October 20, 2024

Odia Express

Here, There and Everywhere

ବାସୀ ମୁହଁରେ ସବୁଦିନ ସକାଳୁ ଖାଆନ୍ତୁ ମାତ୍ର ଦୁଇଟି ଦାନା ଆଉ ଦେଖନ୍ତୁ ଏହାର ଲାଭ..

1 min read

ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ରକ୍ତହିନ ସମସ୍ୟା,ଏନିମିଆର ଅସୁବିଧା,ହିମୋଗ୍ଲୋବିନ ଅଭାବ ସମସ୍ୟା ଆଦି ସବୁ ରୋଗ ମୂଳରୁ ହିଁ ଶେଷ ହୋଇଯିବ।ରକ୍ତ ଅଭାବ ହେବାର ଅନେକ ଅନେକ କାରଣ ହୋଇପାରେ,ସାଧାରଣତ ଲୋକଙ୍କୁ ଜଣା ପଡି ନଥାଏ ସେମାନଙ୍କୁ ରକ୍ତ ହିନତାର ସମସ୍ୟା ଅଛି।ଆସନ୍ତୁ ଜାଣିବା ଆପଣ କିପରି ଜାଣି ପାରିବେ ଆପଣଙ୍କ ଶରୀରରେ ରକ୍ତହୀନତା ରହୁଛି।ଦେଖିବାକୁ ଗଲେ ମହିଳା ମାନଙ୍କ ମାସିକ ଧର୍ମ ପ୍ରତି ମାସରେ ହେବା କାରଣରୁ ସେମାନଙ୍କ ଭିତରେ ରକ୍ତହିନତା ଅଧିକ ଦେଖାଯାଇଥାଏ।ଆଉ ଆଜିକାଲି ପୁରୁଷ ମାନଙ୍କ ଭିତରେ ମଧ୍ୟ ଏହି ରକ୍ତହୀନତା ଭଳି ସମସ୍ୟା ଦେଖାଯାଉ ଅଛି।ଯଦି ଆପଣଙ୍କ ଚେହେରା ହଳଦିଆ ହୋଇଯାଇଛି,ଆଖିତଳ କଳା ପଡିବାରେ ଲାଗିଛି,ଶାରୀରିକ ଶକ୍ତି ଯେତେବେଳେ ଶରୀରରେ ରହି ନଥାଏ।ତାପରେ ଅଣ୍ଟା ବିନ୍ଧା ଭଳି ସମସ୍ୟା ଦେଖା ଯାଇଥାଏ।ତାହେଲେ ଆପଣ ଜାଣିପାରିବେ ଆପଣଙ୍କ ଶରୀରରେ ହିମୋଗ୍ଲୋବିନର ଅଭାବ ରହୁଛି ଓ ରକ୍ତର ମଧ୍ୟ ଅଭାବ ରହୁଛି।

ରକ୍ତହୀନତା ଆସିଲେ ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତି କମିଯାଏ।ତାହେଲେ ଶରୀରରେ ରକ୍ତର ମାତ୍ରା ବଢେ଼ଇବାକୁ ହେଲେ ଆପଣଙ୍କୁ ନୀତିଦିନର ଖାଦ୍ୟ ପେୟରେ କିଛି ପରିବର୍ତ୍ତନ କରିବାକୁ ହେବ।ଆଉ ଆପଣଙ୍କୁ ନିୟମିତ ଭାବରେ ଯୋଗ ପ୍ରାଣାୟମ ଓ କସରତ କରିବାର ଅଛି।ଆପଣଙ୍କୁ ଶରୀରରେ ରକ୍ତ ବଢ଼େଇବା ପାଇଁ ହେଲେ ଆପଣଙ୍କୁ ଭସ୍ତ୍ରୀକା ଭଳି ପ୍ରାଣାୟମ କରିବାର ଅଛି।ଏହାକୁ ଆପଣ ସକାଳୁ ଉଠୁ ଉଠୁ ସୂର୍ଯୋଦୟ ପୂର୍ବରୁ ଏହି ପ୍ରାଣାୟମ ତୀବ୍ର ଗତିରେ କରିବାର ଅଛି।ତାପରେ ଆପଣଙ୍କୁ ଗୋଟେ ମିନିଟର ବ୍ରେକ ନେଇ କପାଳ ଭାତି ପ୍ରାଣାୟମ କରିବାର ଅଛି।ଆଉ ଏହି ଦୁଇଟି ପ୍ରାଣାୟମ ଆପଣଙ୍କ ଶରୀରରେ ରକ୍ତ ପ୍ରବାହର ମାତ୍ରକୁ ଠିକ କରି ଥାଆନ୍ତି।ଆଉ ଅମ୍ଳଜାନର ମାତ୍ରକୁ ଆପଣଙ୍କ ଶରୀର ଭିତରେ,ଆପଣଙ୍କ କୋଶ ଭିତରେ ବଢ଼େଇବାରେ ସାହାଯ୍ୟ କରି ଥାନ୍ତି।ଜାହାଦ୍ୱାର ରକ୍ତର ଅଭାବ ଶରୀରରୁ ଦୁର ହୋଇଯାଇଥାଏ।

ଆଉ କପାଳଭାତି ପ୍ରାଣାୟାମ ଆପଣଙ୍କ ଶରୀରରେ ହିମୋଗ୍ଲୋବିନର ମାତ୍ରକୁ ଗୋଟେ ମାସ ଭିତରେ ପ୍ରାୟ ୧୭-୧୮ ରେ ନେଇ ପହଁଞ୍ଚେଇ ଦେଇଥାଏ।ତାପରେ ଚାଲନ୍ତୁ ଜାଣିବା ଆପଣ ନିଜର ଖାଦ୍ୟରେ କେଉଁ କେଉଁ ଜିନିଷର ବ୍ୟବହାର କରିବାର ଅଛି।ଯେମିତି ଆପଣ ମାନେ ଜାଣିଛନ୍ତି ଏବେ ପ୍ରାୟ ଶୀତ ଋତୁ ଆସି ଗଲାଣି,ଆଉ ସେଥିପାଇଁ ଆମେ ଆପଣଙ୍କୁ ଗୋଟିଏ ବଢିଆ ଉପାୟ ଆପଣଙ୍କୁ କହିବାକୁ ଯାଉଅଛୁ।ଆଉ ଯେଉଁମାନେ ଗରମ ହେଉଥିବା ଅଞ୍ଚଳରେ ରହୁଛନ୍ତି ସେମାନେ ଏହି ଉପାୟର ବ୍ୟବହାର କମ କରନ୍ତୁ।ତାହେଲେ ଏ ସମୟରେ ଆପଣ ଯେତେ ପାରିବେ ସେତେ ଅଧିକ ପାଣି ପିଇବେ କାରଣ ଏହି ଉପାୟ ଆପଣଙ୍କ ଶରିରକୁ ଗରମ ରଖିପାରେ।ସର୍ଵ ପ୍ରଥମେ ଆପଣଙ୍କୁ ଯେଉଁ ଜିନିଷ ନେବାର ଅଛି ସେ ହେଉଛି ରାଗି।ଏହାର ଅଟାର ସେବନ କରିବା ଦ୍ୱାରା ଆପଣଙ୍କ ଶରୀରରେ ରକ୍ତର ମାତ୍ରା ବଢେ଼ଇବାରେ ସାହାଯ୍ୟ କରିଥାଏ।ଆଉ ଯଦି ଆପଣ ରାଗି ସହିତ ଖସାକୁ ମିଶେଇ ଆଉ ଗୁଡ଼ର ରୁଟି ବନେଇ ସେବନ କରିବେ।ତାହେଲେ ଆପଣଙ୍କ ଶରୀରରେ ରକ୍ତର ଅଭାବ ରହିବ ନାହିଁ।

ଆଉ ଏହି ଉପାୟକୁ ପ୍ରାଣାୟମ କରିବା ପରେ ବ୍ୟବହାର କରିବାର ଅଛି,ଆଉ ତା ପୂର୍ବରୁ ଆପଣ ନିଜ ସେବନରେ ପେସ୍ତାବାଦାମ,ଅଖରୋଟ,ଅଞ୍ଜିର ଆଉ କିସମିଶ କୁ ପାଣିରେ ଭିଜେଇ ନିଜର ସେବନରେ ନେଇ ପାରିବେ।ଆଉ ଆପଣ ଯେତେ ପାରିବେ ପରିବା ଓ ଫଳମୂଳ ଆଉ ଭିନ୍ନ ଭିନ୍ନ ପ୍ରକାରର ସାଲାଡ଼ ଯେତେ ପାରିବେ ସେତେ ମାତ୍ରାରେ ସେବନ କରିବେ।ପାଣିକଖାରୁ କୁ ନିଜ ସେବନରେ ନେବା ଦ୍ୱାରା ଆପଣଙ୍କ ଶରୀରରେ ରକ୍ତହୀନତା ଦେଖାଯାଇ ନଥାଏ।ଆଉ ଏହା ବ୍ୟତୀତ ଡାଲିମ୍ବ ରସ ଶରୀରରେ ରକ୍ତ ବଢେ଼ଇବାରେ ସାହାଯ୍ୟ କରିଥାଏ।ହାଲ୍କା ଉଷୁମ ପାଣିରେ ଆପଣ ମହୁ ମିଶେଇ ସେବନ କରିବା ଦ୍ୱାର ଆପଣଙ୍କ ଶରିରରେ ରକ୍ତ ବଢେ଼ଇବାରେ ସାହାଯ୍ୟ କରିଥାଏ।ଆଉ ଏହା ସହିତ ନଡିଆ ପାଣି ଆମ ଶରୀରରେ ରକ୍ତ ଓ ହିମୋଗ୍ଲୋବିନ ଦୁର କରିବା ପାଇଁ ବହୁତ ଲାଭ ଦାୟକ ହୋଇଥାଏ।ଲିମ୍ବ ପତ୍ରକୁ ଛେଚି,ଗୋଟେ ଚୁଟିକି ହଳଦୀ ଆଉ ଅଳ୍ପ ମହୁ ଉଷୁମ ପାଣିରେ ମିଶେଇ ସେବନ କରିବା ଦ୍ୱାରା ଆମ ଶରୀରେ ରକ୍ତ ବଢେ଼ଇବାରେ ସାହାଯ୍ୟ କରିଥାଏ।

Leave a Reply

Your email address will not be published. Required fields are marked *