December 21, 2024

Odia Express

Here, There and Everywhere

ଓଡ଼ିଆ ଢଗ ଢମାଳି ପ୍ରଶ୍ନ ଉତ୍ତର – କଞ୍ଚାରେ ହଳଦିଆ,ପାଚିଲେ କଳା,ନ କହି ପାରିଲେ ରାଜ୍ୟରୁ ପଳା ?ବୁଦ୍ଧିମାନ ଥିଲେ ଉତ୍ତର କୁହନ୍ତୁ

1 min read

ନମସ୍କାର,ଆଜି ଆମେ ଏଠାରେ ଜାଣିବା ଢଗଢମାଳି ପୁର୍ଣ୍ଣ ସାଧାରଣ ଜ୍ଞାନ ଭିତ୍ତିକ ୧୦ ଟି ଚତୁର ପ୍ରଶ୍ନ ଓ ଉତ୍ତର ଗୁଡିକ ବିଷୟରେ ଜାଣିବା।ତେବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ।ତେବେ ଏହି ପ୍ରଶ୍ନ ଗୁଡିକ ଆମ ପୂର୍ବ ପୁରୁଷ ରୁ ଚାଲି ଆସୁଛି |ଆମ ଜେଜେ ମାନେ ଏଭଳି ଚତୁର ପ୍ରଶ୍ନ ପିଲାଙ୍କୁ ପଚାରିଥାନ୍ତି |ତେବେ ଏହି ପ୍ରଶ୍ନ ଗୁଡିକ ଆଜି ଆମେ ଆପଣାକୁ ପଚାରିକି ଆପଣ କେତେ ଉପସ୍ଥିତ ବୁଦ୍ଧି ଖଟେଇ ଉତ୍ତର ଦେଇ ପାରୁଛନ୍ତି ସେ କଥା ଜାଣିବା | ତେବେ ଆପଣ ଯଦି ସଠିକ ଉତ୍ତର ଜାଣିଛନ୍ତି ତେବେ ନିଶ୍ଚୟ କମେନ୍ଟ କରିବେ

ଏବେ ଆମେ ଜାଣିବା ଏକ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୧:-କଞ୍ଚାବେଳେ ଲତପତ ପାଚିଗଲେ ଟାଣ,ଏହାର ଉତ୍ତର କହିଦିଅ ରହିଲା ମୋର ରାଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମାଟି ହାଣ୍ଡି।

ଏବେ ଆମେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୨:-କଣ କହିବି ଭଉଣୀ,ଗୋଟେ ଗଛରେ ଫଳ ଫଳି ଅଛି ଗୁଡ଼,ବାଇଗଣ,ଜୁଆଣି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମହୁଲ।

ଏବେ ଆମେ ଜାଣିବା ତିନି ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୩:-କଳା ଘାସ ବଣେ ଧଇଲି ଚୋର,ନଖ ମୁନରେ ହେଲା ତାର ବିଚାର ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଉକୁଣୀ।

ଏବେ ଆମେ ଜାଣିବା ଚାରି ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୪:-କହିଲ ଦେଖି କେଉଁ ଫଳର ତିନୋଟି ଆଖି ଅଛି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ନଡ଼ିଆ।

ଏବେ ଆମେ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୫:-କାଟିଲେ ରକତ ନାହିଁ,କୁଟିଲେ ହାଡ଼ବି ନାହିଁ,କି ଜୀଵ ସେ କହିଲ ଭାଇ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଚିଙ୍ଗୁଡି।

ଏବେ ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୬:-କାଠର ବାଛୁରୀ ପଥର ଗାଈ,ଯେତେ ଦୁହୁଁଥିଲେ ପନହୁ ଥାଇ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଚନ୍ଦନ କାଠ ଓ ପେଡି।

ଏବେ ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୮:-କାଦୁଅରେ ଗଡା ପଡା,ଆଠ ଗୋଟି ଗୋଡ଼ ତାର,ଦୁଇ ଗୋଡ଼ ପାଙ୍କୁଡା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କଙ୍କଡା।

ଏବେ ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୯:-ଗରମ ପାଇଲେ ଆକାଶେ ଉଡେ ଶୀତଳ ପାଇଲେ ତଳକୁ ପଡେ,ସେ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବାଷ୍ପ।

ଏବେ ଆମେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୦:-ଗଛ ଲଗେଇଲି ଫଳିବା ପାଇଁ,ଫଳ ପାଚିଲା ହେଲେ ଝଡ଼ିଲା ନାହିଁ,ସେ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭେଣ୍ଡି।

ଏବେ ଆମେ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୧:-କଞ୍ଚାରେ ହଳଦିଆ,ପାଚିଲେ କଳା,ନ କହି ପାରିଲେ ରାଜ୍ୟରୁ ପଳା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଖଜୁରୀ କୋଳି।

ଏହା ଥିଲା କେତେକ ସାଧାରଣଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଏହାର ଉତ୍ତର।

Leave a Reply

Your email address will not be published. Required fields are marked *