October 23, 2024

Odia Express

Here, There and Everywhere

ବାସ୍ତୁ ଟିପ୍ସ : ଘରର ବାଥରୁମ୍ ରେ ଭୁଲରେ ବି ରଖନ୍ତୁ ନାହିଁ ଏହି ଜିନିଷ , ଆସିଥାଏ ଦାରିଦ୍ରତା…

1 min read

ସବୁ ଘରର ବାସ୍ତୁର ଏକ ଖାସ୍ ମହତ୍ତ୍ୱ ହୋଇଥାଏ , ଏମିତି କୁହାଯାଏ କି ଯେଉଁ ଘରେ ବାସ୍ତୁ ସଠିକ୍ ହୋଇଥାଏ ସେଠାରେ ସବୁବେଳେ ସକରାତ୍ମକ ଉର୍ଜା ରହିଥାଏ,  ଏମିତିରେ ଧନ, ସୁଖ ଶାନ୍ତି ରହିଥାଏ,  ଏହାର ବିପରିତ ଯେଉଁ ଘରେ ବାସ୍ତୁର ଧ୍ୟାନ ଦିଆଯାଏ ନାହିଁ , ସେଠାରେ ନକରାତ୍ମକ ଉର୍ଜା ରହିଥାଏ , ଏହି ନକରାତ୍ମକ ଉର୍ଜା କାରଣରୁ ଘରେ ଦାରିଦ୍ରତା, ଅଶାନ୍ତି , ଓ ଦୁଃଖର ଆସିବା ଯିବା ଲାଗିରହିଥାଏ । ସେମିତି ବାସ୍ତୁରେ ବହୁତ ସାରା ଜିନିଷ ବିଷୟରେ କୁହାଯାଇଛି କିନ୍ତୁ ଆଜି ଆମେ ଆପଣଙ୍କୁ ବାଥରୁମ୍ ସହ ଯୋଡି ହୋଇଥିବା ବାସ୍ତୁ ବିଷୟରେ କହିବାକୁ ଯାଉଛୁ, ଘରର ବାଥରୁମ୍ ସେହି ଜାଗା ହୋଇଥାଏ , ଯେଉଁଠି ଘରର ପରିବାର ସଦସ୍ୟ ନିଜ ସବୁଦିନର କାମ ନିପଟାଇଥାନ୍ତି , ଏମିତିରେ ସବୁ ମଇଳା ବି ଏଠାରେ ଏକତ୍ରିତ ହୋଇଥାଏ, ଏହି କାରଣରୁ ଘରେ ଅଧିକା ନକରାତ୍ମକ ଉର୍ଜା ବି ରହିଥାଏ, ଏଥିପାଇଁ ଆପଣଙ୍କୁ ବାଥରୁମ୍ ସହ ଯୋଡି ହୋଇଥିବା ବାସ୍ତୁର ବିଶେଷ ଧ୍ୟାନ ରଖିବା ଉଚିତ୍ , ଯାହାଦ୍ୱାରା ବାଥରୁମ୍ ରୁ ସବୁ ନେଗେଟିଭ୍ ଏନର୍ଜୀ ପାଣିର ରାସ୍ତାରେ ଘରୁ ବାହାରକୁ ଚାଲିଯାଉ, ଓ ଘରେ ନ ରହୁ । ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହେବ କି ନିଜ ବାଥରୁମ୍ ରେ କିଛି ଖାସ୍ ଜିନିଷ ବିଲକୁଲ୍ ରଖିବାକୁ ଦିଅନ୍ତୁ ନାହିଁ , ଏହି ଜିନିଷ ଯୋଗୁଁ ଏହା ନେଗେଟିଭ୍ ଏନର୍ଜୀର ବୃଦ୍ଧି କରିଥାଏ , ବାଥରୁମ୍ ରେ ଏହି ଜିନିଷ ରଖିବାରୁ ବଞ୍ଚନ୍ତୁ ।

୧) ଭଙ୍ଗା ବାଲଟି- ବାଥରୁମ୍ ଭିତରେ କେବେ ବି ଭଙ୍ଗା ବାଲଟି ରଖନ୍ତୁ ନାହିଁ ଭଙ୍ଗା ବାଲଟି ଦାରିଦ୍ରତାର ଚିହ୍ନଟ ହୋଇଥାଏ , ଏମିତିରେ ଏହି ବାଥରୁମ୍ ଭିତରେ ରହିବାର ନେଗେଟିଭ୍ ମାହୋଲ୍ ରହିଥାଏ,  ଏହି ବାଲଟିର ଉପଯୋଗ କରିଲେ ବ୍ୟକ୍ତି ମନରେ ସକରାତ୍ମକ ଭାବନା ଆସେ ନାହିଁ ଏମିତିରେ ଏହାର ପ୍ରଭାବ ଆପଣଙ୍କ ଘର ସହ ଆପଣଙ୍କ ପରିବାର ସଦସ୍ୟଙ୍କ ଉପରେ ପଡିଥାଏ , ଖାଲି ଏହି କାରଣରୁ ବାଥରୁମ୍ ରେ ଭଙ୍ଗା ବାଲଟି ରଖିବାରେ ବଞ୍ଚିବା ଦରକାର ।

୨) ଭଙ୍ଗା ବାଥରୁମ୍ କବାଟ- ବହୁତଥର ବାଥରୁମ୍ କବାଟ ଭାଙ୍ଗିଯାଇଥାଏ,  ଓ ସେଥିରେ ଫାଟ ଆସିବାକୁ ଲାଗେ, ଏମିତିରେ ତାକୁ ବଦଲାଇବା ପରିବର୍ତ୍ତେ ଲୋକେ ବହୁତ ଦିନ ବା ବହୁ ବର୍ଷ ଯାଏଁ ତାକୁ ଚଳାଇନିଅନ୍ତି , କିନ୍ତୁ ଆପଣଙ୍କୁ ଜଣେଇଦେବୁ କି ଯେଉଁ ଘରେ ଭଙ୍ଗା କବାଟର୍ ବ୍ୟବହାର କରାଯାଏ , ସେ ଘରେ ନକରାତ୍ମକ ଉର୍ଜା ବହୁତ ଜଲଦି ଭରିଯାଏ , ବାଥରୁମ୍ ର ମଇଳା ଉତ୍ପନ୍ନ ହେଉଥିବା ନେଗେଟିଭ୍ ଏନର୍ଜୀ ଏହି ଭଙ୍ଗା କବାଟ କାରଣରୁ ପୁରା ଘରେ ବ୍ୟାପିଯାଏ , ଏମିତିରେ ଘରର ମାହୋଲ୍ ଖରାପ ହୋଇଯାଏ , ଓ ସେହି ଘରେ ଲଢେଇ ଝଗଡା ଅଧିକା ହୋଇଥାଏ ।

୩) ମଇଳା ଜିନିଷ- ଆପଣଙ୍କ ବାଥରୁମ୍ ରେ ରଖିଥିବା ଜିନିଷ ଯେପରି ବାଲଟି, ମଗ୍, ନଳ ଇତ୍ୟାଦି ମଇଳା ନ ହେବା ଦରକାର, ଏହାକୁ ନିୟମିତ ରୁପରେ ସଫା ରଖିବା ଉଚିତ୍ , ତାହା ସହ ବାଥରୁମ୍ କୁ ନିୟମିତ ରୁପରେ ସଫା କରିବା ଉଚିତ୍ , ଏକ ମଇଳା ବା ଦୁର୍ଗନ୍ଧ ଯୁକ୍ତ ବାଥରୁମ୍ ଯାହା କେବଳ ସ୍ୱାସ୍ଥ୍ୟ ନଜରିଆରେ ହାନିକାରକ ହୋଇଥାଏ, ବରଂ ବାସ୍ତୁ ହିସାବରେ ଏହା ବିପଦପୁର୍ଣ୍ଣ ହୋଇଥାଏ, ଯେବେ ବାଥରୁମ୍ ରେ ମଇଳା ହୋଇଥାଏ ତେବେ ଅଧିକା ମାତ୍ରାରେ ନେଗେଟିଭ୍ ଏନର୍ଜୀ ଉତ୍ପନ୍ନ ହୋଇଥାଏ, ଏହି କାରଣରୁ ସେହି ଘରେ ଦାରିଦ୍ରତା ଆସିବାର ଆଶଙ୍କା ବଢିଯାଏ , ଏଥିପାଇଁ ଏହାକୁ ସଫାସୁତୁରା କରିବା ବହୁତ୍ ଜରୁରୀ ହୋଇପଡେ

Leave a Reply

Your email address will not be published. Required fields are marked *