October 24, 2024

Odia Express

Here, There and Everywhere

ପତିକୁ ସଫଳ କରିଦେଇଥାଏ ପତ୍ନୀର ଏହି ୩ଟି ଅଭ୍ୟାସ,ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ..

1 min read

ହିନ୍ଦୁ ଧର୍ମରେ ଘର ବୋହୂ ଏବଂ ଝିଅକୁ ଘରର ଲକ୍ଷ୍ମୀ ବୋଲି ମନାଯାଇଥାଏ।ଦେବୀଙ୍କ ଭଳି ପୂଜା କରାଯାଉଥିବା ଝିଅଙ୍କୁ ନିଜର ପବିତ୍ରତା ଦେଖାଇବା ପାଇଁ ଅନେକ ଥର କେତେଗୁଡିକ ତପସ୍ୟା ମଧ୍ୟ ଦବାକୁ ପଡିଥାଏ ।ଏହା ସମ୍ପୂର୍ଣ୍ଣ ଭାବରେ ସତ ଅଟେ ଯେ ମହିଳା ତଥା ସ୍ତ୍ରୀ ଲୋକମାନେ ଘର ଏବଂ ପରିବାରର ଧ୍ୟାନ ରଖିଥାନ୍ତି।ଯାହାଦ୍ୱାରା ପୁରୁଷମାନେ ନିଜ ଭବିଷ୍ୟତ ଉପରେ ଧ୍ୟାନ ଦେଇ ପାରନ୍ତି। ଏପରି କୁହାଯାଇଛି କି ଯଦି ଗୋଟେ ମହିଳା ଚାହିଁବ ତେବେ ସେ ଘରକୁ ସ୍ୱର୍ଗ କରିଦେବ ଏବଂ ଯଦି ସେହି ମହିଳା ଚାହିଁବ ତେବେ ସେ ଘରକୁ ନର୍କ ମଧ୍ୟ କରିଦେଇପାରେ।ସେଥିପାଇଁ ଏହା ସମ୍ପୂର୍ଣ୍ଣ ଭବାରେ ମହିଳାଙ୍କ ଉପରେ ନିର୍ଭର କରିଥାଏ।ବହୁତ ଝିଅମାନଙ୍କର ଏପରି କିଛି ଗୁଣ ଅଛି ଯାହାପାଇଁ ଘରେ ଦାରିଦ୍ର୍ୟ ଦେଖାଦେଇଥାଏ ଏବଂ ତା ମଧ୍ୟରେ ଏପରି କିଛି ଗୁଣ ଥାଏ ଯାହା ଘରେ ସୁଖ ଏବଂ ଶାନ୍ତି ଆଣିଦେଇଥାଏ।


ପ୍ରତ୍ୟେକ ସଫଳ ପୁରୁଷ ପଛରେ ନାରୀର ହାତ ରହିଅଛି।ଏହା ସମ୍ପୂର୍ଣ୍ଣ ଭାବରେ ସତ ଅଟେ। ସବୁ ବ୍ୟକ୍ତିଙ୍କର ସୁଖ ଏବଂ ଶାନ୍ତି ସେମାନଙ୍କ ସ୍ତ୍ରୀ ଉପରେ ନିର୍ଭର କରିଥାଏ।ସେଥିପାଇଁ ଏହା ସବୁ ସମ୍ପୂର୍ଣ୍ଣ ଭାବରେ ମହିଳାଙ୍କ ଉପରେ ନିର୍ଭର କରିଥାଏ।ଯିଏ ଲକ୍ଷ୍ମୀଙ୍କ ପରି ଘରର ସବୁ କାମ କରେ ଏବଂ ସମସ୍ତଙ୍କର ଯତ୍ନ ନେଇଥାଏ ଏବଂ ସବୁ ଅସୁବିଧା ସୁବିଧା ସମୟରେ ନିଜ ପତି ସହିତ ଥାଏ ଏପରି ସ୍ତ୍ରୀ ଭାଗ୍ୟରେ ଥିଲେ ମିଳେ।ଯାହାର ସ୍ତ୍ରୀ ମଧ୍ୟରେ ଏପରି ଅଭ୍ୟାସ ଅଛି ତେବେ ଭବିଷ୍ୟତ ବହୁତ ଚମତ୍କାର ହେବ।ତେବେ ଆସନ୍ତୁ ଜାଣିବା ସେହି ୩ଟି ଅଭ୍ୟାସ ବିଷୟରେ।

(୧)ସକାଳୁ ଜଲ୍ଦି ଉଠିବା- ସମୟ ବଦଳିବା ସହିତ ଝିଅମାନଙ୍କର ମଧ୍ୟ ପ୍ରକୃତି ବହୁତ ବଦଳିବାରେ ଲାଗିଛି।ଆଜିକାଲି ବାହାଘର ପରେବି ବିବାହିତା ଝିଅ ଜଲ୍ଦି ଉଠିବାକୁ ପସନ୍ଦ କରୁନାହାନ୍ତି।କିନ୍ତୁ ପୁରୁଷ ଜଲ୍ଦି ଉଠୁଥିବା ପତ୍ନୀଙ୍କୁ ହିଁ ପସନ୍ଦ କରିଥାନ୍ତି।ଯେଉଁ ପତ୍ନୀ ସକାଳୁ ଜଲ୍ଦି ଉଠିଥାଏ ତେବେ ସେହି ଘରେ ଘରର ସବୁ କାମ ଠିକ ସମୟରେ ଏବଂ ସଠିକ ଭାବରେ ହୋଇଥାଏ।ଏହାଦ୍ଵାରା ଘରେ ମଧ୍ୟ ଲକ୍ଷ୍ମୀ ବାସ କରିଥାନ୍ତି ଏବଂ ସେମାନଙ୍କ ଜୀବନରେ ସବୁବେଳେ ସୁଖ ଶାନ୍ତି ଭରି ରହିଥାଏ।ସେମାନଙ୍କୁ ଧନର ଅଭାବ ରହିନଥାଏ।

(୨) କେବେବି ନ ରାଗିବା- ବିବାହ ପରେ ପତି ଏବଂ ପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥାଏ ଏହା ତ ସାଧାରଣ କଥା।ହେଲେ କିଛି ମହିଳାଙ୍କ ସ୍ୱଭାବ ବହୁତ ରାଗୀ ପ୍ରକୃତିର ହୋଇଥାଏ।ତାଙ୍କର ଏହି ଗୁଣ ଯୋଗୁ ଘରର ସୁଖ ଶାନ୍ତି ନଷ୍ଟ ହୋଇଯାଇଥାଏ ଏବଂ ଘରେ ଅଶାନ୍ତି ବଢିଯାଇଥାଏ।କିଛି ମହିଳାଙ୍କ ସ୍ୱଭାବ ବହୁତ ଭଲ ହୋଇଥାଏ।ଯାହାର ସ୍ତ୍ରୀ ବହୁତ ରାଗୀ ସ୍ୱଭାବର ହୋଇନଥାଏ ସେ ବହୁତ ଭାଗ୍ୟଶାଳୀ ଅଟେ।ଏହିଭଳି ପତ୍ନୀ ପତି ଜୀବନରେ ସୁଖ ଏବଂ ଶାନ୍ତି ଭରିଦେଇଥାଏ।

(୩)ଇଚ୍ଛା ଶକ୍ତିକୁ ନିଜ ନିୟନ୍ତ୍ରଣରେ ରଖିବା-ଆଜିକାଲି ଯୁଗରେ ଝିଅମାନେ ଚଳଚ୍ଚିତ୍ର ରୁ ପ୍ରଭାବିତ ହୋଇ ନିଜ ପତିଙ୍କ ଠାରୁ ବହୁତ କିଛି ଚାହିଁଥାନ୍ତି।ଏହିପରି ଭାବରେ ପତି ଉପରେ ତାଙ୍କ ପତ୍ନୀଙ୍କର ଇଚ୍ଛାକୁ ପୂରଣ କରିବାର ବୋଝ ଆସିଯାଇଥାଏ।ଯଦି ଆପଣଙ୍କ ପତ୍ନୀ ଭିତରେ ତାର ସବୁ ଇଚ୍ଛାର ସୀମା ଅଛି ବା ସେ ନିଜର ଇଚ୍ଛା ଶକ୍ତିକୁ ନିଜ ନିୟନ୍ତ୍ରଣରେ ରଖି ନିଜ ପତିର ରୋଜଗାର ହିସାବ ରଖି ନିଜ ଇଚ୍ଛାକୁ ପ୍ରକାଶ କରିନଥାଏ ତେବେ ଆପଣ ବହୁତ ଭାଗ୍ୟବାନ ଅଟନ୍ତି।କୌଣସି ମଣିଷ ମଧ୍ୟରେ ନିଜ ଇଚ୍ଛା ଶକ୍ତିକୁ ନିଜ ନିୟନ୍ତ୍ରଣରେ ରଖିବା ବହୁତ କଷ୍ଟ ହୋଇଥାଏ ହେଲେ ଏପରି ଭାବେ ପତ୍ନୀ ନିଜର ପତି ଜୀବନକୁ ସରଳ କରିଦେଇଥାଏ ଏବଂ ସେମାନେ ବହୁତ ସୁଖରେ ରହିଥାନ୍ତି।

Leave a Reply

Your email address will not be published. Required fields are marked *