September 9, 2024

Odia Express

Here, There and Everywhere

ମାତ୍ର ୨ ମିନିଟରେ ନିଜ ଦାନ୍ତରୁ ମଇଳା ସଫାକରି ତାକୁ ମୋତି ଭଳି କରନ୍ତୁ ଏହି ସହଜ ଉପାୟ ମାଧ୍ୟମରେ

ଦାନ୍ତ ହଳଦିଆ ହେବା,ଦାନ୍ତରୁ ଗନ୍ଧ ବାହାରିବା କୌଣସି ବଡ ସମସ୍ୟା ନୁହେଁ।କିଛି ଲୋକ ଗୁଟକା ,ଖଇନି ,ପାନ ଆଦି ଅନେକ ମାତ୍ରାରେ ଖାଇ ନିଜ ଦାନ୍ତକୁ ଖରାପ କରିଦେଇଥାନ୍ତି।ତାଙ୍କ ଦାନ୍ତ ହଳଦିଆ ହୋଇଯାଇଥାଏ ଓ ଗନ୍ଧ ବି ବାହାରିଥାଏ।ଏଭଳି ଲୋକଙ୍କ ଦାନ୍ତରେ ଆଗକୁ ଅନେକ ଦରଜ ହୁଏ ଯାହା ପରେ ତାଙ୍କ ଦାନ୍ତ ଓପାଡିବାକୁ ପଡିଥାଏ।ଏହି ସମସ୍ୟା ସାଧାରଣ ଲୋକଙ୍କୁ ବି ହୋଇଥାଏ ଯେଉଁମାମେ ନିଜ ଦାନ୍ତର ଧ୍ୟାନ ରଖିନଥାନ୍ତି।ତାଙ୍କ ଦାନ୍ତରେ ବି ପୋକ ଲାଗିଯାଇଥାନ୍ତି ଓ ଶେଷରେ ଓପାଡିବାକୁ ପଡିଥାଏ।ଆଜି ଆମେ ଆପଣଙ୍କ ପାଇଁ ଏକ ଏପରି ପେଷ୍ଟ ନେଇକି ଆସିଛୁ ଯାହାକୁ ଲଗାଇବ ପରେ ଆପଣଙ୍କ ଦାନ୍ତ ମୋତି ଭଳି ଚମକଦାର ହୋଇଯିବ।ତେବେ ଆସନ୍ତୁ ଜାଣିବା ଏହି ପେଷ୍ଟ କିପରି ପ୍ରସ୍ତୁତ କରିବେ ଓ ବ୍ୟବହାର କରିବେ।

ଆପଣ ଜାଣିଥିବେ ଅଧିକ ପାନ ଆଦି ଖାଇବା ଦ୍ଵାରା ଯେଉଁ ଦାଗ ସବୁ ଦାନ୍ତରେ ପଡିଥାଏ ତାହା ସହଜରେ ବ୍ରସ କରିବା ଦ୍ୱାରା ଯାଇନଥାଏ।ଏଥିପାଇଁ ମେଥି ଦାନା ବହୁତ ଫାଇଦା ଦେଇଥାଏ।ସେଥିପାଇଁ ପ୍ରଥମେ ଆପଣ ଏକ କପ ନିଅନ୍ତୁ ସେଥିରେ ଅଧା ଚାମଚ ମେଥି ଗୁଣ୍ଡ ନିଅନ୍ତୁ।ଏହା ପରେ ସେଥିରେ ଅଧା ଚାମଚ ନଡ଼ିଆ ତେଲ ମିଶାନ୍ତୁ।ନଡିଆ ତେଲ ଦାନ୍ତରେ ଥିବା ବ୍ୟାକ୍ଟେରିୟା ମାରିବାରେ ବହୁତ ସାହାଯ୍ୟ କରିଥାଏ ଯଦି ବ୍ୟାକ୍ଟେରିୟା ରହିବେ ସେମାନେ ଦାନ୍ତର ପୋକ ଲାଗିବାର ମୁଖ୍ୟ କାରଣ ଅଟନ୍ତି।ସେଥିପାଇଁ ନଡ଼ିଆ ତେଲ ବ୍ୟାକ୍ଟେରିୟା ମାରିବାରେ ବହୁତ ସାହଯ୍ୟ କରିବ।ଏହା ପରେ ଆବଶ୍ୟକ ତୁଳସୀ ପତ୍ର।ଆପଣ ଜାଣିଥିବେ ହିନ୍ଦୁ ଧର୍ମରେ ତୁଳସୀକୁ ପୂଜା କରାଯାଇଥାଏ।ଏହା ଅନେକ ଫାଇଦା ମଧ୍ୟ ଦେଇଥାଏ।ଏହା ଭିତରେ କିଛି ଏପରି ତତ୍ୱ ଥାଏ ଯାହା ଆମ ଦାନ୍ତରୁ ମିଇଳା ସଫା କରିବାରେ ସାହାଯ୍ୟ କରିବା ସହିତ ଦାନ୍ତକୁ ଚମକାଇବା ପାଇଁ ବେସ ଉପଯୋଗୀ ହୋଇଥାଏ।

ଏହା ସହିତ ଯେଉଁ ମାନଙ୍କ ମୁହଁରୁ ଗନ୍ଧ ବାହାରିଥାଏ ସେମାନଙ୍କ ପାଇଁ ମଧ୍ୟ ତୁଳସୀ ବହୁତ ଲାଭଦାୟକ ହୋଇଥାଏ।ଏଥିପାଇଁ ଆପଣ ଦୁଇଟି ତୁଳସୀ ପତ୍ରକୁ ଚିଣ୍ଡାଇ ଛୋଟ ଛୋଟ କରି ସେଥିରେ ମିଶାନ୍ତୁ।ଏହା ପରେ ଆପଣ ଘରେ ଯେଉଁ ପେଷ୍ଟ ବ୍ୟବହାର କରୁଛନ୍ତି ସେହି ପେଷ୍ଟ ଯେତିକି ଆପଣ ଦାନ୍ତ ଘଷିବା ସମୟରେ ବ୍ୟବହାର କରିନ୍ତି ସେତିକି ଏଥିରେ ମିଶାନ୍ତୁ।ଏହା ପରେ ଚାମଚ ସାହଯ୍ୟରେ ଏହାକୁ ଭଲସେ ମିଶାନ୍ତୁ ଯେପରି ସବୁ ସହଜରେ ମିଶିଯିବ।ଏଥିରେ ପେଷ୍ଟ ଏଥିପାଇଁ ମିଶାଗଲା ଯେପରି ଆପଣଙ୍କ ଦୁଇଥର ଦାନ୍ତ ଘଷିବାକୁ ନପଡୁ ।ଏହା ପରେ ବ୍ରସ ସାହାଯ୍ୟରେ ଯେପରି ଆପଣ ଦାନ୍ତ ଘସନ୍ତି ଏହାକୁ ଲଗାଇ ୫ ମିନିଟ ପର୍ଯ୍ୟନ୍ତ ଭଲସେ ଦାନ୍ତ ଘସନ୍ତୁ କାରଣ କୀଛି ଲୋକ ଅଳ୍ପ ସମୟ ଦାନ୍ତ ଘସନ୍ତି ଯାହା ଦ୍ୱାରା ଦାନ୍ତ ଭଲସେ ସଫା ହୋଇନଥାଏ।ଆଉ କିଛି ଦିନ ପାନ, ସିଗରାଟ ଓ ଚାହା ଯଦି ପିଉଛନ୍ତି ତାକୁ ବନ୍ଦ କରିଦିଅନ୍ତୁ।

ମନେ ରଖନ୍ତୁ ଏହାକୁ ସପ୍ତାହରେ କେବଳ ଦୁଇଥର ବ୍ୟବହାର କରନ୍ତୁ । ମାତ୍ର ୪ ଥର ବ୍ୟବହାରରେ ଆପଣ ଦେଖିବେ ଆପଣଙ୍କ ଦାନ୍ତ ମୋତି ଭଳି ଚମକଦାର ହୋଇଯିବ।ଏ ହାକୁ ସପ୍ତାହକୁ ଦୁଇଥରରୁ ଅଧିକ ବ୍ୟବହାର କରିବେ ନାହିଁ। ଏହା ନିଶ୍ଚିତ ଆପଣଙ୍କ ଦାନ୍ତରୁ ମଇଳା ସଫାକରିବାରେ ସାହାଯ୍ୟ କରିବ।

Leave a Reply

Your email address will not be published. Required fields are marked *