June 27, 2025

Odia Express

Here, There and Everywhere

ରବୀନ୍ଦ୍ର ଜାଡେଜାଙ୍କ ଜୀବନୀ, ସମ୍ପତି , ଗାଡି ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ..

1 min read

ରବୀନ୍ଦ୍ର ଜାଡେଜା ଭାରତୀୟ କ୍ରିକେଟ ଟିମର ସେହି ଖେଳାଳି ଯିଏକି ୨୦୧୯ର ବିଶ୍ୱକପ ସେମିଫାଇନାଲରେ ହାରିଥିବା ମ୍ୟାଚରେ ଜିତିବାର ଆଶା ଜାଗ୍ରତ କରିଥିଲେ।ଆରମ୍ଭରୁ ୬ଟି ଖେଳାଳି ଆଉଟ ହେବାପରେ ଲୋକ ଜିତିବାର ଆଶା ଛାଡିଦେଇଥିଲେ କିନ୍ତୁ ଜାଡେଜା ଏକ ସୁନ୍ଦର ଇନିଂସ ଦ୍ଵାରା ଭାରତକୁ ଜିତିବାର ପାଖାପାଖି ନେଇଯାଇଥିଲେ।ଜାଡେଜା ଅନେକ ନାମ କମାଇଛନ୍ତି ତାଙ୍କ ଜୀବନ ସହିତ ଜଡିତ ଅନେକ ରୋଚକ ତଥ୍ୟ ଅଛି ଯାହା ଅନେକଲୋକ ଜାଣିନାହାନ୍ତି। ଆଜି ଆମେ ଆପଣଙ୍କୁ ତାଙ୍କ ଜୀବନ ସହିତ ଜଡିତ କିଛି ତଥ୍ୟ କହିବୁ ଯାହା ଆପଣଙ୍କୁ ହୁଏତ ଜଣାନଥିବ।ରବୀନ୍ଦ୍ର ଜାଡେଜାଙ୍କ ଡାକ ନାମ ଜାଡୁ ଅଟେ। ତାଙ୍କ ଜନ୍ମ “୬ ଡେସେମ୍ବର ୧୯୮୮” କୁ ଗୁଜୁରାଟରେ ହୋଇଥିଲା।ସେହି ହିସାବରେ ଏବେ ତାଙ୍କ ବୟସ ୩୧ ବର୍ଷ ଅଟେ।ଏକ ସାଧାରଣ ପରିବାରରୁ ଆସିଥିବା ଜାଡେଜାଙ୍କ ବାପା ଏକ ୱାଚମ୍ୟାନ ଥିଲେ ଓ ତାଙ୍କ ମା ଏକ ସରକାରୀ ମେଡିକାଲରେ ନର୍ସ ଥିଲେ।


ତାଙ୍କ ଭଉଣୀ ମଧ୍ୟ ନର୍ସ ଅଟନ୍ତି।ଛୋଟବେଳେ ଜାଡେଜାଙ୍କ ପରିବାର ଏକ ଛୋଟ ଘରେ ରହୁଥିଲେ ଯାହା ତାଙ୍କ ମାଆଙ୍କୁ ମେଡିକାଲ ତରଫରୁ ରହିବାକୁ ମିଳିଥିଲା।ଜାଡେଜାଙ୍କ ବାପା ଚାହୁଁଥିଲେ ଜାଡେଜା ଜଣେ ଆର୍ମି ଅଫିସର ହୁଅନ୍ତୁ କିନ୍ତୁ ଜାଡେଜା ତ କ୍ରିକେଟକୁ ଭଲ ପାଉଥିଲେ। ଏଥିପାଇଁ ସେ ବହୁତ କମ ବୟସରୁ କ୍ରିକେଟ ଖେଳିବା ଆରମ୍ଭ କରିଦେଇଥିଲେ ।।ଏବେ ଆସନ୍ତୁ ଜାଣିବା ଜାଡେଜାଙ୍କ କ୍ୟାରିୟର ବିଷୟରେ। ଜାଡେଜାଙ୍କ ଏହି ସଫଳତା ଦେବା ପାଇଁ ତାଙ୍କ ଜୀବନରେ ଆସିଥଲେ ‘ମହେନ୍ଦ୍ର ସିଂ ଚୌହାନ’ ନାମକ ଜଣେ ବ୍ୟକ୍ତି। ମହେନ୍ଦ୍ର ସିଂ ଚୌହାନ ଜଣେ ପୋଲିସ ଅଫିସର ଥିଲେ କିନ୍ତୁ ସେକ୍ରିକେଟକୁ ବହୁତ ଭଲ ପାଉଥିଲେ।ଏଥିପାଇଁ ସେଛୋଟ ଛୁଆଙ୍କୁ କ୍ରିକେଟ ଟ୍ରେନିଙ୍ଗ ଦେଉଥିଲେ।ସେଜାଡେଜଙ୍କୁ ମଧ୍ୟ ଛୋଟବେଳେ କ୍ରିକେଟ ଟ୍ରେନିଙ୍ଗ ଦେଇଥିଲେ।

ଏହା ପରେ ଜାଡେଜା ୨୦୦୫ରେ ଭାରତୀୟ ଅଣ୍ଡର-୧୯ ଟିମରେ ସାମିଲ ହୋଇଥିଲେ।ଏହାପରେ ୨୦୦୬ରେ ହିଁ ତାଙ୍କୁ ଅଣ୍ଡର-୧୯ ବିଶ୍ୱକପ ଖେଳିବାକୁ ସୁଯୋଗ ମିଳିଲା।ସେବହୁତ ଭଲ ପ୍ରଦର୍ଶନ କରିଥିଲେ।୨୦୦୮ରେ ଯେବେ ଭାରତ ଅଣ୍ଡର-୧୯ ବିଶ୍ୱକପ ଜିତିଥିଲେ ଜାଡେଜା ସେହି ଟିମରେ ଉପଅଧିନାୟକ ଥିଲେ।


ଏହା ଛଡା ଆଇପିଏଲରେ ଭଲ ପ୍ରଦର୍ଶନ ପାଇଁ ଜାଡେଜା ସର୍ବଦା ଚର୍ଚ୍ଚାରେ ରହିଛନ୍ତି।୨୦୦୯ରେ ଜାଡେଜା ପ୍ରଥମ ଥର ଇଣ୍ଟରନ୍ୟାସନାଲ ଟିମରେ ଯୋଗଦେଲେ ଓ ନିଜର ପ୍ରଥମ ମ୍ୟାଚରେ ସୁନ୍ଦର ଖେଳି ୬୦ ରନ କରିଥିଲେ।ଏହା ପରେ ସେଭାରତୀୟ ଟିମରେ ନିଜ ସ୍ଥାନ ପକାକଲେ।୨୦୦୯ରେ ସେ ଶ୍ରୀଲଙ୍କା ବିରୁଦ୍ଧରେ ଏକ ମ୍ୟାଚରେ ସୁନ୍ଦର ବୋଲିଂ କରିଥିଲେ ଯାହା ତାଙ୍କ କ୍ୟାରିୟରରେ ଏକ ଟ୍ରନିଂ ପଏଣ୍ଟ ଅଟେ।ଆପଣମାନେ ମଧ୍ୟ ଏହା ନିଶ୍ଚୟ ଜାଣିଥିବେ ଜାଡେଜା ଜଣେ ବହୁତ ଭଲ ଫିଲଡ଼ର ଅଟନ୍ତି। ଜାଡେଜା ନିଜ ଟେଷ୍ଟ କ୍ୟାରିୟର ୨୦୧୨ରେ ଇଂଲଣ୍ଡ ବିରୁଦ୍ଧରେ ଆରମ୍ଭ କରିଥିଲେ।

ଜାଡେଜାଙ୍କ ନାମରେ ମଧ୍ୟ ଅନେକ ବଡ଼ ରେକର୍ଡ ଅଛି।୨୦୧୭ରେ ଜାଡେଜା କମ ମ୍ୟାଚରେ ୧୫୦ ଆଉଟ କରିଥିବା ବୋଲର ହୋଇଥିଲେ।ଏହା ସହ ୨୦୧୭ରେ ସେ ଟେଷ୍ଟର ନମ୍ବର ୧ ଅଲରାଉଣ୍ଡର ଥିଲେ।ଏହିଭଳି ଅନେକ ବଡ଼ବଡ଼ ରେକର୍ଡ ତାଙ୍କ ନାମରେ ଅଛି।ଆସନ୍ତୁ ଏବେ ଜାଣିବା ଜାଡେଜାଙ୍କ ପରିବାର ବିଷୟରେ।ଜାଡେଜାଙ୍କ ବାପାଙ୍କ ନାମ ଅନିରୁଧ ସିଂ ଜାଡେଜା, ମାଆଙ୍କ ନାମ ଲତା ଜାଡେଜା।ତାଙ୍କର ଦୁଇଟି ଭଉଣୀ ଅଛନ୍ତି ସେମାନେ ହେଉଛନ୍ତି ନେହ୍ନା, ଓ ପଦ୍ମିନୀ।ତାଙ୍କ ପତ୍ନୀଙ୍କ ନାମ ‘ରିଭା ସୋଲଙ୍କି’।ତାଙ୍କର ଗୋଟେ ଝିଅବି ଅଛି ଯାହାର ନାମ ‘ନିଧିୟାନା’।

ଏବେ ଆସନ୍ତୁ ଜାଣିବା ଜାଡେଜାଙ୍କ ପଇସା ଓ ସମ୍ପତି ବିଷୟରେ। ସେ ଏକ ୨୦-୨୦ ମ୍ୟାଚ ପାଇଁ “୨ ଲକ୍ଷ ଟଙ୍କା” ଚାର୍ଜ କରିଥାନ୍ତି।ଏକ ଟେଷ୍ଟ ମ୍ୟାଚ ପାଇଁ “୫ ଲକ୍ଷ” ଓ ଏକ ଏକଦିବସିୟ ମ୍ୟାଚ ପାଇଁ ସେ “୩ ଲକ୍ଷ” ଟଙ୍କା ନେଇଥାନ୍ତି।ଜାଡେଜା ଏକ ଆଇପିଏଲ ସିଜେନ ଖେଳିବା ପାଇଁ “୯ କୋଟି ଟଙ୍କା “ନେଇଥାନ୍ତି।କୌଣସି ଜିନିଷର ପ୍ରମୋସନ ପାଇଁ” ୫ କୋଟି” ଚାର୍ଜ କରିଥାନ୍ତି। ଏବେ ପର୍ଯ୍ୟନ୍ତ ତାଙ୍କ ମୋଟ ସମ୍ପତି ଅଟେ “୯୦ କୋଟି” ଟଙ୍କା।ଜାଡେଜାଙ୍କ ପାଖରେ ଗୁଜୁରାଟରେ ଏକ ଆଲିସାନ ଘର ଅଛି ଯାହାର ମୂଲ୍ୟ “୪୦ କୋଟି ଟଙ୍କା”।ସେହିଠାରେ ହିଁ ସେ ନିଜ ପରିବାର ସହିତ ରହିଥାନ୍ତି।ତାଙ୍କ ପାଖରେ ଏକ ଫାର୍ମ ଘର ଅଛି ଯାହାର ମୂଲ୍ୟ “୨୦ କୋଟି ଟଙ୍କା “ଅଟେ।ଜାଡେଜାଙ୍କ ପାଖରେ ଏକ ‘ବିଏମଡବ୍ଲୁ ଏକ୍ସ-୬’ କାର ଅଛି ଯାହାର ମୂଲ୍ୟ “୧କୋଟି” ଏବଂ ଏକ ‘ଅଡ଼ି କିଉ -୭’ କାର ଅଛି ଯାହାର ମୂଲ୍ୟ “୯୦ଲକ୍ଷ”।

Leave a Reply

Your email address will not be published. Required fields are marked *