ଜୀବନରେ ବଡ ହେବାକୁ ହେଲେ ତେବେ ଏହି ଜିନିଷର ଆଜି ହିଁ କରିଦିଅନ୍ତୁ ତ୍ୟାଗ, ହୋଇଯିବେ ଜୀବନରେ ବହୁତ ସଫଳ

ଏହି ଦୁନିଆଁରେ ଏମିତି ବୋଧେ କେଉଁ ବ୍ୟକ୍ତିଥିବ , ଯିଏ ବଡ ହେବା ଓ ସଫଳ ହେବାର ଇଚ୍ଛା ରଖୁନଥିବ, ଓ ଯାହାର କିଛି ବି ସ୍ୱପ୍ନ ନଥିବ, କିନ୍ତୁ କହନ୍ତି ନା ସ୍ୱପ୍ନକୁ ସାକାର କରିବା କେଉଁ ଛୁଆ ଖେଳ ନୁହେଁ , ଏମିତିରେ ସମସ୍ତଙ୍କୁ ସଫଳତା ପ୍ରାପ୍ତ ହୁଏ ନାହିଁ , ଆଜି ଆମେ ଆପଣଙ୍କୁ କିଛି ଏମିତି କହିବାକୁ ଯାଉଛୁ, ଯାହାକୁ ଆପଣ ବୁଝିପାରିଲେ ତେବେ ଜୀବନରେ ବୁଝିପାରିବେ କି ଜୀବନରେ ସଫଳତା କଣ ପାଇଁ ମିଳୁନାହିଁ , ଏଥିପାଇଁ ସବୁଠାରୁ ପ୍ରଥମେ ଆମେ ଆପଣଙ୍କୁ ଏକ କାହାଣୀ ମାଧ୍ୟମରେ କହିବୁ, ଯାହା ଆପଣଙ୍କ କାମରେ ଆସିବ, ଏହି କାହାଣୀ ଏକ ଦାର୍ଶନିକ ଶିଷ୍ୟ ସହ କେଉଁଆଡେ ଯାଉଥିଲା, ତାପରେ ଯାଉ ଯାଉ ଦୁହେଁ ଏକ କ୍ଷେତ ପାଖରେ ଅଟକିଗଲେ । ଏହି ସମୟରେ ଦୁହେଁଙ୍କୁ ବହୁତ ଶୋଷ ଲାଗିଥିଲା, ଏମିତିରେ ସେମାନେ କ୍ଷେତର ମଝିରେ ହୋଇଥିବା ଏକ ଭଙ୍ଗା ଘର ପର୍ଯ୍ୟନ୍ତ ଗଲେ ଓ କବାଟ ଖଟଖଟ୍ କରିଲେ , କହିଦେବୁ କି ସେ କ୍ଷେତ ବହୁତ ଭଲ ଥିଲା, କିନ୍ତୁ କ୍ଷେତର ଅବସ୍ଥା ଦେଖିକରି ଏମିତି ଲାଗୁଥିଲାକି ସେହି କ୍ଷେତର ମାଲିକ ଏହା ଉପରେ ଅଧିକା ଧ୍ୟାନ ଦେଉନାହିଁ , ଏହାପରେ ସେହି ଘରରୁ ଏକ ବ୍ୟକ୍ତି ବାହାରିଲା, ଓ ତାହା ସହ ତାର ସ୍ତ୍ରୀ ତଥା ତିନିଟି ଛୁଆ ବାହାରିଲେ, ସେମାନେ ସମସ୍ତେ ଫଟା କପଡା ପିନ୍ଧିଥିଲେ, ଏମିତିରେ ଦାର୍ଶନିକ ସେହି ବ୍ୟକ୍ତିକୁ କହିଲା ଆମକୁ ବହୁତ ଶୋଷ ଲାଗୁଛି, କଣ ଟିକିଏ ପାଣି ପିଆଇବେ ।
ସେହି ବ୍ୟକ୍ତି ଜଣଙ୍କ ଦାର୍ଶନିକ ଓ ତାଙ୍କ ଶିଷ୍ୟକୁ ପାଣି ଦେଲେ , ଏହାପରେ ଦାର୍ଶନିକ ସେହି ବ୍ୟକ୍ତିକୁ କହିଲେ କେବେଠାରୁ ଦେଖୁଛି ଆପଣଙ୍କ କ୍ଷେତ ଏତେ ବଡ ଅଛି, କିନ୍ତୁ ସେଥିରେ କିଛି ଫସଲ କରୁନାହାନ୍ତି , ଏମିତିରେ ତୁମପରିବାରର ଗୁଜୁରାଣ କେମିତି ଚାଲୁଛି , ଏହା ଶୁଣି ସେ ବ୍ୟକ୍ତି କହିଲା ଆଜ୍ଞା ଆମ ପାଖରେ ଗୋଟିଏ ମଇଁଷି ଅଛି, ଯିଏ ଭଲ କ୍ଷୀର ଦେଇଦିଏ , କିଛି କ୍ଷୀର ବିକ୍ରି କରି ଆମେ ରୋଜଗାର କରିଦେଉ, ଓ ବାକି ବଞ୍ଚିଥିବା ପଇସାରେ ଆମେ ଖାଇବା ପିଇବା ପାଇଁ ଯୋଗାଡ କରିଦେଉ, ଏହା ଆମର ଗୁଜୁରାଣ ଅଟେ, କଥାରେ କଥାରେ ସଂନ୍ଧ୍ୟା ହୋଇ ଯାଇଥିଲା, ଏଥିପାଇଁ ଦୁହେଁ ସେଠାରେ ରହିଗଲେ , କିନ୍ତୁ ଅଧା ରାତି ହେବାପରେ ଦାର୍ଶନିକ ନିଜ ଶିଷ୍ୟକୁ ଉଠାଇଲେ, ଓ କହିଲେ ଆମେ ଏଠାରୁ ଯିବା ଉଚିତ୍ , କିନ୍ତୁ ଯିବାପୁର୍ବରୁ ସେ ବ୍ୟକ୍ତିର ମଇଁଷିକୁ ଚଟାଣରୁ ପକାଇ ମାରିଦେବା, ଏହା ଶୁଣିକରି ଶିଷ୍ୟକୁ ନିଜ ଗୁରୁଙ୍କ କଥାରେ ବିଶ୍ୱାସ ହେଲାନାହିଁ , ବରଂ ସେ ଚକିତ ହୋଇଗଲା, ସେ ନିଜ ଗୁରୁ କଥାକୁ ଏଡାଇପାରିନଥାନ୍ତା, ଏଥିପାଇଁ ସେ ଦୁହେଁ ମିଶିକରି ସେ ମଇଁଷିକୁ ମାରିକରି ରାତିରେ ଗାୟବ ହୋଇଗଲେ, କିନ୍ତୁ ଶିଷ୍ୟ ମନରେ ଏହି କଥା ରହିଯାଇଥିଲା, ଓ ଯେବେ ଦଶବର୍ଷ ପରେ ସେ ସଫଳ ବ୍ୟକ୍ତି ହୋଇଗଲା , ତେବେ ସେ ଭାବିଲା କି କଣପାଇଁ ନିଜ ଭୁଲ୍ କୁ ସୁଧାରିବା, ଓ ସେହି ବ୍ୟକ୍ତିକୁ ଆର୍ଥିକ ହିସାବରେ କିଛି ସାହାଯ୍ୟ କରିଦେବା ।
ଏମିତିରେ ସେ ଶିଷ୍ୟ ସେହି ବ୍ୟକ୍ତିର ଘରେ କାର୍ ନେଇକରି ପହଞ୍ଚିଲା, ଓ ଦେଖିଲା କି ସେ ବ୍ୟକ୍ତିର କ୍ଷେତ ଆଗ ଭଳି ଆଉ ନାହିଁ, ବରଂ ସେ ଫଳର ବଗିଚା କରିଦେଇଛି, ଏହା ଦେଖିକରି ଲାଗିଲା କି ବୋଧେ ସେ ବ୍ୟକ୍ତି ମଇଁଷି ମରିବାପରେ ସବୁ କିଛି ବିକ୍ରି କରି ଏଠାକୁ ଚାଲି ଆସିଛି, ଏହା ଭାବିକରି ସେ ଫେରୁଥିଲା, ତେବେ ସେହି ବ୍ୟକ୍ତି ତାକୁ ଦେଖିନେଲା, ଏହାପରେ ସେ ଶିଷ୍ୟ ସେ ବ୍ୟକ୍ତିକୁ କହିଲା ବୋଧେ ଆପଣ ମୋତେ ଚିହ୍ନିପାରିଲେ ନାହିଁ , ବହୁତ୍ ବର୍ଷ ପୁର୍ବରୁ ଆପଣଙ୍କୁ ମୁଁ ସାକ୍ଷାତ୍ କରିଥିଲି, ତାପରେ ସେ ବ୍ୟକ୍ତି କହିଲା ମୋର ସବୁ ମନେ ଅଛି ,ସେ ଦିନ ମୁଁ ବା କିପରି ଭୁଲିପାରିବି ? ସେହି ଦିନ ଆପଣ ବିନା କହି ଚାଲିଯାଇଥିଲେ, ଓ ସେଦିନ ଆମ ମଇଁଷି କେମିତି କେଜାଣୀ ଚଟାଣରୁ ଗଳି ମରିଗଲା, ଏମିତିରେ ବୁଝାପଡୁନଥିଲା କି କଣ କରିବୁ, ତାପରେ ବି ବଞ୍ଚିବାକୁ କିଛି କରିବା ଜରୁରୀ ଥିଲା, ଏଥିପାଇଁ ଆମେ ଏହି ସ୍ଥିତିରେ କାଠ କାଟି ବିକ୍ରି କରିଲୁ, ଏମିତିରେ କିଛି ପଇସା ଜମା ହେଲା ତେବେ କ୍ଷେତକୁ ଆମେ ପୁଣି ରୋଇବା କାମ ଆରମ୍ଭ କରିଦେଲୁ, ଯାହା ପଇସା ମିଳିଲା
ଆମେ ସେହିଥିରେ ଫଳର ବଗିଚା କରିଦେଲୁ, ତାପରେ ମୋର କାମ ଚାଲିବାକୁ ଲାଗିଲା, ଓ ଆଜି ମୁଁ ଗାଁର ବଡ ଫଳ ବେପାରି ଅଛି, ବାସ୍ତବରେ ମୋତେ ଏଇ ସଫଳତା ମିଳିପାରିନଥାନ୍ତା, ଯେବେ ସେ ମଇଁଷିର ମୃତ୍ୟୁ ହୋଇପାରିନଥାନ୍ତ , ଏହାପରେ ଶିଷ୍ୟ କହିଲା ଏହି କାମ ତ ଆପଣ ପୁର୍ବରୁ କରିପାରିଥାନ୍ତେ, ତାପରେ ସେ ବ୍ୟକ୍ତି କହିଲା ହଁ କରିପାରିଥାନ୍ତି, କିନ୍ତୁ ମୁଁ ଭାବିଲି କି ବିନାପରିଶ୍ରମକ୍ ଅରି ଯେବେ ଜୀବନ ଅତିବାହିତ ହେଉଛି, ତେବେ ପରିଶ୍ରମକରିବାର କଣ ଦରକାର, ଓ ମୋତେ ମାଲୁମ୍ ନଥିଲା କି ମୋର ଭିତରେ ଏତେ ଦକ୍ଷତା ଅଛି, ଏଥିପାଇଁ କିଛି କରିବାର ଚେଷ୍ଟା କରିନଥିଲି, କିନ୍ତୁ ଯେବେ ମଇଁଷି ମଲା ତ କିଛି କରିବାକୁ ପଡିଲା ଓ ତେବେ ଯାଈକରି ଏଇ ସଫଳତା ପାଇଲି ।
ଏବେ ଏହି କାହାଣୀ ପଢିବାପରେ ଆପଣ ବୁଝିପାରିଥିବେ କି ଆମେ କଣ କହିବାକୁ ଚାହୁଁଚୁ, ହଁ ଆଜ୍ଞା ଯଦି ଆପଣଙ୍କ ଜୀବନରେ ଏମିତି କିଛି ମଇଁଷି ଅଛି ଯାହା ଆପଣଙ୍କ ଜୀବନକୁ ଭଲ ବନାଇବାରେ ରୋକୁଛି, ତେବେ ଓ ଆପଣ ତାକୁ ବାନ୍ଧିକରି ରଖିଛନ୍ତି , ତେବେ ତାକୁ ପଛରେ ଛାଡି ଆଗକୁ ବଢନ୍ତୁ , ଏମିତିରେ ସେ ମଇଁଷିକୁ ରସିରେ କାଟିଦିଅନ୍ତୁ, ଓ ଏମିତି ଜୀବନରୁ ସ୍ୱାଧିନ ହୋଇଯାଆନ୍ତୁ , ଆପଣଙ୍କ ପାଖରେ ହରାଇବାପାଇଁ ବହୁତ କମ୍ ଜିନିଷ ଅଛି, କିନ୍ତୁ ପାଇବାପାଇଁ ପୁରା ଦୁନିଆଁ ଅଛି, ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକ ଏହା ଭାବୁଥିବେ କି କହିବା ସହଜ କିନ୍ତୁ ତାକୁ କରିଦେଖାଇବା ସେତେ ମୁସକିଲ୍ ହୋଇଥାଏ,
ସେମିତି ଏହିକଥା ବିଲକୁଲ୍ ସତ ଅଟେ, କିନ୍ତୁ ଏହା ସହ ଏହା ବି ସତ କି ପରିଶ୍ରମକରିବା ମୁସକିଲ୍ ତ ଜରୁର୍ ଅଟେ, କିନ୍ତୁ ଅସଂମ୍ଭବ ନୁହେଁ , ଟିକିଏ ଭାବନ୍ତୁ ଯଦି ଧିରୁଭାଇ ଅମ୍ବାନୀ ପେଟ୍ରୋଲ୍ ପମ୍ପ ଛାଡିନଥାନ୍ତେ, ତେବେ ଆଜି ରିଲାୟନ୍ସ ଇଣ୍ତଷ୍ଟ୍ରି ପରି କମ୍ପାନୀ ହୋଇନଥାନ୍ତା, ଆମର କହିବାର ଏହା ମତଲବ କି ଯାହାଙ୍କ ମଧ୍ୟରେ କିଛି କରିବାର ଇଚ୍ଛାଶକ୍ତି ଅଛି ସେ ଏପଟ ସେପଟ କଥାକୁ ଭାବନ୍ତି ନାହିଁ, ଓ ଖାଲି କରିଦେଖାଇଦିଅନ୍ତି ମାନେ ଆପଣ ଜୀବନରେ କେବଳ ତେବେ ସଫଳତା ପାଇପାରିବେ ଯେବେ ଆପଣ ନିଜ ଆରାମଦାୟକ ଜୀବନରୁ ବାହାରିବେ, ତେବେ ବିନା ଭାବିକରି ପାଦ ଆଗକୁ ବଢାନ୍ତୁ , ଓ ଜୀବନରେ ସଫଳତାର ଶିଖରକୁ ଛୁଇଁବାକୁ ପ୍ରୟାସ କରନ୍ତୁ