October 24, 2024

Odia Express

Here, There and Everywhere

ଶରୀରରେ ଜମା ଥିବା ବର୍ଜ୍ୟବସ୍ତୁ କିପରି ବାହାରକୁ କାଢି ପାରିବା ? ନିଶ୍ଚୟ ଏହି ଉପାୟ ଜାଣିବା ଦରକାର..

1 min read

ଆଜି ଆମେ ଜାଣିବା ଶରୀର ଭିତରେ ଥିବା ବର୍ଜ୍ୟ ଵସ୍ତୁକୁ ଆମେ କିପରି କାଢ଼ିପାରିବା।ଆପଣ ମାନେ ଭଲ ଭାବରେ ଜାଣିଥିବେକି ଯେପର୍ଯ୍ୟନ୍ତ ଆମେ ଆମ ଶରୀରକୁ ଭିତରୁ ଭଲ ଭାବରେ ସଫା ନକରିଚେ ଆମେ ଯେତେ ଭଲରୁ ଭଲ ଜିନିଷ ଖାଇଲେ ମଧ୍ୟ ତାର କୌଣସି ଲାଭ ଆମକୁ ମିଳିନଥାଏ।ଆଉ ଯେମିତି ଆମ ଶରୀରରେ ଥିବା ଅଦରକାରୀ ବର୍ଜ୍ୟ ଵସ୍ତୁ ସଫା ହୋଇଥାଏ ଆମ ପାଚନ ତନ୍ତ୍ର ବହୁତ ଭଲ ଭାବରେ କାମ କରିବାକୁ ଲାଗିଥାଏ।ଏହା ସହିତ ଶରୀରରେ ଶକ୍ତି ସଞ୍ଚାର ଭଲ ଭାବରେ ହୁଏ,ଚର୍ମ ସଫା ରୁହେ,ଓଜନ ବଢ଼େଇବା କିମ୍ବା କମେଇବା ସହଜ ହୋଇଯାଇଥାଏ,ଆଉ ବହୁତ ପ୍ରକାରର ରୋଗ ଧୀରେ ଧୀରେ ଠିକ ହେବାରେ ଲାଗିଥାଏ।ତାପୂର୍ବରୁ ଆସନ୍ତୁ ଜାଣିବା ଶରୀରରେ ବର୍ଜ୍ୟବସ୍ତୁ ଜମା କିପରି ହୋଇଥାଏ।ଆମେ ଯାହା ଖାଇଥାଏ ତାହା ଆହାର ନଳୀ ଦେଇ ପେଟରେ ପହଞ୍ଚି ଥାଏ।

ତାପରେ ଖାଦ୍ୟକୁ ନେଇ ଛୋଟ ଅନ୍ତନଳୀକୁ ପଠା ଯାଏ,ଆଉ ତାପରେ ଏହା ମଳ ଆକାରରେ ଶରୀରର ବାହାରକୁ ଚାଲିଯାଇଥାଏ।ଏହି ପ୍ରକ୍ରିୟା ଭିତରେ ସବୁଠାରୁ ବେଶୀ ବର୍ଜ୍ୟବସ୍ତୁ ଆମ ଅନ୍ତନଳିରେ ଜମା ହୋଇଥାଏ।ଆନ୍ତନଳୀରେ ଥିବା କୋଶ ଦ୍ୱାରା ଖାଦ୍ୟରେ ଥିବା ପୋଷକ ତତ୍ୱକୁ ଟାଣି ଆମ ରକ୍ତରେ ମିଶାଯାଇଥାଏ।ଯେତେବେଳେ ଆମ ଜାଣତ କିମ୍ବା ଅଜାଣତରେ ଖରାପ ଖାଦ୍ୟର ବ୍ୟବହାର ଆମେ କରିଥାଉ ତାଭିତରେ ଥିବା ବର୍ଜ୍ୟବସ୍ତୁ ଆମ ଅନ୍ତରେ ଜମା ହୋଇ ଗୋଟେ ମୋଟା ପରସ୍ତ ସୃଷ୍ଟି କରିଥାଏ।ଆଉ ତାପରେ ଯେତେବେଳେ ଆମ ଅନ୍ତନଳି ଖାଦ୍ୟରେ ଥିବା ପୋଷକ ତତ୍ୱକୁ ଟାଣି ଥାଏ ତାସହିତ ବର୍ଜ୍ୟବସ୍ତୁ ମଧ୍ୟ ଟାଣି ହୋଇ ଶରୀରର ଭିନ୍ନ ଭିନ୍ନ ଅଂଶକୁ ଯାଇଥାଏ।ଆଉ ଯେତବେଳେ ଏ ବର୍ଜ୍ୟବସ୍ତୁ ଆମ ଲିଭରରେ ପହଞ୍ଚିଥାଏ ଏହା ଜଣ୍ଡିସ ଭଳି ରୋଗ ସୃଷ୍ଟି କରିଥାଏ।କିଡ୍ନୀରେ ଜମା ହେଲେ ପଥର ଓ ଫୁସଫୁସରେ ଜମା ହେଲେ ଆଜ୍ମା ଭଳି ରୋଗ ସୃଷ୍ଟି କରିଥାଏ।ଆଉ ଚର୍ମରେ ଜମା ହେଲେ ଚର୍ମ ରୋଗ ସୃଷ୍ଟି କରିଥାଏ।

ଆଉ ଯେତେବେଳେ ଏ ବର୍ଜ୍ୟବସ୍ତୁ ଯୁକ୍ତ ରକ୍ତ ଆମ ଶରୀରରେ ବିଭିନ୍ନ ଅଂଶକୁ ଯାଇଥାଏ ତାହାଦ୍ୱାର ଆମକୁ ଭିନ୍ନ ଭିନ୍ନ ପ୍ରକାରର ରୋଗ ହୋଇଥାଏ।ମାନେ ଭାବି ନିଅନ୍ତୁ ଶରୀରରେ ହେଉଥିବା ସବୁ ଛୋଟ ବଡ଼ ରୋଗ ଆମ ଦେହରେ ଥିବା ବର୍ଜ୍ୟବସ୍ତୁ କାରଣରୁ ହୋଇଥାଏ।ସେଥିପାଇଁ ଶରୀରକୁ ମଝିରେ ମଝିରେ ସଫା କରିବା ଅତ୍ୟନ୍ତ ଆଵଶ୍ୟକ ହୋଇଥାଏ।ତାପରେ କଥା ଉଠିବ ଆମ ଶରୀରକୁ ସଫା କରିବା ପାଇଁ କଣ କୌଣସି ପ୍ରକାରର ଔଷଧ କିମ୍ବା ଟନିକର ଆଵଶ୍ୟକତା ଅଛିକି ? ଏହାର ଉତ୍ତର ହେଉଛି ନା ନାହିଁ।ଏହାର ପ୍ରମୁଖ କାରଣ ହେଲା ଆମ ଶରୀର ଆପେ ଆପେ ସବୁ ବର୍ଜ୍ୟବସ୍ତୁ ଵସ୍ତୁକୁ କାଢି ଦେଇଥାଏ।କେବଳ ଆମ ଖାଦ୍ୟପେୟ ବ୍ୟବସ୍ଥାରେ ଅଳ୍ପ ପରିବର୍ତ୍ତନ କରିବା ଦ୍ୱରା ଆମ ଶରୀର ଭିତରୁହିଁ ନିଜକୁ ସଫା କରିବାରେ ଲାଗିଥାଏ।ମନରଖନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ ଆପଣ ତାକୁ ପ୍ରାୟ ୧୫-୨୦ ଦିନ ପର୍ଯ୍ୟନ୍ତ ଲଗାତାର ବ୍ୟବହାର କରିବାକୁ ପଡିବ।

ଆପଣଙ୍କୁ ସକାଲୁ ଶୋଇକରି ଉଠିବାର ତୁରନ୍ତ ପରେ ନିଜ ଦିନର ଆରମ୍ଭ ଡିଟକ୍ସ ଯୁସରୁ କରିବା ଉଚିତ।ଯାହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କୌଣସି ସବୁଜ ପନିପରିବାରୁ ବାହାର କରାଯାଇଥିବା ରସର ବ୍ୟବହାର କରିବା ଉଚିତ।ସାଧାରଣତଃ ଲାଉ ଓ ଧନିଆ ପତ୍ର ଏ ଦୁଇଟି ଜାଙ୍କ ଏକ ବିଶେଷ ପ୍ରକାରର ପରିବା ଅଟେ,ଯାହା ଶରୀରର ଭିତରୁ ସଫା କରିବାର କାମ କରିଥାଏ।ଯୁସ ପ୍ରସ୍ତୁତ କରିବା ପାଇଁ ଏହାକୁ ଛୋଟ ଛୋଟ ଆକାରରେ କାଟି ନେବେ ଓ ତାପରେ ତାକୁ ଗ୍ରାଇଣ୍ଡରରେ ପୁରେଇ ଏହାର ରସ ବାହାର କରିପାରିବେ।ଯଦି କୌଣସି କାରଣ ବସତଃ ଆପଣଙ୍କୁ ଏସବୁ ମିଳୁନି ଆପଣ ଲେମ୍ୱୁପାଣିର ବ୍ୟବହାର କରି ପାରିବେ।ସେଥିପାଇଁ ଆପଣ ଗୋଟେ ଗିଲାସ ଉଷୁମ ପାଣିରେ ଅଧାଲେମ୍ୱୁ ଚୁପୁଡି ତାକୁ ପିଇଯିବେ।ତାପରେ ଦ୍ଵିତୀୟ କାମରେ ଯାହା ଆପଣଙ୍କୁ କରିବାର ଅଛି ତାହା ହେଉଛି ଖରା ସେକି ହେବା।ଏହାର ମୁଖ୍ୟ କାରଣ ହେଲା ସୁର୍ଯ୍ୟ କିରଣରେ ଭିଟାମିନ-ଡ଼ି ଥାଏ ଆଉ ଏହା ଆମ ଶରୀର ପାଇଁ ବହୁତ ଆଵଶ୍ୟକ ହୋଇଥାଏ।

ଶରୀରର ସଫେଇ ସମୟରେ ଆପଣଙ୍କୁ ସକାଳ ଖାଇବା ଟିକେ ଡେରିରେ ଓ ରାତିର ଖାଇବା ଟିକ ଶିଘ୍ର ଖାଇବାର ଅଛି।ଏମିତି କରିବା ଦ୍ୱାରା ଆମ ଶରୀର ବହୁତ ଭଲ ଭାବରେ ନିଜକୁ ଆପେ ଆପେ ସଫା କରି ପାରେ।ଏହି ସମୟରେ ଆମକୁ ଏମିତି ଜିନିଷ ଖାଇବାର ଅଛି ଯାହା ବହୁତ ସହଜରେ ହଜମ ହୋଇପାରୁଥିବ।ସାଧାରଣତଃ ଆମେ ତିନି ପ୍ରକାରର ଖାଦ୍ୟ ଖାଇ ଥାଉ ଯେମିତି ପ୍ରଥମରେ ଆସିବ ପନିପରିବା ଓ ଫଳମୂଳ, ଦ୍ଵିତୀୟରେ ଆସିବ ଭାତ,ରୁଟି,ଡାଲି ଓ ତୃତୀୟରେ ଆସିବ ଅଣ୍ଡା,ମାଛ,ମାଂସ,କ୍ଷୀର।ଶରୀରକୁ ଭିତରୁ ସଫା କରିବା ପାଇଁ ଆପଣଙ୍କୁ ଫଳମୂଳ ଓ ପନିପରିବାର ଅଧିକ ବ୍ୟବହାର କରିବା ଆଵଶ୍ୟକ।ଆପଣ ସକାଳେ ଖାଉଥିବା ସମୟରେ ଗୋଟେ ରୁ ଦୁଇଟି ସେଓ ଖାଇ ପାରିବେ ନହେଲେ ୨-୩ ପ୍ରକାରର ଫଳକୁ ମିଶେଇ ଖାଇ ପାରିବେ।

ଖରାବେଳେ ଖାଇବା ସମୟରେ ଭାତ ସାଙ୍ଗରେ ପନିପରିବା ଓ ସାଲାଡ଼ର ବ୍ୟବହାର କରି ପାରିବେ।ଜାହାଭିତରେ ଆପଣ ପ୍ରଥମେ ସାଲାଡ଼ ଖାଇ ଶେଷ କରିନେବେ ଓ ତାପରେ ଭାତ ଓ ଅନ୍ୟ ଜିନିଷ ଖାଇ ପାରିବେ କିନ୍ତୁ ଧ୍ୟାନ ରଖିବେ ଚାଉଳର ମାତ୍ରା କମ ଓ ପନିପରିବାର ମାତ୍ରା ଅଧିକ ହେବା ଆବଶ୍ୟକ ଆଉ ତାସହିତ ପନିପରିବାରେ ଅଳ୍ପରୁ ଅଳ୍ପ ମାତ୍ରାରେ ତେଲ ଓ ମସଲାର ପ୍ରୟୋଗ ଆପଣଙ୍କୁ କରିବାର ଅଛି।ଆଉ ରାତି ଖାଇବାରେ ନିଜର ରୁଟି ସହିତ ପନିପରିବାର ଅଧିକ ମାତ୍ରାରେ ସେବନ କରିବାର ଅଛି।ଆପଣ ଯଦି ଚାହିଁବେ ତାହେଲେ ରୁଟି ବଦଳରେ ଭେଜିଟେବୁଲ ସୁପର ବ୍ୟବହାର କରି ପାରିବେ କାରଣ ରୁଟି ଅପେକ୍ଷା ଏହା ବହୁତ ଶିଘ୍ର ହଜମ ହୋଇଯାଇଥାଏ।

ଆଉ ତାସହିତ ସବୁଦିନ ୧୫-୨୦ ମିନିଟ ପର୍ଯ୍ୟନ୍ତ ଯେକୌଣସି ପରିଶ୍ରମର କାମ କରିବେ ଜାହାଦ୍ୱାର ଆପଣଙ୍କ ଶରୀରରୁ ଯେପରି ଝାଳ ନିର୍ଗତ ହେବ।ଆଉ ଖାଇବା ସମୟରେ ପେଟରେ ଅଳ୍ପ ଜାଗା ଯାହା ହେଲେବି ଛାଡିବେ,ଜାହାଫଳରେ ଆପଣ ଖାଇଥିବା ଖାଦ୍ୟ ବହୁତ ଭଲ ଭାବରେ ହଜମ ହୋଇଯିବ।ବାହାର ଖାଇବା ଓ ଫାଷ୍ଟଫୁଡ଼ ଅଳ୍ପ ଦିନ ପାଇଁ ତ୍ୟାଗ କରିଦେବେ।ଆଉ ତାସହିତ ବିଡ଼ି,ତମ୍ବାଖୁ,ମଦ ଭଳି ଅଭ୍ୟାସକୁ ଯେତେଶିଘ୍ର ପାରିବେ ଛାଡି ଦେବେ।

Leave a Reply

Your email address will not be published. Required fields are marked *