October 22, 2024

Odia Express

Here, There and Everywhere

ଟାର୍ଜନ୍ ଦି ୱାଣ୍ତର୍ କାର୍ ର ଅଭିନେତା ଏହି ଲୋକପ୍ରିୟ ଅଭିନେତ୍ରୀଙ୍କୁ କରିନେଲେ ବିବାହ, ଦେଖାଯାଆନ୍ତି ବହୁତ୍ ହିଁ ସୁନ୍ଦର

ବଲିଉଡ୍ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ପ୍ରେମ ସଂମ୍ପର୍କ ହେବା ଓ ବିଗିଡିବା ଆପଣମାନେ ଦେଖିଥିବେ, କିଛି ଲୋକଙ୍କର ସଂମ୍ପର୍କ ଲମ୍ବା ସମୟ ଯାଏଁ ଚାଳିଥାଏ , କିଛି ଲୋକଙ୍କର୍ ସଂମ୍ପର୍କ ସେହି ସ୍ଥାନରେ ପହଞ୍ଚିପାରେ ନାହିଁ , କିନ୍ତୁ କିଛି ଲୋକଙ୍କର ସଂମ୍ପର୍କ ସେହି ଜାଗାରେ ପହଞ୍ଚିବାପୁର୍ବରୁ ଭାଙ୍ଗିଯାଈଥାଏ, ଯେଉଁମାନେ ସେହି ସ୍ଥାନରେ ପହଞ୍ଚିଯାଆନ୍ତି ସେମାନେ ବାହା ହୋଇଯାଆନ୍ତି , ଏହା ଛଡା ବିବାହ କରିବାପରେ ଏହି ଲୋକଙ୍କର ସଂମ୍ପର୍କ ଅଧିକା ଦିନ ଚାଲିପାରେନାହିଁ, ଓ ମଝିରେ ଛାଡପତ୍ର ହୋଇଯାଏ , ଏମିତିରେ ଏକ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ସଂମ୍ପର୍କ ଯୋଡି ହୋଇଯାଇଥିଲା,  ଓ ଦୁହେଁ ନିଜ ସଂମ୍ପର୍କକୁ ନେଇ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି , ଆସନ୍ତୁ ଜାଣିବା ବିସ୍ତାରରେ ପୁରା ଘଟଣା ।

ଆପଣ ବତ୍ସଳ ସେଠଙ୍କ ନାଁ ଶୁଣିଥିବେ, ହଁ ଆଜ୍ଞା ଫିଲ୍ମ ଟାର୍ଜନ୍ ଦି ୱାଣ୍ତର୍ କାର୍ ର ହିରୋ ବତ୍ସଲ୍ ସେଠଙ୍କ ବିଷୟରେ କଥା ହେଉଛୁ, ସେ ବଲିଉଡ୍ ରେ ପାଦ ଦେଇ ସମସ୍ତଙ୍କୁ ନିଜ ଦିୱାନା ବନାଇଦେଇଥିଲେ,  ବତ୍ସଲ ଟାର୍ଜନ୍ ଦି ୱାଣ୍ତର୍ କାର୍ ପରେ ବହୁତ ଫିଲ୍ମ କଲେ କିନ୍ତୁ ବଲିଉଡ୍ ରେ ଆଉ କେଉଁ ଫିଲ୍ମରେ ତାଙ୍କୁ ସେଇ ସଫଳତା ମିଳିପାରିଲାନାହିଁ , ବଲିଉଡ୍ ରୁ ଅସଫଳ ହେବାପରେ ସେ ଛୋଟ ପର୍ଦାରେ ଅଭିନୟ କଲେ , ଓ ଷ୍ଟାର୍ ପ୍ଲସର ଏକ ଶୋ ଥିଲା ଏକ ଥି ହସିନାରେ କାମ କଲେ , ଯେଉଁଥିରେ ସେ ଅପୋଜିଟ୍ ସଂଞ୍ଜିଦା ସେଖ୍ ଥିଲେ ।

ବତ୍ସଲ୍ ସେଠ୍ ନିଜ କ୍ୟାରିୟରର ଆରମ୍ଭରୁ ୨୦୦୪ ରେ ଟାର୍ଜନ ଦି ୱାଣ୍ତର୍ କାରରୁ ଆରମ୍ଭ କରିଥିଲେ,  ବତ୍ସଲ୍ ସେଠଙ୍କ ଜନ୍ମ ୫ ଅଗଷ୍ଟ ୧୯୮୦ କୁ ମୁମ୍ବାଇରେ ହୋଇଥିଲା< ଏହି ଫିଲ୍ମରେ ତାଙ୍କ ଅପୋଜିଟ୍ ଆୟଶା ଟାକିଆ ହିରୋଇନ୍ ଥିଲେ,  ଆପଣଙ୍କୁ ଜଣେଇଦେବୁ କି ବତ୍ସଲ୍ ଏବେ ଅଭିନେତ୍ରୀ ଇଶିତା ଦତ୍ତାଙ୍କୁ ବିବାହ କରିନେଲେ । ଇସିତା ନିଜ ଫିଲ୍ମ କ୍ୟାରିୟର ଆରମ୍ଭ ତେଲୁଗୁ ଫିଲ୍ମ ଚ୍ୟାଣକ୍ୟଡୁ ଫିଲ୍ମରୁ କରିଥିଲେ, ସେ ନିଜ ବଲିଉଡ୍ ଫିଲ୍ମ କ୍ୟାରିୟର୍ ଆରମ୍ଭ ୨୦୧୫ ରେ ଦୃଶ୍ୟମ୍ ରୁ କରିଥିଲେ, ଏହି ଫିଲ୍ମରେ ସେ ଅଜୟଙ୍କ ଝିଅ ଅଭିନୟ କରିଥିଲେ, ଓ ଏହି ଫିଲ୍ମରୁ ସେ ବଲିଉଡ୍ ରେ କ୍ୟାରିୟର୍ ଆରମ୍ଭ କରିଥିଲେ ।

ଇସିତା ଅଭିନେତ୍ରୀ ତନୁଶ୍ରୀଙ୍କ ଭଉଣୀ ଅଟନ୍ତି , ଆପଣଙ୍କୁ ଜଣେଇଦେବୁ କି ତାଙ୍କ ବାହାଘର ମୁମ୍ବାଇର ଇସକନ୍ ମନ୍ଦିରରେ ହୋଇଥିଲା,  ଦୃଶ୍ୟମ୍ ଫିଲ୍ମ ଛଡା ଇଶିତା ଏବେ ରିଲିଜ୍ ହୋଇଥିବା କପିଲ୍ ଶର୍ମାଙ୍କ ଫିଲ୍ମ ଫିରଙ୍ଗୀ ରେ କାମ କରିଥିଲେ, ଏହିଦୁହେଁଙ୍କ ବିବାହରେ ବହୁତ ବଲିଉଡ୍ ଷ୍ଟାର୍ସ ସାମିଲ୍ ହୋଇଥିଲେ,  ଏହି ବଲିଉଡ୍ ଷ୍ଟାର୍ସଙ୍କ ମଧ୍ୟରେ ବବିଦେଓଲ, ସୋହେଲ୍ ଖାନ୍ ଆଦି ମହଜୁଦ୍ ଥିଲେ,  ଗୋଟେ କଥା ଦୁହେଁଙ୍କ ମଧ୍ୟରେ କମନ୍ ଅଛି ଦୁହେଁ ନିଜ କ୍ୟାରିୟର୍ ଆରମ୍ଭରୁ ଅଜୟ ଦେବଗନଙ୍କ ପୁଅ ଓ ଝିଅର ରୋଲ୍ ନିଭାଇଥିଲେ ।

Leave a Reply

Your email address will not be published. Required fields are marked *