September 13, 2024

Odia Express

Here, There and Everywhere

ସମୟ ଥିବା ଆଗରୁ ଜାଣନ୍ତୁ କଣ ହେବ କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଭବିଷ୍ୟତ ଜାନୁଆରୀ ୫ ରୁ ଜାନୁୟାରୀ ୨୫ ପର୍ଯ୍ୟନ୍ତ

ବନ୍ଧୁଗଣ ୫ ଜାନୁଆରୀରେ ବୁଧ ଦେବ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରୁଛନ୍ତି ।କିନ୍ତୁ ମକର ରାଶିରେ ଆଗରୁ ଦେବ ବୃହସ୍ପତି ଏବଂ ଶନି ଦେବ ବିରାଜମାନ କରିଛନ୍ତି । କିନ୍ତୁ ବୁଧ ଦେବ ଏହି ରାଶି କୁ ଆସିବା ପରେ ୨୫ ଜାନୁଆରୀ ପର୍ଯ୍ୟନ୍ତ ରହିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଦେବ ଯେଉଁ ରାଶି ରେ ବିରାଜ ମାନ କରିଥାନ୍ତି ସେହି ରାଶିର ଧନ, ସମ୍ମାନ ଆଦି ସବୁ ବଢ଼ିଥାଏ। କିନ୍ତୁ ଯେତେବେଳେ କୁମ୍ଭ ରାଶି କୁ ବୁଧ ଦେବ ପ୍ରବେଶ କରିବେ ସେତେବେଳେ ଏହି ଏହି ରାଶି କି ଟିକେ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିବ । କାହିଁକି ନା ସେତେବେଳେ ଆପଣ ଆପଣଙ୍କୁ ଧନ ଏ ଅଭାବ ପରିଲକ୍ଷିତ ହୋଇପାରେ ଏବଂ ଯଦି ଆପଣଙ୍କର କୌଣସି କଳି ଝଗଡ଼ା ହୋଇଯାଏ ତାହେଲେ ଆପଣ ପୋଲିସ ଥାନା ପର୍ଯ୍ୟନ୍ତ ନ ଯାଇ ନିଜ ନିଜ ଭିତରେ ଏହାର ସମାଧାନ କରି ନିଅନ୍ତୁ ଏହା ଆପଣଙ୍କ ପାଇଁ ଉତ୍ତମ ହେବ ନହେଲେ ଆପଣ ଖରାପ ଭାବରେ ଫସି ଯିବେ ।


ଯେତେବେଳେ ବୁଧ ଦେବ ୧୨ ତମ ଗୃହ ରେ ପ୍ରବେଶ କରିବେ ସେତେବେଳେ ଆପଣ ନିଜର କୋର୍ଟ କଚେରି କାର୍ଯ୍ୟ କୁ ସମାଧାନ କରିନେବା ଆବଶ୍ୟକ ନହେଲେ ଆପଣ ଖରାପ ଭାବରେ ଫସି ଯିବାର ସମ୍ଭାବନା ରହିଛି । ଏହି ସବୁ କଥା ପ୍ରତି ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ । କିନ୍ତୁ ଯେତେବେଳେ ବୁଧ ଦେବ ଯେତେବେଳେ ବୁଧ ଦେବ ୧୨ ତମ ଗୃହ ରେ ପ୍ରବେଶ କରିବେ ସେତେବେଳେ ବିଦ୍ୟାର୍ଥୀ ମାନଙ୍କ ପାଇଁ ବହୁତ୍ ଉତ୍ତମ ହେବ ଯେମିତିକି ଯଦି କୌଣସି ବିଦ୍ୟାର୍ଥୀ ଦୂର ଦେଶ ରେ ରହି ଶିକ୍ଷା ଲାଭ କରୁଛନ୍ତି କିମ୍ବା କୌଣସି ସ୍ଥାନରେ ପାଠ ପଢ଼ିବା ପାଇଁ ଆବେଦନ କରୁଛନ୍ତି ତାହେଲେ ଏହା ଆପଣଙ୍କ ପାଇଁ ସୁଖ ଦାୟକ ସିଦ୍ଧ ହେବ । କିନ୍ତୁ କାର୍ଯ୍ୟ କ୍ଷେତ୍ର କଥା କହିବାକୁ ଗଲେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ କାହିଁକି ନା ବୁଧ ଦେବ ସେତେବେଳେ ଶନି ଦେବ ଙ୍କ ଦ୍ଵାରା ପୀଡ଼ିତ ରହିବେ, ଏହି କାରଣରୁ ଆପଣ ନିଜ ଜୀବନ ରେ ଧୀରେ ଧୀରେ ଆଗକୁ ବଢିଁବେ ।

ପ୍ରଥମ ପ୍ରଥମ ତ ଆପଣଙ୍କୁ ଏପରି ଲାଗିବ କି ଯେମିତି ଆପଣଙ୍କ ଜୀବନ କୁ ଦୁଃଖ ଆସୁଛି କିନ୍ତୁ ଯଦି ଆପଣ ନିଜର ଧର୍ଯ୍ୟ ରଖି ଧୀରେ ଧୀରେ ଆଗକୁ ବଢ଼ିନେ ତାହେଲେ ଆପଣଙ୍କ ଦୁଃଖ ର କେତେବେଳେ ଅନ୍ତ ହୋଇଯିବ ଆପଣଙ୍କୁ ଜଣା ହିଁ ପଡ଼ିବ ନାହିଁ ।

ଏହି ସମୟରେ ଆପଣ କଳି ଝଗଡ଼ା ବାଦ ବିବାଦ ରେ ପଡନ୍ତୁ ନାହିଁ କାହିଁକି ନା ଏହି ସମୟ ରେ ଏପରି କଲେ ଆପଣଙ୍କୁ ବହୁତ୍ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିବ ସେଥିପାଇଁ ଆପଣ ଯେତେ କଳି ଝଗଡ଼ା ରୁ ଦୂରେଇ ରହିବେ ଆପଣଙ୍କ ପ୍ରତି ଉତ୍ତମ ହେବ । କାହାକୁ ବି ମିଛ କଥା କୁହନ୍ତୁ ନାହିଁ । ଏହି ସମୟ ରେ ଆପଣ ନିଜର ଶତ୍ରୁ ମାନଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ ,ଆପଣଙ୍କ ପାଇଁ ଏହା ଉତ୍ତମ ହେବ।

ଏହି ସମୟରେ ଆପଣ ନିଜର ଖର୍ଚ୍ଚ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ ନହେଲେ ଆପଣଙ୍କ ଟଙ୍କା କେତେବେଳେ ଖର୍ଚ୍ଚ ହୋଇଯିବ ଆପଣଙ୍କୁ କିଛି ଜଣା ପଡ଼ିବ ନାହିଁ ।

Leave a Reply

Your email address will not be published. Required fields are marked *