September 9, 2024

Odia Express

Here, There and Everywhere

ଆପଣଙ୍କ ଦୁଃଖର ଅନ୍ତ କେବେ ହେବ? ଗୀତାର ମହାନ ଶ୍ଳୋକ…

ନମସ୍କାର ବନ୍ଧୁଗଣ,ଦୁଃଖ ଏକ ଏପରି ଅବସ୍ଥା ଅଟେ ଯାହା ଭଲରୁ ଭଲ ମଣିଷକୁ ବିଚଳିତ କରିଦିଏ।ମୋ ଦୁଃଖର ଅନ୍ତ କେବେ ହେବ? ମତେ ଏହି ଅସୁବିଧାରୁ କେବେ ମୁକ୍ତି ମିଳିବ? କଣ ମୁଁ କେବେବି ଏହି ଦୁଃଖକୁ ପଛରେ ପକାଇ ସୁଖର ଜୀବନ ବଞ୍ଚି ପାରିବି? ଏମିତି କେତେ ପ୍ରଶ୍ନ ଆମ ମାନଙ୍କ ଭଳି ଅଧିକାଂଶ ଲୋକଙ୍କ ମନରେ ଆସିଥାଏ।ଯଦି ଆପଣ ନିଜ ଦୁଃଖର ଅନ୍ତର ସମୟ ଜାଣିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଏହି ବିଷୟରେ ଜାଣିବା।ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତରେ ଦୁଃଖ ସହ ସମ୍ବନ୍ଧିତ କେତେ କଥାର ବର୍ଣ୍ଣନା କରିଛନ୍ତି।ଏହାକୁ ଜାଣି ଓ ବୁଝିକରି ଆପଣ ମଧ୍ୟ ସୁଖୀ ଜୀବନ ବିତାଇପାରିବେ।

ଗୀତାର ଦ୍ୱିତୀୟ ଅଧ୍ୟାୟର ୧୪ତମ ଶ୍ଳୋକରେ କୁହାଯାଇଛି।,  “ମାତ୍ରାସ୍ପରସାସ୍ତୁ କୌନ୍ତେୟ ଶିତୋସ୍ନସୁଖଦୁରୁଖଦାରୁ।ଆଗମାପାୟୀନୋ ନିତ୍ୟାସ୍ତାସ୍ତି°ତିକ୍ଷସ୍ୱ ଭାରତ।।

ଏହାର ଅର୍ଥ ସୁଖ ଓ ଦୁଃଖର କ୍ଷଣିକ ଉଦୟ ତଥା ସମୟକ୍ରମରେ ତାଙ୍କର ଅନ୍ତଃଧ୍ୟାନ ହେବା ଶୀତ ଓ ଗ୍ରୀଷ୍ମଋତୁର ଯିବା ଆସିବା ସହ ସମାନ ଅଟେ।ଏହି ଭାବନା କେବଳ ଇନ୍ଦ୍ରିୟ ପାଇଁ ଉତ୍ପନ୍ନ ହୋଇଥାଏ।ଏବଂ ମନୁଷ୍ୟକୁ ଦରକାର ଅବିଚଳିତ ଭାବନା ଦ୍ଵାରା ତାକୁ ସହିବା ଶିଖିବା।ଚାଲନ୍ତୁ ଏହି ଶ୍ଳୋକର ଅର୍ଥ ସରଳ ଭାଷାରେ ବୁଝିବା।ଯେଉଁଭଳି ବାଲ୍ୟକାଳ, ଯୌବନ, ବାର୍ଦ୍ଧକ୍ୟତା କିଛି ବି ସ୍ଥିର ହୋଇନଥାଏ।ସେହିପରି ସୁଖ ଓ ଦୁଃଖ ମଧ୍ୟ କ୍ଷଣିକ ଅର୍ଥାତ କିଛି ସମୟ ପାଇଁ କିମ୍ବା ଦିନ ପାଇଁ ହୋଇଥାଏ।ଯେଉଁଭଳି ଶୀତ କିମ୍ୱା ଗ୍ରୀଷ୍ମ ଆସିବା ପରେ ତାଙ୍କର ଯିବା ନିଶ୍ଚିତ ଥାଏ ସେହିଭଳି ଯଦି ଆପଣଙ୍କ ଜୀବନରେ ଦୁଃଖ ଆସିଛି ତେବେ ଏହାର ଯିବା ମଧ୍ୟ ନିଶ୍ଚିତ ଅଟେ।ଦୁଃଖ କେବଳ ଇନ୍ଦ୍ରିୟ ଦ୍ଵାରା ଅନୁଭବ ହୋଇଥିବା ଭାବନାର ପରିଣାମ ଅଟେ।ସେହି ଅନୁଭବର ପ୍ରଭାବ କମ ହେବାକୁ ଲାଗିଥାଏ।ତେବେ ଆପଣଙ୍କ ଦୁଃଖ ମଧ୍ୟ ଦୂର ହୋଇଥାଏ।ଏଥିପାଇଁ କୁହାଯାଏ ଦୁଃଖ ସମୟରେ ଏମିତି କିଛି ନିଷ୍ପତ୍ତି ନିଅନ୍ତୁନି ଯାହା ଆପଣଙ୍କ ଭବିଷ୍ୟତ ଉପରେ ଖରାପ ପ୍ରଭାବ ପକେଇବ।କାରଣ ଦୁଃଖ ତ ଗୋଟେ ସମୟ ପରେ ଅନ୍ତଃଧ୍ୟାନ ହୋଇଯାଏ କିନ୍ତୁ ଆପଣଙ୍କ ଦ୍ଵାରା ନିଆଯାଇଥିବା ନିଷ୍ପତ୍ତି ପୂରା ଜୀବନକୁ ଖରାପ କରିଦେବ।ଆମ ଦୁଃଖର ଅସ୍ତିତ୍ବ କଣ ଓ ଏହା କିପରି ଦୂର ହେବ ତାହା ଜାଣିଲେ।

ଏବେ ପ୍ରଶ୍ନ ଏହାକି ଦୁଃଖର ପରିସ୍ଥିତିରେ କଣ କରିବା ଦରକାର?ଏହାକୁ ଶେଷ କରିବା ପାଇଁ କଣ କରିବା ଉଚିତ? ଗୀତାର ଦ୍ୱିତୀୟ ଅଧ୍ୟାୟର ୧୫ତମ ଶ୍ଳୋକରେ ଲେଖାଅଛି, “ୟଂ ହି ନ ବ୍ୟଥୟନ୍ତୟେତେ ପୁରୁଷ° ପୁରୁଷଷଭ।ସମଦୁଃଖସୁଖ° ଧୀର° ସୋମୃତତ୍ବାୟ କଳ୍ପତେ।।

ଏହାର ଅର୍ଥ ଯେଉଁମାନେ ଦୁଃଖ ଓ ସୁଖରେ ବିଚଳିତ ହୁଏ ନାହିଁ ଓ ଏହି ଦୁହିଁଙ୍କ ମଧ୍ୟରେ ସମାନ ଭାବ ରଖେ, ସେହି ଲୋକ ନିଶ୍ଚିତ ଭାବରେ ମୁକ୍ତିର ଯୋଗ୍ୟ ଅଟେ।ଏବେ ଏହାର ସରଳ ଅର୍ଥ ହେଉଛି, ଯେବେବି ଆମ ଜୀବନରେ ଦୁଃଖ ଆସିଥାଏ ତେବେ ଠିକ ଓ ଭୁଲ ମଧ୍ୟରେ ଅନ୍ତର କରିବାର କ୍ଷମତା ଓ ନିଜ ଶବ୍ଦ,ବିଚାର କରିବାର କ୍ଷମତା କମିଯାଏ।ଏପରି ସ୍ଥିତିରେ ଆମେ ଏପରି କାମ କରିଯାଉ ଯାହା ଆମ ନିୟମାବଳୀର ବିପରୀତ ହୋଇଥାଏ।ଏପରି କାମ ମଧ୍ୟ କରିଥାଉ ଯାହା ଆମ ସ୍ଵଭାବଠାରୁ ବିପରୀତ ହୋଇଥାଏ।ତେଣୁ ଯେତେ ଦୁଃଖ ଥାଉ ନା କାହିଁକି ନିଜ ବ୍ୟବହାରକୁ ପୂର୍ବଭଳି ରଖିବା ଉଚିତ।ଏବଂ ଏହି ଭଳି ସମାନ ଭାବରେ ଆଗକୁ ବଢିବା ଉଚିତ।ଏହା ହିଁ ଦୁଃଖ ସହ ଲଢ଼ିବାର ଶ୍ରେଷ୍ଠ ମାର୍ଗ ଅଟେ।ଯେଉଁ ମନୁଷ୍ୟ ଏହିକଥାର ଧ୍ୟାନ ରଖିଥାଏ ସେ ନିଜ ଦୁଃଖରୁ ମୁକ୍ତି ପାଇଯାଏ।ତେଣୁ ଏହା ମନେରଖନ୍ତୁ ଦୁଃଖର ଯିବା ମଧ୍ୟ ନିଶ୍ଚିତ ହୋଇଥାଏ।

Leave a Reply

Your email address will not be published. Required fields are marked *