December 22, 2024

Odia Express

Here, There and Everywhere

ଏହା ହେଲା କ୍ୟାନ୍ସରର ୯ ଟି ପ୍ରାରମ୍ଭିକ ଲକ୍ଷଣ, ଯାହା ବିଷୟରେ ଆପଣଙ୍କୁ ଜାଣିବା ଦରକାର..

1 min read

ଜଣେଇଦେବୁ କି କ୍ୟାନ୍ସର ଏମିତି ଏକ ଗଂମ୍ଭୀର ରୋଗ ଅଟେ ଯାହାର ଆକ୍ରାନ୍ତରେ ଲକ୍ଷାଧିକ ଲୋକଙ୍କ ଜୀବନ ଯାଇସାରିଛି, ଏହା ସହ ଆଜି ବି ଏମିତି ଲୋକ ଅଛନ୍ତି ଯାହାଙ୍କୁ ଏହି ରୋଗ ହୋଇଛି ଏହି ରୋଗ ପୁରା ସୁଚନା ନହେବା କାରଣରୁ ଲୋକଙ୍କୁ ଏହି ରୋଗ ସଠିକ୍ ଷ୍ଟେଜରେ ଜଣା ନପଡିବା କାରଣରୁ ଏହାର ଶିକାର ହୋଇଯାଆନ୍ତି , ଏଥିପାଇଁ ଆଜି ଆମେ ଆପଣଙ୍କୁ କ୍ୟାନ୍ସର କିଛି ପ୍ରାରମ୍ଭିକ ଲକ୍ଷଣ ବିଷୟରେ କହିବାକୁ ଯାଉଛୁ, ଯାହା ଉପରେ ଧ୍ୟାନ ଦେବାର ଦରକାର ଅଛି ।

୧) ପରିଶ୍ରାରେ ରକ୍ତ ପଡିବା- ଜଣେଇଦେବୁ କି ଯଦି ଆପଣଙ୍କ ପରିଶ୍ରାରେ ରକ୍ତ ପଡୁଛି ତେବେ ଏହା ବ୍ଲାଡର୍ କିମ୍ବା କିଡନୀ କ୍ୟାନ୍ସର୍ ହୋଇପାରେ , କିନ୍ତୁ ଏହା କେଉଁ ପ୍ରକାରର ଇନଫେକ୍ସନ୍ କାରଣରୁ ହୋଇପାରେ , ଏଥିପାଇଁ କେଉଁ ବି ଫଳାଫଳ ବାହାରିବାପୁର୍ବରୁ ଡାକ୍ତରଙ୍କୁ ଦେଖାଇଦିଅନ୍ତୁ , ଓ ଏହାକୁ ଅଣଦେଖା କରନ୍ତୁ ନାହିଁ ।

୨) ପାଚନକ୍ରିୟାରେ ଅସୁବିଧା ଦେଖାଦେବା- ଯଦି ଆପଣଙ୍କୁ ଖାଇବା ହଜମ କରିବାରେ ଅସୁବିଧା ହେଉଛି ତେବେ ଏହାକୁ ମାମୁଲି ଭାବିକରି ଅଣଦେଖା କରନ୍ତୁ ନାହିଁ , ଡାକ୍ତରଙ୍କ ଉପଦେଶ ନିଅନ୍ତୁ ।

୩) ଗଳାରେ କର୍କଶ ହେବା –କହିଦେବୁ କି ଯଦି ଆପଣଙ୍କୁ ଗଳାରେ ବହୁତ ଲମ୍ବା ସମୟରୁ କର୍କଶ ହେଉଛି କିମ୍ବା ଖାଇବାରେ ରକ୍ତ ଆସୁଥିଲେ ଆପଣଙ୍କୁ ସାବଧାନ ରହିବାର ଅଛି, ଏହା ଜରୁରୀ ନୁହେଁ କି କ୍ୟାନ୍ସର ହୋଇଥିବ , କିନ୍ତୁ ତା ସତ୍ତ୍ୱେ ବି ଡାକ୍ତରଙ୍କୁ ଦେଖାଇଦିଅନ୍ତୁ ।

୪) ଲଗାତାର ପୀଡା ହେବା- ଏମିତି ସବୁ ପ୍ରକାର ପୀଡା କ୍ୟାନ୍ସର ଲକ୍ଷଣ ନୁହେଁ , କିନ୍ତୁ ଯଦି କଷ୍ଟ ହେଉଛି, ତେବେ କ୍ୟାନ୍ସରର ଲକ୍ଷଣ ହୋଇପାରେ , ଯେପରି ମୁଣ୍ତ କିମ୍ବା ପେଟ୍ ପୀଡା ହେବା କ୍ୟାନ୍ସରର ଲକ୍ଷଣ ହୋଇପାରେ ।

୫) ଓଜନ କମିବା- କହିଦେବୁ କି ଯଦି ଆପଣ ବିନା କିଛି ଚେଷ୍ଟା କରି ଦିନକୁ ଦିନ ପତଳା ହୋଇଯାଉଛନ୍ତି , ତେବେ ଆପଣଙ୍କୁ ଏହା ଉପରେ ଧ୍ୟାନ ଦେବାକୁ ହେବ , ହଁ ଆଜ୍ଞା ଏହା କ୍ୟାନ୍ସରର ଲକ୍ଷଣ ହୋଇପାରେ ।

୬) ଘା ନ ଶୁଖିବା- ଜଣେଇଦେବୁ କି ଯଦି ଆପଣଙ୍କ ଘା ବହୁତ ଦିନ ହେଲେ ବି ଶୁଖୁନାହିଁ ତେବେ ଡାକ୍ତରଙ୍କୁ ଦେଖାଇବା ଉଚିତ୍ ହେବ ।

୭) ଗଣ୍ଠି ବାହାରିବା- ଯଦି ଶରୀରରେ  ଆପଣଙ୍କ କେଉଁ ଭାଗରେ ଗଣ୍ଠି ହେଉଛି ତେବେ ଡାକ୍ତରଙ୍କୁ ଦେଖାଇବା ଉଚିତ୍ , ଏମିତିରେ ଏହା ବିପଦପୁର୍ଣ୍ଣ ହୋଇନଥା,ଏ କିନ୍ତୁ ସ୍ତନରେ ଗଣ୍ଠି ହେବା ସ୍ତନ କ୍ୟାନ୍ସରର ଲକ୍ଷଣ ହୋଇପାରେ ।

୮) କଳାଜାଇ ପରି ଚିହ୍ନ ଦେଖାଦେବା- କଳାଜାଇ ପରି ଦେଖାଯାଊଥିବା ଚିହ୍ନ କଳାଜାଇ ନୁହେଁ , ଏହା ତ୍ୱଚାରେ ଏମିତି ଚିହ୍ନ ହେଲେ ଡାକ୍ତରଙ୍କୁ ଦେଖାନ୍ତୁ , ଏହା କ୍ୟାନ୍ସର ହେବା ଲକ୍ଷଣ ହୋଇପାରେ ।

Leave a Reply

Your email address will not be published. Required fields are marked *