September 11, 2024

Odia Express

Here, There and Everywhere

ଘରେ ପିଆଜରୁ ତେଲ ପ୍ରସ୍ତୁତ କରନ୍ତୁ ଏବଂ ଚୁଟି ଝାଡ଼ିବା, ଚନ୍ଦା ହେବା,ଚୁଟି ଧଳା ପଡ଼ିବରୁ ମୁକ୍ତି ପାଆନ୍ତୁ..

ସାଧାରଣତଃ ଲୋକମାନେ ଚୁଟି ଝଡ଼ିବା ତଥା ଚନ୍ଦା ହେବା ଏବଂ ଚୁଟି ଧଳା ପଡ଼ିବା ଆଦି ଚିନ୍ତାମୁଳକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକ ମନେ ବିଭିନ୍ନ ପ୍ରକାର ର ପଦ୍ଧତି ଅପଣାଉଛନ୍ତି।ଏଥି ମଧ୍ୟ ରୁ କେତେକ ଦେଶୀ ଏବଂ କିଛି ବିଦେଶୀ ମଧ୍ୟ। ଏହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ମୁଁ ଆପଣଙ୍କୁ ଆଜି ଏକ ଉପାୟ କହିବାକୁ ଯାଉଛି, ଯଦି ଆପଣ ଏହା କୁ ଆପଣାଇବେ ତେବେ, ଆପଣ ଏହି ସବୁ ସମସ୍ୟାରୁ ମୁକ୍ତି ପାଇ ପାରିବେ ।ଏହା ଦେଶୀ ତଥା ନିଜ ଘରେ ପ୍ରସ୍ତୁତ କରି ପାରିବେ।ଯାହା ଫଳରେ ଆପଣ ଙ୍କର ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହେବ ନାହିଁ।ମୁଖ୍ୟ କଥା ହେଉଛି ଏହା ଶୁଦ୍ଧ ଅଟେ। ତେବେ ଚାଲନ୍ତୁ ଜାଣିବା ସେ ବିଷୟରେ।

ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ପିଆଜରୁ ପ୍ରସ୍ତୁତ ତେଲର ଆବଶ୍ୟକତା ରହିଅଛି। ଏହା ଭିନ୍ନ ଭିନ୍ନ ପଦ୍ଧତିରେ ପ୍ରସ୍ତୁତ କରାଯାଇପାରିବ। ସାଧାରଣତଃ ପିଆଜରୁ ତେଲ ପ୍ରସ୍ତୁତ କରିବା ପାଇଁ ନାଲି ପିଆଜ ନିଆଯାଇଥାଏ। ଏହି ପିଆଜ ଶୁଖିଲା ହେବା ଆବଶ୍ୟକ। ଯଦି ଆପଣ ଶୁଖିଲା ପିଆଜ ବ୍ୟବହାର ନ କରନ୍ତି ତେବେ,ଆପଣଙ୍କ ତେଲରୁ ଏକ ପ୍ରକାରର ଗନ୍ଧ ବାହାରିବ।

ପ୍ରଥମେ ଆପଣ କିଛି ପିଆଜ ନିଅନ୍ତୁ। ଏହାକୁ ଛୋଟ ଛୋଟ କରି କରି ଦିଅନ୍ତୁ। ଏହି ପିଆଜ ଖଣ୍ଡକୁ ନେଇ ଗ୍ରାଇଣ୍ଡର ରେ ପେଶି ଦିଅନ୍ତୁ। ଏହା ପରେ ଆପଣ ଏକ କଡ଼େଇ ନିଅନ୍ତୁ। ମନେ ରଖନ୍ତୁ ଏହି କଡ଼େଇ ଲୁହା ର ହେବା ଆବଶ୍ୟକ। ସେହି କଡ଼େଇରେ ଆପଣ କିଛିରେ ସୋରିଷ ତେଲ ନିଅନ୍ତୁ । ଆପଣ ମଧ୍ୟ ନଡ଼ିଆ ତେଲର ବ୍ୟବହାର କରିପାରିବେ। ଏହା ପରେ ଆପଣ ପିଆଜ କୁ ସେଥିରେ ମିଶାଇ ଦିଅନ୍ତୁ। ମନେ ରଖିବେ ଆପଣ ଏହାକୁ ଗରମ ତେଲ ରେ ପକାଇବେ ନାହିଁ ,ଏହା ଦ୍ବାରା ପିଆଜ ସଙ୍ଗେ ସଙ୍ଗେ ପୋଡ଼ି ଯାଇପାରେ। ଏହାକୁ ଆପଣ ୨୦ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ। କିଛି ସମୟ ପରେ ପିଆଜ ର ରଙ୍ଗ କଳା ପଡ଼ିବାରେ ଲାଗିବ। ଏହା ପରେ ଆପଣ ତାହାକୁ ବାହାରକୁ ଆଣନ୍ତୁ। ଏହାକୁ ଆପଣ କପଡା ମାଧ୍ୟମରେ ଛାଣି ଦିଅନ୍ତୁ।ଏହା ଦ୍ବାରା ପିଆଜ ମଧ୍ୟରେ ଥିବା ସମସ୍ତ ତତ୍ତ୍ଵ ଏହା ମଧ୍ୟକୁ ଆସିଯିବ।

ଏହା ପରେ ଏହି ତେଲକୁ କୌଣସି ଏକ କାଚ ପାତ୍ରରେ ସାଇତି ରଖି ପାରିବେ। ଯେତେବେଳେ ଆପଣ ଏହାକୁ ବ୍ୟବହାର କରିବେ ଅର୍ଥାତ୍ ଆପଣ ଏହାକୁ ମୁଣ୍ଡରେ ଲଗାଇବେ, ଆପଣ ଛୋଟ ଚାମଚ ରେ ଏକ ଚାମଚ ମାତ୍ର ବ୍ୟବହାର କରନ୍ତୁ। ଯଦି ଆପଣ ଙ୍କ ଚୁଟି ଝଡୁଚି ତେବେ ଆପଣ ନିଜ ଆଙ୍ଗୁଳିକୁ ସେହି ପାତ୍ରରେ ବୁଡ଼ାନ୍ତୁ । ଏହାକୁ ଆଣି ଚୁଟି ର ମୂଳ ରେ ଲଗାନ୍ତୁ। ଏହା ଦ୍ବାରା ଚୁଟି ଝଡ଼ିବା କମ ହୋଇଯିବ, ଚୁଟି ଧଳା ମଧ୍ୟ ହେବ ନାହିଁ।

Leave a Reply

Your email address will not be published. Required fields are marked *