October 23, 2024

Odia Express

Here, There and Everywhere

ଏହି ଘରୋଇଉପାୟ ଦ୍ୱାରା କାଶ ଓ କଫରୁ ମାତ୍ର ଥରେ ବ୍ୟବହାରରେ ଉପଶମ ପାଆନ୍ତୁ..

ଆଜି ଆମେ ଏଠାରେ ଏମିତି ଦୁଇଟି ଜିନିଷର ବ୍ୟବହାର କରି ଭିନ୍ନ ଭିନ୍ନ ପ୍ରକାରର କାଶ ଠିକ କରିବା ପାଇଁ କେତେଟି ଘରୋଇ ଉପାୟ ଅପଣଙ୍କ ସହିତ ବାଣ୍ଟିବାକୁ ଯାଉଅଛୁ।ଯଦି ଆପଣ ଏହି ଘରୋଇ ଉପାୟ ଗୁଡିକୁ ଆପଣେଇବେ ତାହେଲେ ଆପଣଙ୍କୁ ଗୋଟେ ଦିନରେ ବହୁତ ଶାନ୍ତି ଅନୁଭବ ହେବ।ଆଉ ଯଦି ଆପଣଙ୍କୁ ପ୍ରତ୍ୟକ ସମୟରେ ବାରମ୍ବାର କାଶ ଦେଖୁଛି ତାହେଲେ ସେଇଟା ଦେଖେଇବା ବନ୍ଦ ହୋଇଯିବ ଆଉ ସବୁଦୀନ ପାଇଁ କାଶ ବନ୍ଦ ହୋଇଯିବ।ଏହି ଆୟୁର୍ବେଦିକ ଉପାୟର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ।ଯଦି ଆପଣ ନିଜର କାଶ ଠିକ କରିବା ପାଇଁ ବଜାରରେ ବିକ୍ରି ହେଉଥିବା କେମିକାଲ ଯୁକ୍ତ କଫ ସିରପ ଓ ଅନ୍ୟାନ୍ୟ ଔଷଧ ବ୍ୟବହାର କରିବେ ତାହେଲେ ସେ ସବୁର ଅନେକ ପ୍ରକାରର ପାର୍ଶ୍ୱପ୍ରତିକ୍ରିୟା ରହିଥାଏ।ବାରମ୍ବାର କାଶ ହେବାର ଅନେକ ଗୁଡିର ମୁଖ୍ୟ କାରଣ ରହିଥାଏ।

ଯେମିତି ହାତ ସଫା ଭଲ ଭାବରେ ନକରିବା,ସେହି ହାତରେ ଆଖି ମୁଁହ ନାକକୁ ଛୁଇଁବା ତାପରେ ନଧୋଇ ଅନେକ ଜିନିଷକୁ ଏମିତିହିଁ ଖାଇନେବା।ଏହାଦ୍ୱାରା ବ୍ୟାକ୍ଟେରିଆ ଓ ଭାଇରସ ଆମ ଶରୀରରେ ବହୁତ ସହଜରେ ପ୍ରବେଶ କରି ଯାଆନ୍ତି।ବାହାରେ ମିଳିଥିବା ଅନେକ ଜିନିଷ ଖାଇବା ଆଉ ତାର ତୁରନ୍ତ ପରେ ପରେ ପାଣି ପିଇନେବା।ଧୂଳି ଧୂଆଁ ଓ ପ୍ରଦୂଷଣ ଆଦିରେ ରହିବା,ଥଣ୍ଡା ଜିନିଷର ସେବନ କରିବା,ବଦଳୁଥିବା ୠତୁରେ ନିଜର ଯତ୍ନ ନରଖିବା।କାଶ ବହୁତ ଦିନ ପର୍ଯ୍ୟନ୍ତ ରହି ରହି ତନ୍ଟସିଲ ହୋଇଯିବା,କାଶୀବା ସମୟରେ କଫ ପଡିବା ଆଉ କାସୁ କାସୁ ଆମ ଛାତି ଦରଜ ହେବା।ଅଧିକ କାଶ ପାଇଁ ତଣ୍ଟି ନଳୀ ଫୁଲିଯିବା।ଆମେ ଯଦି କାଶକୁ ସଠିକ ସମୟରେ ଠିକ କରିବା ନାହିଁ ତାହେଲେ ଏହା ବହୁତ ବଡ଼ ରୋଗକୁ ଜନ୍ମ ଦେଇଥାଏ।

ତାହେଲେ ଆପଣ ଜମାବି ଲାପର୍ବାହୀ କରିବା ନାହିଁ ଆଉ ଚାଲନ୍ତୁ ତାପରେ ଜାଣିବା ଏହି ନୁଷ୍କାକୁ ତିଆରି କରିବାର ବଢିଆ ଉପାୟ।ଆମକୁ ପ୍ରଥମ ଜିନିଷ ଯାହା ଦରକାର ସେ ହେଉଛି ହଳଦୀ,ଆପଣ ଚାହିଁଲେ କଞ୍ଚା ହଳଦୀର ବ୍ୟବହାର କରି ପାରିବେ ନହେଲେ ଆପଣ ତାକୁ ସୁଖେଇ ଘରେ ଗୁଣ୍ଡ କରି ତାର ପାଉଡର ବନେଇ ନେବେ।ଆଉ ଏହା ବହୁତ ଭଲ କାମ କରିବ କାରଣ ବଜାରରେ ମିଳୁଥିବା ହଳଦୀର ବହୁତ କିଛି ଖରାପ ତତ୍ୱ ମିଶ୍ରଣ କରାଯାଇ ଥାଏ।ତାହେଲେ ସେ ଆପଣଙ୍କ ଶରୀର ପାଇଁ ବହୁତ କମ ଲାଭ ଦାୟକ ହବ।ହଳଦୀ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢେ଼ଇବାରେ ବହୁତ ଭଲ କାରିଗର ହୋଇଥାଏ।ହଲଦୀରୁ ଆଣ୍ଟିବାୟୋଟିକ ଓ ଆଣ୍ଟିଆଲର୍ଜିକ ତତ୍ୱ ମିଳିଥାଏ ଯାହା କୌଣସିବି କିଟାଣୁକୁ ନଷ୍ଟ କରିଥାଏ।ତାପର ଜିନିଷ ଯାହା ଆମକୁ ଦରକାର ସେ ହେଉଛି ମହୁ।

ତାପରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମହୁର ମଧ୍ୟ ବହୁତ ଭଲ ଔଷଧିୟ ଗୁଣ ରହିଥାଏ।ଆଉ ଏ ଦୁଇଟି ଜିନିଷକୁ ଏକାଠି ବ୍ୟବହାର କଲେ ଏହାର ବହୁତ ଭଲ ଫଳ ଆମକୁ ମିଳିଥାଏ।ତାପରେ ଆମକୁ ନେବାର ଅଛି ଗୋଟେ ଚାମୁଚ ହଳଦୀ ଆଉ ଯେତେକି ହଳଦୀ ନେବେ ସେତିକି ମାତ୍ରରେ ଆପଣଙ୍କୁ ମହୁ ମିଶେଇବାର ଅଛି।ତାପରେ ଭଲ ଭାବରେ ହଳଦୀ ଆଉ ମହୁକୁ ମିଶେଇ ନିଅନ୍ତୁ।ଆଉ ଏହାକୁ ଵନେଇ ସାରିବା ପରେ ଏହାର ଅଧା ଛୋଟ ଚାମଚ ମୁହଁରେ ରଖି ଢ଼ୋକି ନେବେ।ଆଉ ଆଦୌ ପାଣି ପିବେ ନାହିଁ,ଆଉ ୩୦ ମିନିଟ ପରେ ଆପଣ ହାଲ୍କା ଉଷୁମ ପାଣି ପିଇପାରିବେ।

Leave a Reply

Your email address will not be published. Required fields are marked *