ବାସି ମୁହଁ ରେ ଖାଆନ୍ତୁ ଦୁଇ ଚାମଚ୍ ସମସ୍ତ ରୋଗ ଦୂର ହୋଇଯିବ – ଜୀବନରେ ଅନେକ ରୋଗ ଆପଣଙ୍କ ପାଖ ମାଡ଼ିବ ନାହିଁ..
ବାସି ମୁହଁ ରେ ଖାଆନ୍ତୁ ଦୁଇ ଚାମଚ୍ ଏହି ରେଶିପି, ଯାହାକୁ ଖାଇବା ଦ୍ୱାରା ଆପଣଙ୍କର ଥିବା ମଧୁମେହ, ମୋଟାପା, ପେଟ ରୋଗ ଏବଂ ହୃଦୟ ଜନିତ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯିବ। ଆଜି ଆମେ ଏପରି ଏକ ଚମତ୍କାରି ରେଶିପି ବିଷୟରେ ଜାଣିବା ଯାହା କୁ ଖାଇବା ଦ୍ୱାରା ଆପଣଙ୍କର ଶରୀର ସମ୍ପୂର୍ଣ୍ଣ ଭାବରେ ରୋଗ ମୁକ୍ତ ହୋଇଯିବ ଆଉ କୌଣସି ରୋଗ ଆପଣଙ୍କ ପାଖକୁ ଆସିବ ନାହିଁ। ଏହି ରେଶିପି ଖାଇବା ଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।ଏହାଦ୍ୱାରା ଆପଣଙ୍କ ଶରୀରରେ ହୃଦୟ ଜନିତ ରୋଗ,ଠାରୁ ଆରମ୍ଭ କରି ଆଉ ଅଲଗା ଭିନ୍ନ ଭିନ୍ନ ପ୍ରକାରର ରୋଗ ଆପଣଙ୍କ ପାଖକୁ ଆସିବ ନାହିଁ। ଏହି ରେଶିପି କ୍ୟାନସର ଓ ରକ୍ତଚାପ ଭଳି ରୋଗ ପାଇଁ ରାମବାଣ ପରି କାମ କରିଥାଏ। ଏହି ରେଶିପୀ ର ସେବନ ଆପଣ ସକାଳୁ ଖାଲି ପେଟରେ କରିବେ, ଏହି ପରି ଚାରି ଦିନ ଲଗାତର ଭାବେ କରିବା ଦ୍ୱାରା ଆପଣଙ୍କୁ ଚମତ୍କାରିତା ଫଳ ମିଳିଥାଏ ଏବଂ ଆପଣଙ୍କ ଶରୀର ନିରୋଗି ହୋଇଥାଏ।
ଯଦି ଆପଣ ଆଗରୁ ମଧୁମେହ ରୋଗ ରେ ପୀଡ଼ିତ ଅଛନ୍ତି ତେବେ ଏହା ଆପଣଙ୍କ ସୂଗାର ଲେଭେଲ୍ କୁ ଠିକ୍ କରିଥାଏ।ଯେଉଁମାନଙ୍କୁ ଏହି ରୋଗ ସବୁ ନାହିଁ ଯଦି ସେମାନେ ଏହାର ସେବନ କରୁଛନ୍ତି ତାହେଲେ ସେମାନଙ୍କୁ ସମ୍ପୂର୍ଣ୍ଣ ଜୀବନ ଏହି ରୋଗର ସାମ୍ନା କରିବାକୁ ଓଡିବ ନାହିଁ।ଏହା ଦ୍ୱାରା ରକ୍ତଚାପ ଏବଂ କୋଲେଷ୍ଟ୍ରୋଲ୍ ମଧ୍ୟ ଠିକ୍ ହୋଇଥାଏ। ଯଦି ଆପଣଙ୍କ ଶରୀରର ରେ ଏହି ଦୁଇଟି ଠିକ୍ ରହିବ ତେବେ ଆପଣଙ୍କୁ କେବେ ମଧ୍ୟ ହୃଦୟ ବନ୍ଦ କିମ୍ବା ଯେକୌଣସି ହୃଦୟ ଜନିତ ସମସ୍ୟା କେବେ ଆସିବ ନାହିଁ।ଏତେ ଚମତ୍କାରି ଉପାୟ ଅଟେ ଯେ ଆପଣଙ୍କ ଶରୀରରୁ ସବୁ ପ୍ରକାରର ରୋଗକୁ ବହୁତ ସହଜରେ ଠିକ କରିଦେବ।
ଏହି ରେଶୀପି ପାଇଁ ଆବଶ୍ୟକ ହେଉଥିବା ପ୍ରଥମ ଜିନିଷ ହେଉଛି ଅଳସି। ଏଥିରେ ମାଛରେ ଥିବା ଓମେଗା ୩ ଯାହା ଆପଣଙ୍କ ହୃଦୟ ପାଇଁ ବହୁତ ଲାଭଦାୟକ ହୋଇଥାଏ।ଏହା ସାଧାରଣତଃ ସାକାହାରି ଲୋକଙ୍କ ପାଇଁ ବହୁତ ଭଲ ହୋଇଥାଏ। ଏହାର ସେବନ କରିବା ଦ୍ବାରା ଆପଣଙ୍କର ରକ୍ତ ପତଳା ହୋଇଥାଏ, ଯାହା ଫଳରେ ଆପଣଙ୍କର ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ। ଏହା ଆପଣଙ୍କୁ ଅନେକ ପ୍ରକାର ର କ୍ୟାନସର ରୋଗ ରୁ ବଞ୍ଚାଇଥାଏ ଏବଂ ଏହା ମଧୁମେହ ରୋଗ ପାଇଁ ବହୁତ ଲାଭଦାୟକ ହୋଇଥାଏ।
ଅଳସି ରେ ଥିବା ଓମେଗା ୩, ଫାଇବର, ସେଲେନିୟମ୍, କ୍ୟଲସିୟମ, ଭିଟାମିନ, ମାଗ୍ନେଶିୟମ୍ ଏବଂ ଜୀଙ୍କ୍ ତତ୍ତ୍ଵ ରହିଥାଏ। ଏହା ସର୍ବଦା ଶରୀର ର ତ୍ୱଚ଼ା କୁ ଉଜ୍ଜ୍ୱଳ ରଖିଥାଏ। ଏହାର ନିୟମିତ ସେବନ ତ୍ଵଚ଼ା କୁ ସୁନ୍ଦର୍ ଓ ସୁସ୍ଥ ରହିଥାଏ। ଏହା ଓଜନ କମେଇବା ପାଇଁ ମଧ୍ୟ ବହୁତ ସାହାଯ୍ୟ କରିଥାଏ। ଏହି ରେଶିପୀ ପାଇଁ ଆବଶ୍ୟକ ହେଉଥିବା ଦ୍ଵିତୀୟ ଜିନିଷ ଟି ହେଉଛି ଦହି। ତେବେ ଚାଲନ୍ତୁ ଜାଣିବା କିପରି ପ୍ରସ୍ତୁତ କରାଯାଏ ଏହି ରେସିପି ଏବଂ ଏହାର ସେବନ କିପରି କରାଯାଏ।
ପ୍ରଥମେ ଆପଣ ଅଳସି କୁ ଗୁଣ୍ଡ କରିଦିଅନ୍ତୁ। ଏକ ପାତ୍ର ରେ କିଛି ଦହି ନିଅନ୍ତୁ ଓ ସେଥିରେ ଅଳସି ର ଗୁଣ୍ଡ ରୁ ଦୁଇ ଚାମଚ୍ ମିଶାଇ ଦିଅନ୍ତୁ ଓ ସେହି ମିଶ୍ରଣ କୁ ସକାଳେ ଖାଲି ପେଟରେ ଖାଆନ୍ତୁ। ଧ୍ୟାନ ରଖିବେ କେବେ ମଧ୍ୟ ସେହି ଏହି ରେଶିପି କୁ ଅଧିକ ସମୟ ପର୍ଯ୍ୟନ୍ତ ରଖି ସେବନ କରିବେ ନାହିଁ ଏହା ଦ୍ୱାରା ଆପଣଙ୍କ ଶରୀରର କ୍ଷତି ହୋଇଥାଏ। ଦହି ସହିତ ଅଳସି ମିଶାଇବା ପରେ ସାଙ୍ଗେ ସାଙ୍ଗେ ତାର ସେବନ କରନ୍ତୁ। ଏପରି ଲଗାତର ଭାବେ ୪ ଦିନ କରିବା ଦ୍ୱାରା ଆପଣଙ୍କ ର ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ ଆପଣଙ୍କ ଶରୀର ରୋଗ ମୁକ୍ତ ହୋଇଯିବ।
ଯଦି ଆପଣ ନିଜର ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ ଏବଂ ଯଦି ଆପଣ ଓଜନ ବଢ଼ାଇବା ପାଇଁ ଚାହୁଁଛନ୍ତି ତେବେ ଏହି ରେଶିପି ରେ ଏକ ଚାମଚ୍ ମହୁ ମିଶାଇ ସେବନ କରନ୍ତୁ, ଏହା ଓଜନ ବଢ଼ାଇବା ପାଇଁ ବହୁତ ଲାଭଦାୟକ ହୋଇଥାଏ। ଯଦି ଆପଣ ଡାଇବେଟିସ ରୋଗ ରେ ପୀଡ଼ିତ ଅଛନ୍ତି ତେବେ ଆପଣଙ୍କ ଶୁଗାର ଲେବେଲ୍ କୁ ଠିକ୍ କରିଥାଏ।
ରକ୍ତଚାପ କାରଣ ରୁ କିମ୍ବା ମଧୁମେହ କାରଣ ରୁ କିମ୍ବା ହାର୍ଟ ଜନିତ କୌଣସି କାରଣରୁ ସୃଷ୍ଟି ହେଉଥିବା ଯେକୌଣସି ସମସ୍ୟା କୁ ଏହା ଦୂର କରିଥାଏ ଏବଂ ଏହା ସର୍ବଦା ଶରୀର କୁ ନିରୋଗି ରଖିଥାଏ। ଏହି ରେଶିପି ର ସେବନ କରିବା ଦ୍ବାରା ଆପଣଙ୍କ ର ରୋଗ ପ୍ରତିରୋଧକ ଶକ୍ତି ମଧ୍ଯ ବୃଦ୍ଧି ପାଇଥାଏ ଓ ଏହି ରେଶିପୀ ଶରୀରକୁ ରୋଗ ମୁକ୍ତ କରିଥାଏ।