July 20, 2024

Odia Express

Here, There and Everywhere

ଆଜିର ପ୍ରେରଣାଦାୟୀ କାହାଣୀ – ଭଗବାନ ଆମକୁ ବୁଦ୍ଧି ଓ ଶକ୍ତି ଦୁହେଁ ଦେଇଛନ୍ତି ତେଣୁ ଆମେ କାହା ଉପରେ ଆଶ୍ରିତ ରହିବା କଥା ଉଚିତ୍ ନୁହେଁ

ଏକ ପୁରୁଣା କଥା ଅନୁସାରେ ଏକ ଗାଁରେ ଏକ ଚାଷୀ ରହୁଥିଲା , ସେ ନିଜ ପରିଶ୍ରମରୁ ପଇସା କମାଉଥିଲା,  ଓ ନିଜ ପରିବାର ପେଟ୍ ପାଳୁଥିଲା , ଓ ତାଙ୍କର ପରିଶ୍ରମରେ ସମସ୍ତେ ପ୍ରଶଂସା କରୁଥିଲେ , କିଛି ଲୋକ କହୁଥିଲେ କି ଯଦି ଏହିପରି ସେ ପରିଶ୍ରମ କରୁଥିବ ତେବେ ସେ ବହୁତ ଜଲଦି ଆଗକୁ ଚାଲିଯିବ , ଚାଷୀ ମନରେ ସବୁବେଲେ ପ୍ରସନ୍ନତା ରହୁଥିଲା,  ଓ ତାହାର ଧ୍ୟାନ ଆହୁରି ପରିଶ୍ରମକରିବାର ଆଡକୁ ଲାଗୁଥିଲା , ଦିନେ ଚାଷି ଏକ ଜଙ୍ଗଲରେ କାଠ କାଟିବାକୁ ଗଲା ।ଯେବେ ଚାଷୀ ଜଙ୍ଗଲରେ କାଠ କାଟୁଥିଲା ତେବେ ସେହି ସମୟରେ ଦେଖିଲା କି ଏକ ବିଲୁଆ ଟିକିଏ ଦୁରରେ ଅଛି, ତାହାର ଦୁଇଟି ପାଦ ନାହିଁ , କିନ୍ତୁ ସେ ପୁରା ସୁସ୍ଥ୍ୟ ଅଛି, ଚାଷୀରେ ଦିମାଗରେ ଆସିଲା କି ବିନା ପାଦର ବିଲୁଆ ଏତେ ସୁସ୍ଥ୍ୟ କିପରି ରହିଛି, ଓ ସେ ଏବେ ପର୍ଯ୍ୟନ୍ତ କିପରି ଜୀବିତ ଅଛି, କିଛି ସମୟ ପରେ ଏକ ବାଘ ଚିତ୍କାର କରି ଆସିଲା ଏହା ଦେଖି ଚାଷି ଗଛ ପଛ ପଟେ ଲୁଚିଗଲା , କିନ୍ତୁ ସେ ଯାହା ଦେଖିଲା ତାହାର ହୋସ୍ ଉଡିଗଲା,  ସେ ଦେଖିଲା କି ବାଘ ନିଜ ମୁହଁରେ ଶିକାର କରି ଆଣିଛି, ଓ ବିଲୁଆ ସାମ୍ନାରେ କିଛି ଭାଗ ପକାଇଦେଇଛି, ଯାହାଦ୍ୱାରା ସେ ତାର ଭୋଜନ କରିପାରିବ,  ସେ କିନ୍ତୁ ବିଲୁଆର କିଛି କ୍ଷତି କଲାନାହିଁ ।

ଚାଷୀ ଭାବିଲା କି ଏହା ତ ଅଜବ ଘଟଣା ହୋଇଗଲା, ଏହା ସବୁ ଭଗବାନଙ୍କ କୃପା ଅଟେ ସେ କେତେ ଦୟାଳୁ ଅଟେ, ଯାହା ସେ ସମସ୍ତଙ୍କ ବିଷୟରେ ଭାବେ , ସେ ଭାବିଲା କି ଭଗବାନ କେବଳ ମଣିଷ ନୁହେଁ ବରଂ ପଶୁମାନଙ୍କ ବିଷୟରେ ଭାବିଥାନ୍ତି ,  ଓ ଭଗବାନ ସମସ୍ତଙ୍କ୍ ପାଇଁ ଖାଇବାର ବ୍ୟବସ୍ଥା କରିଥାନ୍ତି , ଏହା ଭାବିକରି ଚାଷୀ କୁରାଢୀ ଛାଡିଦେଲା, ଓ ବସିକରି ଅପେକ୍ଷା କରିବାକୁ ଲାଗିଲା,କି ଏବେ ତାହା ପାଇଁ କେଉଁଠି ନା କେଉଁଠି କିଛି ଭୋଜନନେଇକରି କିଏ ଆସିବ । ଚାଷୀ କାମ ଛାଡିକରି ଦିନ ସାରା ଭଗବାନଙ୍କ ଧ୍ୟାନ କରୁଥିଲା , କିନ୍ତୁ ତାର ଖାଇବାକୁ କିଛି ଜିନିଷ ଆସିଲା ନାହିଁ , ଏମିତି କରୁଥିବା ଦେଖି ବହୁତ ସମୟ୍ ହୋଇଗଲା,  କିନ୍ତୁ କିଛି ଭୋଜନ ଆସିଲା ନାହିଁ,  ଏବେ ଭୋକ ବିକଳରେ ତାର ହାଲତ୍ ଖରାପ ହେବାକୁ ଲାଗିଲା,  ସେମିତି ସେ ବହୁତ ଚିନ୍ତିତ ହୋଇଯାଇଥିଲା

ସେହି ସମୟରେ ଜଣେ ସନ୍ଥ ସେହି ରାସ୍ତା ଦେଇଯାଉଥିଲେ,  ଚାଷୀକୁ ଚିନ୍ତିତ ହେବା ଦେଖି ସେ ତାର ପାଖରେ ପହଞ୍ଚିଲେ,  ଓ କହିଲେ କଣ ହେଇଛି ତୁମେ କେଉଁ କଥାକୁ ନେଇ ଚିନ୍ତିତ ଅଛ ? ଚାଷୀ ବିଲୁଆ ଓ ବାଘର କାହାଣୀ ସନ୍ଥଙ୍କୁ କହିଲା । ସନ୍ଥ କହିଲେ ତୁମେ ଏତେ ମୁର୍ଖ କିପରି ହୋଇପାରୁଛ ? ଯେଉଁ ଦୃଶ୍ୟ ତୁମେ ନିଜ ସାମ୍ନାରେ ଦେଖିଲ ତାହା ତୁମେ ଭୁଲ୍ ସନ୍ଦେଶ କେମିତି ନେଇନେଲ । ତୁମେ ଦେଖିଲ କି ବିଲୁଆ ପାଇଁ ବାଘ ଖାଇବା ଆଣିଲା , ଓ ତୁମେ ନିଜକୁ ବିଲୁଆ ଭାବିନେଲ, ଯେବେ ତୁମକୁ ଦେଖିବା ଉଚିତ୍ ଥିଲା କି ତାର ଦୁଇଟି ପାଦ ନଥିଲା,  ଓ ତୁମର ପାଖରେ ଦୁଇଟି ହାତ ଗୋଡ ଅଛି, ଏହି କାହାଣୀରେ ତୁମେ ବାଘ ଅଟ ଯାହା ନିଜ ସହ ଅନ୍ୟଙ୍କ ସାହାଯ୍ୟ କରିବାର ଅଛି , ଆଜି ତୁମେ ନିଜେ ଭୋକିଲା ବସିଛ , ଓ ପରିବାରକୁ ବି ଭୋକିଲା ବସାଇଛ

ଯେବେ କି ତୁମ କାମ ହେଲା କାଠ ସଂଗ୍ରହ କରି ପରିବାରକୁ ପୋଷିବା, ଧନ୍ କମାଇବା, ଚାଷୀ ସନ୍ଥଙ୍କ ଠାରୁ ଏତେ କଥା ଶୁଣିକହିଲା, ମହାରାଜ ମୋତେ ସବୁ ବୁଝାପଡିଲା,  ମୋ ଦ୍ୱାରା ବହୁତ ବଡ ଭୁଲ୍ ହୋଇଯାଇଛି, ମୁଁ ଭଗବାନଙ୍କ ଇସାରାକୁ ବୁଝିବାରେ ଭୁଲ୍ କରିଦେଇଛି, ମୁଁ ପରିଶ୍ରମ କରି କମାଏ , ମୋତେ ଆଜି ପର୍ଯ୍ୟନ୍ତ ଭୋକିଲା ବସିବାକୁ ପଡିନାହିଁ,  ଆଜି ମୁଁ ମୋର ହାତ କାମ କରିବା ବନ୍ଦ କରିଦେଇଥିଲି, ଯାହା ଦ୍ୱାରା ମୋତେ ଖାଇବାକୁ କିଛି ମିଳିଲାନାହିଁ , ମୁଁ ଏବେ ପରିଶ୍ରମ କରିବି, ଓ ନିଜ ପରିବାରର ପେଟ ପୋଷିବି, ଭଗବାନ ଆମକୁ ଶକ୍ତି ଓ ବୁଦ୍ଧି ଦୁହେଁ ଦେଇଛନ୍ତି , ଯାହାଦ୍ୱାରା ଆମେ ଆମ ନିଜର ଭାଗ୍ୟ ନିଜେ ଲେଖିପାରିବା ।

Leave a Reply

Your email address will not be published. Required fields are marked *