October 28, 2024

Odia Express

Here, There and Everywhere

୩ ଟି ଫଳପ୍ରଦ ଉପାୟ ଯାହାଦ୍ୱାରା ଆପଣ ପଢ଼ୁଥିବା ଜିନିଷକୁ ସହଜରେ ମନେରଖି ପାରିବେ – ପାଠ ପଢ଼ିବାର ଏହି ଉପାୟ ନିଶ୍ଚୟ ଜାଣିବା ଦରକାର

1 min read

ଆପଣମାନେ ମଧ୍ୟ ଚିନ୍ତିତ ଥିବେକି ଯାହା ପଢିଲେ ଆପଣ ମାନଙ୍କର ମନ ରହୁ ନାହିଁ।ଗୋଟେ ବିଷୟକୁ ୧୦ ଥରରୁ ଅଧିକ ପଢିଲେ ମଧ୍ୟ ଏହା ମନ ରହୁନି।ଆପଣଙ୍କ ଆଖ ପାଖରେ କିଛି ଏମିତି ଛାତ୍ର ନିଶ୍ଚିତ ଥିବେ ଯେଉଁ ମାନଙ୍କୁ ମାତ୍ର ଥରେ ପଢି ସବୁ ମନରହିଯାଏ।ଆଉ ଯେତବେଳେ ଶିକ୍ଷକ ପଢେଇଥିବା ପାଠକୁ ପଚାରନ୍ତି ତାହେଲେ ଉତ୍ତର ଦେବାପାଇଁ ସେହି ଛାତ୍ର ମାନଙ୍କର ହାତ ଆଗ ଉଠିଥାଏ।ତାହେଲେ ଏହା କିପରି ସମ୍ଭବ ହୋଇଥାଏ,ଗୋଟେ ଛାତ୍ର ଗୋଟେ ବିଷୟକୁ କେତେଥର ପଢି ନେଉ ସେ ସେ ବିଷୟକୁ ମନ ରଖି ପାରୁ ନାହିଁ କିନ୍ତୁ ଦ୍ଵିତୀୟ ପଟରେ ମାତ୍ର ଥରେ ପଢି ସେ ଛାତ୍ର ସେ ଶ୍ରେଣୀର ଟପର ହେବାରେ ଲାଗିଛି।ତାହେଲେ ଆଜି ଆମେ ଏଠାରେ ଜାଣିବା କିଛି ରହସ୍ୟ ବିଷୟରେ ଯାହାକୁ ଆପଣ ମାନେ ଜାଣି ଗୋଟେ ବୁଦ୍ଧିମାନ ଛାତ୍ର ହୋଇପାରିବେ।

ଆଜି ଆମେ ଏଠାରେ ଜାଣିବାକି ଯାହା ଆମେ ପଢୁଛେ ତାକୁ ସହଜରେ କେମିତି ମନ ରଖି ପରିବା।ଆମେ ଆପଣ ମାନଙ୍କୁ କିଛି ଟିପ୍ସ କହିବାକୁ ଯାଉଛୁ ଆଉ ଏହି ଟିପ୍ସକୁ ଆପଣମାନେ ଏହି ସବୁ ଜିନିଷକୁ ନିଜ ମୁଣ୍ଡ ଭିତରେ ଭର୍ତ୍ତି କରି ନିଅନ୍ତୁ।

ଏକ ନମ୍ବର୍ ଉପାୟ:-ଆପଣ ଜାଣିଥିବେ ଆପଣ ଯେତବେଳେ ଗୋଟେ ଚଳଚ୍ଚିତ୍ର ଦେଖନ୍ତି ତାର କାହାଣୀ ଆପଣଙ୍କୁ ମୂଳରୁ ଶେଷ ପର୍ଯ୍ୟନ୍ତ ବହୁତ ଭଲ ଭାବରେ ମନ ରହିଯାଇଥାଏ।ମାନେ କହିବାକୁ ଗଲେ କୌଣସି ଜିନିଷକୁ ମାତ୍ର ଥରେ ଦେଖି ଆମେ ବହୁତ ଦିନ ପର୍ଯ୍ୟନ୍ତ ମନ ରଖି ପାରିବା।ତାହେଲେ ଏହି ଉପାୟକୁ ଆପଣ ନିଜ ପାଠ ପଢ଼ାରେ ବ୍ୟବହାର କରନ୍ତୁ,ମାନେ ଆପଣ ଯାହା ପଢୁଛନ୍ତି ସେ ବିଷୟରେ ଆପଣ ନିଜ ମନରେ ଗୋଟେ ସିନ ତିଆରି କରିବାର ଅଛି।ଆଉ ସେ ସିନରେ ଅଲଗା ଅଲଗା କ୍ୟାରେକ୍ଟର ବସେଇବାର ଅଛି।ଆଉ କ୍ୟାରେକ୍ଟର ନାମ ଆପଣଙ୍କ ବିଷୟରେ ଥିବା ମୁଖ୍ୟ ଶବ୍ଦ ମାନଙ୍କ ନାମରେ ନାମିତ କରିବାର ଅଛି।ଉଦାହରଣ ଫିଜିକ୍ସରେ କୌଣସି ନିୟମ ଆପଣଙ୍କୁ ମନରଖିବାର ଅଛି ଆପଣ ତାକୁ ନିଜ ମନରେ ଅଙ୍କିତ କରି ନିଅନ୍ତୁ।ଯେମିତି ସେ ନିୟମର ଆବିଷ୍କାର କେମିତି ହୋଇଥିଲା।ବୈଜ୍ଞାନିକ ମାନେ ଏହାକୁ ସଠିକ କରିବା ପାଇଁ କେତେ ବର୍ଷ ଲଗେଇଲେ।ଏହିପରି ଯଦି ଆପଣ ସବୁ ବିଷୟକୁ କଳ୍ପନା କରି ପଢିଲେ ତାହେଲେ ଆପଣଙ୍କ ମନରେ ସବୁ ଠିକ ଭାବରେ ରହିଯିବ।ତାପରେ ଆପଣଙ୍କୁ ଏହି ପାଠ ପଢା ଏତେ ମଜା ଲାଗିବ ଆପଣଙ୍କର ସବୁ ଜିନିଷ ଅତି ସହଜରେ ମନରହିଯିବ।

ଦ୍ଵିତୀୟ ଉପାୟ:-ଆପଣ ଯେ ପର୍ଯ୍ୟନ୍ତ ପ୍ରଥମ ଉପାୟକୁ ପାଳନ ନକରିବେ ସେ ପର୍ଯ୍ୟନ୍ତ ଦ୍ଵିତୀୟ ଉପାୟ ଆପଣଙ୍କ ଫଳପ୍ରଦ ହେବ ନାହିଁ।ମାନେ କହିବାର ଅର୍ଥ ଆପଣ ସମ୍ପୂର୍ଣ୍ଣ ଚଳଚ୍ଚିତ୍ରକୁ ନିଜ ମନରେ ରଖି ଥିବେ ଆଉ ଏହାକୁ ଏକୁଟିଆ ଏକୁଟିଆ ଦେଖିଲେ କଣ ଆପଣଙ୍କୁ ମଜା ଆସିବକି ? ଯେମିତି ଆପଣ କୌଣସି ଚଳଚ୍ଚିତ୍ର କୁ ଏକୁଟିଆ ଦେଖିଲେ ମଜା ଆସେନି ତାହେଲେ ଆପଣ କଣ କରିବେନା ଆପଣ ନିଜ ସାଙ୍ଗମାନଙ୍କ ସହିତ ଏହାକୁ ବାଣ୍ଟନ୍ତୁ।ଆପଣ ଜାଣିଥିବେ ଜ୍ଞାନକୁ ଯେତେ ବଣ୍ଟା ଯାଏ ଜ୍ଞାନ ସେତେ ବଢ଼ିବାରେ ଲାଗେ।ଆପଣ ଯେତେ ପଢୁଛନ୍ତି ତାକୁ ନିଜର ଶ୍ରେଣୀର ଛୁଆ ମାନଙ୍କୁ ପଢ଼ାନ୍ତୁ ଦେଖିବେ ଆପଣଙ୍କୁ ତାହା ବହୁତ ସହଜରେ ମନରହିବ ଓ ଆପଣଙ୍କ ଶ୍ରେଣୀରେ ଆପଣଙ୍କ ଆହୁରି ତାରିଫ ହେବାରେ ଲାଗିବ।

ତୃତୀୟ ଉପାୟ:-ଏହା ଏକ ଉପାୟ କମ ଓ ଜ୍ଞାନ ବେଶି ଅଟେ।ଆପଣ ଯାହାବି ପଢୁଛନ୍ତି ତାକୁ ସପ୍ତାହରେ ଥରେ କିମ୍ବା ଦୁଇଥର ନିଶ୍ଚିତ ଭାବରେ ରିଭାଇଜ କରନ୍ତୁ।ଏହାର କାରଣ ହେଲା ପାଠ ପଢ଼ାର ଏକ ନିୟମ ଅଛି ସେ ହେଉଛି ରିଭିଜନ ହେଉଛି ବାଧ୍ୟତାମୂଳକ।ଆପଣ ବହୁତ ପରିଶ୍ରମ କରି ଗୋଟେ ଜିନିଷ ମନ ରଖି ପାରନ୍ତି କିନ୍ତୁ ଯଦି ଆପଣ ତାକୁ ଟିଭିଜନ ନକରୁଛନ୍ତି ତାହେଲେ ଆପଣଙ୍କ ସବୁ ପରିଶ୍ରମ ବୃଥା ହୋଇଯିବ।ଏହା ଥିଲା କେତେକ ବିଶେଷ ଉପାୟ ଯାହାକୁ ଆପଣ ନିଜ ଜୀବନରେ ପ୍ରୟୋଗ କରି ଆପଣ ପାଠ ପଢା ଜୀବନକୁ ସରସ ଓ ସୁନ୍ଦର କରିପାରିବେ ଓ ସହଜରେ ସବୁ ଜିନିଷକୁ ମନ ମଧ୍ୟ ରଖିପାରିବେ।

Leave a Reply

Your email address will not be published. Required fields are marked *