October 27, 2024

Odia Express

Here, There and Everywhere

କିଛି ସାମାନ୍ୟ କଥା ନୁହେଁ ଅଧା ରାତିରେ ନିଦ ଭାଙ୍ଗିଯିବା, ଏହାକୁ ହାଲକାରେ ନିଅନ୍ତୁ ନାହିଁ , ଜାଣନ୍ତୁ ଏହାର ସମାଧାନ

1 min read

ଆଜିର ଦୁନିଆଁ ଟେକ୍ନୋଲୋଜି ଆଡକୁ ଅଗ୍ରସର ହେଉଛି, ତାହା ସହ ଟେକ୍ନୋଲୋଜି ଆସିବା ଦ୍ୱାରା ଆମର ଦିନଚର୍ଚ୍ଚା ପୁରା ବଦଳିଯାଇଛି, ଏବେ କିଏ ଜଲଦି ଶୋଇବା ଚାହିଁଲେ ଫୋନ୍ ଓ ଲାପଟପ୍ ଶୋଇବାକୁ ଦିଅନ୍ତି ନାହିଁ,  ଯେମିତି ସେମିତି ହେଉ ଡେରି ରାତିରେ ଶୋଇବାକୁ ଚେଷ୍ଟା କରିଥାଏ , ତାପରେ ଯଦି ଅଚାନକ ନିଦ ଭାଙ୍ଗିଯାଏ  ତେବେ ରାଗ ଆସିଯାଏ , ତାପରେ ଥରେ ନିଦ ଭାଙ୍ଗିଗଲେ ତେବେ ଆଉଥରେ ନିଦ ଆସିବା ମୁସକିଲ୍ ହୋଇଯାଇଥାଏ । ନିଦ ଭଲରେ ନହେଲେ ସ୍ୱାସ୍ଥ୍ୟ ସଂବନ୍ଧି ସମସ୍ୟାମାନ ହୋଇପାରେ ।

ସେମିତି ନିଦ ଭାଙ୍ଗିଯିବା କେଉଁ ବଡ କଥା ନୁହେଁ କିନ୍ତୁ ଯଦି ନିଦ ସବୁଦିନ ଏକ ନିଶ୍ଚିତ ସମୟରେ ଖୋଲିଯାଏ , ଏହାକୁ ହାଲକାରେ ନେବା ଉଚିତ୍ ନୁହେଁ , କାରଣ ଏହା କୌଣସି ସାଧାରଣ କଥା ନୁହେଁ , ଚିନ୍ ବିଦ୍ୟାର ଅନୁସାରେ ଏହାର ପଛରେ କେଉଁ ନା କେଉଁ କାରଣ ହୋଇଥାଏ , ଏବେ ଅଧିକା ଭାବନ୍ତୁ ନାହିଁ । ଆସନ୍ତୁ ଜାଣିବା ପୁରା ମାମଲା । କିଛି ଲୋକଙ୍କୁ ରାତିରେ ଜଲଦି ଶୋଇଯିବାର ଅଭ୍ୟାସ ହୋଇଥାଏ , ଯଦି ଆପଣ ବି ସେହି ଲୋକଙ୍କ ମଧ୍ୟରୁ ଅଛନ୍ତି , ତେବେ ଆପଣଙ୍କ ନିଦ ବି ୯ ଟାରୁ ୧୦ ମଧ୍ୟରେ ଖୋଲିଯାଏ , ତେବେ ଏହାର କାରଣ ଆପଣ ମାନସିକ ରୁପେ ଚିନ୍ତାରେ ଅଛନ୍ତି ।

ଯଦି ଆପଣଙ୍କ ନିଦ ରାତି ୧୧ ଟାରୁ ୧ ଟା ମଧ୍ୟରେ ଖୋଲିଯାଏ ତେବେ ଏହାର କାରଣ ହୋଇଥାଏ କି ଆପଣଙ୍କ ମନରେ କିଛି ହେଉଛି, ଯାହାର କାରଣରୁ ନିଦ ଆପଣଙ୍କୁ ହେଉନି । ରାତି ୧ ରୁ ୩ ଟା ମଧ୍ୟରେ ନିଦ ଭାଙ୍ଗିଯିବା ମତଲବ ହୋଇଥାଏ କି ଆପଣଙ୍କ ମନରେ କେଉଁଠି କେଉଁ ଜିନିଷ ପ୍ରତି ରାଗ ରହିଛି, ଏହି ରାଗ ଆପଣଙ୍କ ନିଦରେ ବାଧା ବନାଇବା ଛଡା ଆପଣଙ୍କ ସ୍ୱାସ୍ଥ୍ୟ ସଂବନ୍ଧୀ ଚିନ୍ତା ବି ଦେଇପାରେ ।

ଯଦି ଆପଣଙ୍କ ନିଦ ସକାଳ ୫ ଟାରୁ ୭ ଟା ମଧ୍ୟରେ ଭାଙ୍ଗିଯାଏ , ତେବେ ଏହାର କାରଣ ହୋଇଥାଏ କି ଆପଣଙ୍କ ମନରେ କିଛି ଭାବନା ଅଛି, ଯାହା ଆପଣଙ୍କୁ ଶୋଇବାକୁ ଦେଉନି ।କିନ୍ତୁ ଆପଣଙ୍କୁ କହିଦେବୁ କି ଦୁନିଆଁରେ ଯଦି ଆପଣଙ୍କ ସମସ୍ୟା ଅଛି ତେବେ ସବୁ ସମସ୍ୟାର ସମାଧାନ ଅଛି , ତେବେ କିଛି ପ୍ରକିୟା ଅଛି ଯାହାକୁ ଆପଣ କରିପାରିବେ ।

୧) ଚେରି- ଚେରିରେ ପ୍ରଚୁର ମାତ୍ରାରେ ମେଲାଟୋନିନ୍ ମିଳିଥାଏ,  ଯାହା ଶରୀରରେ ଆନ୍ତରିକ ଚକ୍ରକୁ ନିୟମିତ କରିବାରେ ସାହାଯ୍ୟକରେ,  ଏକ୍ସପର୍ଟଙ୍କ ଅନୁସାରେ ଶୋଇବାପୁର୍ବରୁ ଏକ ମୁଠା ଚେରିର ସେବନ କରିଲେ ଗଭୀର ନିଦ ନେବାରେ ସାହାଯ୍ୟ କରିଥାଏ,  ଚେରି ନ ମିଳିଲେ ଆପଣ ଚେରୀର ଜୁସ୍ କିମ୍ବା ଫ୍ରୋଜନ୍ ଚେରି ବି ସେବନ କରିପାରିବେ ।

୨) କ୍ଷୀର- କ୍ଷୀରରେ Tyrptophan, serotonin  ଓ କ୍ୟାଲସିୟମ୍ ମିଳିଥାଏ,  ରାତିକୁ ଶୋଇବା ପୁର୍ବକୁ ଏକ ଗିଲାସ କ୍ଷୀର ପିଇଲେ ଆପଣଙ୍କୁ ନିଦ ଭଲ ଆସିବ , ତାହା ସହ ଏହା ଆପଣଙ୍କ ଚିନ୍ତା ବି ଦୁର୍ କରିବ ।

୩) କଦଳୀ- କଦଳୀରେ ମାଗ୍ନେସିୟମ୍ ଓ ପୋଟାସିୟମ୍ ମିଳିଥାଏ , ଯାହା ଭଲ ନିଦ ଆଣିବାରେ ସାହାଯ୍ୟ କରିଥାଏ,  ଏଥିରେ ଭିଟାମିନ୍ ବି ୬ ବି ମିଳିଥାଏ,  ଯାହା ଶୋଇବା ସହ ଯୋଡି ହୋଇଥିବା ହାର୍ମୋନ୍ ପ୍ରବାହକୁ ସହାୟତା କରିଥାଏ ।

୪) ତଳ ପାଦରେ ସୋରିଷ ତେଲର ମାଲିସ୍ କରିବା- ରାତିରେ ଶୋଇବାପୁର୍ବରୁ ତଳପାଦରେ ସୋରିଷର ତେଲ ମାଲିସ୍ କରିଲେ ଦିମାଗ୍ ଶାନ୍ତ ହୋଇଯାଏ , ତାହା ସହ ଭଲ ନିଦ ବି ଆସିଯାଏ

Leave a Reply

Your email address will not be published. Required fields are marked *