ୍ନ ରୋଗ ସୃଷ୍ଟି ହେଇଥାଏ।ଆଜିକାଲି ଆମ ଘର ମାନଙ୍କରେ ଅଧିକରୁ ଅଧିକ ବାସନ ଏଲୁମିନିୟମ ରେ ବନାହେଇଥାଏ।ପୁରା ବିଶ୍ୱ କୁ ଦେଖିବା ତ ମୋଟାମୋଟି ୬୦ % ବାସନ ଏଲୁମିନିୟମ ରେ ବନାହେଇଥାଏ। ଏହା ଅନ୍ୟ ଧାତୁ ତୁଳନାରେ ସସ୍ଥା ହେଇଥାଏ।ଏହି ବାସନ ରେ ଖାଦ୍ୟ ରାନ୍ଧି ଖାଇଲେ ମନୁଷ୍ୟ ର ଶରୀରରେ ପ୍ରତିଦିନ ୪/୫ ଏଲୁମିନିୟମ ଚାଲିଯାଇଥାଏ।ମନୁଷ୍ୟ ଶରୀର ଏତେ ଏଲୁମିନିୟମ ବାହାର କରିବାରେ ସମର୍ଥ ହେଇନଥାଏ। ଏଲୁମିନିୟମ ବାସନରେ ଖାଦ୍ୟ ରାନ୍ଧିଲେ ଏହାର ରଂଗ ବଦଳି ଯାଇଥାଏ।

ଏଲୁମିନିୟମ ଖାଇବାଦ୍ୱାରା ଏହା ପ୍ରତିକ୍ରିୟା କରିଥାଏ।ବିଶେଷ କରି ଏହା ଅମ୍ଳ ଜାତୀୟ ଖାଦ୍ୟ ରେ ପ୍ରତିକ୍ରିୟା କରିଥାଏ ଯେପରିକି ଟମାଟୋ ତଥା ଅନ୍ୟ ପରିବା ସହ ପ୍ରତିକ୍ରିୟା କରି ଏହି ଏଲୁମିନିୟମ ଆମ ଶରୀରରେ ପହଂଚିଥାଏ।୧ ବର୍ଷ ଧରି ଏଲୁମିନିୟମ ରେ ରନ୍ଧା ଖାଦ୍ୟ ଖାଇଲେ ଏହି ଏଲୁମିନିୟମ ଆମ ମାଂସପେଶୀ, ବୃକକ୍, ଯକୃତ ଓ ହାଡ ରେ ଜମା ହେଇଥାଏ ଯାହା ଫଳରେ ବହୁତ ବଡ଼ ରୋଗ ହୋଇଥାଏ। ସେଥିପାଇଁ ସବୁବେଳେ ମାଟି କିମ୍ବା ଲୁହା ର ବାସନ ରେ ଖାଦ୍ୟ ରାନ୍ଧିବା ଆବଶ୍ୟକ।ଏହି ବାସନ ଗୁଡିକ ଖାଦ୍ୟ କୁ ସୁଆଦିଆ କରିବା ସହ ଶରୀର କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାନ୍ତି।

ଏଲୁମିନିୟମ ବାସନ ରେ ଖାଦ୍ୟ ବନେଇଲେ କିମ୍ବା ଖାଦ୍ୟ ଖାଇଲେ ହେଉଥିବା ରୋଗ ଗୁଡିକ ର ନାମ ହେଉଛି କମଜୋର ସ୍ମରଣ ଶକ୍ତି,ଅବସାଦ, ଆପେଣ୍ଡିଖ୍ସ, କିଡନୀ ଫେଲ, ଅଳଜୀମାର, ଆଖି ସମସ୍ୟା, ଡାଇରିଆ କିମ୍ବା ଅତିସାର।ଯଦି ଆପଣ ଏଲୁମିନିୟମ ବାସନ ବ୍ୟବହାର କରୁଛନ୍ତି ଏହାକୁ ହଟାଇ ଲୁହା କିମ୍ବା ମାଟି ର ବାସନ ବ୍ୟବହାର କରନ୍ତୁ ଯାହାଦ୍ୱାରା ଆପଣ ଓ ଆପଣଙ୍କ ପରିବାର ସୁସ୍ଥ ରହିପାରିବେ।ଏହାଦ୍ୱାରା ଧନ ବି ବଞ୍ଚିବ କାରଣ ଆପଣଙ୍କ ପରିବାର ରେ କିଏ ରୋଗରେ ପଡିଗଲେ ଧନ ର ହାନି ହୋଇଥାଏ ଏବଂ ତା ସହ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ। ସ୍ବାସ୍ଥ୍ୟ ଠୁ ବଡ କିଛି ନାହିଁ ଏ ଦୁନିଆରେ।

Leave a Reply

Your email address will not be published. Required fields are marked *