December 30, 2024

Odia Express

Here, There and Everywhere

ଏହି କେତେକ ବହି ଆପଣଙ୍କୁ ଶିଖେଇବ ଅଳ୍ପ ପଇସାରେ ଆପଣ ବେପାର କିପରି କରିବେ ?

1 min read

ପ୍ରାୟ ଲୋକଙ୍କୁ ଯଦି ଆମେ କହିବୁ ବହିପଢିବା ଦ୍ୱାରା ଆମକୁ ବିଦ୍ଧି ମିଳିଥାଏ ତାହେଲେ ଏହା ଜଣେ ଉଦ୍ୟୋଗ ପତି ପାଇଁ କେବଳ ଗୋଟେ ଅଲଗା ସାହାଯ୍ୟ କାରୀ ଜିନିଷ ନୁହେଁ।ଏହା ସେମାନଙ୍କ ପାଇଁ ଗୋଟେ ଆବଶ୍ୟକତା ହୋଇସାରିଛି କିନ୍ତୁ ବହୁତ ଲୋକ ନିଜ ଭାବନାରେ ବୁଡି ରୁହନ୍ତି ଆଉ କହିବେ ଆମ ପୂର୍ବ ପୁରୁଷ ସବୁ ଏହି ଭଳି ବେପାର କରନ୍ତି ଆଉ ନହେଲେ ମୁଁ ଏମବିଏ କରିଛି ମତେ ଏ ସବୁ ବିଷୟରେ ଜଣାଅଛି ଏହି ଭଳି କିଛି କହିବେ।ଏବେ ଆସନ୍ତୁ ଜାଣିବା ଏହି ଭଳି କିଛି କେଶ ବିଷୟରେ।

କୋଡାକ:- ଆମେରିକାରେ ୧୯୭୬ ରେ ଯେତେ ବି କ୍ୟାମେରା ବା କ୍ୟାମେରା ରିଲ ବିକ୍ରି ହେଇଥିଲା ସେ ବିକ୍ରି ହାରର ୯୦% କୋଡାକ କମ୍ପାନୀ ଜିନିଷ ବିକ୍ରି ହୋଇଥିଲା।ତାପରେ ୨୦୧୨ ରେ କୋଡାକ କମ୍ପାନୀ ବନ୍ଦ ହେବା ଉପରେ ଆସିଗଲା।ଏବେ ଆମେ ଜାଣିବା ଏପରି ହେଲା କଣ ପାଇଁ ?ଯେତେବେଳେ ଧୀରେ ଧୀରେ ଡିଜିଟାଲ ଜିନିଷ ବଜାରକୁ ଆସିଲା କୋଡାକ କମ୍ପାନୀର ଇଞ୍ଜିନିୟର ଷ୍ଟିଭ ସେସନ ରିଲ କ୍ୟାମେରା ବଦଳରେ ଡିଜିଟାଲ କ୍ୟାମେରା ବନେଇବାକୁ ଉପଦେଶ ଦେଲେ କିନ୍ତୁ ଏହାକୁ କୋଡାକ କମ୍ପାନୀ ମାନିଲା ନାହିଁ।ଆଉ ବହୁତ ଶିଘ୍ର କୋଡାକ କ୍ୟାମେରା ଗୁଡିକ ଅଲଗା କ୍ୟାମେରା ଦ୍ୱାରା ପରିବର୍ତ୍ତିତ କରି ଦିଆଗଲା।ତେବେ ଏଠାରେ ପ୍ରଥମ ଶିକ୍ଷା ହେଉଛି:-ଆପଣ ବିଫଳ ହେବାକୁ ବହୁତ ବଡ଼ ନୁହଁନ୍ତି।

ବହୁତ ଲୋକ ଜେନେରାଲ ମୋଟର୍ସ ନାମ ଶୁଣିଥିବେ।ଏହାର ବାର୍ଷିକ ଆୟ ସେ ସମୟର ପ୍ରାୟ ଦେଶର ଜିଡ଼ିପି ସହିତ ସମାନ ଥିଲା।ଆଉ ତାକୁ ଏହି କ୍ଷେତ୍ରରେ ପହଁଚିବା ପାଇଁ ୧୦୭ ବର୍ଷର ସମୟ ଲାଗିଥିଲା କିନ୍ତୁ ଆଜି ଗୋଟେ କମ୍ପାନୀ ଅଛି ଯାହା ଜେମେରାଲ ମୋଟର୍ସ,ଫୋର୍ଡ,ହଣ୍ଡା ଏ ତିନିଟି କମ୍ପାନୀ ଠାରୁ ଆଗୁଆ ଅଛି।ଆଉ ସବୁଠାରୁ ରୋମାଞ୍ଚକ କଥା ହେଉଛି ଏ କମ୍ପାନୀ କାର ତିଆରି କରେ ନାହିଁ।ଏହା କେବଳ ସଫ୍ଟୱେୟାର୍ ତିଆରି କରିଥାଏ।ତାଥାପି ଏହି କମ୍ପାନୀର ବାର୍ଷିକ ଆୟ ଏ ତିନୋଟି କମ୍ପାନୀ ଠାରୁ ଅଧିକ ଅଟେ।ଆଉ ଏହି କମ୍ପାନୀର ନାମ ହେଉଛି ଉବର।ଏବେ ଦ୍ଵିତୀୟ ଶିକ୍ଷା ହେଉଛି ଗୋଟେ ଛୋଟ ରୁମରେ ବସିଥିବା ଇଞ୍ଜିନିୟର ଆପଣଙ୍କ ୧୦,୦୦୦ କର୍ମଚାରୀଙ୍କ ପ୍ରୋଜେକ୍ଟ କୁ ନଷ୍ଟ କରି ପାରିବେ।

ଆଉ ବେପାର କରିବା ସମୟରେ ଆପଣ ସବୁବେଳେ ନିଜର ପୁରୁଣା ଶୈଳୀ କୁ ନେଇ ବେପାର କରି ବା ଉଚିତ ହେବା ନାହିଁ।ଆପଣ ନିଜକୁ ସମୟ ସହିତ ପରିବର୍ତ୍ତନ କରିବା ସହିତ ନିଜକୁ ଅପଡେଟ ମଧ୍ୟ କରିବାର ଅଛି।ଯାହାଦ୍ୱାରା ବେପାରରେ ଅଧିକ ଲାଭ ହେବାର ମଧ୍ୟ ସମ୍ଭାବନା ରହିଥାଏ।ବେପାରରେ କେବଳ ଗୋଟେ ଜିନିଷ ସ୍ଥାୟୀ ଅଛି ସେ ହେଉଛି ପରିବର୍ତ୍ତନ।ତାପର ପ୍ରଶ୍ନ ଆସିବ ଆମକୁ କଣ ଜଣା କଣ ଆସୁଛି ଆଧୁନିକ ବିକ୍ରୟ କୌଶଳରେ।ସବୁଠାରୁ ସହଜ ଉପାୟ ହେଉଛି ଆମେ ଯଦି କିଛି ଶିଖିବାକୁ ଚାହୁଁଛନ୍ତି ତାହେଲେ ଯିଏ ସେ ଜିନିଷରେ ସବୁଠାରୁ ଭଲ ହୋଇଥିବ ତାଠାରୁ ସେ ସବୁ ଜିନିଷ ଶିଖିବାର ଅଛି।ତାପର ପ୍ରଶ୍ନ ଅଛି ଯିଏ ଗୋଟେ ଜିନିଷରେ ଭଲ ହୋଇଥିବ ସେତ ନିଶ୍ଚୟ ଭବାରେ ଧନୀ ହୋଇଥିବ ଆଉ ବ୍ୟସ୍ତ ଥିବ ତାପାଖରେ ଆମକୁ ଶିଖେଇବା ପାଇଁ ସମୟ କାଇଁ,ସେଥିପାଇଁ ସେ ଆମ ପାଇଁ କେତେକ ବହି ଲେଖିଛନ୍ତି।

ଏହି ସବୁ ଜିନିଷ ଶିଖିବା ପାଇଁ ଆମକୁ ବିଭିନ୍ନ ପ୍ରକାରର ଜିନିଷ ଉପରେ ଧ୍ୟାନ ଦେବାକୁ ପଡିବ ଯେମିତି ହେଉଛି ମାର୍କେଟିଙ୍ଗ। ଆମେ ଆମର ଇଣ୍ଟରନେଟ ମାର୍କେଟିଙ୍ଗ ସ୍କିଲକୁ ଉନ୍ନତ କରିବାର ଅଛିତ ଏ କ୍ଷେତ୍ରର ଉଚ୍ଚ ଲୋକଙ୍କୁ ଖୋଜିବାକୁ ପଡିବ। ସେମାନେ ହେଲେ “ଫ୍ରାଙ୍କ କର୍ଣ” , “ରସେଲ ଵୃନ୍ସନ” , “ଜେଫ ୱାଲକର” ।ଏ ତିନିଜଣ ନିଜର ତ ବେପାରର କୌଶଳ ଆମକୁ କହିବେ ନାହିଁ ହୁଏତ ଆମେ ଏମାନଙ୍କ ବହି ପଢି କିଛି ଶିଖିପାରିବା।ଯେମିତି “ଦ ଲଞ୍ଚ” ଲେଖିଛନ୍ତି ‘ଜେଫ ୱାଲକର’ , ‘ଡ଼ଟ କମ ସିକ୍ରେଟ’ ଲେଖିଛନ୍ତି “ରସେଲ ଵୃନ୍ସନ” , ‘କନଭର୍ଟ ୨.୦’ ଲେଖିଛନ୍ତି “ଫ୍ରାଙ୍କ କର୍ଣ”।ଆପଣ କହିବେ ଏମାନେ ବିଦେଶୀ ଏମାନଙ୍କ ବୁଦ୍ଧି ଏଠି କିପରି ଚାଲିବ।ଆପଣ ଭୁଲି ଯାଉଛନ୍ତି ଭାରତରେ ଭାରତ ଜିନିଷ ଅପେକ୍ଷା ବିଦେଶୀ ଜିନିଷ ବେସି ଚାଲେ।

ଆଉ ଏ ତିନି ଜଣଙ୍କର ମଧ୍ୟ ଗୁରୁ ଅଛନ୍ତି ଯେ ପ୍ରଥମ ହେଉଛନ୍ତି “କ୍ଳଉଡ଼ ହଫକିନ୍ସ” ଲେଖିଛନ୍ତି “ମାଇଁ ଲାଇଫ ଇନ ଆର୍ଡଭରଟାଇଜିଙ୍ଗ” ଆଉ ଗୋଟେ ହେଉଚି “ସାଇଣ୍ଟି ଫିକ ଆର୍ଡଭରଟାଇଜିଙ୍ଗ” । “କ୍ଳଉଡ଼ ହଫକିନ୍ସ” ‘ପେପଶୁଡେଣ୍ଟ’ , ‘କ୍ୱେକର ଓଟସ’ , ‘ଜନସନ ଆଣ୍ଡ ଜନସନ’ ଏହି ଭଳି କମ୍ପାନୀକୁ ଠିଆ କରିବା ପଛରେ ଆଙ୍କର ମୁଖ୍ୟ ହାତ ଥିଲା। ତାପରେ ଆସିବେ “ଡେଭିଡ ଅଜେଲଭି” ସେ ଲେଖିଥିଲେ “ଅଜେଲଭି ଅନ ଆର୍ଡଭରଟାଇଜିଙ୍ଗ” ଏବଂ “ଡେଭିଡ ଅଜେଲଭି” ଙ୍କୁ ‘ଆର୍ଡଭରଟାଇଜିଙ୍ଗ’ର ଜନକ କୁହାଯାଏ। ଇଏ “ଡ଼ଭ” , “ଆମେରିକାନ ଏକ୍ସପ୍ରେସ” , ‘ଆଇ.ବି.ଏମ’ , ‘କୋକାକୋଲା’ ଓ “ଫିଲିପ୍ସ” ଭଳି କମ୍ପାନୀକୁ ଠିଆ କରିବାରେ ସାହାଯ୍ୟ କରିଥିଲେ। “କେନେଡି”ଙ୍କର ଲେଖା ହେଉଛି “ଦି ଅଲଟି ମେଟ ସେଲସ ଡାଟା” ।ଆଉ ଆଜିକାଲି ଲୋକ ମଧ୍ୟ ଏହାକୁ ବ୍ୟବହାର କରିଛନ୍ତି।

ତାପରେ ବହି ନାମ ହେଉଛି ୧୦୦୦ ଡ଼ଲାର ବନେଇବା ପାଇଁ ହଜାର ରାସ୍ତା (one thousand way to make 1000 dollar) ଏହାକୁ ନେଇ ୱାରେନ୍ ବୁଫେଟ୍ ମାତ୍ର ୭ ବର୍ଷରେ ପଢ଼ା ଆରମ୍ଭ କରି ନିଜର ପ୍ରଥମ ବେପାର ଆରମ୍ଭ କରିଥିଲେ।ତାପରେ ୱାରେନ୍ ବୁଫେଟ୍ ଵିଲଗ୍ରେଟସ ଙ୍କୁ ଗୋଟେ ବହି ଦେଇଥିଲେ ସେ ହେଉଛି ବିଜନେସ ଆଡ଼ଭେଞ୍ଚର। ଆଉ ଆମେ ଏହି ବହିରୁ ବହୁତ କିଛି ଶିଖି ପାରିବା।ବହୁତ ଲୋକଙ୍କ ଅସୁବିଧା ହେଉଛି ଏ ବହି ଗୁଡିକ ବହୁତ ଦାମୀକିଆ ହୋଇଥିବା,ଆଉ ଏଥିରେ ୬୦୦୦ ପୃଷ୍ଠାରୁ ଅଧିକ ଥିବା,ତାପରେ ଏହା ଇଂରାଜୀରେ ଥିବ ହିନ୍ଦୀରେ ନଥିବ।କହିବାକୁ ଗଲେ ମଣିଷର ମନବଳ ଥିଲେ କିଛିବି ସମ୍ଭବ ତେଣୁ ଆପଣ ଏହାକୁ ପଢିବା ନିହାତି ଆବଶ୍ୟକ ଅଟେ।

Leave a Reply

Your email address will not be published. Required fields are marked *